• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

vishal-dev-up
କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ?

ଭୁବନେଶ୍ୱର :  କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ? ହକି ବିଶ୍ୱକପ୍ ଟିକଟ୍ ବିକ୍ରିରେ ଗତକାଲିର ଚରମ ଅବ୍ୟବସ୍ଥା ସମ୍ପର୍କିତ ଖବର ପ୍ରସାରଣ ପରେ ସତେ ଯେମିତି ଖଡ଼ଗହସ୍ତ ହୋଇଛନ୍ତି ବିଶାଲ ଦେବ। ହକି ସମ୍ପର୍କିତ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍‌କୁ ଅାଜି ନିଜ ଚାମ୍ବରରୁ ତଡି ଦେବା ସହ ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ଅାସିଲ କାହିଁକି ବୋଲି କହି ଖରାପ୍ ବ୍ୟବହାର କରିଥିଲେ କ୍ରୀଡ଼ା […]

  • Friday, 16 July 2021
women---up
ବିଧାନସଭାରେ ମହିଳାଙ୍କ ଲାଗି ସଂରକ୍ଷଣ ପ୍ରସ୍ତାବ: ବିରୋଧୀ କହିଲେ ଭୋଟ୍ ଭେଳିକି

ଭୁବନେଶ୍ୱର : ଭୋଟ ପୂର୍ବରୁ ମହିଳାଙ୍କ ପାଇଁ ସଂରକ୍ଷଣର ସଂକଳ୍ପ ଅାଣି ନବୀନ କହୁଛନ୍ତି ଦିନଟି ଐତିହାସିକ। କିନ୍ତୁ ପ୍ରଶ୍ନ ଉଠୁଛି ଐତିହାସିକ କେବଳ ଘୋଷଣାରେ ନା ଏହା ପଛରେ ରହିଛି ବାସ୍ତବତା। ଏକଥା ଖୋଦ୍‌ ନବୀନ ଜାଣିଛନ୍ତି। ବିଧାନସଭାରେ ସଂକଳ୍ପ ପାରିତ ହେଲେ ବି ଯେ ପର୍ଯ୍ୟନ୍ତ ସଂସଦରେ ଅାଇନ ଅାସିନି ସେ ପର୍ଯନ୍ତ ସଂକଳ୍ପ ମୂଲ୍ୟହୀନ। ତଥାପି ମହିଳାଙ୍କ ପାଇଁ ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣର ସଂକଳ୍ପ ଅାଣି ନବୀନ […]

  • Friday, 16 July 2021
nari-up
ଉଦ୍‌ବେଗଜନକ ଭାବେ ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା

ଭୁବନେଶ୍ୱର : ଏଟିଏମ୍‌ ଭିତରେ ମହିଳାଙ୍କ ଇଜ୍ଜତ ଲୁଟ୍। କଟକ ସହରର ପିଲିଗ୍ରିମ ରୋଡ୍‌ରେ ଥିବା ଏଟିଏମ୍ ଭିତରେ ମହିଳାଙ୍କୁ ହୋଇଛି ଦୁର୍ଷ୍କମ। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୨ଟାରେ ଘଟିଛି ଏହି ଘଟଣା। କଲେଜ ଛକ ନିକଟରୁ ସଂପୃକ୍ତ ମହିଳାଙ୍କୁ ଉଠାଇ ଅାଣି ଏଟିଏମ୍ ଭିତରେ ଦୁଷ୍କର୍ମ କରିଥିଲେ ସିକ୍ୟୁରିଟି ଗାର୍ଡ ଦୀପକ ପରିଡ଼ା ଏବଂ ଅନ୍ୟ ଜଣେ ଯୁବକ ପ୍ରଭାତ ରାଉତ। ଅାଉ ରାସ୍ତାରେ ଛାଡ଼ି ଉଭୟେ ହୋଇଯାଇଥିଲେ ଫେରାର୍ […]

