• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

6
ନିଜ ଗାଁର ପ୍ରତି ଘରୁ ଜଣଙ୍କୁ ସେନାରେ ଭର୍ତ୍ତି ଲାଗି ଯବାନଙ୍କ ଉଦ୍ୟମ

ଭଦ୍ରକ( ପାର୍ଥସାରଥୀ ନାୟକ) : ନିଜେ ସେନାରେ ଯୋଗ ଦେଇ ମାଟି ମାଆର ସେବା କରୁଛନ୍ତି। ଲକ୍ଷ୍ୟ ରଖିଛନ୍ତି ତାଙ୍କ ଅଞ୍ଚଳର ପ୍ରତି ପରିବାରରୁ ଜଣେ ଜଣେ ସୈନିକ ବାହାରନ୍ତୁ । କେହି ଯୁବକ ଯେମିତି ବେକାର ନ ରୁହନ୍ତୁ। ସେ ହେଉଛନ୍ତି ଭଦ୍ରକ ତିହିଡ଼ି ବ୍ଲକ୍‌ର ସେନା କର୍ମଚାରୀ ଜ୍ୟୋତିର୍ମୟ ପାଣ୍ଡବ । ଯାହାଙ୍କଠୁ ପ୍ରଶିକ୍ଷଣ ନେଇ ୨୫ରୁ ଅଧିକ ଯୁବକ ସେନାରେ ଚାକିରି ବି କରି ସାରିଲେଣି । ଜ୍ୟୋତିର୍ମୟ ପାଣ୍ଡବ ନିଜେ ଆଇଟିବିପିର […]

  • Monday, 19 July 2021
london-1
ଓଡ଼ିଶାରେ ଲଣ୍ଡନ ଦମ୍ପତି : ସ୍ମୃତି ଟାଣି ଆଣିଲା କୋରାପୁଟ

କୋରାପୁଟ : ସ୍ମୃତି ଅଭୁଲା। ଆଉ ତାକୁ ସାଉଣ୍ଟିଲେ ସେ ପୁଣି ହୋଇଯାଏ ସତେଜ। ଆଖି ଆଗରେ ନାଚିଯାଏ ସେଇ ହଜିଲା ଅତୀତ। କେତେବେଳେ ସେ ଅମାନିଆଁ ନଈ ତ କେତେବେଳେ ମନଲୋଭା ଜହ୍ନରାତି।  ସ୍ମୃତି ଏମିତି ଏକ ବନ୍ଧନ, ଯାହା ଥରେ ବାନ୍ଧିଦେଲେ ଆଉ ଛାଡ଼େ ନାହିଁ । ଖାସ୍ ସେଇଥି ପାଇଁ ତ ଅତୀତର ସ୍ମୃତିକୁ ମନେପକାଇ ଓଡ଼ିଶାକୁ ଆସିଛନ୍ତି ଲଣ୍ଡନର ଦମ୍ପତି। ୬୯ ବର୍ଷ ତଳର ଲମ୍ବା ସ୍ମୃତି । ଯାହା ତାଙ୍କୁ […]

  • Monday, 19 July 2021
two sister
ପ୍ରଶଂସା ପାଇଲେ ଦୁଇ ଭଉଣୀ , କଲେଜରେ ପାଠ ପଢ଼ିବା ସହ ନିଜ ଗାଁରେ ଏମିତି କାମ କଲେ

ବ୍ରହ୍ମପୁର : ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ। ଅଳିଆ  ଆବର୍ଜନାରେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏହି ଚେହେରାକୁ ବଦଳାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଦୁଇ କଲେଜ ଝିଅ । ନିଜେ ଝାଡ଼ୁ ଧରି ଗାଁରେ ସଫାସୁତରା କରୁଛନ୍ତି। ସେମାନଙ୍କ କାମରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମାନେ ବି ଏବେ ନିଜ ଆଖପାଖ ଅଞ୍ଚଳ ସଫାସୁତୁରା ରଖୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର କୃପାସିନ୍ଧୁପଲ୍ଲୀର ଦୁଇ କଲେଜ […]

  • Monday, 19 July 2021
banarasi paan
ପାନ ଖାଇଲେ ପାଟିରୁ ଧୂଆଁ ବାହାରୁଛି !

କଟକ : ପାନ ଖାଇଲେ ଧୂଆଁ ବାହାରୁଛି। ଖାଲି ଧୂଆଁ ନୁହେଁ  ନିଆଁ ବି ବାହାରୁଛି। ପାଟି ବି ନାଲି ପଡ଼ୁଛି। ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ମଧ୍ୟ। ଭାବୁଥିବେ ଇଏ କେମିତି କା ପାନ। ହଁ ଆମେ କହୁଛୁ କଟକ ଐତିହାସିକ ବାଲିଯାତ୍ରାର କଥା। ଏଠାରେ ହିଁ ମିଳୁଛି ଏହି ନିଆରା ପାନ। ଲୋକେ ବାଲି ଯାତ୍ରାରେ ବୁଲାବୁଲିର ମଜା ନେବା ସହ ଏହି ନିଆରା ପାନର ମଜା ନେଉଛନ୍ତି। ଯାହାକୁ କୁହାଯାଉଛି ବନାରସ ପାନ। […]

  • Monday, 19 July 2021
boy
ବନ୍ଧା ପଡ଼ିଛି ଶୈଶବ : ଛେଳି ଚରାଉଛି ବାପା-ମା' ଛେଉଣ୍ଡ ୧୩ ବର୍ଷର ଅଶୋକ

ତେଲକୋଇ(ଚିନ୍ମୟ ସାହୁ) : ବାପାର ଶୁଦ୍ଧିକ୍ରିୟା ପାଇଁ ଆଣିଥିବା ଟଙ୍କା ସୁଝିବାକୁ ବନ୍ଧା ପଡ଼ିଛି ୧୩ ବର୍ଷର ପୁଅ! ସେଥିପାଇଁ ପାଠ ପଢ଼ାରେ ଡୋରି ବାନ୍ଧି ଛେଳି ଓ ଗୋରୁ ଚରାଉଛି। ନିଜେ ସିନା ପାଠ ପଢ଼ି ପାରିଲାନି, ସାନ ଭାଇ ଓ ଭଉଣୀଙ୍କୁ ପଢ଼ାଇ ମଣିଷ କରିବ। ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ତେଲକୋଇ ବ୍ଲକ୍‌ ବିମଳା ପଞ୍ଚାୟତ ନମକାନି ପୁରୁଣାପାଣି ଜୁଆଙ୍ଗ ସାହିର ମନୁ ଜୁଆଙ୍ଗ। ପରିବାର କହିଲେ ପତ୍ନୀ ରଶ୍ମୀ, ବଡ଼ […]

  • Monday, 19 July 2021
begger2
ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

ବାଲେଶ୍ୱର : ସାଧାରଣତଃ ମନ୍ଦିର ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳିଥାଏ । କାରଣ ଏସବୁ ସ୍ଥାନରେ ପ୍ରବଳ ଜନସମାଗମ ଥାଏ । ତେଣୁ ଅଧିକ ଟଙ୍କା ପାଇବା ଆଶାରେ ଏହି ସବୁ ସ୍ଥାନ ଗୁଡ଼ିକକୁ ଭିକ୍ଷୁକମାନେ ଯାଇଥାନ୍ତି। ଆଉ ଧର୍ମ ମାସ କାର୍ତ୍ତିକରେ ଲୋକେ ପୁଣ୍ୟ ଆଶାରେ ଦାନ ଧର୍ମ କରିଥାନ୍ତି । ଏହି ସମୟରେ ମନ୍ଦିର ଗୁଡିକରେ ପ୍ରତିଦିନ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳେ । ହେଲେ ଆପଣ ଜାଣନ୍ତି ଆମ ଓଡ଼ିଶାରେ […]

  • Monday, 19 July 2021
police
କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‌ଙ୍କ ମୁଣ୍ଡବଥାର କାରଣ ସାଜିଛନ୍ତି ଜଣେ ମହିଳା। ଏହି ଅଭିଯୁକ୍ତ ମହିଳାଙ୍କୁ ଖୋଜିବାରେ ରାତିଦିନ ଏକ୍‌ କରିଦେଇଛି ଦିଲ୍ଲୀ ପୁଲିସ୍‌। ଜଣେ ମହିଳା କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ହୋଇଯାଇଛନ୍ତି ଏହି ଅଭିଯୁକ୍ତ ମହିଳା ଜଣଙ୍କ । ସୂଚନା ମୁତାବକ , ପଡୋଶୀଙ୍କ ସହ ମାଡ଼ପିଟି କରିବା ଓ ଅନ୍ୟର ଘରେ ଜବରଦସ୍ତ ପଶିବା ନେଇ ପୁଲିସ୍‌ ବିମଳା ନାମକ ମହିଳାଙ୍କୁ ଗିରଫ କରିଥିଲା । ମେଡିକଲ ଟେଷ୍ଟ ପାଇଁ ଏହି […]

  • Monday, 19 July 2021
t
ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ପେସା ଶିକ୍ଷକତା, ହେଲେ ନିଶା ପରିବେଶ ସୁରକ୍ଷା। ଅସହାୟ ପଶୁପକ୍ଷୀ କିଭଳି ସୁରକ୍ଷିତ ସହାବସ୍ଥାନ କରିବେ ଏବଂ ବୃକ୍ଷଲତାଙ୍କ ଯତ୍ନ ନେଇ କିଭଳି ସୁନ୍ଦର ପରିବେଶ ସୃଷ୍ଟି କରାଯାଇ ପାରିବ, ସେଇ ଚିନ୍ତାରେ ଅହରହ ବିତୁଥାଏ ସମୟ । ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଏମିତି ଜଣେ ପ୍ରକୃତି ବନ୍ଧୁ ଶିକ୍ଷକ ଅଛନ୍ତି, ଯିଏ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ହଜାର ହଜାର ଗେଣ୍ଡାଳିଆଙ୍କ କଳରବରେ କମ୍ପୁଛି ପରିବେଶ। ଆଉ ଏହାସହ […]

  • Monday, 19 July 2021
management
ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ।  ବଲାଙ୍ଗିରରେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଆୟୋଜନ କଲେ ‘ଦାୱତ ଏ ଦରବାର’ କାର୍ଯ୍ୟକ୍ରମ। ଭିନ୍ନ ଭିନ୍ନ ଧର୍ମର ଛାତ୍ରଛାତ୍ରୀ ମାନେ ନିଜକୁ ମୁସଲିମ ବେଶରେ ସଜେଇ, ସେମାନଙ୍କ ଖାଦ୍ୟ ପ୍ରସ୍ତୁତ କରିବା ସହ ନୃତ୍ୟ ପରିବେଷଣ କରିଥିଲେ। ପାଠ ପଢା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଥିବା ଏହି ଛାତ୍ରଛାତ୍ରୀ ମାନେ ଏଥର ସାରା ଦୁନିଆକୁ ଭାଇଚାରାର ବାର୍ତ୍ତା ଦେବା ପାଇଁ […]

  • Monday, 19 July 2021
mm
୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ଇତିହାସ ଅନୁସାରେ ୧୫୨୮ରେ ଅଯୋଧ୍ୟାରେ ନିର୍ମାଣ କରାଯାଇଥିଲା ବାବରି ମସଜିଦ। ଏହାକୁ ନିର୍ମାଣ କରାଇଥିଲେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମିର୍ ବାକି । ଆଜିର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦ୍ୱାଦଶ ଶତାଦ୍ଦୀରେ ସେଠାରେ ମନ୍ଦିର ଥିଲା । ମସଜିଦ ନିର୍ମାଣ କରାଯାଇଥିବାରୁ ୧୮୫୩ ରେ ପ୍ରଥମ ଥର ପାଇଁ ଦେଖାଦେଇଥିଲା ସାଂପ୍ରଦାୟିକ ହିଂସା। ୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ସେଠାରେ ଏକ ଚାନ୍ଦୁଆ ଟାଣିବାକୁ ପାଇଁ ଫୈଜାବାଦ ଜିଲ୍ଲା କୋର୍ଟକୁ ଅନୁମତି ମାଗିଥିଲେ । […]

  • Monday, 19 July 2021
1
ବାତ୍ୟା ଓଡ଼ିଶା ନ ଛୁଇଁଲେ ବି ତାର ପ୍ରଭାବ ଦେଖେଇଛି...

