• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

bbsr2
ଟିକେଟ ନଥିଲେ ବି ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ

ଭୁବନେଶ୍ୱର: ଟିକେଟ ନଥିଲେ ମଧ୍ୟ ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ଲୋକମାନେ ବିଗ୍‌ ଏଲ୍‌ଇଡି ସ୍କ୍ରିନ୍‌ରେ ଦେଖି ମଜା ଉଠାଇ ପାରିବେ। କାହିଁକି ନା ବିଶ୍ୱକପ ହକି ଉଦ୍‌ଘାଟନୀ ସମାରୋହ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ୧୨ଟି ସ୍ଥାନରେ ବଡ଼ବଡ଼ ଏଲ୍ଇଡି ଲାଗିବ। ବଡ଼ବଡ଼ ମଲ୍‌, ଖୋଲା ପଡ଼ିଆରେ ଏହି ଏଲ୍ଇଡି ଲାଗିବାକୁ ଥିବାବେଳେ, ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ମ୍ୟାଚ୍‌ ଏବଂ ଉଦ୍‌ଘାଟନୀ ସମାରୋହ ବେଳେ ସୁରକ୍ଷା ନେଇ […]

  • Thursday, 15 July 2021
m1
କଣ୍ଟାମାଳରେ କାର୍ଯ୍ୟକ୍ଷମ ହୋଇପାରନି ମେଗା ଉଠା ଜଳସେଚନ ପ୍ରକଳ୍ପ

ବୌଦ୍ଧ: ୩ ବର୍ଷ ବିତିଗଲାଣି ତଥାପି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଚାଷୀଙ୍କ ଜମିକୁ ଜଳ ଯୋଗାଣ ଲାଗି ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ସରକାରଙ୍କ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ଯୋଜନା ହୋଇଥିଲା। ତେବେ କଣ୍ଟାମାଳ ବ୍ଲକରେ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ମରୁଡ଼ି ହୋଇଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଣଜଳସେଚିତ ଚାଷ […]

  • Thursday, 15 July 2021
q6
ଅଦରକାରୀ ପଦାର୍ଥରୁ ତିଆରି ହେଉଛି ସୁନ୍ଦର ପ୍ରତିକୃତି

ବ୍ରହ୍ମପୁର: ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟି। ବ୍ରହ୍ମପୁର ସରକାରୀ ଆଇଟିଆଇର ୱାର୍କସପ୍ ଗୁଡ଼ିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ୍‌ ତଥା ଅଦରକାରୀ ଜିନିଷରୁ ବହୁ ସୁନ୍ଦର ପ୍ରତିକୃତି ତିଆରି ହେଉଛି। ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଅଦରକାରୀ ପଦାର୍ଥ ସବୁ ଜୀବନ୍ତ ହୋଇ ଉଠିଛି। ଏବେ ସେହି ସ୍କ୍ରାପ୍‌ରୁ ତିଆରି ହେଉଛି ୧୨ ଫୁଟ ଉଚ୍ଚର ପ୍ରିଡେଟର। ବ୍ରହ୍ମପୁର ସରକାରୀ ଆଇଟିଆଇ ସ୍କ୍ରାପ୍‌ ମ୍ୟୁଜିୟମରେ ବିଶାଳକାୟ ହଲିଉଡ୍‌ ଫିଲ୍ମର ନେଗେଟିଭ ଚରିତ୍ର ପ୍ରିଡେଟର ନିର୍ମାଣ ଚାଲିଛି। […]

  • Thursday, 15 July 2021
elephant
ରାଜ୍ୟରେ ଅସୁରକ୍ଷିତ ବନ୍ୟଜନ୍ତୁ

ଭୁବନେଶ୍ୱର: ପରିବେଶ ସନ୍ତୁଳନ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଜରୁରୀ। ହେଲେ ଏହାକୁ ମାନୁଛି କିଏ ? ଗତ ପାଞ୍ଚ ବର୍ଷରେ ଅଢ଼େଇ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଯିବା, ବର୍ତ୍ତମାନ ପରିବେଶ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିଛି। କେବେ ଦୈବୀ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁ ବାଘ, ହାତୀ, ଭାଲୁ, ହରିଣ ଓ ମୟୁର ସହ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର […]

