• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

doctor
ପୁରୀ ରେଲ୍‌ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା : ହତ୍ୟା ପଛରେ ପ୍ରେମ ସଂପର୍କ ସନ୍ଦେହ

ପୁରୀ : ଚାରିଆଡେ ଚର୍ଚ୍ଚାରେ ପୁରୀ ରେଲ୍‌ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା। ଏହା ଭିତରେ ୨୪ଘଣ୍ଟା ପୂରି ଯାଇଥିଲେ ବି ପୁଲିସର ହାତ ଖାଲି। ଘଟଣାକୁ ନେଇ ପୁଲିସ ଛାନ୍‌ଭିନ୍‌ ଜାରି ରଖିଥିବାବେଳେ ମଙ୍ଗଳବାର ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ନର୍ସଙ୍କୁ ପଚରାଉଚୁରା କରିଛି। ନର୍ସଙ୍କ ସହ ଡାକ୍ତରଙ୍କ କଣ ସଂପର୍କ ରହିଛି ,ତାକୁ ନେଇ ନର୍ସଙ୍କୁ ମାରାଥନ ଜେରା କରିବା ସହ ରେଲ୍‌ୱେ ମେଡିକାଲରେ ପହଞ୍ଚି ନର୍ସଙ୍କ ଅଫିସ୍‌ ଛାନଭିନ୍ କରିଛି ପୁଲିସ୍‌। ଏହାସହ […]

  • Friday, 16 July 2021
c1
ଫସଲ ଉଜୁଡ଼ିଗଲା ପରେ ବୀମା ରାଶିକୁ ଚାହିଁ ବସିଛନ୍ତି ଚାଷୀ

କେନ୍ଦ୍ରାପଡ଼ା: ଦି ପଇସା ପାଇବା ଆଶାରେ ଚାଷୀମାନେ ବୀମା କମ୍ପାନୀକୁ ପ୍ରିମିୟମ ରାଶି ଦେଇଥିଲେ। କିନ୍ତୁ ତାଙ୍କର ସବୁ ଆଶା ଆଶାରେ ରହିଗଲା। ଫସଲ ଉଜୁଡ଼ିଗଲା ହେଲେ ବୀମା ରାଶି ମିଳିଲା ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ଶତାଧିକ ଚାଷୀ ଏବେ ବୀମା କମ୍ପାନୀର ସହାୟତା ପାଇଁ ଚାହିଁ ବସିଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଫସଲକୁ ବୀମା ଭୁକ୍ତ କରିଥିବା ଚାଷୀ ବୀମା ରାଶି ନପାଇ ଏବେ ହତାଶ ହୋଇପଡ଼ିଛନ୍ତି। ଚାଷୀମାନେ ବୀମା ରାଶି ପାଇଲେ […]

  • Friday, 16 July 2021
fee
ମନଇଛା ସ୍କୁଲ ଫି’ ଆଦାୟ ଉପରେ କେମିତି ଲାଗିବ ଅଙ୍କୁଶ ?

ଭୁବନେଶ୍ୱର : ଘରୋଇ ସ୍କୁଲମାନଙ୍କ ମନଇଛା ଫି’ ଯନ୍ତାରୁ ଅଭିଭାବକଙ୍କୁ ମୁକ୍ତି ଦେବା ଲକ୍ଷ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତ କରିଛି ସ୍ଲାବ୍। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ରହିବ ଫି ? ବର୍ଷକୁ କେତେ ପ୍ରତିଶତ ଭିତରେ ରହିବ ବର୍ଦ୍ଧିତ ହାର ? ସେ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ମାସେ ତଳୁ ଦେଇ ବି ସାରିଛି।ଯାହାକି ଗତମାସ ୧୪ ତାରିଖରେ ଗଣଶିକ୍ଷା ବିଭାଗ ଡେପୁଟି […]

  • Friday, 16 July 2021
rajnath
ତିତ୍‌ଲି କ୍ଷତିପୂରଣ : ଓଡ଼ିଶା ପାଇଁ କେନ୍ଦ୍ର ମଂଜୁର କଲା ହଜାରେ ୨୩ କୋଟି ୫୯ ଲକ୍ଷ

