• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

odisha-hight-court
ହାଇକୋର୍ଟରେ ପହଞ୍ଚିଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା

ପୁରୀ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଶରତ ରାୟଗୁରୁ ନାମକ ଜଣେ ଆଇନଜୀବୀ। କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ସେ ଅପିଲ କରିଛନ୍ତି। ତା ସହିତ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି ଶରତ। କୋର୍ଟ ମଧ୍ୟ ଶରତଙ୍କ ଆବେଦନକୁ ଗ୍ରହଣ କରି ନେଇଛନ୍ତି। ଆବେଦନ ଗ୍ରହଣ କରିବା ପରେ ସରକାରଙ୍କୁ ରିପୋର୍ଟ ତଲବ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ସହ […]

sambit-patra
ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା; NHRCର ଦ୍ୱାରସ୍ଥ ହେଲେ ସମ୍ବିତ ପାତ୍ର

ପୁରୀ: NHRC ଗଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ତାଙ୍କ ଅପିଲକୁ NHRC ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିବା ସମ୍ବିତ କହିଛନ୍ତି। ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇ ସମ୍ବିତ କହିଛନ୍ତି, କେ. ରମେଶଙ୍କ କଷ୍ଟୁଡିଆଲ୍ ମୃତ୍ୟୁ ପରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ ଅମାନବୀୟ ଭାବରେ […]

nhrc
ପୁରୀ ହାଜତ ମୃତ୍ୟୁ ଅଭିଯୋଗ; ରାଜ୍ୟ ସରକାରଙ୍କୁ NHRCଙ୍କ ନୋଟିସ୍

ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହେଲା ସେ ବିଷୟରେ ସବିଶେଷ ରିପୋର୍ଟ ସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ କମିଶନ ନିର୍ଦ୍ଦେଶ […]

svadas-750x430
ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବଦଳିଲେ ଏସ୍‌ପି, ଏସ୍‌ଆଇଙ୍କ ସମେତ ୨ ନିଲମ୍ବିତ

ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ଦାୟିତ୍ୱରେ ଥିବା କନଓ୍ୱର ବିଶାଲ ସିଂଙ୍କୁ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି। […]

pipili
ପୁରୀ ପରେ ସାମ୍ନାକୁ ଆସିଲା ପିପିଲି ଥାନା ନିର୍ଯାତନା ଅଭିଯୋଗ

ପୁରୀ: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମିନି। ପୁଣି ଆଉ ଏକ ହାଜତ ନିର୍ଯାତନା ଅଭିଯୋଗ ଆସିଛି । ପିପିଲି ଥାନା ଭବାନୀପୁରର ଏକ ଆକ୍ରମଣ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ମାରଣାସ୍ତ୍ର ଓ ବାଇକ୍ ଜବତ ହୋଇଥିଲା । କୋର୍ଟ ଚାଲାଣ ପରେ ଅଭିଯୁକ୍ତମାନଙ୍କୁ ନିମାପଡା ଜେଲକୁ ପଠାଇ ଦିଆଯାଇଥିଲା । ତେବେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ […]

puri
ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି

ପୁରୀ : ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି। ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି। ତେବେ ଏଥିପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ମୋହନ ମାଝୀ କହିଛନ୍ତ॥ ପୁରୀରେ ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦ […]

puri
ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ: ପୁରୀ ଜିଲ୍ଲାର ନୂଆ ଏସ୍‌ପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି କନୱର ବିଶାଲ ସିଂ।  ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧତ୍କାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀକୁ କିଭଳି ଅପରାଧ ମୁକ୍ତ କରାଯିବ ଏବଂ ଜନସାଧାରଣ କିଭଳି ସୁରକ୍ଷିତ ମନେ କରିବେ, ତା ଉପରେ ଗୁରୁତ୍ୱ ଦେବା ପ୍ରାଥମିକତା ବୋଲି ଦାୟିତ୍ୱ ନେବା ପରେ ସୂଚନା ଦେଇଛନ୍ତି କେ.ଭି. ସିଂହ।  ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ […]

arun-sahoo
ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ। କଂଗ୍ରେସ ଓ ବିଜେପି ହାଜତ ମୃତ୍ୟୁ ଓ ପିପିଲି ଥାର୍ଡ ଡିଗ୍ରୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ । ସାଲୁଜା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇବାକୁ ସେ ଦାବି କରିଛନ୍ତି । ସେହିଭଳି ପୁରୀର ପୂର୍ବତନ ଏସ୍ପି ଅଖିଳେଶ୍ୱର ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସାଲୁଜା କହିଛନ୍ତି […]

jagannatha
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ; ବାହାର ଲୋକଙ୍କୁ ପୁରୀ ଆସିବା ମନା