  • Thursday, 15 July 2021
road1
ମରଣଯନ୍ତା ପାଲଟିଛି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ; ବର୍ଷକ ଭିତରେ ଗଲାଣି ୬ ଜୀବନ

କଟକ: କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। କେନ୍ଦ୍ରାପଡ଼ା ଆଳିର ପାତ୍ରପୁର ସେତୁଠାରୁ ଗଡ଼ଗଡ଼ି ଘାଟ ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ବର୍ଷକ ଭିତରେ ସେହି ରାସ୍ତାରେ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଗଲାଣି। ୨୦ରୁ ଅଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ଛକ ଗୁଡ଼ିକରେ ଚେକ୍ ପୋଷ୍ଟ ନଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାତ୍ରପୁର […]

  • Thursday, 15 July 2021
railway
କରୋନା ମୁକାବିଲା ପାଇଁ ଭାରତୀୟ ରେଲୱେର ବଡ଼ ପଦକ୍ଷେପ; ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଏପରିକି ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ମଧ୍ୟ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଯାତ୍ରୀମାନଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଲୱେ ସ୍ୱତନ୍ତ୍ର କୋଚ୍ ନିର୍ମାଣ କରିଛି। ଏହି କୋଚରେ ଏମିତି କିଛି ସୁବିଧା ଅଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ କୋଭିଡ୍-୧୯ ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବାରେ ସହାୟତା ମିଳିବ। Post-COVID Coach 🚋: Indian Railways creates a unique coach, with design […]

  • Thursday, 15 July 2021
pradeep
ପ୍ରଦୀପ ମାଝୀଙ୍କ ଟାର୍ଗେଟରେ ଗାନ୍ଧୀ ପରିବାର; ଜବାବ ରଖିଲେ ସୁର ଓ ତାରା

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ପାଇଁ ସୋନିଆ ଓ ରାହୁଲ ହିଁ ଦାୟୀ। ଓଟିଭିର ନ୍ୟୁଜ୍ ଆଟ୍ ନାଇନ୍ ବିତର୍କରେ ଭାଗ ନେଇ ଏଭଳି ବିସ୍ଫୋରକ ପ୍ରତିକ୍ରିୟା ଦେଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇଛି। ସେ କହିଛନ୍ତି ଯେ, ଯେଉଁମାନେ ଦଳର ସଭାପତି ଦାୟିତ୍ୱରେ ଥିଲେ ଓ ଅଛନ୍ତି। ସେମାନେ ହିଁ ବର୍ତ୍ତମାନର ସ୍ଥିତି ପାଇଁ ଦାୟୀ। ତେବେ ରାହୁଲଙ୍କ ନିକଟ ଲୋକ କୁହାଯାଉଥିବା ପ୍ରଦୀପ ମାଝୀ ଏଭଳି […]

  • Thursday, 15 July 2021
Congress-OR
କଂଗ୍ରେସକୁ ‘ଗାନ୍ଧୀ’ ଅଡୁଆ !

ଭୁବନେଶ୍ୱର (ପ୍ରସନ୍ନ ସାହୁ): କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍‌ବ୍ୟାକ୍‌ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ ମୂଳରୁ ମାରି ଦେଇଛି। ତେବେ କଣ ପାଇଁ ଗୋଠକୁ ଏକାଠି ରଖିବାରେ ବିଫଳ ହେଉଛି କଂଗ୍ରେସ? ୨୦୧୪କୁ ଯିବାର ଆବଶ୍ୟକତା ନାହିଁ, ଯଦି ଗଲା କିଛି ମାସର […]

  • Thursday, 15 July 2021
p2
ଛୁଇଁଛି ଶୀତ; ଶୀତୁଆ ସକାଳର ମଜା ଉଠାଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳକୁ ସ୍ପର୍ଶ କରିଛି ଏ ବର୍ଷର ପ୍ରଥମ ଶୀତ। ସୋମବାର ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିଲା। ସେହିପରି କୋରାପୁଟକୁ ମଧ୍ୟ ଶୀତ ଛୁଇଁଛି। ସୋମବାର ହାଲୁକା କୁହୁଡ଼ି ସହିତ କାକର ସକାଳରେ ବେଶ୍‌ ମନୋରମ ହୋଇ ଉଠିଥିଲା ପରିବେଶ। ଏହାକୁ ମନଭରି ଉପଭୋଗ କରିଥିଲେ ଲୋକେ। ସୁନେଲୀ ଅଳସୀ ଫୁଲରେ ସାରା ପରିବେଶ ଢାଙ୍କି ହୋଇଛି। କୁହୁଡ଼ିଆ ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ସମସ୍ତେ ବାହାରି ପଡ଼ିଥିଲେ।   ଚଳିତ ବର୍ଷର ପ୍ରଥମ […]

  • Thursday, 15 July 2021
puri2
ଶ୍ରୀମନ୍ଦିରରେ ଅଚଳ ରାମ୍ପ୍‌ ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଛୁଟି ଆସିଥାନ୍ତି। ବାଇଶ ପାହାଚ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଦିବ୍ୟାଙ୍ଗଙ୍କ ପାଇଁ ଅସମ୍ଭବ ଥିବାବେଳେ, ଏଥିପାଇଁ ରାମ୍ପ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାତ୍ର ଏହି ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ଅନେକ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିନପାରି ଫେରି ଯାଉଛନ୍ତି। ବଲାଙ୍ଗିରର ଦିବ୍ୟାଙ୍ଗ ପ୍ରେମଲତା ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ହେଲେ ଶ୍ରୀମନ୍ଦିରରେ ଅଚଳ ରାମ୍ପ୍‌ ବ୍ୟବସ୍ଥା ତାଙ୍କୁ ମହାପ୍ରଭୁଙ୍କ […]

  • Thursday, 15 July 2021
titli3
ତିତ୍‌ଲି ତାଣ୍ଡବ: ଅଧାରେ ଲଟକିଛି ନୂଆ ଘର ପ୍ରତିଶ୍ରୁତି

ଗଜପତି: ଭୟଙ୍କର ପ୍ରଳୟ ଓ ଅସରନ୍ତି ଦୁର୍ଦ୍ଦଶାକୁ ସାଙ୍ଗରେ ଧରି ଆସିଥିବା ତିତ୍‌ଲି ବାତ୍ୟାକୁ ମାସେ ପୂରିଛି। ହେଲେ ବିପନ୍ନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ। କେମିତି ଅଛି ବିପନ୍ନଙ୍କ ଅବସ୍ଥା ? କେତେ ବଦଳିଛି ଦୁର୍ଦ୍ଦଶାର ଚିତ୍ର ? ତାକୁ ନେଇ ଓଟିଭିର ଏହି ସ୍ପେଶାଲ ରିପୋର୍ଟ। ତିତ୍‌ଲି ଦ୍ୱାରା ସର୍ବାଧିକ ପ୍ରଭାବିତ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଥିବା ପରି ମନେ ହେଉନାହିଁ। ସବୁଠି ନଜରକୁ ଆସିଥିଲା ଅଭିଯୋଗ ସାଙ୍ଗକୁ […]

  • Thursday, 15 July 2021
cycle
ସ୍ମାର୍ଟ ସିଟିରେ ଗଡ଼ିବ ସ୍ମାର୍ଟ ସାଇକେଲ

ଭୁବନେଶ୍ୱର: ସ୍ମାର୍ଟ ବସ୍‌ ପରେ ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ। ସ୍ମାର୍ଟ ବେଲ୍ ,ସ୍ମାର୍ଟ ଲକିଂ ସହ ଜିପିଆର୍‌ଏସ୍‌ ଦ୍ୱାରା ଟ୍ରାକିଂ ସୁବିଧା ରହିଛି ଏହି ସାଇକେଲରେ। ଏମିତି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ କିଛି ନୂଆ ଫିଚର୍‌ ଥିବା ସ୍ମାର୍ଟ ସାଇକେଲ ଭୁବନେଶ୍ୱର ରାସ୍ତାରେ ଗଡ଼ିବ। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୫ ଶହ ସ୍ମାର୍ଟ ସାଇକେଲ। ୟୁଲୁ ଆପ୍‌ସ୍‌ ମାଧ୍ୟମରେ ବ୍ୟବହାର କରି ହେବାକୁ ଥିବା ଏହି ସାଇକେଲର ପରିଚାଳନା ଦାୟିତ୍ୱ ନେଇଛି ପ୍ଲେ ବୁକ୍‌ […]

