ଜଲନ୍ଦର: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି କରାଯାଇଥିଲା। ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ନିୟମକୁ କୋହଳ କରାଯାଇଛି। ଯଦି କୌଣସି ଶୁଭକାର୍ଯ୍ୟ କରୁଛନ୍ତି। ଯେମିତି ବାହାଘର ଭଳି ଶୁଭ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ଏଥିସହ ସାମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ପଞ୍ଜାବର ଲୋକମାନେ ବାହାଘର ନିମନ୍ତେ କିଛି ନୂଆ ନିୟମ କରିବା ପାଇଁ ଜିଲ୍ଲା ପ୍ରଶାସନକୁ […]
ଢେଙ୍କାନାଳ : ତଳି ବୁଢ଼ା ହେଲାଣି ବିଲରେ ନାହିଁ ପାଣି। ଏବେ କଣ କରିବେ, ସେ ନେଇ ଚିନ୍ତାରେ ଚାଷୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡ଼ିଶ ଅଞ୍ଚଳର ବାରୁଆଁ, ଗଡ଼ନୃସିଂହପ୍ରସାଦର ଶହ ଶହ ଏକର ଜମିରେ ପାଣି ଯୋଗାଇବାକୁ ଡମଶାଳା କେନାଲରେ ପାଣି ଛଡାଯାଉଥିଲା। ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲକୁ ରେଙ୍ଗାଳୀ ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିରେ ଜମିକୁ ପାଣି ମାଡ଼ୁଥିବା କେନାଲର ବାଟବନ୍ଦ କରାଯିବା ସହ […]
କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି ଦେଶରେ ଲକ୍ଡାଉନ୍ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି। ଲକ୍ଡାଉନ୍ ସମୟରେ ଅର୍ଥାତ୍ ଗତ ମେ’ ମାସରେ ଏକ ପରିବାର ତାମିଲନାଡୁରୁ ଉତ୍ତରପ୍ରଦେଶର କନୌଜକୁ ଫେରିଥିଲେ। ୟୁପିରେ ପହଞ୍ଚିବା ପରେ ପରିବାର ଲୋକଙ୍କ ପାଖରେ କିଛି ଖାଇବାକୁ ନଥିଲା। ଖାଦ୍ୟ […]
ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କରୋନା ହେବା ସେନ୍ଦହ କରି ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ସୋଲାପୁରର ନୂଆ ବୁଦ୍ଧ ପେଠ ଅଞ୍ଚଳରେ ରହୁଥିବା ସାରଦାବାଇ ଦୁଇ ଦିନ […]
କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି ଦୁଇ ଗାଁ ଲୋକଙ୍କ ପାଇଁ ସାମାଜିକ ଯୋଜନା ଆରମ୍ଭ କରି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗ ପରେ କୋରାପୁଟ ଉପଜିଲ୍ଲାପାଳ ଏହି ଦୁଇ ଗାଁକୁ […]
ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା । ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା […]
ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ କହିଛନ୍ତି ଯେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରିଥିବାରୁ ତାଙ୍କୁ ଖୁସି ଲାଗୁଛି। ଅକ୍ଷୟ ବାହାଘର ପାଇଁ ଦୁଇଲକ୍ଷ ଟଙ୍କା […]
ପୁରୀ: ଯୋଜନା ହେଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ଓ କୋଣାର୍କରେ ହସ୍ପିଟାଲ୍ ବି ତିଆରି ହେଲା। ହେଲେ ବିଡମ୍ବନାର ବିଷୟ ଯେ ୩ ବର୍ଷ ହେବ ସରକାର ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ନବକଳେବର ବେଳେ ଆରମ୍ଭ ହୋଇଥିବା ୨୦୦ ବେଡ୍ ହସ୍ପିଟାଲର ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି। ପୁରୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ତିଆରି ହୋଇଛି। ଯାହାକୁ […]
ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ। ବୈଶାଖ ମାସରୁ ଅାସି କାର୍ତ୍ତିକ ଯାଏ ସେମାନେ ରହନ୍ତି ଏହି ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ସହିତ ଏହି ବିଦେଶୀ ପକ୍ଷୀଙ୍କ ଏକ ନିଅାରା ସଂପର୍କ ହୋଇଗଲାଣି। ତେଣୁ ଏହି ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସ୍ଥାନୀୟ ଲୋକେ। ବଡ଼ି ଭୋର୍ରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କର୍ଲାଜୋରି ଗାଁରେ ବିଦେଶୀ ଅତିଥିଙ୍କ କିଚିରି ମିଚିର ଶବ୍ଦ ଶୁଭେ। ସେମାନଙ୍କ କଳରବରେ ହିଁ […]
ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ। ପ୍ରକୃତରେ […]
ନୂଆଦିଲ୍ଲୀ: ଯେଉଁଠି ଦିନେ ମା ଅନେକ ଝଡ଼ ଝଞ୍ଜା ସହି ତାର ପୁଅକୁ ପଣତକାନିରେ ବାନ୍ଧି ରଖିଥିଲା, ଆଜି ସେହି ପୁଅ କରୋନା ଭୟରେ ତାର ୮୦ ବର୍ଷର ବୁଦ୍ଧା ମାକୁ ଘରେ ପୂରାଇବାକୁ ଦେଇନଥିଲା। ଶେଷରେ ପ୍ରଶାସନ ଓ ପଡୋଶୀ ଲୋକଙ୍କ ହସ୍ତକ୍ଷେପ ମାକୁ ଘର ଭିତରେ ରହିବା ପାଇଁ ଜାଗାଟିଏ ଦେଇଥିଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣାଟି ଘଟିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ। ଖବର ଅନୁଯାୟୀ, ବୃଦ୍ଧା ଜଣକ ମହାରାଷ୍ଟ୍ରର ଶୋଲାପୁରରେ ଥିବା […]
ନୂଆଦିଲ୍ଲୀ:ସେ ବୁଝେନି କାହାରି ଆକଟ କି ଅନୁରୋଧ। କିଏ କ’ଣ କହୁଛି ତା’ର ସେଥିପ୍ରତି ଖାତିର ନାହିଁ। ସେ ଜାଣିଛି, ମାଲିକ ତା’ର ଡାକ୍ତରଖାନା ଯାଇଛନ୍ତି। ନିଶ୍ଚୟ ଫେରିବେ। ଆଉ ଦୁହେଁ ମିଶି ଘରକୁ ଯିବେ। ହେଲେ ନା ମାଲିକ ଫେରୁଛନ୍ତି..ନା ସେ ଘରକୁ ଯାଇ ପାରୁଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ତଥାପି ତା‘ ଅପେକ୍ଷାର ଅନ୍ତ ନାହିଁ। ମଣିଷ ନୁହେଁ, ଏକ ବଫାଦାର କୁକୁରର ଏମିତି ଦୁଃଖଦ କାହାଣୀ, ଯାହା ଶୁଣିଲେ […]
ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଈ ପାଲଟିଛି ଚଲାରାସ୍ତା। ବର୍ଷା ଋତୁରେ ୩ ମାସ ଏମାନେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏଠାରେ ପୋଲ ନିର୍ମାଣ ଲାଗି […]
ନୋଏଡା: ଛାତିରେ ଜାକି ଧରିଥିଲେ ରୋଗାକ୍ରାନ୍ତ ନବଜାତ ଶିଶୁକୁ। ରାତିର ଘନ ଅନ୍ଧାରରେ ଘୁରି ବୁଲୁଥିଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା । କେଉଁ ଡାକ୍ତରଖାନାରେ ଭେଣ୍ଟିଲେଟର ନ ଥିଏଲା ତ କେଉଁଠି ଡାକ୍ତରଙ୍କ ଦାବି ମୁତାବକ ବାପାଙ୍କ ପର୍ସରେ ନ ଥିଲା ଟଙ୍କା । କେଉଁଠି ଡାକ୍ତର ନ ଥିଲେ, ପୁଣି କେଉଁଠି ଡାକ୍ତର ଥିଲେ ବି ଶୋଇ ପଡ଼ିଥିଲେ। ଏମିତି ଅସହାୟ ଅବସ୍ଥାରେ ବାପା ସାରା ରାତି ଘୁରି ବୁଲିବା ପରେ ଶେଷରେ ଡାକ୍ତରଖାନାରେ […]
ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ, ଏଠାରେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ଥିଲା। ମାତ୍ରାଧିକ ତାପମାତ୍ରା ଯୋଗୁ ମଣିଷ ରହିବା ସମ୍ଭବ ନୁହେଁ। ସମୁଦ୍ର ପତ୍ତନଠାରୁ ୧୯୦ ଫୁଟ ତଳେ ଅବସ୍ଥିତ ଏହି […]
ରାୟଗଡ଼ା: ଦୁନିଆକୁ ଜାଣିବା ଆଗରୁ ପର କରି ଚାଲିଗଲେ ବାପା ମାଆ। ଆଉ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରିବା ବେଳକୁ ଦଇବ ଦାଉ ସାଧିଲା। ଆଉ ଅସ୍ୱାଭାବିକ ଭାବେ ବଢ଼ି ଚାଲିଲା ଡାହାଣ ହାତ। ଏମିତି ଦୁର୍ଦ୍ଦଶା ଭୋଗି ସପ୍ତମ ଶ୍ରେଣୀରେ ପାଠ ପଢ଼ାରେ ଡୋରି ବନ୍ଧାହେଲା। ଏହି କରୁଣ କାହାଣୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ପେରୁପାଙ୍ଗ ଗାଁର ୧୯ ବର୍ଷୀୟ ମିତା ଶବରଙ୍କର। ଯେଉଁ ହାତରେ ନିଜ ଭାଗ୍ୟ […]
ସୁବର୍ଣ୍ଣପୁର : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା […]
ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ କିଛିଦିନ ଭିତରେ ସର୍ମ୍ପକରେ କେମିତି ବଦଳିଗଲା, ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା। କାନପୁରରେ ହେଇଥିବା ଏହି ବାହାଘର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିବାବେଳେ ଭାଇରାଲ ମଧ୍ୟ ହେବାରେ ଲାଗିଛି। […]
ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଖି ଆଗରେ ରାଜସ୍ଥାନର ଅଜମେର ଜିଲ୍ଲାରେ ‘ମାର୍ବଲ ସିଟି’ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି କ୍ୟାନସର ରୋଗରେ ପୀଡିତ । ହେଲେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। କରୋନା ରୋଗୀଙ୍କ ପାଇଁ ମାସ୍କ ନିଜ ହାତରେ ତିଆରି କରୁଛନ୍ତି ଏବଂ ମାଗଣାରେ […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି। ପ୍ରବାସୀଙ୍କ ପାଖରେ ନାଁ […]
ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି। ଏନେଇ […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏଭଳି ପରିସ୍ଥିତରେ କିଛି ଅମାନିଆ ଲକ୍ଡାଉନ୍ର ନିୟମକୁ ମାନୁନଥିବା ଜଣାପଡିଛି। ଏହି ସମୟରେ ଉତ୍ତରପ୍ରଦେଶର ମେରଠ ଠାରେ ଦୁଇଜଣ ଯୁବକ ମୁହଁରେ ମାସ୍କ ପିନ୍ଧିନଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସେମାନଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଦୁଇଜଣ ଯୁବକଙ୍କ ମୁହଁରେ ମାସ୍କ ନଥିଲା, ସେମାନଙ୍କୁ ଯେତେବେଳେ ପୋଲିସ ଧରିବାକୁ […]
ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍ ଗାୟକ ଡ୍ରେକ୍ର ଲୋକପ୍ରିୟ ଅାଲବମ୍ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ […]
ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ […]