କୋଲକାତା: ଆପଣ ଲୋକଙ୍କ ନାଁରେ ମାମଲା ରୁଜୁ ହେଉଥିବା ଶୁଣିଥିବେ, ଯମପୁରରେ ରହୁଥିବା ଯମରାଜଙ୍କ ବିରୋଧରେ କେବେ ନିର୍ଦ୍ଦେଶ ଜାରି ହେବା କଥା ଶୁଣିଛନ୍ତି ? କଥାଟା ଶୁଣି ତାଜୁବ୍ ଲାଗୁଥିଲେ ବି ସତ। ଘଟଣା ଟା ଏମିତି… ୨ ମୃତକଙ୍କୁ ପୁଣିଥରେ ଧରାପୃଷ୍ଠକୁ ଫେରାଇ ଆଣିବାକୁ ନେଇ କୋଲକାତା ହାଇକୋର୍ଟରେ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଆବେଦନ କରାଯାଇଛି। ଆବେଦନରେ ମୃତକଙ୍କ ପରିବାର ଲୋକେ କୋର୍ଟଙ୍କୁ ନିବେଦନ କରିଛନ୍ତି, କୋର୍ଟ ଯମରାଜଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେମିତି ସେ […]
ନୂଆଦିଲ୍ଲୀ: ଆପଣ କେବେ ସାପର ସାମ୍ନା କରିଛନ୍ତି କି? ଅନେକ ଲୋକ ଅଛନ୍ତି ସାପକୁ ଦୂରରୁ ଦେଖିବା ମାତ୍ରେ ହିଁ ଭୟଭୀତ ହୋଇ ଜୋରରେ ଚିତ୍କାର କରିଥାନ୍ତି। ଫେସବୁକ୍ର ଜଣେ ୟୁଜରଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣଙ୍କର ରିଆକ୍ସନ ଟିକେ ଅଲଗା ପ୍ରକାର ହେବ। ପାର୍କିଂ ପ୍ଲେସ୍ରେ ସାପ ଭଳି ଦେଖାଯାଉଥିବା ଏକ ଜିନିଷ ଫାତିମା ଦାଉଦ ଦେଖିଥିଲେ। ଯାହାକୁ ଦେଖି ସେ ହଠାତ୍ ଚିତ୍କାର କରିବା ଆରମ୍ଭ କରି ଦେଇଥିଲେ। ତାଙ୍କୁ […]
ନୂଆଦିଲ୍ଲୀ: ଚର୍ଚ୍ଚାକୁ ଆସିବା ପାଇଁ କିଏ ବା ନ ଚାହେଁ? ପ୍ରତ୍ୟେକ ଲୋକ ଚାହାଁନ୍ତି ତାଙ୍କ ସହ ଏମିତି କିଛି ଘଟଣା ଘଟୁ ଯାହା ତାଙ୍କୁ ଲୋକଲୋଚନକୁ ଆଣିପାରିବ। ଏବେ ଏମିତି ଜଣେ ରାଜନେତାଙ୍କ କାନ୍ଦିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏସବୁ ଜାଣିବା ପରେ ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ, ଏମିତି କ’ଣ ଘଟିଲା ଯାହା ଫଳରେ ଏହି ନେତା ସର୍ବସମ୍ମୁଖରେ କାନ୍ଦିଲେ। ପ୍ରକୃତରେ କଥାଟା ଏମିତି… ଗତକାଲି ଜାତିର ପିତା ମହାତ୍ମା […]
ନୂଆଦିଲ୍ଲୀ: ‘ମୋ ଆଧାର ମୋ ପରିଚୟ’ ସ୍ଲୋଗାନ୍ ସହ ସରକାର ବି ଆଧାର କାର୍ଡକୁ ନେଇ ବହୁତ ଗମ୍ଭୀର। ସୁରକ୍ଷାକୁ ନେଇ ସମସ୍ତ ଜରୁରୀ କାଗଜପତ୍ର କ୍ଷେତ୍ରରେ ଆଧାର କାର୍ଡର ବ୍ୟବହାର ପାଇଁ ପ୍ରୟାସ ଚାଲିଛି। ଗତ କିଛିମାସ ପୂର୍ବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, କରଦାତାମାନେ ଏବେ ସେମାନଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ ଆଧାର କାର୍ଡ ମାଧ୍ୟମରେ ମଧ୍ୟ କରିପାରିବେ। ତେବେ ଏସବୁ ଭିତରେ ସମସ୍ତେ ଜାଣିବା ଜରୁରୀ କି ସେମାନଙ୍କର ଆଧାର […]
ନୂଆଦିଲ୍ଲୀ: ଆପଣ ଏସିଡିଟି (ଗ୍ୟାସ୍-ପେଟରେ ଜଳାପୋଡ଼ା) ପାଇଁ ଆଣ୍ଟି ଏସିଡିଟି ମେଡିସିନ୍ Ranitidine ଖାଉଛନ୍ତି କି? ତେବେ ହୁସିଆର ହୋଇ ଯାଆନ୍ତୁ କାହିଁକି ନା ଏହି ମେଡିସିନ୍କୁ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଏହି ମେଡିସିନ୍ରେ ଏମିତି ଏକ କେମିକାଲ୍ସ ଅଛି ଯେଉଁଥିରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ଡ୍ରଗ୍ ରେଗୁଲେଟର ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]