  • Thursday, 15 July 2021
d11
ଅବହେଳିତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

କନ୍ଧମାଳ: ଆସିଗଲାଣି ପର୍ଯ୍ୟଟନ ଋତୁ। ପ୍ରକୃତିକୁ ଉପଭୋଗ କରିବାକୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ହେଲେ ଭିତ୍ତିଭୂମିର ଅଭାବ ସହ ଗମନାଗମନ ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଦାରିଙ୍ଗବାଡି ବିଡିଓ କହିଛନ୍ତି। ଦାରିଙ୍ଗବାଡ଼ିର ସୁଉଚ୍ଚ ପର୍ବତମାଳା, ଜଳପ୍ରପାତ ଏବଂ ହିଲ ଭିୟୁ ପାର୍କ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରୁଛି। ଶୀତଋତୁରେ […]

  • Thursday, 15 July 2021
p3
ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ

ପୁରୀ: ପଟ୍ଟଚିତ୍ର ପ୍ରେମରେ ପଡ଼ିଯାଇଛନ୍ତି ବିଦେଶିନୀ। ପଟ୍ଟଚିତ୍ର ଓ ଚାରୁ କଳା ପାଇଁ ପୁରୀ ଜିଲ୍ଲା ରଘୁରାଜପୁର ଗାଁ ବେଶ୍‌ ପରିଚିତ ଥିବାବେଳେ, ଏବେ ଏହି ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ ପଡ଼ିଯାଇଛନ୍ତି। ଏକାଧିକ ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି। ହାତରେ ଲେଖନୀ ଧରି ତାଳ ପତ୍ରରେ ଲେଖି ଚିତ୍ର ଆଙ୍କିବା ଦୃଶ୍ୟ ଦେଖିବାକୁ ମିଳିଛି। କିଏ ଲେଖନୀରେ ମୟୂର ଆଙ୍କୁଛି ତ ଆଉ କିଏ ଗଣେଶଙ୍କ ପ୍ରତିମୂର୍ତ୍ତି। ପ୍ରାୟ […]

  • Thursday, 15 July 2021
ganguly
'ପ୍ରିନ୍ସ ଅଫ୍ କୋଲକାତା' @୪୮

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର୍’ ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ବି ମନେ ପକାଯାଏ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ପ୍ରମୁଖ ଯୋଗଦାନ ରହିଛି। ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ […]

11
ଅବାଧରେ ବାଲି ଚୋରା ଚାଲାଣ ଅଭିଯୋଗ

ବରଗଡ଼: ବେଧଡ଼କ ଭାବେ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ଟ୍ରିପ୍ ଟ୍ରିପ୍ ବାଲି ବାହାର କରାଯାଉଛି। ନା ରୋକିବାକୁ କେହି ଅଛି ନା ଯାଞ୍ଚ କରିବାକୁା ଦୈନିକ ଏଭଳି କାରବାର ଚାଲୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ବରଗଡ ଜିଲ୍ଲା ଦେଓଗାଁ ପଞ୍ଚାୟତ ଧମନାମୁଣ୍ଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି। ବଡ଼ ଗାଡି ଗୁଡିକରେ ବାଲି […]

  • Thursday, 15 July 2021
1
ଅମଳ ପରେ ଚାଷୀଙ୍କୁ ଏବେ ଧାନ ବିକ୍ରି ଚିନ୍ତା

କଳାହାଣ୍ଡି: ଅମଳ ପରେ ଏବେ ଧାନ ବିକ୍ରି ଚିନ୍ତା। ମଣ୍ଡି ଖୋଲାରେ ବିଳମ୍ବ ହେଉଥିବା ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏଯାଏ ମଣ୍ଡି ଖୋଲା ଯାଇନି। ଧାନ କିଣାରେ ବିଳମ୍ବ ଫଳରେ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅନ୍ୟ ପଟେ ଧାନ ସଂଗ୍ରହ ଲାଗି ପ୍ୟାକ୍ସ ପ୍ରସ୍ତୁତ ଥିବା ଜିଲ୍ଲା ଯୋଗାଣ […]

  • Thursday, 15 July 2021
7
କମୁଛି ହୀରାକୁଦ୍‌ ଡ୍ୟାମ୍‌ର ଜଳ ପ୍ରବାହ, ଜାଣନ୍ତୁ କ’ଣ ରହିଛି କାରଣ

