
ପୁରୀ: ବାତ୍ୟା ‘ଫୋନି’ର ଦଶ ଦିନ ପରେ ଆଜି ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍ର ସମୟ ପରିବର୍ତ୍ତନ କିମ୍ବା ଗତିପଥ ବଦଳାଯାଇ ନଥିବା ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ […]
ପୁରୀ(ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି ସେନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସ୍ଥିତି ପରଖିଛନ୍ତି। ସେ ଜିଲ୍ଲା ସଦର ଚିକିତ୍ସାଳୟରେ ଆହତଙ୍କୁ ଭେଟି କିଭଳି ଚିକିତ୍ସା ଚାଲିଛି ପଚାରି ବୁଝିଥିଲେ। ଏହାପରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ସରକାରଙ୍କ ଆନ୍ତରିକତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରରେ ଉପା ସରକାର ଥିବା ବେଳେ ପୁରୀରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ନିର୍ମାଣ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ପୁରୀରେ ଉଜୁଡ଼ି ଯାଇଥିବା ବିଦ୍ୟୁତ୍ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏନେଇ ଏନ୍ଡିଆର୍ଏଫ୍ ଡିଜିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପୁରୀରେ ବିଦ୍ୟୁତ୍ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏନ୍ଡିଆର୍ଏଫ୍ ପକ୍ଷରୁ ଗ୍ୟାସ୍ କଟର ଏବଂ ପ୍ଲାଜ୍ମା କଟର ମେସିନ୍ ସହ କର୍ମଚାରୀ ନିୟୋଜିତ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। NDRF is going to deploy […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍ରୁ ପୁରୀକୁ ଟ୍ରେନ୍ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସିଗ୍ନାଲିଂ ସିଷ୍ଟମ, ଅନେକ ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି। ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି। ପ୍ଲାଟଫର୍ମ ସେଡ୍ର ୬୦ ପ୍ରତିଶତ ଛାତ ସମେତ ଫୁଟ୍ ଓଭର ବ୍ରିଜ୍ କଭର ସିଟ୍ […]
ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀ ଏଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଏହି ୧୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲକୁ ଅଣାଯାଇଛି। ମୃତକ ମାନେ କେଉଁ ଅଞ୍ଚଳର, କେଉଁଭଳି ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ଯଦି ମିଶାଯାଏ, ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀରୁ ୩୬୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି। ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ପରେ ଯେକୌଣସି ସମୟରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ସୂଚନା ମିଳିଛି। ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ। ବେଳେ ବେଳେ ଏହା ୨୦୦ କିଲୋମିଟରକୁ ମଧ୍ୟ ଛୁଇଁପାରେ। ଏହାକୁ ମୁକାବିଲା କରିବା […]
ପୁରୀ: ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ୫ ଗୋଟି OSRTC ବସ୍ର ବ୍ୟବସ୍ଥା ହୋଇଛି। ଏଥିରେ ୬୫୦ ଟଙ୍କାରେ ଟିକେଟ୍ କରି ପର୍ଯ୍ୟଟକ କୋଲକାତା ଯାଇପାରିବେ। […]
ଭୁବନେଶ୍ୱର: ଅତ୍ୟନ୍ତ ଭୟଙ୍କର ରୂପ ନେଇ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ପୁରୀଠାରୁ ୭୧୦ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି। ଏହା ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏସବୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ […]
ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ବିଶ୍ୱର ସବୁ […]
ପୁରୀ: ବର୍ଷାରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠର ଅବସ୍ଥା ବେହାଲ ହୋଇଯାଇଛି। ଗୁରୁବାରଠାରୁ ମନ୍ଦିର ପରିସରରେ ଜମି ରହିଛି ବର୍ଷା ଜଳ। ଏପରିକି ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ମାରୁଛି। ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଏପରି ପରିସ୍ଥିତିରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କାରଣ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବା ସମ୍ଭବ ହେଉନି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ […]
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ମଙ୍ଗଳବାର ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ଭଙ୍ଗାରୁଜା ସହ ପ୍ରିଜାଇଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଓମ୍ ପ୍ରକାଶଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ଏସ୍ପି ଉମାଶଙ୍କର […]
ପୁରୀ(ମଧୁସୂଦନ ମିଶ୍ର): ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ଓ ବ୍ରହ୍ମଗିରିରେ ଇଭିଏମ୍ ଭଙ୍ଗା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍ ଭାଙ୍ଗି ଦେଇଛନ୍ତି। ଏନେଇ ଦୁଇ ବୁଥ୍ର ପ୍ରିଜାଇଡିଂ ଅଫିସର ଥାନାରେ ଏତଲା ଦେଇଛନ୍ତି। ପ୍ରିଜାଇଡିଂ ଅଫିସର ଜିଲ୍ଲା […]