ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ। ଅଭାବକୁ ସାମ୍ନା କରିବା, ସହାୟତା ପାଇଁ ହାତ ବଢାଇ ଖାଲି ହାତରେ ଫେରିବା ପରି ଅନେକ ଦୁଃସମୟ ତାଙ୍କ ଜୀବନରେ ଆସିଛି । ହେଲେ ଶେଷରେ ସେ ସଫଳତା ପାଇଛନ୍ତି […]
ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍ ରହିଛି- ଶେୟାର୍ କଲ୍ଚର, ଶେୟାର୍ ହେରିଟେଜ୍, ଶେୟାର୍ ରେସ୍ପନ୍ସିବିଲିଟି। ଅର୍ଥାତ୍ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ ନେଇ ମିହିର […]
ନୂଆଦିଲ୍ଲୀ:ଏବେ ଚାଲିଛି ନବରାତ୍ର । ନବରାତ୍ର ସମୟରେ ଦେବୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । କରୋନା ଭାଇରସର ସଂକ୍ରମଣକୁ ଦେଖି ମନ୍ଦିରରେ ଭକ୍ତଙ୍କୁ ଦେଖିବାକୁ ମିଳୁ ନ ଥିଲେ ହେଁ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ଆମେ ଏମିତି ଏକ ମନ୍ଦିରର କଥା କହିବୁ ଯାହାର ଅଲୌକିକ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଲୌକିକତାର ରହସ୍ୟ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି । ଏହି ଅଲୌକିକ […]
କୋଭିଡ-୧୯କୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ସବୁଠି ଲାଗିଛି କର୍ଫ୍ୟୁ। ଲାଗୁଛି ଯେମିତି ଅଟକି ଯାଇଛି ପୃଥିବୀ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ହାତଯୋଡ଼ି ନିବେଦନ କରିଛନ୍ତି। ଦୋକାନ ବଜାର ବନ୍ଦ। ବ୍ୟବସାୟ ବି ଠପ୍। ଅର୍ଥନୀତି ଭୂଷୁଡ଼ି ପଡ଼ିବା ଉପରେ। ଏହା ସତ୍ତ୍ୱେ ଲକ୍ଡାଉନ ପାଇଁ ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ବୁଝି ହେଉଛି କରୋନାର ଭୟବହତା। ତେବେ ସମସ୍ତଙ୍କ ମନରେ […]
ନୂଆଦିଲ୍ଲୀ: କଲେଜର ଜଣେ ପ୍ରଫେସର ଚାକିରି ଛାଡ଼ି ମାଛ ବିକିବ ? ଏମିତି କିଏ କରିପାରେ ? ହେଲେ ଏମିତି କରିଛନ୍ତି ତାମିଲନାଡୁର ଜଣେ ଯୁବକ। ଯୁବକଙ୍କର ଏପରି ନିଷ୍ପତ୍ତି ଶୁଣିଲେମନେ ପଡେ ଶାହରୁଖ ଖାଁଙ୍କର ‘ରଇସ’ ଫିଲ୍ମର ସେଇ ଡାଇଲଗ୍- ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଧନ୍ଦେ ସେ ବଡା କୋଇ ଧର୍ମ ନହିଁ ହୋତା ।’ ୨୭ ବର୍ଷୀୟ ଏଇ ଯୁବକଙ୍କ ମତରେ ସବୁ କାମର ସ୍ୱତନ୍ତ୍ର ମହତ୍ୱ ରହିଛି। ସବୁକାମକୁ ସମ୍ମାନ […]
ନୂଆଦିଲ୍ଲୀ :କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଚୀନର ଉହାନ ସହରରୁ ଆସି ବିଶ୍ୱର ସବୁ ସହରରେ ପହଞ୍ଚିଗଲାଣି ଏଇ ଘାତକ କରୋନା. ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କେହି କେହି ମାଳିକା ବର୍ଣ୍ଣିତ କଥା ସତ ହେଉଛି ବୋଲି କହୁଛନ୍ତି। ଖାଲି ମାଳିକା ନୁହେଁ, ଅନେକ ଲେଖକ ଏହି କରୋନା […]
ଜୟପୁର/ଭୋପାଳ: ମଧ୍ୟପ୍ରଦେଶରେ କମଳନାଥ ସରକାର ସଙ୍କଟରେ। କଂଗ୍ରେସର ପ୍ରମୁଖ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ହାତ’ର ହାତ ଛାଡି ପଦ୍ମ ଧରିବାକୁ ଯାଉଛନ୍ତି। ଦଳରୁ ଇସ୍ତଫା ଦେବା ପରେ ଏଠାରେ ସରକାର ଭାଙ୍ଗିଯିବାର ଆଶଙ୍କା ଦେଖା ଦେଇଛି। ମଧ୍ୟପ୍ରଦେଶରେ ଏପରି ରାଜନୈତିକ ଅସ୍ଥିରତା କଂଗ୍ରେସ ମୁଖିଆଙ୍କ ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ରାଜନୀତିକ ବିଶ୍ଳେଷକଙ୍କ ନଜର ବୁଲିଛି ରାଜସ୍ଥାନ ଆଡକୁ। କାରଣ ଏଠି ବି ଦଳ ଭିତରେ ଚାପି ହୋଇ ରହିଛି ଅନେକ ପୁଞ୍ଜୀଭୂତ ଅସନ୍ତୋଷ। ମଧ୍ୟପ୍ରଦେଶ […]
ପୁଣେ: ସରିଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ଅନେକ ମହିଳାଙ୍କୁ ସମ୍ମାନିତ କରାଯାଇଛି। ଅନେକ ମହିଳାଙ୍କ ସାହସିକତା, କରୁଣ କାହାଣୀ ଶୁଣିବାକୁ ମିଳିଛି। ଏପରିକି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ହେଲେ ଏ ହେଉଛନ୍ତି ମହାରାଷ୍ଟ୍ରର ପୁଣେ ସହରର ଆଦିତ୍ୟ ତିୱାରୀ। ଆଦିତ୍ୟଙ୍କୁ ମିଳିଛି ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମା’ ପୁରସ୍କାର। ଆଶ୍ଚର୍ଯ୍ୟ ଲାଗୁଛି ନା ! […]
ନୂଆଦିଲ୍ଳୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଆଜି ସୁଦ୍ଧା ୩୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚୀନରେ ମହାମାରୀ ରୂପ ନେଇଥିବା କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। କରୋନାକୁ ନେଇ କିପରି ସତର୍କ ରହିବ ସେ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଥଣ୍ଡା, ଜର, କାଶ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ତେଣୁ ସାମାନ୍ୟ ଜର ବା ଥଣ୍ଡା ହେଲେ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ତେବେ […]
ରାୟପୁର: ମଣିଷ-ପଶୁ ମଧ୍ୟରେ ପୁଣି ମଧୁର ସମ୍ପର୍କ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲର ହିଂସ୍ର ଜନ୍ତୁଟିଏ ଆସି ମଣିଷ ପାଖରେ ଠିଆ ହେଉଛି। ପୁଣି ଭଜନ ଶୁଣୁଛି। ପ୍ରସାଦ ଖାଇବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏମିତି ମଧୁର ସମ୍ପର୍କ ଗଢି ଉଠିଛି ଜଣେ ସାଧୁ ଆଉ ଭାଲୁ ପରିବାର ମଧ୍ୟରେ। ଭଜନ ପ୍ରେମରେ ପଡ଼ିଯାଇଛନ୍ତି ଗୋଟିଏ ଭାଲୁ ପରିବାର। ଭଜନ ଗାଉଥିବା […]