ଭୁବନେଶ୍ୱର: ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି ଛତିଶଗଡ଼ର କଲ୍‌ମା ବ୍ୟାରେଜ୍। ଉପର ମୁଣ୍ଡରେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଛତିଶଗଡ଼ ବ୍ୟାରେଜ୍‌ ଅଧିକାଂଶ ଗେଟ୍ ବନ୍ଦ କରିଦେବା ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ପ୍ରବାହ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି। ଯେଉଁଠି ଅକ୍ଟୋବର ୩୧ ସୁଦ୍ଧା ଡ୍ୟାମ୍‌ରେ ୬୩୦ ଫୁଟ୍ ପାଣି ରହିବା କଥା ସେଠି ଏବେ ୬୨୭ ଫୁଟ୍ ପାଣି ରହିଛି। ଫଳରେ ଆଗକୁ ଜଳସେଚନ, ଶିଳ୍ପ ଓ ବିଦ୍ୟୁତ୍ ଉତ୍ପାଦନରେ ଘୋର ସଙ୍କଟ ଦେଖାଦେବା […]

  • Thursday, 15 July 2021
1r
ଅସହାୟଙ୍କ ସାହାରା ଜଳନ୍ଧର; ନିଜ ଖର୍ଚ୍ଚରେ କରୁଛନ୍ତି ସେବା

ବରଗଡ଼:  ବୟସର ଅପରାହ୍ନରେ ପହଞ୍ଚିବା ପରେ ଅଲୋଡ଼ା ହୋଇ ପଡୁଛନ୍ତି ଘରର ବୟୋଜ୍ୟେଷ୍ଠମାନେ। କେଉଁଠି ପୁଅ ମା’କୁ ବଜାରରେ ଛାଡ଼ି ଚାଲି ଯାଉଛି ତ ଆଉ କିଏ ବୋହୂ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଏମାନଙ୍କ ଦେବଦୂତ ସାଜିଛନ୍ତି ଏଭଳି ଜଣେ ବ୍ୟକ୍ତି ଯିଏକି ଏମାନଙ୍କୁ ନିଜର ଭାବି ଆପଣାଇଛନ୍ତି। ଏହି ବ୍ୟକ୍ତି ଜଣକ ମାନବ ସେବାରେ ନିଜ ଜୀବନକୁ ଉତ୍ସଗୀକୃତ କରି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ […]

  • Thursday, 15 July 2021
5
ଢେଙ୍କାନାଳରେ ଧୁମ୍‌ଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ଢେଙ୍କାନାଳରେ ଧୁମଧାମ୍‌ରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ସୁଉଚ୍ଚ ତୋରଣ, ସୁସଜ୍ଜିତ ମେଢ ଆଉ ମୀନାବଜାର ପାଲଟିଛି ମୁଖ୍ୟ ଆର୍କଷଣ। ଚଳିତ ବର୍ଷ ସହରରେ ୪ଟି ଚାନ୍ଦି ମେଢ ନିର୍ମାଣ ହୋଇଛି। ସେପଟେ ଆଉ ଦିନ କେଇଟା ପରେ ଭସାଣ ଥିବାରୁ ମା’ଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଗଣେଶ ବଜାରର ମା’ ଗଜଲକ୍ଷ୍ମୀଙ୍କ ଚାନ୍ଦିମେଢ଼, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀର ଚାନ୍ଦିମେଢ଼, ଲକ୍ଷ୍ମୀ ବଜାରର ଜରି ମେଢ଼ ଓ ପାର୍ଶ୍ୱ ପ୍ରତିମୂର୍ତ୍ତୀ ବହୁତ […]

  • Thursday, 15 July 2021
2
ତିତ୍‌ଲି ଦେଇଗଲା ଦୁଃଖ; ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ଦିନ କାଟୁଛନ୍ତି ଲୋକେ

ଗଞ୍ଜାମ: ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିରେ ଏବେ ବି ଲୋକମାନେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ତିତ୍‌ଲିକୁ ତିନି ସପ୍ତାହ ପୂରିବାକୁ ବସିଲାଣି ହେଲେ ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପଞ୍ଚାୟତ ବାସିନ୍ଦା ଏବେ ଯାଏ ମଧ୍ୟ ଅଣ୍ଟା ସଳଖି କରି ପାରିନାହାନ୍ତି। ବାତ୍ୟା ପରବର୍ତ୍ତୀ ଋଷିକୂଲ୍ୟା ବନ୍ୟାରେ ଧୋଇ ହୋଇ ଯାଇଛି ଘର ଦ୍ୱାର ଏବଂ ଭାସିଯାଇଛି ସବୁ ଆସବାବ ପତ୍ର। କେବଳ ପଡ଼ିରହିଛି ଭିଟାମାଟି ଓ ନଷ୍ଟ ହୋଇ ଯାଇଥିବା ଚାଷଜମି। […]

  • Thursday, 15 July 2021
14
ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି

ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଆଜି ଗୁଜରାଟରେ ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି। ନର୍ମଦା ନଦୀ କୂଳରେ ଏକ ମନୋରମ ପ୍ରାକୃତିକ ପରିବେଶରେ ତିଆରି ହୋଇଥିବା ବିଶ୍ୱର ଏହି ସର୍ବବୃହତ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୧୮୨ ମିଟର। ଯାହାର ନାଁ ରହିଛି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦ୍‌ଘାଟନ କରିବେ। […]

  • Thursday, 15 July 2021
8
ଆସିଯାଇଛି ପର୍ଯ୍ୟଟନର ଋତୁ ; କାଲିଠୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ

ବାରିପଦା : ଆସିଯାଇଛି ପର୍ଯ୍ୟଟନର ଋତୁ। ଶିମିଳିପାଳରେ ପୁଣି ପର୍ଯ୍ୟଟକଙ୍କର ଭିଡ଼ ଜମିବ। କାରଣ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ୱାର ହେଉଛି କାଳିଆଣୀ ଗେଟ୍। ଯଶୀପୁର NH 49 ରୁ ଏହାର ଦୂରତା ୧୪ କିଲୋମିଟର। ଅଭୟାରଣ୍ୟ ଭିତରେ ଅଛି ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର […]

  • Thursday, 15 July 2021
2
ତିତ୍‌ଲି ପରେ ଚାଷୀଙ୍କ ଚକଡ଼ା ଚିନ୍ତା

ରାୟଗଡ଼ା: ପ୍ରଥମେ ତିତ୍‌ଲି ଆଉ ଏବେ ଚକଡ଼ା ପୋକ, ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତିତ୍‌ଲି ପ୍ରଭାବରେ ବ୍ୟାପକ କପା ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଶହ ଶହ ହେକ୍ଟର ଜମିରେ ଚକଡ଼ା ପୋକ ମାଡ଼ି ଯାଇଛି। ଯେତେ କୀଟନାଶକ ସିଞ୍ଚନ କଲେ ମଧ୍ୟ କିଛି ସୁଫଳ ମିଳୁନି। ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ ଶହ ଶହ ହେକ୍ଟର ଜମିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଶହ ଶହ […]

  • Thursday, 15 July 2021
1
ମହାବାତ୍ୟାକୁ ପୂରିଲା ୧୯ ବର୍ଷ; ଏବେବି ଲିଭିନି ମହାବାତ୍ୟାର ସେହି କରାଳ ରୂପ

ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। କିନ୍ତୁ ଏବେ ଯାଏ ମନରୁ ଲିଭିନି ସେଇ ପ୍ରକୃତିର କରାଳ ରୂପ। ଆଖି ଆଗରେ ଭାସିଯାଇଥିଲେ ପରିବାର ଲୋକ। ଉଜୁଡ଼ି ଯାଇଥିଲା ଜୀବନ ଜୀବିକା। ପ୍ରକୃତିର ତାଣ୍ଡବ ପରେ ଯେଉଁ କେତେଜଣ ବଞ୍ଚିଯାଇଥିଲେ ତାଙ୍କ ପାଇଁ ଦୁର୍ବିସହ ହୋଇ ଯାଇଥିଲା ଜୀବନ। ମହବାତ୍ୟାରେ ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ବିଶୁନପୁର ପଞ୍ଚାୟତର ଦାସମଠ ଓ ନଳଭେଡ଼ି ଗାଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ମହାବାତ୍ୟାର ୧୯ବର୍ଷ ପରେ ବି ଅନେକ […]

  • Thursday, 15 July 2021