ଭୁବନେଶ୍ୱର: ନୂଆ ମୋଟରଯାନ ସଂଶୋଧିତ ଆଇନ୍ ଲାଗୁ ହେବାପରେ ଜୋରଦାର ଚାଲିଛି ଧରପଗଡ଼। ଧରପଗଡ଼ ସହ ମୋଟା ଅଙ୍କର ଜରିମାନା ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। ଟ୍ରାଫିକ ଆଇନକୁ ଅଣଦେଖା କରି ଆସୁଥିବା ଖିଲାପକାରୀ ନୂଆ ଆଇନର ଜାଲରେ ଫସି ଯାଇଛନ୍ତି। ଏପଟେ ଆର୍ଟିଓ ଅଫିସରେ ବି ସୋରିଷ ପକାଇବାକୁ ଜାଗା ନାହିଁ। ଲୋକମାନେ ବିଭିନ୍ନ କାଗଜପତ୍ର ନେଇ ଆର୍ଟିଓ ଅଫିସକୁ ଧାଁ ଦଉଡ଼ କରୁଥିବା ବେଳେ ଏସବୁର ଫାଇଦା ଉଠାଉଛନ୍ତି ଦଲାଲ୍। […]
କେନ୍ଦୁଝର: କୁହାଯାଏ ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ସବୁକିଛି ହାର୍ ମାନେ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତିି କେନ୍ଦୁଝର ଜିଲ୍ଲାର ମହିଳା ଅଟୋ ଚାଳକ କବିତା ପ୍ରଧାନ। ଯିଏ ଦିନେ ପରିବାର କିପରି ଚଳିବ ସେନେଇ ଚିନ୍ତାରେ ଥିଲେ, ଆଜି ସେ ସ୍ୱାବଲମ୍ବୀ। ଖାଲି ସେ ସ୍ୱାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ସାଜିଛନ୍ତି। ଦେଖିବାକୁ ପୁରାପୂରି ସାଧାସିଧା ଘରଣୀ। ହେଲେ ପେଶାରେ ଅଟୋ ଚାଳକ। କେନ୍ଦୁଝର ଜିଲ୍ଲା ଝୁମ୍ପରା ବ୍ଳକ […]
ଗତ ସେପ୍ଟେମ୍ବର ୭ ତାରିଖ ମଧ୍ୟରାତ୍ରି ସାରା ବିଶ୍ୱର ନଜର ଟେଲିଭିଜନ ପରଦା ଉପରେ ଥାଏ, ମନରେ ଅନେକ ଆଶା ଓ ଆକାଂକ୍ଷା ନେଇ ଅପେକ୍ଷା କରିଥାନ୍ତି ୧୩୩ କୋଟି ଭାରତୀୟ। ହେଲେ ହଠାତ ଏକ ଦୁଃଖ ଖବର ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଦେଲା। ଖବର ଥିଲା ଚନ୍ଦ୍ରଯାନ-୨ ସମ୍ବନ୍ଧରେ। ଲୁନାର ଅରବିଟର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠ ଆଡକୁ ନିର୍ଦ୍ଧାରିତ ବେଗରେ ଗତି କରୁଥିବା ବିକ୍ରମ ଲାଣ୍ଡର ହଠାତ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି […]
ଭୁବନେଶ୍ୱର: ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି। ସେହି ବର୍ଣ୍ଣନା ଅନୁସାରେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ବଂଶୀ। ତେଣୁ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା ବଂଶୀ। ଗୋଟିଏ ମୁହୂର୍ତ୍ତ ବି ସେ ବଂଶୀକୁ […]
ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଗତକାଲି ଏକ ଐତିହାସିକ ନିର୍ଣ୍ଣୟ ନିଆଗଲା। ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା ମୋଦି ସରକାର କାଲି ତାହା କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ଗତକାଲି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର ଏବେ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ତା ‘ସହିତ ଦେଶରେ […]