ଭୁବନେଶ୍ୱର : ତିତ୍‌ଲି କ୍ଷତିପୂରଣ ବାବଦକୁ ଓଡ଼ିଶାକୁ ମିଳିବ ୧୦୨୩ କୋଟି ୫୯ ଲକ୍ଷର ଅତିରିକ୍ତ କେନ୍ଦ୍ରୀୟ ସହୟତା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ NDRF ପାଣ୍ଠିରୁ ଏହି ଅତିରିକ୍ତ ସହାୟତା ରାଶି ପ୍ରଦାନ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ଅତିରିକ୍ତ କେନ୍ଦ୍ରୀୟ ସହାୟତା ରାଶି ବାବଦରେ ଓ଼ଡ଼ିଶାକୁ ୧ ହଜାର ୨୩ କୋଟି ୫୯ ଲକ୍ଷ ଟଙ୍କା ଓ ତ୍ରିପୁରା ପାଇଁ ୨ ଶହ ୬୮ କୋଟି ୬୩ […]

  • Friday, 16 July 2021
BJD
ମହିଳା କାର୍ଡ ପରେ ବିଜେଡି ଖେଳିଲା ଚାଷୀ କାର୍ଡ

ଭୁବନେଶ୍ୱର : ଚାଷୀ ସମସ୍ୟା ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଏଥର ଜିଲ୍ଲା କି ରାଜ୍ୟସ୍ତରରେ ନୁହେଁ, ଦିଲ୍ଲୀରେ କରିବ ଗର୍ଜନ। ଆଉ ଟାର୍ଗେଟ୍‌ରେ ରହିବେ ମୋଦି ସରକାର। ଚାଷୀ ସମସ୍ୟାକୁ ନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳ ଓ ଅନ୍ୟ ବରିଷ୍ଠ ନେତାମାନେ ଏ ସଂପର୍କରେ ଘୋଷଣା କରିଛନ୍ତି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ […]

  • Friday, 16 July 2021
frud
ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ

ପୁରୀ : ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଜଣେ ମହିଳାଙ୍କ ହୋଇଛନ୍ତି ଏହି ଠକେଇର ଶିକାର। ସୂଚନା ଅନୁସାରେ, ୨ଜଣ ଯୁବକ ସୋଶାଲ ମିଡିଆରେ ଜଣେ ମହିଳାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା କରିଥିଲେ। ପରେ ମହିଳାଙ୍କ ଠାରୁ ୪୧ ଲକ୍ଷ ଠକେଇ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାଇଜେରିଆ ନାଗରିକ ଥିବା ବେଳେ ଅନ୍ୟଜଣେ ଦିଲ୍ଲୀର ପୀୟୂଷ […]

  • Friday, 16 July 2021
b4
ବ୍ରହ୍ମପୁରରେ ଓ୍ୱାଲ୍ ପେଣ୍ଟିଂ ମାଧ୍ୟମରେ ସଚେତନତା ବାର୍ତ୍ତା

ବ୍ରହ୍ମପୁର : ବ୍ରହ୍ମପୁର ହେବ ସବୁଜ ସୁନ୍ଦର। ଏଥିପାଇଁ ବିଏମ୍‌ସି ପକ୍ଷରୁ ୱାଲ୍ ପେଣ୍ଟିଂ କରାଯାଇଛି। ଏହାସହ ଜନଗହଳି ସ୍ଥାନରେ ଗାର୍ଡେନ ମଧ୍ୟ ଖୋଲାଯାଉଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ମଧ୍ୟ କରାଯାଉଛି। ତେବେ ୱାଲ୍‌ ପେଣ୍ଟିଂ ଓ ଗାର୍ଡେନ୍‌ର ରକ୍ଷଣାବେକ୍ଷଣ ଅଭାବରୁ ଧିରେଧିରେ ନଷ୍ଟ ହେଇଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି। କାନ୍ଥରେ ଚିତ୍ର ମାଧ୍ୟମରେ ସଚେତନ କରାଯାଉଛି। କେଉଁଠି ଆଦିବାସୀଙ୍କ କଳାକୃତି […]

  • Friday, 16 July 2021
loan-up
ବିତର୍କରେ କୃଷିଋଣ ଛାଡ ପ୍ରସଙ୍ଗ: ନିର୍ବାଚନୀ ପ୍ରତିଶ୍ରୁତି ନ କରିବାକୁ ରାଜନଙ୍କ ବୟାନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଋଣଛାଡ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। କିଛି ଦିନ ତଳେ ଉଭୟ ଦିଲ୍ଲୀ ଓ ଭୁବନେଶ୍ୱରର ଏ ଚିତ୍ର ଦେଖିବାକୁ ମିଳିଛି। ଏଣୁ ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ୧୯ ନିର୍ବାଚନରେ ଋଣଛାଡ ନିଷ୍ପତ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ହେବ ଏକ ପ୍ରମୁଖ ଅସ୍ତ୍ର। ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନରେ ବି କୃଷିଋଣ ଛାଡ ଘୋଷଣା କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବାରେ ଏକ ପ୍ରମୁଖ ଭୂମିକା ନେଇଥିଲା। ତେଣୁ […]

  • Friday, 16 July 2021
kali-up
ଶ୍ରୀକାନ୍ତ-ନିରଞ୍ଜନ କଳିରେ କାହ୍ନୁଙ୍କ ଏଣ୍ଟ୍ରି

ଭୁବନେଶ୍ୱର : ଘନଉଛି କଂଗ୍ରେସ କଳି। ଶ୍ରୀକାନ୍ତ-ନିରଞ୍ଜନ ବିବାଦରେ ଏଣ୍ଟ୍ରି ମାରିଛନ୍ତି ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା। ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପିସିସି ଶୃଙ୍ଖଳା କମିଟି, ଏଆଇସିସିକୁ ସୁପାରିଶ କରିବାକୁ ନାପସନ୍ଦ କରିଛନ୍ତି କାହ୍ନୁ। ଯାହା ଆପୋଷରେ ସମାଧାନରେ ହେବ, ତାକୁ ନେଇ ନାଟ କରିବାର କଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏଥିଲାଗି ସେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଉପରେ ନିଶାନା ସାଧିଛନ୍ତି। ଯେଉଁ କଥା ଦଳ […]

  • Friday, 16 July 2021
shelter-up
NCPCR ଟିମ୍ ସଦସ୍ୟଙ୍କ ତନାଘନା ଜାରି

ଭୁବନେଶ୍ୱର : ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, ବାଲେଶ୍ୱର, ପୁରୀ ସମେତ ଢେଙ୍କାନାଳ। ଗୋଟିଏ ପରେ ଗୋଟିଏ ଆଶ୍ରମ ଗୃହରେ ପଶି ଜୋରଦାର ଚଢ଼ାଉ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ। କେଉଁଠି ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ହୋମ୍‌ରେ ଚଢ଼ାଉ କରାଯାଇଛି ତ ଆଉ କେଉଁଠି ରାଜ୍ୟ ସରକାରଙ୍କ ଅଧିନରେ ଥିବା ଶିଶୁଗୃହ ଗୁଡ଼ିକରେ ତଦାରଖ କରାଯାଇଛି। NCPCRର ୨ ଏବଂ OSCPCRର ୨ ଜଣ ସଦସ୍ୟ ଢେଙ୍କାନାଳ ବେଲଟିକିରି ସ୍ଥିତ […]

  • Friday, 16 July 2021
rahul
୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଲଙ୍କ ବାସଭବନରେ ଘମାସାନ

ନୂଆଦିଲ୍ଲୀ : ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? କଂଗ୍ରେସ ପାଇଁ ଅଡୁଆ ସାଜିଛି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅଛିଣ୍ଡା ଗଣିତ। ରାହୁଲଙ୍କ ବାସଭବନରେ ସକାଳ ୯ଟାରୁ ମାରାଥନ୍ ବୈଠକ ଚାଲିଥିଲେ ମଧ୍ୟ ବାହାରି ପାରିନି ସମାଧାନର ବାଟ। ଖାସ୍ କରି ରାଜସ୍ଥାନରେ ଗେହଲଟ୍ ଓ ସଚିନ ପାଇଲଟ ଗୋଷ୍ଠୀଙ୍କ ଲବି ରାହୁଲଙ୍କ ଆଗରେ ସବୁଠୁ ବଡ଼ ଅଡୁଆ ସାଜିଛି। ଅନ୍ୟପକ୍ଷରେ ରାହୁଲ ଉଭୟ ନେତାଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ କଥା ହୋଇଛନ୍ତି। […]

  • Friday, 16 July 2021
nilagiri
ନୀଳଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନୀଳଗିରି : ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ। ସକାଳର ପହଲି ସୂର୍ଯ୍ୟ କିରଣରେ କାକର ବିନ୍ଦୁର ବାସ୍ନା ଅବା ରଙ୍ଗବେରଙ୍ଗ ଫୁଲର ସମ୍ଭାର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆରମ୍ଭ ହେଲାଣି ପିକ୍‌ନିକ୍ ଋତୁ।  ପାହାଡ଼ ଉପରେ ଥିବା ଏଠାକାର ପଞ୍ଚଲିଙ୍ଗେଶ୍ୱର ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ପଞ୍ଚଲିଙ୍ଗେଶ୍ୱର ଦେବଙ୍କ ଦର୍ଶନ କରିବା ସହ ଏଠାକାର ଝରଣା ପାଣିରେ ଗାଧୋଇବାର ମଜା ନେଉଛନ୍ତି ଲୋକେ। ଏହା ସାଙ୍ଗକୁ  ପରିଜନଙ୍କ ସହ […]

  • Friday, 16 July 2021
6
ଭଦ୍ରକ ଜିଲ୍ଲା ଓରାଳିବିନ୍ଧାରେ ଅପହଞ୍ଚ ସରକାରୀ ଯୋଜନା

ଭଦ୍ରକ: ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ ହେଲେ ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି। ପିଇବା ପାଣି ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ତେବେ ସବୁର ସମାଧାନ ଲାଗି ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେସବୁ ପ୍ରତାରଣା ପାଲଟିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଅନ୍ତର୍ଗତ ଓରାଳିବିନ୍ଧା ଗାଁରୁ ଏଭଳି ଅଭଯୋଗ ଆସିଛି। ଗାଁରେ […]

  • Friday, 16 July 2021
cong-up
ଛତିଶଗଡ଼ରେ କ୍ଷମତା ପରିବର୍ତ୍ତନ ପରେ ଚର୍ଚ୍ଚା , କଣ ହେବ ମହାନଦୀ ଜଳ ବିବାଦର ଭବିଷ୍ୟତ?

ଭୁବନେଶ୍ୱର : ଛତିଶଗଡ଼ରେ ଗଡ଼ିଲା ରମଣ ସିଂ ସରକାର ଶାସନ। ଗାଦି ସମ୍ଭାଳିବାକୁ ଯାଉଛି କଂଗ୍ରେସ। ଏଭଳି ସ୍ଥିତିରେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ, ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? ଓଡ଼ିଶାର ଦାବିକୁ ଅଣଦେଖା କରିଥିବା ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟରେ ଆସିବ କି ପରିବର୍ତ୍ତନ ? କାରଣ ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ମାମଲା ଏବେ  ଟ୍ରିବୁନାଲ୍‌ର ବିଚାରାଧୀନ ରହିଛି। ହେଲେ ଦୁଇ ରାଜ୍ୟର […]

  • Friday, 16 July 2021
misbehave-up
ହକି ଇଣ୍ଡିଆ ସିଇଓ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭୁବନେଶ୍ୱର : ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ସର୍ବସମ୍ମୁଖରେ ଖେଳାଳିଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ଏଲେନା ନର୍ମାନ। ଏ ଘଟଣାକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା। ଅଭିଯୋଗ ଅନୁସାରେ, ଗତକାଲି ନେଦରଲାଣ୍ଡ-କାନାଡ଼ା ମ୍ୟାଚ୍ ବେଳେ ଗ୍ୟାଲେରୀରେ ଖେଳ ଦେଖୁଥିଲେ ଭାରତୀୟ ଟିମ୍‌ର ସଦସ୍ୟ। କ୍ୟାପଟେନ୍ ମନପ୍ରିତ ସିଂଙ୍କ ସହ ଅନ୍ୟ କିଛି ଖେଳାଳି ଖେଳ ଦେଖୁ ଦେଖୁ ଷ୍ଟାଡିଅୟମର ଭିଆଇପି ବକ୍ସରେ ପଶିଯାଇଥିଲେ। ସେଠାରେ ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ଓ ସେଲ୍ଫି […]