  • Friday, 16 July 2021
naveen-up
ନବୀନ-ନରସିଂହ ଭିତିରି ସଂପର୍କ

ଭୁବନେଶ୍ୱର : ନବୀନ-ନରସିଂହଙ୍କ ଭିତିରିଅା ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚା। ପୂର୍ବତନ ବିଧାୟକ ତଥା କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣ ସଗରିଅା ଏଭଳି ଅଭିଯୋଗ ଅାଣିବା ପରେ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ସେପଟେ ସରଗରିଅାଙ୍କ ଅଭିଯୋଗକୁ ନେଇ କଂଗ୍ରେସ୍‌ରେ ଅାରମ୍ଭ ହୋଇଯାଇଛି ମହାଭାରତ। ପ୍ରସଙ୍ଗ ଭିତରକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଟାଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ନରସିଂହଙ୍କୁ ବିରୋଧୀ ଦଳ ନେତା ପଦରୁ ଓ ତାଙ୍କୁ ବିରୋଧୀ ମୁଖ୍ୟ […]

  • Friday, 16 July 2021
man-in-train-up
ଟ୍ରେନ୍‌ ତଳେ ଶୋଇ ଦୁର୍ଘଟଣାରୁ ବର୍ତ୍ତିଗଲେ

ବିପଜ୍ଜନକ ଭାବେ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଦୁର୍ଘଟଣାରୁ ଅାଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି। ଏହିପରି ଏକ ଘଟଣା ଘଟିଛି ଅାନ୍ଧ୍ରପ୍ରଦେଶ ଅନନ୍ତପୁର ରେଲେଓ୍ୱ ଷ୍ଟେସନରେ। ଘଟଣାଟି ଥିଲା ଏମିତି । ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ବ୍ୟକ୍ତି ଜଣକ ଫୁଟଓଭର ବ୍ରିଜ୍‌ର ବ୍ୟବହାର ନକରି ରେଳ ଧାରଣା ଉପରେ ଚାଲିଯିବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି  ସମୟରେ ଟ୍ରେନ୍‌ ଅାସୁଥିବାରୁ ବ୍ୟକ୍ତି ଜଣକ ଉପାୟଶୂନ୍ୟ ହୋଇ ରେଳ ଧାରଣା ଉପରେ ଶୋଇ […]

  • Friday, 16 July 2021
bali-yatra-up
ତୁଟିଲା କଟକ ବାଲିଯାତ୍ରା ବିବାଦ

କଟକ : ତୁଟିଲା କଟକ ବାଲିଯାତ୍ରା ବିବାଦ। ପ୍ରଶାସନ-ବ୍ୟବସାୟୀ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା ଏହି ଐତିହାସିକ ଯାତ୍ରା। ତେବେ ବ୍ୟବସାୟୀଙ୍କ ପ୍ରମୁଖ ଦାବିଗୁଡ଼ିକୁ ପ୍ରଶାସନ ମାନିନେବା ପରେ ବାଲିଯାତ୍ରାରେ ସହଯୋଗ କରିବ ବୋଲି କହିଛି ବ୍ୟବସାୟୀ ସଂଘ। ଅାଜି ପୂର୍ବାହ୍ନରେ ଉପର ବାଲି ଯାତ୍ରା ପଡ଼ିଆରେ ଟେଣ୍ଟ ବନ୍ଧା ହେବା ପରିବର୍ତ୍ତେ ଖୋଲା ଯାଉଥିଲା। ଏହି ଐତିହାସିକ ଯାତ୍ରା ପାଇଁ ହାତରେ ଅାଉ ୫ଦିନ ସମୟ […]