ଭୁବନେଶ୍ୱର : କେଉଁଠି ଘରର ଛପର ଉଡିଯାଇଛି ତ କେଉଁଠି ଘରର କାନ୍ଥ ଭାଙ୍ଗିଯାଇଛି। ଅସହାୟ ଜନଜୀବନ। ଗମନାଗମନ ପୁରା ଠପ୍ । ବାତ୍ୟା ବୁଲ୍‌ବୁଲ୍ ଓଡ଼ିଶା ନଛୁଇଁଲେ ମଧ୍ୟ ଏହାର ପ୍ରଭାବ କିନ୍ତୁ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିଛି। ଗତକାଲି ରାତିଠାରୁ ଭଦ୍ରକ ସହରରେ ପବନ ସହ ବର୍ଷା ଜାରି ରହିଥିବାବେଳେ ପ୍ରଭାବରେ ଭଦ୍ରକ ଏବଂ ଏହାର ଆଖପାଖ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପଡିଯାଇଛି। ବର୍ଷା ଓ […]

  • Monday, 19 July 2021
bulbs--
କୁଡ଼ିଆରେ ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ଜଳୁଥିଲା, ବିଲ୍‌ ଆସିଲା ୪୬ ଲକ୍ଷ !

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବରନାୱାଁ ଗାଁରେ ଏକ ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବଲବ ଜଳୁଥିବା ଜଣେ ଦିନ ମଜୁରିଆଙ୍କ ଘରକୁ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ଆସିଛି ୪୬ ଲକ୍ଷ । ଯାହାକୁ ନେଇ ଚର୍ଚ୍ଚା । ଆଉ ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ ଦେଖି ଏହି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନା ମୁତାବକ , ଯଶପାଲ ନାମକ ଏହି ବ୍ୟକ୍ତି ଜଣକ ‘ସୌଭାଗ […]

  • Monday, 19 July 2021
cyclone-7
ମାଡ଼ି ଆସୁଛି ‘ବୁଲ୍‌ବୁଲ୍‌’ : ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର  : ସାମୁଦ୍ରିକ ଝଡ଼ ‘ବୁଲବୁଲ’ ଭୟଙ୍କର ରୂପଧାରଣ କରି ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା ସୁନ୍ଦରବନ ଉପତ୍ୟକାରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଉଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ବୋହିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିବା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା ସହ କର୍ମଚାରୀମାନଙ୍କ […]

  • Monday, 19 July 2021
pak
ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ୍‌ରେ ଫସି ଗିରଫ ହେଲେ ଓଡ଼ିଆ ଯବାନ

ଆସିକା /ବ୍ରହ୍ମପୁର  : ଶତ୍ରୁପକ୍ଷର ହନିଟ୍ରାପ୍‌ରେ ଭାରତୀୟ ସେନାର ଓଡ଼ିଆ ଯବାନ। ପୁଣି ପାକ୍ ସୁନ୍ଦରୀଙ୍କ ପ୍ରେମଫାଶରେ ସେନା କର୍ମଚାରୀ । ଭାରତୀୟ ସେନାରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ବିଚିତ୍ର ବେହେରା ଛନ୍ଦି ହୋଇଛନ୍ତି ହନିଟ୍ରାପ୍‌ରେ। ମାସେ କି ଦୁଇ ମାସ ନୁହଁ, ପ୍ରାୟ ୨ ବର୍ଷ ଧରି ପ୍ରେମଫାଶରେ ପଡ଼ି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସନ୍ଦିଗ୍ଧ ମହିଳା ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଯାହାଙ୍କୁ ଗତକାଲି ରାଜସ୍ଥାନ ପୁଲିସର ସିଆଇଡି କ୍ରାଇମବ୍ରାଞ୍ଚ […]

  • Monday, 19 July 2021
latrine--temple
ଶୌଚାଳୟକୁ ମନ୍ଦିର ଭାବି ପୂଜା କରୁଥିଲେ ଲୋକେ !