  • Friday, 16 July 2021
isha ambani
ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଶା ଅମ୍ବାନୀ

ମୁମ୍ୱାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ। ରିଲାଏନ୍ସ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ହାତ ଧରିଛନ୍ତି ପିରାମଲ ଗ୍ରୁପ ଅଧ୍ୟକ୍ଷ ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦ ପିରାମଲ। ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ବାହାଘର ଅନୁଷ୍ଠିତ ହେଉଛି। ଏଥିପାଇଁ ଆଣ୍ଟିଲିଆକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।  ଏହି ବିବାହ ଉତ୍ସବରେ ବହୁ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। ଅମିର […]

  • Friday, 16 July 2021
election-up
୫ ରାଜ୍ୟର ଫଳାଫଳ ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର : ବିଜେପି ଅଫିସ୍ ଖାଁ ଖାଁ। ଉଠୁଛି ପଡୁଛି କଂଗ୍ରେସ କାର୍ଯ୍ୟାଳୟ। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସକୁ ସଫଳତା ମିଳିବା ପରେ ପାର୍ଟି ଅଫିସ୍‌ରେ ସେଲିବ୍ରେସନ୍‌ ଚାଲିଛି। ପାରମ୍ପାରିକ ବାଦ୍ୟର ତାଳେ ତାଳେ ଚାଲିଛି ନାଚ। ମାଷ୍ଟରକାଣ୍ଟିନ ଛକରେ ସାଧାରଣ ଲୋକଙ୍କୁ ମିଠା ବାଣ୍ଟି ବିଜୟ ଉତ୍ସବ ପାଳିଛି କଂଗ୍ରେସ୍। ତେବେ ବଡ଼ ପ୍ରଶ୍ନ। ୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ କୁହଯାଉଥିବା ଏହି ଫଳାଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ? ଲମ୍ବା ସମୟ […]

  • Friday, 16 July 2021
Dr Sudhanwa Patra
‘ଯୁବ ବୈଜ୍ଞାନିକ ସମ୍ମାନ’ରେ ସମ୍ମାନୀତ ହେଲେ ଓଡ଼ିଆ ବିଜ୍ଞାନୀ ସୁଧନ୍ୟ ପାତ୍ର

ଭୁବନେଶ୍ୱର : ଆଇଆଇଟି ଭିଲାଇ ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର ତଥା ଓଡ଼ିଆ ବିଜ୍ଞାନୀ ଡ.ସୁଧନ୍ୟ ପାତ୍ରଙ୍କୁ ସମ୍ମାନୀତ କରାଯାଇଛି। ‘ଜାତୀୟ ବିଜ୍ଞାନ ଏକାଡେମୀ’ ପକ୍ଷରୁ ଚଳିତ ବର୍ଷ ପାଇଁ ତାଙ୍କୁ ମର୍ଯ୍ୟାଦାଜନକ ‘ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ଡ.ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। ପୁରସ୍କାର ସୂରୂପ ତାଙ୍କୁ ମେଡାଲ ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଛି। ଡ.ପାତ୍ର ହେଉଛନ୍ତି ଜଣେ ଥିଓରିଟିକାଲ ପଦାର୍ଥବିଜ୍ଞାନୀ। […]

  • Friday, 16 July 2021
noc-up
NOC ନଥିବା ପବ୍ଲିକ ସ୍କୁଲ୍ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆଶଙ୍କାରେ ଅଭିଭାବକ। ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ରାଜ୍ୟ ସରକାରଙ୍କ ପକ୍ଷରୁ ନୋ ଅବ୍‌ଜେକ୍ସନ୍ ସାର୍ଟିଫିକେଟ୍ ବା ଏନ୍ଓସି ପାଇଥିବା ପବ୍ଲିକ୍ ସ୍କୁଲ ମାନଙ୍କ ତାଲିକା ପ୍ରକାଶ ପରେ ଏବେ ସ୍ୱୀକୃତି ପାଇନଥିବା ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକମାନେ ଆଶଙ୍କାରେ। ଜିଲ୍ଲା ଓ୍ୱାରି ତଥ୍ୟ ଥିବା ତାଲିକା ଅନୁସାରେ ସାରା ରାଜ୍ୟରେ ପ୍ରାୟ ୫ ହଜାର ପବ୍ଲିକ ସ୍କୁଲ ରହିଛି। ସେଥିରୁ ୨୭ ଜିଲ୍ଲାରେ ୨୯୧ ଟି ସ୍କୁଲ୍‌କୁ ହିଁ ଏନ୍ଓସି ମିଳିଛି। ସେପଟେ କିନ୍ତୁ […]