  • Friday, 16 July 2021
elephanyt up
ନୀଳଗିରିରେ ପୁଣି ମାତିଲେ ହାତୀ

ବାଲେଶ୍ୱର : ନୀଳଗିରିରେ ପୁଣି ମାତିଲେ ହାତୀ। ଗୋପାଳପୁର ଜଙ୍ଗଲରେ ଥିବା ୫୭ଟି ଝାଡଖଣ୍ଡୀ ହାତୀ ଏବେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ହେଲେ ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକଙ୍କ ଚିନ୍ତା ଅାହୁରି ବଢ଼ି ଯାଉଛି। କାରଣ ସଂଜ ନଇଁଲେ ହାତୀ ଜନବସତି ଅାଡ଼କୁ ଅାସି ଲୋକଙ୍କ ଘରଦ୍ୱାର ଭାଂଗିବା ସହ ଫସଲ ମାଡ଼ି ନଷ୍ଟ କରୁଛନ୍ତି। ଅନ୍ୟପଟେ ଘରର ଅାସବାବପତ୍ର ଓ ରୋଷେଇ ସରଂଜାମ ନଷ୍ଟ ହୋଇଯାଇଥିବାରୁ ଘରେ ଚୂଲି ବି ଜଳୁନି। ପରିସ୍ଥିତି ଏପରି […]

  • Friday, 16 July 2021
g1
ଗଞ୍ଜାମ ଜିଲ୍ଲାରେ ହ୍ରାସ ପାଉଛି ମହିଳାଙ୍କ ସଂଖ୍ୟା

ଗଞ୍ଜାମ: ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଏବଂ କନ୍ୟା ସନ୍ତାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ତେବେ ଗଞ୍ଜାମ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। ବେଆଇନ୍‌ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୂଣହତ୍ୟା ଏହାର ଏକ କାରଣ ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ‘ମୋ ଗେହ୍ଲା ଝିଅ ଯୋଜନା’ ଆରମ୍ଭ କରିଛି। ସହରରେ ଛତୁ ଫୁଟିବା ଭଳି ଖୋଲିଥିବା କ୍ଲିନିକ୍ ଗୁଡ଼ିକରେ ବେଆଇନ୍‌ ଲିଙ୍ଗ […]

  • Friday, 16 July 2021
flight
ମଦ ନମିଳିବାରୁ ବିମାନରେ ମହିଳାଙ୍କ ହଙ୍ଗାମା

ମୁମ୍ବାଇ : ମଦ ନମିଳିବାରୁ ବିମାନରେ ମହିଳାଙ୍କ ହଙ୍ଗାମା। ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଅା ବିମାନରେ ଜଣେ ବିଦେଶିନୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ବିଜନେସ୍‌ କ୍ଲାସ୍‌ରେ ଯାଉଥିବା ମହିଳା ଜଣଙ୍କ ମଦ ନମିଳିବାରୁ ବିମାନର କ୍ରୁ ମେମ୍ବରଙ୍କ ସହ ଦୁର୍ବ୍ୟବହାର କରିଥିଲେ। ପୂର୍ବରୁ ମହିଳା ଜଣକ ବିମାନରେ ମଦ୍ୟପାନ କରିସାରିଥିଲେ। ତେବେ ଅାଉ ଥରେ ମଦ୍ୟପାନ ପାଇଁ କହିବାରୁ ବିମାନର କ୍ରୁ ମେମ୍ବର ମନା କରିଥିଲେ। ଫଳରେ ବିଦେଶୀ ମହିଳା ଜଣକ ବିମାନରେ ପାଟିତୁଣ୍ଡ  କରିଥିଲେ। […]

  • Friday, 16 July 2021
besha-up
୨୦୨୦ ମସିହାରେ ହୋଇପାରେ ଶ୍ରୀମନ୍ଦିରରେ ଦୁର୍ଲଭ ରଘୁନାଥ ବେଶ

ପୁରୀ : ଦୀର୍ଘ ୧୧୫ ବର୍ଷର ପ୍ରତୀକ୍ଷାର ହେବ ଅବସାନ। ଶ୍ରୀମନ୍ଦିର ରତ୍ନବେଦୀରେ ବିରଳ ରଘୁନାଥ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଅାହ୍ଲାଦିତ ହେବେ ଭକ୍ତ। ୨୦୨୦ ମସିହାରେ ଶ୍ରୀମନ୍ଦିରରେ ହୋଇପାରେ ଦୁର୍ଲଭ ରଘୁନାଥ ବେଶ। ପୁଣି ରତ୍ନ ସିଂହାସନରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ତ୍ରେତୟା ଯୁଗର ଧନୁର୍ଦ୍ଧର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏ ବିରଳ ବେଶ କରାଯିବାକୁ ଉଦ୍ୟମ ଅାରମ୍ଭ ହୋଇଛି। ଶ୍ରୀମନ୍ଦିର ମାଦଳାପାଞ୍ଜି କହୁଛି, ବିଗତ ୫ଶହ ବର୍ଷ […]

  • Friday, 16 July 2021
chhita-up
ନୀରବି ଗଲା ସୁମଧୁର କଣ୍ଠ ସଙ୍ଗୀତର ବେତାଜ୍ ବାଦଶାହଙ୍କ ସ୍ୱର

ଭୁବନେଶ୍ୱର : ଅାଉ ନାହାନ୍ତି ଓଡ଼ିଆ ସଙ୍ଗୀତର ଏ ଅଲ ଟାଇମ୍ ହିଟ୍ ଗୀତର ସାରସ୍ୱତ ସାଧକ ଚିତ୍ତ ଜେନା। ଶେଷ ହୋଇଛି ତାଙ୍କ ସଙ୍ଗୀତ ସାଧାନା , ଅାଉ ନୀରବି ଯାଇଛି ତାଙ୍କ ସ୍ୱର। କୋଟି କୋଟି ବିଦଗ୍ଧ ଶ୍ରୋତାଙ୍କୁ ଶୋକ ସାଗରରେ ଭସାଇ ସେ ଅାର ପାରିକୁ ଚାଲି ଯାଇଛନ୍ତି। ୭୬ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିତ୍ତ ଜେନା ଅାଜି ଭୋର ପ୍ରାୟ ୩ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ […]

  • Friday, 16 July 2021
modi-up
ମୋଦି ପୁରୀରୁ ଲଢ଼ିବା ଚର୍ଚ୍ଚା ପରେ ସରଗରମ ରାଜ୍ୟ ରାଜନୀତି

ଭୁବନେଶ୍ୱର : ବିଜେପି ଫୋକସ୍‌ରେ ଥିବା ପୂର୍ବାଞ୍ଚଳର ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଦଳୀୟ ସଭାପତିଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଲଚଲ୍। ପୁରୀ ଜଗନ୍ନାଥ ଧାମରୁ ମୋଦି ଓ ପଶ୍ଚିମବଙ୍ଗରୁ ଅମିତ ଶାହ ଯଦି ସତରେ ଲଢ଼ିବେ ତାହେଲେ ପୂର୍ବାଞ୍ଚଳରେ ଦଳକୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଶାହ ବି କହିଥିଲେ, ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଦଳ ଜିତିଲେ ବିଜେପିର ସ୍ୱର୍ଣ୍ଣିମ ଯୁଗ ଅାସିବ। ତେଣୁ ବିଜେପିର ଶୀର୍ଷସ୍ତରରେ […]

  • Friday, 16 July 2021
jail-up
ଜେଲ୍‌ରେ କଏଦୀଙ୍କ ଜଳଖିଅା ଖର୍ଚ୍ଚ ୧୮ଲକ୍ଷ ଟଙ୍କା !

ଭୁବନେଶ୍ୱର : ଜେଲ୍‌ରେ ଜଳଖିଅା ବାବଦରେ ଖର୍ଚ୍ଚ ୧୮ଲକ୍ଷ ଟଙ୍କା। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଶହେ ପ୍ରତିଶତ ସତ। ରାଜ୍ୟର ୬ଟି ଜେଲରେ ଥିବା କ୍ୟାଣ୍ଟିନ୍‌ରୁ ଅନ୍ତେବାସୀଙ୍କ ଜଳଖିଅା ବାବଦକୁ  ବର୍ଷକ ଭିତରେ ଏତେ ଟଙ୍କା ଅାୟ ହୋଇଛି। ସବୁଠୁ ଅଧିକ ୭ଲକ୍ଷ ୨୨ ହଜାର ଟଙ୍କାର ଜଳଖିଅା ଖାଇଛନ୍ତି ଝାରପଡା ଜେଲର ଅନ୍ତେବାସୀ। ତା ପଛକୁ ଅଛି ଚୌଦ୍ୱାର ଜେଲ୍, ଏଠାରୁ ଅାୟ ହୋଇଛି ୬ ଲକ୍ଷ ୩୦ହଜାର। ବ୍ରହ୍ମପୁର ଜେଲରୁ ୩ […]

  • Friday, 16 July 2021
j2
ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହୁଛି ଶତାଧିକ ଭାରିଯାନ

ଜୟପୁର: ଜୟପୁରରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହୁଛି। ପ୍ରତିଦିନି ଗାଡ଼ି ଅଟକି ରହୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜର ଆସିଛି। ଅନ୍ୟପଟେ ଜାତୀୟ ରାଜପଥର ପ୍ରଶସ୍ତିକରଣ ନାଁରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଚ୍ଛେଦ କରି ଅଧପନ୍ତରିଆ କାମ କରୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବସ୍‌, ଟ୍ରକ୍ ସବୁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବା […]

  • Friday, 16 July 2021
wall
ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର : ଶୂନଶାନ୍‌ ରାସ୍ତା ଅାଉ ଶୀତୁଅା ରାତି। ବହଳ ଅନ୍ଧାର ଅାସିବା କ୍ଷଣି ରାଜଧାନୀକୁ ରଙ୍ଗିନ୍ କରିବାରେ ବାହାରି ପଡ଼ନ୍ତି ବିଦେଶିନୀ। ହାତରେ ରଙ୍ଗତୁଳୀ ଧରି ଫ୍ଲାଏ ଓଭର କାନ୍ଥରେ ଅାଙ୍କି ଚାଲନ୍ତି ମନର ମାନଚିତ୍ର।  ଶୀତକୁ ଖାତିର ନକରି ରାତିରେ ରାଜଧାନୀର ମୁକୁଳା ଛାତିକୁ କରିଚାଲନ୍ତି ରଙ୍ଗିନ୍। ରାତି ଯେତିକି ବଢୁଥାଏ, ବିଦେଶିନୀ ହାତର ସ୍ପର୍ଶ ଓ ରଙ୍ଗର ରୋଲରରେ ସେତିକି ରଙ୍ଗିନ୍ ହେଉଥାଏ ରାଜଧାନୀ। ୨୦ ଫୁଟ୍ ଉଚ୍ଚ କାନ୍ଥବାଡ଼କୁ ରଙ୍ଗିନ୍ କରୁଥିବା […]

  • Friday, 16 July 2021
1
ଡୁଡୁମା ଜଳ ପ୍ରପାତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

କୋରାପୁଟ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଡୁଡୁମା ଜଳ ପ୍ରପାତ। ପାହାଡ଼ ପର୍ବତର ସବୁଜିମା ଭରା ପରିବେଶ ଭିତରେ ସେଠାକାର ଝରଣା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନ ଋତୁରେ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକ ବଣ ଭୋଜିର ମଧ୍ୟ ମଜା ନେଇଥାନ୍ତି। ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଛୁଟି ଆସିଥାନ୍ତି। ପର୍ଯ୍ୟଟକ ସେଲ୍‌ଫି ନେଇ ସ୍ମୃତି ସାଉଁଟିବାକୁ […]