ଉତ୍ତର ପ୍ରଦେଶ  : ଉତ୍ତର ପ୍ରଦେଶର ହମିର୍‌ପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୋକେ କେଶରୀ ରଙ୍ଗର ଏକ ଘରକୁ ବହୁତ ଦିନ ଧରି ପୂଜା କରୁଥିଲେ, ପ୍ରକୃତରେ ଏହା ଏକ ମନ୍ଦିର ନଥିଲା , ଏକ ଶୌଚାଳୟ ଥିଲା । ଲୋକେ ଜାଣିନପାରି ବର୍ଷେ ହେଲା ପୂଜା କରିଆସୁଥିଲେ । ହମିରପୁର ଜିଲ୍ଲାର ମୌଦହା ଅଂଚଳର ଲୋକେ ଏକ ବର୍ଷରୁ ଅଧିକ ହେବ ଏହି କବାଟ ବନ୍ଦ ଘରର ବାହାରେ […]

  • Monday, 19 July 2021
anu
ବଢୁଛି ସାଂସଦ ଅନୁଭବଙ୍କ ଅଡୁଆ

ଭୁବନେଶ୍ୱର :  ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ନେଇ ବଢୁଛି ସାଂସଦ ଅନୁଭବଙ୍କ ଅଡ଼ୁଆ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ତେଜୁଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛି ସାମ୍ବାଦିକ ସଂଘ। ଏହି ସମୟ ଭିତରେ ସାଂସଦ କ୍ଷମାପ୍ରାର୍ଥନା ନକଲେ କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଘ ବିଧାନସଭା ଏବଂ ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଛି । ସେପଟେ ଘଟଣାକୁ ଦୁଇଦିନ ବିତିବାକୁ ବସିଥିଲା ବେଳେ ଶାସକ ଦଳ […]

  • Monday, 19 July 2021
anubha
ସାଂସଦଙ୍କୁ କିଏ ପଢ଼ାଇବ ଶିଷ୍ଟାଚାର ପାଠ ?

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦଙ୍କ ଔଦ୍ଧତ୍ୟର ଇଏ କେଉଁ ସୀମା ? ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପ୍ରତି ସାଂସଦ ଅନୁଭବଙ୍କ ଶିଷ୍ଟାଚାରର ଇଏ କୋଉ ପାଠ ? ଜଣେ ଲୋକ ନିର୍ବାଚିତ ପ୍ରତିନିଧିଙ୍କ ମର୍ଯ୍ୟାଦା, ଗାରିମାର ଇଏ କେଉଁ ସ୍ତର ? ସର୍ବସମ୍ମୁଖରେ ଓଟିଭିର ବୁମ୍ ଠେଲି ଦେବା, ସାମ୍ବାଦିକଙ୍କୁ ପାଖକୁ ଭିଡ଼ି ଆଣି କ୍ୟାମେରାରେ ମୁହଁ ଦେଖାଇବାକୁ କହିବା। ତାଳି ମାରିବା, ତାଙ୍କ ଅନୁଗତଙ୍କୁ ବି ଟିହାଇବା, ତାଚ୍ଛଲ୍ୟ କରିବା। ଇଏ ଅଭିନେତାରୁ ନେତା ବନିଥିବା […]

  • Monday, 19 July 2021
old couple
ପରିଣତ ବୟସରେ ପର କରିଦେଲେ

କଟକ : ଦିନକୁ ଦିନ ବଢ଼ି ଚାଲିଛି ବୃଦ୍ଧ ମାଆବାପାଙ୍କୁ ହତାଦର କରିବାର ଘଟଣା । ଯେଉଁଠି ପିଲାଟିଏ ପାଇଁ କେତେ ଓଷା ବ୍ରତ କରି ମାଆଟିଏ ଉପାସରେ ଦିନ ଦିନ ବିତାଇଥାଏ । ଆଉ ବାପାଟିଏ ନିଜର ପିଲାକୁ ଦୁନିଆ ଦାଣ୍ଡରେ ସଭ୍ୟ ଶିକ୍ଷିତ କରି  ମଣିଷ ପରି  ମଣିଷଟିଏ କରିବାକୁ ଦିନ ରାତି ଏକ୍‌ କରିଦେଇଥାଏ । ଆଶା ରଖିଥାଏ ପିଲା ମୋର ବଡ଼ ହେଲେ ମୋର ସାହାରା ହେବ , ସେହି ପିଲା […]

  • Monday, 19 July 2021
anu
ସାଂସଦ ଅନୁଭବଙ୍କ ବ୍ୟବହାରକୁ ନେଇ ସୋଶାଲ୍‌ ମିଡିଆରେ ଝଡ଼

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ଓଟିଭି ପ୍ରତିନିଧି ମନୋଜ କୁମାର ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷ କରି ସାଂସଦଙ୍କ ଔଦ୍ଧତ୍ୟ ଆଚରଣକୁ ନେଇ ସୋଶାଲ ମିଡିଆରେ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ସାମ୍ବାଦିକମାନେ ଉଭୟ ଫେସ୍‌ବୁକ୍‌ ଓ ଟ୍ୱିଟରରେ ନିଜ ପ୍ରତିକ୍ରୀୟା ରଖି ଅନୁଭବଙ୍କ ବ୍ୟବହାର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଭିନ୍ନ ଭିନ୍ନ ଗଣମାଧ୍ୟମରେ କାମ କଲେ ମଧ୍ୟ ସାମ୍ବାଦିକମାନେ ଅନୁଭବଙ୍କ […]

  • Monday, 19 July 2021
son
ବାପା ମଧ୍ୟ ପ୍ରଦେଶ ପୁଅ ଭୋପାଳ

ଭୋପାଳ :  ଆଜିକାଲି  ଅଜବ ଧରଣର ଘଟଣା ସବୁ ଦେଖିବାକୁ ମିଳୁଛି । ଯାହା କି ଅନେକ ସମୟରେ ଆଶ୍ଚର୍ଯ୍ୟକର ମନେହୁଏ ।  ଭୋପାଳରେ ଏମିତି ଏକ ଭିନ୍ନ ଧରଣର ଖବର ସାମନାକୁ ଆସିଛି । ବାପା ରାଜ୍ୟ ପୁଅ ରାଜଧାନୀ । ଯାହାକୁ ନେଇ ଚର୍ଚ୍ଚା ।  ଆପଣଙ୍କୁ ନିଶ୍ଚୟ ଅଡୁଆ ଅଡୁଆ ଲାଗୁଥିବ ।  ଏଥର ଆସନ୍ତୁ ପୁରା ଖବରକୁ ଯିବା । ସୂଚନା ମୁତାବକ, ଭୋପାଳରେ ଜଣେ ଲୋକଙ୍କ ନାଁ  ରହିଛି ମଧ୍ୟ […]

  • Monday, 19 July 2021
hot odisha
ଓଡ଼ିଶାକୁ ମାଡି ଆସୁଛି ବିପଦ ! ଭୟାବହ ହୋଇପାରେ ପରିସ୍ଥିତି

ଭୁବନେଶ୍ୱର : ମାଡି ଆସୁଛି ବିପଦ। ଭୟାବହ ହୋଇପାରେ ପରିସ୍ଥିତି । ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରୁ ତାପମାତ୍ରା ଲଗାତର ବଢ଼ୁଛି। ଯଦି ପୃଥିବୀର ତାତିକୁ କମା ନ ଯିବ, ତେବେ ଜୀବନ ଉପରେ ତା’ର ସିଧାସଳଖ ପ୍ରଭାବକୁ ରୋକାଯାଇ ପାରିବ ନାହିଁ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ପାଲଟିବ ଓଡ଼ିଶା। ପରିବେଶ ସୁରକ୍ଷା ପ୍ରତି ଯଦି ଆମେ ସଜାଗ ନହେବା ତେବେ ଏଭଳି ସ୍ଥିତି […]

  • Monday, 19 July 2021
suraj
ଓଡ଼ିଆ ପୁଅର ମହତ ଦାନ ; ମରି ବି ସେ ଅମର

ସୁରତ( ଶୈଳେଶ ଚମ୍ପାନେରିଆ) : ଗୋଟିଏ ପଟେ ଲିଭି ଲିଭି ଆସୁଥିଲା ଜୀବନ ଦୀପ। ସରି ଆସୁଥିଲା ବାକି ଆୟୂଷ । ହେଲେ ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ଗୋଟିଏ ଓଡ଼ିଆ ପରିବାରଙ୍କ ବଡ଼ ନିଷ୍ପତ୍ତି ବଦଳାଇ ଦେଲା ସବୁକିଛି। ଆସନ୍ନ ମୃତ୍ୟୁମୁଖରେ ପଡ଼ିଥିବା ଭେଣ୍ଡିଆ ପୁଅର ହୃତ୍‌ପିଣ୍ଡକୁ ଦେଇ ଜୀବନ ବଞ୍ଚାଇଦେଇଛନ୍ତି ସେମାନେ । ଏଭଳି ମହାନ କାମ କରିଛନ୍ତି ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାର। କେବଳ ହୃତ୍‌ପିଣ୍ଡ ନୁହେଁ, ପୁଅର ଆଖି, […]