କଳାପାହାଡ ନାଁ ଶୁଣିଲେ ଆଖି ଆଗରେ ଭାସି ଉଠେ ଭୂଲୁଣ୍ଠିତ ମନ୍ଦିରର ଦୃଶ୍ୟ। ଭଗ୍ନ ମୁଖଶାଳାର ଚିତ୍ର। ମନ ଭିତରେ ନୀରବରେ ଗୁଞ୍ଜରି ଉଠେ ‘ଆସିଲା କଳାପାହାଡ଼…ଭାଙ୍ଗିଲା ଲୁହାର ବାଡ଼..’। ତେବେ କିଏ ଏହି କଳାପାହାଡ଼ ? ହିନ୍ଦୁ ମନ୍ଦିର ଉପରେ ତା’ର ଏତେ ରାଗ କାହିଁକି ? କାହିଁକି ମନ୍ଦିର ଲୁଣ୍ଠନ କରୁଥିଲା ? ଏ ସମସ୍ତ ପ୍ରଶ୍ନକୁ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ। କଳାପାହାଡ । ଓଡ଼ିଶା ଇତିହାସରେ ଏଇ ନାଁ ଆପଣ […]
ୱାଶିଂଟନ୍:ୟୁରୋପିଆନ ସ୍ପେଶ୍ ଏଜେନ୍ସି (ESA) ଏବଂ ଆମେରିକା ସ୍ପେଶ୍ ଏଜେନ୍ସି (NASA)ର ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ତାର ଐତିହାସିକ ଯାତ୍ରା ଆରମ୍ଭ କରିଛି । ସୋମବାର ଏହି ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ଅନ୍ତରୀକ୍ଷରେ ପ୍ରବେଶ କରିଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଅତି ନିକଟରୁ ସୂର୍ଯ୍ୟ ଓ ଏହାର ବିଭିନ୍ନ ପୋଲର ଫଟୋ ସଂଗ୍ରହ କରିବା । ନାସା ଏକ ବୟାନ ଜାରି କରି କହିଛି, ୧.୫ ଅରବ ଡଳାର ବ୍ୟୟରେ ହୋଇଥିବା ଏହି ସ୍ପେଶ୍କ୍ରାଫ୍ଟକୁ ଫ୍ଲୋରିଡ଼ାର […]
ଚାଲିଛି ପ୍ରେମ ସପ୍ତାହ। ଗୋଲାପର ସୁଗନ୍ଧରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଦ୍ୱିତୀୟ ଦିନ ଆଜି-ପ୍ରପୋଜ ଡେ’। ଏକଥା ସତ ଯେ, ପ୍ରେମକୁ ଜାହିର କରିବାକୁ ପଡେନାହିଁ। ଆଖିରେ ଆଖି ମିଶିଲେ ପଢି ହୋଇଯାଏ ପ୍ରେମର ଭାଷା। ତଥାପି ଏଇ ପ୍ରେମ ସପ୍ତାହକୁ ଟିକେ special କରିବା ପାଇଁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି। ପ୍ରେମ ସପ୍ତାହର ଏଇ ଦ୍ୱିତୀୟ ଦିନଟି ବେଶ ମହତ୍ୱପୂର୍ଣ୍ଣ। ପ୍ରଥମ ଥର ପାଇଁ ନିଜର ମନର କଥା ମନର ମଣଷକୁ ଜଣାଇବ। […]
ଉତ୍କଳର ବର ପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ। ଯାହାଙ୍କୁ ସାରା ଓଡ଼ିଶା ମଧୁବାବୁ ଓ ମଧୁବାରିଷ୍ଟର ନାମରେ ଜାଣିଛି। ଓଡ଼ିଆ ଜାତିର ଅସ୍ମିତାର ବାର୍ତ୍ତାବହ ଏହି ସ୍ୱାଭିମାନି ପୁରୁଷଙ୍କ ପାଇଁ ରାଜ୍ୟ ସବୁବେଳେ ଗର୍ବ କରେ। ଆଜି ସେହି ମହାନ ଆତ୍ମାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କରି ସ୍ମରଣାର୍ଥେ ମିହିର୍ ପଟ୍ଟନାୟକଙ୍କର ଏହି ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ। ଓଡ଼ିଆ ଘରେ କଥାଟାଏ ଅଛି, “ବୋପା ତେଲ ସାଥିରେ ନଣ୍ଡା, ପୁଅ ବେଣ୍ଟେଇ ବାଳ ରଖୁଛି।” ପିଲାବେଳେ ଏହି […]
ପୁରୀ ( ମିହିର ପଟ୍ଟନାୟକ): ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଗତକାଲି ଥିଲା ଏହି ଶୁଭ ଦିନଟି। ଗତକାଲି ଅର୍ଥାତ୍ ବୁଧବାର ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହୋଇ ନ ଥିଲା। […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ହେଉଛି ତିହାର ଜେଲ୍। ଏଥିପାଇଁ ପ୍ରସ୍ତୁତି ପହଞ୍ଚିଲାଣି ଶେଷ ପର୍ଯ୍ୟାୟରେ। ଜଲ୍ଲାଦଠାରୁ ଫାଶୀ ଦଉଡି ସମସ୍ତେ ଅପେକ୍ଷା କରିଛନ୍ତି ସେଇଦିନକୁ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଦୋଷୀଙ୍କୁ ଫାଶ ଦିଆଯିବା ପାଇଁ ଜାନୁଆରୀ ୨୨ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ଯଦିଓ ଏହି ତାରିଖରେ ଦୋଷୀଙ୍କୁ ଫାଶୀ ହେବନି ବୋଲି କୁହାଯାଉଛି ତଥାପି ତିହାର ଜେଲ୍ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେବେ […]
ନୂଆଦିଲ୍ଲୀ: ଜହ୍ନରାଇଜକୁ ବୁଲିବାକୁ ଯିବେ। ଏଥିପାଇଁ ସାଥୀଟିଏ ଲୋଡ଼ା। କିଏ ହେବ ତାଙ୍କ ଜହ୍ନଯାତ୍ରାର ସାଥୀ ? ହଁ, ଯେ କେହି ବି ତାଙ୍କ ସାଥୀ ହୋଇପାରିବେ। ଖାଲି ଅଳ୍ପ କେତୋଟି ସର୍ତ୍ତ ରହିଛି ଏଥିପାଇଁ। ଏମିତି ଏକ ବିଜ୍ଞାପନ ଦେଇଛନ୍ତି ଜାପାନର ଜଣେ କୋଟିପତି। ନାଁ ତାଙ୍କର ୟୁସାକୁ ମୈଜାୱା (Yusaku Maezawa) । କୋଟିପତି ୟୁସାକୁ ସାଥୀ ସନ୍ଧାନରେ ଅଛନ୍ତି। ଆଉ ଏଥିପାଇଁ ସେ ଆଜି ଚର୍ଚ୍ଚାରେ। ସେ ଏମିତି ଏକ ସାଥୀ ଖୋଜୁଛନ୍ତି […]
ସୁରଟ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପ ଆସେ। ଖାଲି କୁହାଯାଏନି, ଏହାକୁ ସତ୍ୟ ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟ ସୁରଟ ଅଞ୍ଚଳର ୬୦ ବର୍ଷ ବୟସ୍କ ବିଷ୍ଣୁ ପଟେଲ । ସେ ମୋଟରସାଇକେଲରୁ ବାହାରିଥିବା ଅଦରକାରୀ ସାମଗ୍ରୀ, ଲାପଟପ୍ ଏବଂ ସ୍ମାର୍ଟଫୋନର ବ୍ୟାଟେରୀ ସାହାଯ୍ୟରେ ଏକ ଇ-ବାଇକ୍ ତିଆରି କରିଛନ୍ତି। ବଷ୍ଣୁ ପଟେଲଙ୍କ ଏହି ଆଇଡିଆ ଶିଳ୍ପପତି ଆନନ୍ଦ-ମହିନ୍ଦ୍ରାଙ୍କୁ ବି ପ୍ରଭାବିତ କରିଛି। ସେ ବିଷ୍ଣୁଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ସାହାଯ୍ୟ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ସଜା ଶୁଣାଇଛନ୍ତି କୋର୍ଟ। ୪ ଜଣଙ୍କ ନାଁରେ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସମସ୍ତ ଅଭିଯୁକ୍ତଙ୍କୁ ତିହାର ଜେଲ୍ରେ ମିଳିବ ମୃତ୍ୟୁ ଦଣ୍ଡ। ଆସନ୍ତୁ ଜାଣିବା କ’ଣ ଏଇ ଫାଶୀର ଫନ୍ଦା। କେମିତି ଦିଆଯିବ ଫାଶୀ। କେମିତି ଦିଆଯାଏ ଫାଶୀ ସୁପ୍ରିମ୍କୋର୍ଟରେ ରିବ୍ୟୁ ପିଟିଶନ ଏବଂ କ୍ୟୁରେଟିଭ ପିଟିଶନ ଖାରଜ ହୋଇଗଲେ ଶେଷରେ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ […]
ଭୁବନେଶ୍ୱର: ସଂଘର୍ଷର ଏକ ଲମ୍ବା ଯାତ୍ରା। ଦାରିଦ୍ର୍ୟ ସହ ଲଢୁଥିଲା ମେଧାଶକ୍ତି । ଅନେକ ଝଡ଼ଝଞ୍ଜା ଆସିଥିଲା। ତାଙ୍କୁ ଲହୁଲୁହାଣ କରି ଦେଇଥିଲା। ତଥାପି ଲକ୍ଷ୍ୟ ପଥ ଭୁଲି ନ ଥିଲେ ସେ। ଶେଷରେ ଜିତ୍ ହୋଇଥିଲା ମେଧାଶକ୍ତିର। ଏ ହେଉଛି OAS ପାଇଥିବା ବୀରେନ୍ଦ୍ର ତ୍ରିପାଠୀଙ୍କର ଜୀବନ କାହାଣୀ। ବାଙ୍କୀ ପଥୁରୀପଡାରେ ବୀରେନ୍ଦ୍ର ଘର । କିନ୍ତୁ ରହୁଥିଲେ ଭୁବନେଶ୍ୱର ରେଣ୍ଟାଲ କୋଲନୀରେ। ସମ୍ବଳ କହିଲେ ପ୍ରଚୁର ମେଧାଶକ୍ତି ଆଉ ଉପରକୁ ଉଠିବାର ନିଷ୍ଠାପର ଚେଷ୍ଟା। […]
ପୁରୀ:ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହେବ ନାଗାର୍ଜ୍ଜୁନ ବେଶ। ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ଭକ୍ତ ଓ ସେବାୟତ। ନାଗାଜୁର୍ନ ବେଶରେ ବିଭୂଷିତ ଚତୁର୍ଦ୍ଦାମୂର୍ତ୍ତିଙ୍କ ସେଇ ଅନନ୍ୟ ରୂପ ଦେଖିବା ପାଇଁ ଆକୁଳ ହୋଇ ଉଠିଛନ୍ତି ଭକ୍ତ । ଚଳିତବର୍ଷ କାର୍ତ୍ତିିକ ଦ୍ୱାଦଶୀରେ ମଳ ରହିଥିବାରୁ ମହାପ୍ରଭୁ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ସେହି ଅନୁସାରେ ଆସନ୍ତା ନଭେମ୍ବର ୨୭ […]
କଟକ: ନାଁ ତାଙ୍କର ଦେବଦତ୍ତ ସାମଲ । ହେଲେ ଲୋକ ତାଙ୍କୁ ଚିହ୍ନନ୍ତି ମିମିକ୍ରି ମ୍ୟାନ ଭାବରେ । କାର୍ଟୁନ ସୋର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦେବଦତ୍ତ। ଦେବଦତ୍ତ କଟକ ତୁଲସୀପୁର ହିନ୍ଦୋଳ କୋଠି ଛକର ବାସିନ୍ଦା। ଖାଲି ପଶୁପକ୍ଷୀ ନୁହେଁ, ଅନେକ ଫିଲ୍ମଷ୍ଟାରଙ୍କ ମଧ୍ୟ ସେ ମିମିକ୍ରି କରୁଛନ୍ତି । ୪୯ ବର୍ଷ ବୟସ୍କ ଦେବଦତ୍ତ କାନ୍ଦିପାରିବେ ପିଲାଙ୍କ ପରି…ରାହାଧରି। […]
ନୂଆଦିଲ୍ଲୀ: ଇଣ୍ଟରନେଟ୍ରେ ମାଳମାଳ ଫେକ୍ ୱେବ୍ ସାଇଟ୍। ଏସବୁ ୱେବ୍ ସାଇଟ୍ ନକଲି ଚାକିରିର ମାୟାଜାଲ ସୃଷ୍ଟିକରି ସରକାରଙ୍କ ଆଖିରେ ଧୂଳି ଦେଇ ଲୋକଙ୍କୁ ଲୁଟୁଛନ୍ତି । ତେବେ କେମିିତି ଜାଣିବେ କେଉଁ ୱେବ୍ସାଇଟ ନକଲି ଓ କେଉଁଟା ଅସଲି ବୋଲି। ଏ ନେଇ ଓଟିଭି ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଇନଭେଷ୍ଟିଗେସନ୍ ରିପୋର୍ଟ। ଇଣ୍ଟରନେଟ୍ରେ ନକଲି ୱେବସାଇଟ । କେଉଁ ୱେବ୍ସାଇଟ୍ରେ ଘରୋଇ ତ କେଉଁଥିରେ ସରକାରୀ ଚାକିରୀର ବିଜ୍ଞାପନ । ଏଇ ବିଜ୍ଞାପନ ଜରିଆରେ ଲୁଟୁଛନ୍ତି […]
ଅନେକ ଖୁସି, ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୦। ସବୁଠି ଚାଲିଛି ସ୍ୱାଗତ ଉତ୍ସବ। ସରି ଯାଇଛି ଜିରୋ ନାଇଟ୍ ସେଲେବ୍ରେସନ, କେକ୍ କାଟିବାର ପର୍ଯ୍ୟାୟ। ଏସବୁ ଭିତରେ ଜ୍ୟୋତିର୍ବିଦମାନେ ବି ତାଙ୍କର ଆକଳନ ଲଗାଇଛନ୍ତି କେମିତି କଟିବ ୨୦୨୦। ଦେଶ ପାଇଁ କେମିତି ରହିବ୨୦୨୦ ? ଆସନ୍ତୁ ଜାଣିବା, ୨୦୨୦କୁ ନେଇ ଭାରତ ପାଇଁ କ’ଣ ଆକଳନ କରିଛନ୍ତି ଜ୍ୟୋତିର୍ବିଦ ଡଃ ମନୋଜ ଲେଙ୍କା। ଜ୍ୟୋତିବିଆଦ ଡଃ ମନୋଜ ଲେଙ୍କାଙ୍କ କହିବା ଅନୁସାରେ ୨୦୨୦ ଭାରତ […]