  • Friday, 16 July 2021
kidney affected
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଶୋର ସୁନା

ସୁବର୍ଣ୍ଣପୁର  : ଦିନେ ଦିନ ମଜୁରିଅା ଭାବେ ପରିଶ୍ରମ କରି ପରିବାରକୁ ଦାନା ଯୋଗାଉଥିଲେ। ଏବେ ସେ କରୁଛନ୍ତି ମୃତ୍ୟୁ ସହ ସଂଗ୍ରାମ। ଅସହ୍ୟ ଯନ୍ତ୍ରଣାରେ ବିତୁଛି ଜୀବନ। ଦୁଇଟି ଯାକ କିଡ୍‌ନୀ ଖରାପ ହେବାପରେ ଏବେ ଦିନକୁ ଦିନ ସାରା ଶରୀର ଫୁଲିବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲା ଜୁଲୁଣ୍ଡା ପଞ୍ଚାୟତ ମଅଁବାହାଲି ଗାଁର କିଶୋର ସୁନା ଦିନେ କୁଲି ମଜୁରୀ କରି ୪ କୁଟୁମ୍ବକୁ ପୋଷୁଥିବା କିଶୋର ଏବେ ନିଜ ଜୀବନ ଲାଗି କରୁଛନ୍ତି ସଂଗ୍ରାମ। […]

  • Friday, 16 July 2021
road
ଲାଇଫ୍ ଲାଇନ୍ ପାଲଟିଛି ଡେଥ୍ ଲାଇନ୍

ଖୋର୍ଦ୍ଧା  : ଲାଇଫ୍ ଲାଇନ୍ ପାଲଟିଛି ଡେଥ୍ ଲାଇନ୍। ରାଜପଥ ଏବେ ମୃତ୍ୟୁର ପଥ। ହାରାହାରି ପ୍ରତି ସପ୍ତାହରେ ଯାଉଛି ୩ ରୁ ୪ ଜୀବନ।  ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ଏନ୍ଏଚ୍ ୧୬ ଓ ଏନ୍ଏଚ୍ ୫୭ର କଥା । ଖୋର୍ଦ୍ଧା-ବାଲୁଗାଁ ଓ ଖୋର୍ଦ୍ଧା-ନୟାଗଡ଼କୁ ଯାଇଥିବା ଏଇ ରାସ୍ତାରେ ଦୁର୍ଘଟଣା ଘଟି ବର୍ଷକ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅାହତ ହେଲେଣି ପ୍ରାୟ ୧୦୦୦ଜଣ। ଗତ ୧୦ ଦିନ […]

  • Friday, 16 July 2021
harichhandra
ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା

ନିଶ୍ଚିନ୍ତକୋଇଲି  : ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା। ନକଲି ସାକ୍ଷୀ ପକାଇ ଟଙ୍କା ହଡ଼ପ କରାଯାଉଛି।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରୁ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ବର୍ଷେ ତଳେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଗୋପପୁର ଗାଁର ଖଗେଶ୍ୱର ସାହୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। କାଗଜପତ୍ରରେ ଲେଖା ଅଛି, ସେହି ଦିନ ହିଁ ୨ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ଖଗେଶ୍ୱର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଉଠାଇଛନ୍ତି। ସେହିପରି ବଡ଼କ୍ଷୀରି ଗାଁର ସୁବାସ ଚନ୍ଦ୍ର ପାତ୍ର ଓ ଜୟନ୍ତୀ […]

  • Friday, 16 July 2021
diwali-up
ଆସନ୍ତାକାଲି ଅାଲୋକର ପର୍ବ ଦୀପାବଳି ; ବାଣ ଓ ମିଠା ଦୋକାନରେ ଭିଡ଼