  • Monday, 19 July 2021
animal lover
ପଶୁପ୍ରେମୀ ଅଭିପ୍‌ସା ; ବୁଲା ପଶୁଙ୍କ ସାହା ଭରସା

କଟକ : ପଶୁ ପ୍ରେମରେ ରେଭେନ୍ସା ଛାତ୍ରୀ । ଅସହାୟ ପଶୁ ଓ ପକ୍ଷୀଙ୍କୁ ଦେଖିଲେ ବିଚଳିତ ହୋଇପଡ଼େ କଟକ ବାଦାମବାଡ଼ି ଲେବର କଲୋନିର ରହୁଥିବା ଅଭିପ୍ସା ମିଶ୍ରଙ୍କ ମନ।  ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଛାତ୍ରୀ ଜଣକ ଏବେ ଅସହାୟ ବୁଲା ପଶୁମାନଙ୍କ ସାହା ଭରସା ପାଲଟି ଯାଇଛନ୍ତି। ପଞ୍ଚମ ଶ୍ରେଣୀରୁ ଆରମ୍ଭ ହୁଏ ଅଭିପ୍ସାଙ୍କ ପଶୁଙ୍କ ପ୍ରତି ଆଦର। ସ୍ନେହ ଓ ଭଲପାଇବାର ଏହି ଧାରା ଆଜି ଯାଏ ଜାରି ରହିଛି […]

  • Monday, 19 July 2021
swag
ଆତ୍ମବିଶ୍ୱାସ ଦେଲା ନୂଆ ଜୀବନ : କ୍ୟାନସର ପୀଡିତଙ୍କ ପାଇଁ ପାଲଟିଲେ ପ୍ରେରଣା

କଟକ(ଦେବାଶିଷ ମହାନ୍ତି) : ମୃତ୍ୟୁ ବିଜୟୀ ବାଳିକା ସ୍ୱାଗତିକା।  ମୃତ୍ୟୁ ଅତି ନିକଟରେ ଥାଇ ବି ତାଙ୍କୁ ଛୁଇଁ ପାରିନି।  ଜିଇଁବାର ଜିଦ୍‌ ଆଗରେ ହାରି ଯାଇଛି କାଳ। କଟକ ବିଡ଼ାନାସୀର ସ୍ୱାଗତିକା ଆଚାର୍ଯ୍ୟ।  ଆଇନ ଛାତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରୁଥିବା ବେଳେ ହଠାତ ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା କ୍ୟାନସର ସହ।  ୨୦୧୭ରେ ସେ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ ପରେ ମୁମ୍ବାଇର ଟାଟା […]

  • Monday, 19 July 2021
h
ମନର ବଳ ଆଗରେ ହାର୍‌ ମାନିଛି ବୟସ ; ପରିଣତ ବୟସରେ କମିନି ଦୌଡ଼ିବା ନିଶା

ରାଉରକେଲା (ପବନ ତିୱାରୀ ) : ବଦଳୁଛି ଲୋକଙ୍କ ଲାଇଫ ଷ୍ଟାଇଲ । ଆଜିକାଲି ପରିବର୍ତ୍ତିତ ସମାଜରେ ସମସ୍ତେ ନିଜକୁ ଫିଟ୍ ରଖିବାକୁ କେତେ କଣ ନ କରୁଛନ୍ତି। ତେବେ ଆଜି ଆମେ ଏମିତି ଜଣେ ବୃଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କ ଆଗରେ ବୟସ ହାର୍ ମାରିଛି। ହୋଇପାରେ ଜାତୀୟ ବା ଅନ୍ତଜାତୀୟ ସ୍ତରରେ ସେ ପୁରସ୍କୃତ ହୋଇନାହାନ୍ତି, କିନ୍ତୁ ଦୌଡିବାର ଝୁଙ୍କ୍ ପାଇଁ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଳାରେ ଲୋକେ  ତାଙ୍କୁ ବେଶ ଭଲ ଭାବେ […]

  • Monday, 19 July 2021