Advertisment

ପୋଲିସ୍ ସାଜିଲା ଡେଲିଭରି ବୟ

ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

author-image
Pramod Behera
ଅଦ୍ୟତନ ହୋଇଛି
ପୋଲିସ୍ ସାଜିଲା ଡେଲିଭରି ବୟ

Delivery Boy

ନୂଆଦିଲ୍ଲୀ : ଅନ୍‌ଲାଇନରେ ଖାଦ୍ୟ ଅର୍ଡର କରିବା ପରେ, ଆମେ ସମସ୍ତେ ଉତ୍ସାହର ସହିତ ଡେଲିଭରି ବୟକୁ ଅପେକ୍ଷା କରିଥାଉ। ଭାବନ୍ତୁ ତ, ଏହି ସମୟରେ ଯଦି ଡେଲିଭରି ବୟ ବଦଳରେ ଜଣେ ପୋଲିସ ଅଧିକାରୀ ଆସି କବାଟ ବାଡାନ୍ତି, ତେବେ? ଆମେରିକାର ଜଣେ ମହିଳାଙ୍କ ସହ ଏଭଳି ଘଟଣା ଘଟିଛି, ଯିଏ ଖାଦ୍ୟ ଗ୍ରହଣ କରିବା ପରିବର୍ତ୍ତେ ପୋଲିସକୁ ଦେଖି ଚକିତ ହୋଇଯାଇଥିଲା।

Advertisment

ଆମେରିକାରେ ରହୁଥିବା ଏହି ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ । ପୋଲିସକୁ ଦେଖିବା ପରେ ଆମ ମଧ୍ୟରୁ ଅଧିକାଂଶ କିଛି ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ଚିନ୍ତାରେ ଭୟ କରିଯାଆନ୍ତି। ଏହି ମହିଳାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା, ଅଧିକାରୀ ଜଣଙ୍କ ବହୁତ ବିଶ୍ୱାସ ଦେବା ପରେ ମହିଳା ଜଣକ ବୁଝିଥିଲେ ଯେ ପୋଲିସ ତାଙ୍କ ଅର୍ଡର ହୋଇଥିବା ଖାଦ୍ୟ ଆଣିଛି।

Advertisment

ଡେନଭର ଚ୍ୟାନେଲ ଅନୁଯାୟୀ, ଏହି ଘଟଣା ଜୁନ୍ ୩୦ ର। ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜୋନ୍ସବୋରୋ ପୋଲିସ ବିଭାଗ ଅନଲାଇନ୍ ଖାଦ୍ୟ ବିତରଣ ସାଇଟ ଦୂର୍‌ଡାଶର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ଯେତେବେଳେ ପୋଲିସ ହୃଦୟଙ୍ଗମ କଲା ଯେ ଡେଲିଭରି ବୟ ଏକ ଅର୍ଡର ଦେବାକୁ ଯାଉଛି, ସେ ତାଙ୍କୁ ଗିରଫ କରି ଖାଦ୍ୟ ନିଜେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ପୋଲିସ ବିଭାଗର ଫେସବୁକ ପେଜରୁ ବଡି କ୍ୟାମ ଫୁଟେଜ ସେୟାର କରି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ।

ଡେଲିଭରି ବୟ ଗିରଫ ହୋ‍ଇଥିଲେ ବି ପୋଲିସ ଖାଦ୍ୟକୁ ଠିକ ସମୟରେ ଗ୍ରାହକଙ୍କ ନିକଟରେ ପହଞ୍ଚେଇଥିଲେ। ପୋଲିସ୍ ଅଧିକାରୀ ଟାଇଲର ୱିଲିୟମ୍ସ ଡେଲିଭରି ବୟଠାରୁ ଗ୍ରାହକଙ୍କ ଠିକଣା ସହ ତାଙ୍କ ଖାଦ୍ୟ ପ୍ୟାକେଟ୍ ନେଇ ମହିଳାଙ୍କ ଘରକୁ ଯାଇ ଠିକ୍ ସମୟରେ ଦେଇଥିଲେ।

କିନ୍ତୁ ମହିଳା ଜଣକ ପୋଲିସକୁ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପୋଲିସ ଅଧିକାରୀ ନିଜେ ତାଙ୍କୁ କହିଥିଲେ ଯେ - ଡେଲିଭରି ବୟକୁ ଗିରଫ କରାଯାଇଛି, ତେଣୁ ସେ ତାଙ୍କର ଖାଦ୍ୟ ଆଣିଛନ୍ତି। ଏହାପରେ ମହିଳା ଜଣକ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇ ଖାଦ୍ୟ ନେଇଥିଲେ।

Delivery Boy
Advertisment
Advertisment