ଭୁବନେଶ୍ୱର : ରାତି ପାହିଲେ ଦୀପାବଳି। ଅାଲୋକର ପର୍ବକୁ ଅଧିକ ରଙ୍ଗୀନ କରିବାକୁ ବାଣ, ଦୀପ ଓ ମିଠା ଦୋକାନରେ ଲାଗିଛି ଭିଡ଼। ଏଥର ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ କଟକଣା ଜାରି ହୋଇଛି। ଏହାକୁ କଡ଼ାକଡି ପାଳନ କରିବ ବୋଲି କହିଛି ପୁଲିସ୍। ସେପଟେ ଦୀପାବଳୀ ପାଇଁ ବାଣ ବଜାରରେ ଖଚାଖଚ୍ ଭିଡ଼। ଏଥର ବଜାରକୁ ଅାସିଛି ସ୍କାଏ ସୋ, ରାଇଡର୍ ଷ୍ଟାର୍, ଚକ୍ରି, କୁମ୍ପି, ରକେଟ, ତାଳ ଫୋଟକା, ଲକ୍ଷ୍ମୀ […]

  • Friday, 16 July 2021
puri
ଆସନ୍ତାକାଲି ଉଦ୍‌ଘାଟିତ ହେବ ପୁରୀର ନେତାଜୀ ମ୍ୟୁଜିୟମ୍‌

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଉଦ୍‌ଘାଟିତ ହେବ ପୁରୀର ନେତାଜୀ ମ୍ୟୁଜିୟମ୍‌। ପୁରୀ ଗୋପାଳ ବଲ୍ଲଭ ରୋଡ୍‌ରେ ଥିବା ନେତାଜୀ ମ୍ୟୁଜିୟମ୍‌ କୋର୍ଟ ମାମଲାରେ ଛନ୍ଦି ହୋଇ ଦୀର୍ଘ ଦିନ ଧରି ଉଦ୍‌ଘାଟିତ ହୋଇପାରୁନଥିଲା। ତେବେ ଷ୍ଟାଟସ୍ କୋ ଉଠିଯାଇଥିବାରୁ ଏହାକୁ କାଲି ଉଦ୍‌ଘାଟନ କରାଯିବ ବୋଲି ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଖବର ଶୁଣିବା ପରେ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଉତ୍ସାହିତ ଅଛନ୍ତି। ପୁରୀ ଗୋପାଳ […]

  • Friday, 16 July 2021
birat
ବିରାଟ@30

ନୂଆଦିଲ୍ଲୀ : ୩୦ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ବିରାଟ କୋହଲି। କ୍ରିକେଟ୍‌ର ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବିରାଟଙ୍କ ପାଇଁ ସୋଶାଲ ମିଡିଅାରେ ପ୍ରଶଂସାର ସୁଅ ଛୁଟୁଛି। ମଇଦାନରେ ପ୍ରତିପକ୍ଷଙ୍କୁ ଚକମା ଦେଖାଉଥିବା ବିରାଟ ଯୁବପିଢିଙ୍କ ପାଇଁ ଏବେ ଅାଇକନ ପାଲଟିଛନ୍ତି। On this Dhanteras, wish you a year that is again filled with Runteras. #HappyBirthdayVirat pic.twitter.com/f09gppLZON — Virender Sehwag (@virendersehwag) 5 November […]