  • Friday, 16 July 2021
a4
ପଦାରେ ପଡ଼ିଲା ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ଚିକିତ୍ସା ଘୋଷଣା

ବ୍ରହ୍ମପୁର:‍‍‍‍‍‍‍ ସରକାରୀ ମେଡିକାଲ୍‌ରେ ମାଗଣା ଚିକିତ୍ସା ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ହେଲେ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ରୋଗୀଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ମିଳିଲାନି ଉପଯୁକ୍ତ ଚିକିତ୍ସା। ଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଏମ୍‌କେସିଜି ଛାଡ଼ି ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲ୍‌ରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ନିକଟ ଘାଟିରେ ଦୁର୍ଘଟଣାରେ ଆହତ ହୋଇଥିବା ୧୫ରୁ ଅଧିକ ରୋଗୀ ଆଶ୍ରୟ ନେଇଛନ୍ତି। ଏବେ ମେଡିକାଲ୍‌ କର୍ତ୍ତୃପକ୍ଷ ଭଲ ଚିକିତ୍ସା ଦେବାକୁ ଆଶ୍ୱାସନା ଦେବା ସତ୍ତ୍ୱେ […]

  • Friday, 16 July 2021
otv-up
ହକି ବିଶ୍ୱକପ୍ କଭରେଜ୍ ନେଇ OTV ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର : କ୍ରୀଡ଼ା ବିଭାଗର ଅହଂକାର ଓ ହକି ଇଣ୍ଡିଆର ସ୍ୱେଚ୍ଛାଚାରିତାକୁ ହାଇକୋର୍ଟଙ୍କ ଚାପୁଡ଼ା। ହକି ବିଶ୍ୱକପ୍ ସମ୍ପର୍କିତ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲାରେ FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ଝଟ୍‌କା। ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ଓଟିଭି ପ୍ରତିନିଧି ନିରଞ୍ଜନ ରେଡ୍ଡୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏମିତିକି ନିରଞ୍ଜନ ରେଡ୍ଡୀଙ୍କୁ ନଭେମ୍ବର ୭ ତାରିଖରେ ମିଳିଥିବା ଆକ୍ରିଡିଟେସନକୁ […]

  • Friday, 16 July 2021
school-up
ଅଭିଭାବକ ସାବଧାନ; ଇଂରାଜୀ ମାଧ୍ୟମ ସ୍କୁଲରେ ଆଡମିସନ ପୂର୍ବରୁ ରୁହନ୍ତୁ ସତର୍କ

ଭୁବନେଶ୍ୱର : ଇଂଲିସ୍ ମିଡିୟମ ସ୍କୁଲରେ ପିଲାଙ୍କୁ ପଢାଇବାକୁ ଚାହୁଁଥିଲେ ସାବଧାନ। ସ୍କୁଲକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ NOC ମିଳିଛି ନା ନାହିଁ ପ୍ରଥମେ ଯାଞ୍ଚ କରିନିଅନ୍ତୁ। ନଚେତ୍ ଆଗକୁ ଅସୁବିଧାରେ ପଡିବା ଆଶଙ୍କା ରହିଛି। ରାଜ୍ୟର ଅନେକ ସ୍କୁଲ ବିନା NOCରେ ଚାଲୁଥିବା ଅଭିଯୋଗ ଆସିବା ପରେ ଅନୁମତି ପାଇଥିବା ସ୍କୁଲଗୁଡିକର ତାଲିକା ଜାରି କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସରକାରଙ୍କ ତାଲିକାରେ ଯଦି ସଂପୃକ୍ତ ସ୍କୁଲର ନାଁ ନାହିଁ ତେବେ ସେଠାରେ ପିଲାଙ୍କ ଆଡ୍‌ମିଶନ […]