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ ଭକ୍ତ ଏ ଅପୂର୍ବ ରୂପ ଦର୍ଶନରୁ ବଞ୍ଚିତ ହେବେ। କାରଣ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ପ୍ରଶାସନ। ଉପଜିଲ୍ଲାପାଳ ଭବତାରଣ ସାହୁ ଆଜି ନିବେଦନ କରି କହିଛନ୍ତି, ପୁରୀ ଲୋକ ପତିତପାବନ ଦର୍ଶନ କରିପାରିବେ। କିନ୍ତୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଶ୍ରୀମନ୍ଦିର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ନାଗାର୍ଜୁନ ବେଶ […]

jagannatha
ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପୁରୀ: ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି। ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଜାରି କରାଯାଇଛି। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଜାରି କରାଯାଇଛି। ୧୪୪ ଧାରା ଯୋଗୁଁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ। ବେଶ ଓଲାଗି ପରେ ଭକ୍ତ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜୁନ ବେଶ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହରରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ […]

8
ପୁରୀ ହାଜତ ମୃତ୍ୟୁ ; ଘଟଣା ଦିନ ତତ୍କାଳୀନ ଏସ୍‌ପି ଥାନାରେ ଉପସ୍ଥିତ ଥିଲେ ବୋଲି କହିଲେ ଅଭିଯୋଗକାରୀ

ପୁରୀ: ପୁରୀର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ମୃତ କେ. ରମେଶଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହାସହ ମାମଲାର ନ୍ୟାୟିକ ତଦନ୍ତ ପାଇଁ ଜିଲ୍ଲା ଜଜ୍‌ଙ୍କୁ ଆବେଦନ କରାଯାଇଛି ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେପଟେ ରମେଶଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଆଉ […]

Flight
ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ

ପୁରୀରେ ଏୟାରପୋର୍ଟ ନେଇ ସର୍ଭେ ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି।

puri
ଏଥର ବି ପୁରୀକୁ ଛାଡ଼ି ଆଉ କେଉଁଠି ବି ଗଡ଼ିବନାହିଁ ରଥ

କୋଭିଡ୍ ସଂକ୍ରମଣ ଥମିନଥିବାରୁ ଗତବର୍ଷ ଭଳି ଏଥର ବି କେବଳ ପୁରୀରେ ବିନା ଭକ୍ତରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା।

ଟ୍ରାନ୍ସ ବିଚ୍‌ ଫେଷ୍ଟିଭାଲ୍‌ : ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକରଣ ଉଦ୍ୟମକୁ ପ୍ରଶଂସା କଲେ ବ୍ୟାଡ୍ ମ୍ୟାନ୍‌
ଟ୍ରାନ୍ସ ବିଚ୍‌ ଫେଷ୍ଟିଭାଲ୍‌ : ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକରଣ ଉଦ୍ୟମକୁ ପ୍ରଶଂସା କଲେ ବ୍ୟାଡ୍ ମ୍ୟାନ୍‌

ପୁରୀ : ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ୫ମ ଆନ୍ତର୍ଜାତିକ ଟ୍ରାନ୍ସ ଫେଷ୍ଟିଭାଲ୍‌। ଏହି ଉତ୍ସବରେ ଗତ ଶୁକ୍ରବାର ଦିନ ବଲିଉଡର ବ୍ୟାଡ୍ ମ୍ୟାନ୍‌ ଶକ୍ତି କପୁର ଯୋଗ ଦେଇଥିଲେ। ତାଙ୍କର ନିଆରା ଶୈଳୀରେ ଡାଇଲଗ୍ ସେଠାରେ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। ଶକ୍ତି କପୁର ପୁରୀ ବେଳାଭୂମିର ପରିଷ୍କାର ପରିଚ୍ଛନ୍ନତା ଦିଗରେ ପ୍ରଶାସନ ଓ ଲୋକଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ। ପ୍ରଥମ ସନ୍ଧ୍ୟାରେ ଋଷିଆର କଳାକାରଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଯୁଗଳ ନୃତ୍ୟ ଦର୍ଶକଙ୍କୁ ବିମୋହିତ […]