  • Friday, 16 July 2021
Patanjali-2
ଗାର୍ମେଣ୍ଟ ବଜାରରେ ପାତଞ୍ଜଳୀ

ନୂଆଦିଲ୍ଲୀ : ପାତଞ୍ଜଳୀ ପକ୍ଷରୁ ଗାର୍ମେଣ୍ଟ କାରବାର ଅାରମ୍ଭ ହୋଇଛି। ଧନ୍‌ତେରସ ଉପଲକ୍ଷେ ନୂଅାଦିଲ୍ଲୀର ନେତାଜୀ ସୁଭାଷ ପାଲେସରେ ପାତଞ୍ଜଳୀ ଷ୍ଟୋରରେ ବାବା ରାମଦେବ ବିଭିନ୍ନ ବ୍ରାଣ୍ଡର ପୋଷାକ ଲଞ୍ଚ କରିଛନ୍ତି। ପାତଞ୍ଜଳୀ ପକ୍ଷରୁ ପୁରୁଷ, ମହିଳା ଏବଂ ଶିଶୁଙ୍କ ପାଇଁ ବଜାରକୁ ଛଡ଼ା ଯାଇଛି ବିଭିନ୍ନ ପ୍ରକାରର ପୋଷାକ । ଲାଇଭ୍ ଫିଟ୍, ଅାସ୍ଥା ଓ ସଂସ୍କାର ବ୍ରାଣ୍ଡରେ ଏହି ପୋଷାକ ତିଅାରି ହୋଇଛି। ୩୦୦୦ ପ୍ରକାରର ଉତ୍ପାଦ ପାତଞ୍ଜଳୀ ପରିଧାନ ପକ୍ଷରୁ ବଜାର ପ୍ରବେଶ […]

  • Friday, 16 July 2021
badrinath-up
ଉତ୍ତରାଖଣ୍ଡ ବଦ୍ରିନାଥରେ ଫସିଥିବା ଓଡ଼ିଆଙ୍କୁ ନେଇ ଚିନ୍ତା

ଉତ୍ତରାଖଣ୍ଡ  : ପ୍ରବଳ ତୁଷାରପାତ। ଯୁଅାଡ଼େ ଚାହିଁବ ବରଫର ବହଳ ବହଳ ଅାସ୍ତରଣ। ରାସ୍ତାଘାଟ, ଘରଦ୍ୱାର, ଗାଡ଼ିମୋଟର ସବୁଠି ବରଫ। ଗଲା ଦୁଇ ଦିନ ଧରି ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଏଇ ସ୍ଥିତି। ଅାଉ ଏଭଳି ବିଷମ ପରିସ୍ଥିତିରେ ଫସି ରହିଥିଲେ ଓଡ଼ିଶାରୁ ତୀର୍ଥ କରି ଯାଇଥିବା ବହୁ ଓଡ଼ିଆ। ସେ ଭିତରେ ଥିଲେ ବଦ୍ରିନାଥ ଦର୍ଶନରେ ଯାଇଥିବା ଗଞ୍ଜାମ ଭଞ୍ଜନଗର ଅଞ୍ଚଳ ୪୨ ଜଣିଅା ତୀର୍ଥଯାତ୍ରୀ। କୌଣସି ମତେ ବଦ୍ରିନାଥ ଧର୍ମଶାଳାରେ ଅାଶ୍ରୟ ନେଇଥିଲେ ବି […]

  • Friday, 16 July 2021
dhan-teras-up
ଅାସନ୍ତାକାଲି ଧନ୍‌ତେରସ୍‌ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର : ରାତି ପାହିଲେ ଧନ୍‌ତେରସ। ସେଥିଲାଗି ରାଜଧାନୀର ଗହଣା ଦୋକାନୀ ମାନେ ନୂଅା ନୂଅା ଡିଜାଇନର ଅଳଙ୍କାର ଅାଣିବା ସହ ଅାକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ସୁନା ଦର ଉଚ୍ଚା ସତ୍ତ୍ୱେ ସୁନା ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ଼। ବିଶ୍ୱାସ ରହିଛି ଧନ୍‌ତେରସ୍‌ରେ ସୁନା କିଣିଲେ ମାଅା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖଶାନ୍ତି ବଢେ। ସେଥିଲାଗି ଗହଣା କିଣିବା ଲାଗି ଲୋକେ ଦୋକାନରେ ପହଞ୍ଚୁଛନ୍ତି। ଗହଣା ସାଙ୍ଗକୁ ଗଣେଶ ଓ ମାଅା ଲକ୍ଷ୍ମୀଙ୍କ ମୂର୍ତ୍ତି […]

  • Friday, 16 July 2021