  • Friday, 16 July 2021
isha 0
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରକୁ ନେଇ ଚର୍ଚ୍ଚା

ରାଜସ୍ଥାନ  : ରାଜସ୍ଥାନ ଉଦୟପୁରରେ ଅଦିନିଆ ଉତ୍ସବ। ମାଳ ମାଳ ସେଲିବ୍ରିଟିଙ୍କ ଉପସ୍ଥିତିରେ ଚମକୁଛି ପରିବେଶ। ଉଦୟପୁରର ଓବରୋଇ ଉଦୟ ବିଳାସ ଓ ସିଟି ପାଲେସ ହୋଟେଲରେ ଚାଲିଛି ଦେଶର ସବୁଠୁ ବଡ଼ ଧନୀ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ପ୍ରି-ୱେଡିଂ ସେରିମନି। ୪ ଦିନ ଧରି ଚାଲିଥିବା ଏ ଉତ୍ସବରେ ଏକାଠି ହୋଇଛନ୍ତି ଦେଶର ସବୁ ନାମୀଦାମୀ ସେଲିବ୍ରିଟି। ଖାଲି ଦେଶ ନୁହେଁ, ଦେଶ ବାହାରୁ ବି ସାମିଲ ହୋଇଛନ୍ତି ବଡ଼ ବଡ଼ ହସ୍ତୀ। […]

  • Friday, 16 July 2021
vhp bbsr2
ଭୁବନେଶ୍ୱର ଧର୍ମସଭାରେ ସାମିଲ ହେଲେ ଶହ ଶହ ସାଧୁସନ୍ଥ

ଭୁବନେଶ୍ୱର : ରାମଧ୍ୱନୀରେ ପ୍ରକମ୍ପିତ ଗାନ୍ଧୀମାର୍ଗ। ହଜାର ହଜାର ଶ୍ରଦ୍ଧାଳୁଙ୍କ ମୁଖରେ ରାମନାମ ସହ ସଂକୀର୍ତ୍ତନ। କିଏ ସଂକୀର୍ତ୍ତନରେ ମସଗୁଲ ତ ଆଉ କିଏ ରାମ ଭକ୍ତିରେ ବିଭୋର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ସହ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ଲୋଏର ପିଏମଜିରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଆୟୋଜିତ ହୋଇଥିଲା ବିଶାଳ ସମାବେଶ। ଭୁବନେଶ୍ୱର ସହ  ଦେଶର ୫ ଶହଟି ସ୍ଥାନରେ ଏହିଭଳି ସମାବେଶର ଆୟୋଜନ କରାଯାଇଥିଲା। ଓଡ଼ିଶାରେ […]

  • Friday, 16 July 2021
sri-up
ତେଜିଲା ଶ୍ରୀକାନ୍ତ - ନିରଞ୍ଜନ କଳି

ଭୁବନେଶ୍ୱର : ତେଜିଲା ଶ୍ରୀକାନ୍ତ- ନିରଞ୍ଜନ କଳି। ପରିବାରବାଦ୍ ଓ ଖଣି ଦୁର୍ନୀତି ଅଭିଯୋଗ ଆଣି ଗତକାଲି ନିରଞ୍ଜନଙ୍କୁ ଟାର୍ଗେଟ କରିଥିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ଆଉ ଆଜି ଏହାର ଜବାବ ଦେଇଥିଲେ ନିରଞ୍ଜନ। ଶ୍ରୀକାନ୍ତ ଏମିତି ଗପ କହନ୍ତି ବୋଲି ନିରଞ୍ଜନ କହିଥିଲେ। ଶ୍ରୀକାନ୍ତଙ୍କୁ ଇତିହାସ ମନେପକେଇ ଦେବା ସହ ସେ ବିଜୁ ବାବୁଙ୍କୁ ମଧ୍ୟ ଛାଡିନଥିବା କହିଛନ୍ତି। ଅନ୍ୟପକ୍ଷରେ ଦଳ ଯଦି ତାଙ୍କ କଥା ଅନୁସରଣ ନ କରେ ତେବେ ରାଜ୍ୟ କଂଗ୍ରେସ […]

  • Friday, 16 July 2021