ଭୁବନେଶ୍ୱର : ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ, ଆପଣ କିଛି କହି ପାରିବେ ନାହିଁ। କାରଣ ଆଖି ବନ୍ଧା ଯାଇଥିବାରୁ ଆପଣଙ୍କୁ କିଛି ଦେଖାଯିବ ନାହିଁ। କିନ୍ତୁ, ଏପରି ଜଣେ କୁନି ଝିଅ ଅଛନ୍ତି ଯାହା ପାଖରେ ଏକ ବିସ୍ମୟ ପ୍ରତିଭା ରହିଛି। […]
ଭୁବନେଶ୍ୱର: ମହାସାଗର ଆଉ ଜଳ ସମ୍ପଦ ପାଇଁ ପୃଥିବୀରେ ଜୀବଜଗତ ବଞ୍ଚିପାରିଛନ୍ତି। ଏଥିପାଇଁ ପୃଥିବୀକୁ ‘ୱାଟର୍ ପ୍ଲାନେଟ୍’ ବୋଲି କୁହାଯାଏ। ସମୁଦ୍ରର ମହତ୍ତ୍ୱ ଏବଂ ଏହାର ସଂରକ୍ଷଣ ପାଇଁ ପ୍ରତ୍ୟେକ ବର୍ଷ ୮ ଜୁନ୍ରେ ବିଶ୍ୱ ସମୁଦ୍ର ଦିବସ ପାଳନ କରାଯାଏ। ଚଳିତ ବର୍ଷ ସମୁଦ୍ର ଦିବସର ବିଷୟବସ୍ତୁ ରହିଛି ‘ଆମେ ଏକତ୍ରିତ ହେଲେ ସମୁଦ୍ରକୁ ବଞ୍ଚାଇ ପାରିବା’। ଏହା ସହ ସମୁଦ୍ରରେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଯୋଗୁ ଆସିବାକୁ ଥିବା ବିପଦ ଏଡାଇବାକୁ ସଚେତନତା […]
ଭୁବନେଶ୍ୱର: ମାସକ ପୂର୍ବରୁ ଆସିଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ଏବେ ଏହାର କ୍ଷୟକ୍ଷତିର ଆକାଳନକୁ କମାଇ ଦିଆଯାଇଛି। ଫୋନି ଯୋଗୁ ରାଜ୍ୟରେ ମୋଟ ୧୧,୯୪୨ କୋଟି ଟଙ୍କାର କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଇ ଥିବା ବେଳେ ଏବେ ଏହାକୁ ୯,୩୩୬ କୋଟି ଟଙ୍କାକୁ ହ୍ରାସ କରିଦିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ବିଷ୍ଣୁପଦ ସେଠୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଫୋନି’ର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରି ଏଭଳି […]
ଭୁବନେଶ୍ୱର: ଆକାଶରୁ ଖସୁଛି ମୃତ୍ୟୁ। ରାଜ୍ୟରେ ବିପତ୍ତି ସାଜିଛି ବଜ୍ରପାତ। ଏଇ ୨ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଖାଲି ମଣିଷ ନୁହଁନ୍ତି, ଗୃହପାଳିତ ପଶୁ ବି ବାଦ୍ ପଡ଼ୁନାହାନ୍ତି ଏହି ପ୍ରକୃତି କୋପରୁ। ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରେ କେବଳ ବଜ୍ରପାତରେ ଓଡ଼ିଶାରୁ ୧,୨୫୬ ଜଣଙ୍କ ଜୀବନ ଚାଲିଗଲାଣି। ଯାହାକି ମୋଟ୍ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁର ପ୍ରାୟ୨୭ ପ୍ରତିଶତ। ମିଳିଥିବା ସୂଚନା ଅନୁସାରେ, ୨୦୧୮-୧୯ ବର୍ଷରେ […]
ପୁରୀ: ବାତ୍ୟା ‘ଫୋନି’କୁ ଆଜି ମାସେ ପୂରିଛି। ଆଜିର ଏହି ଦିନରେ ମାତ୍ର ୪ ଘଣ୍ଟାର ପ୍ରଳୟରେ ସବୁକିଛି ଛାରଖାର, ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ‘ଫୋନି’ ଖାଲି ମୁଣ୍ଡ ଉପରୁ ଛାତ କି ପେଟର ଭାତ ଛଡ଼ାଇ ନେଇଛି ତାହା ନୁହେଁ, ବରଂ ଉପକୂଳ ଜିଲ୍ଲାର ଆଗାମୀ ଭବିଷ୍ୟତଙ୍କ ସୁନେଲୀ ଭବିଷ୍ୟତକୁ ବି ଅନ୍ଧାରକୁ ଠେଲି ଦେଇଛି। ‘ଫୋନି’ ମାଡ଼ରେ ହଜାର ହଜାର ସ୍କୁଲ ମାଟିରେ ମିଶିଛି। ଆଉ ଉଜୁଡ଼ି ଯାଇଛି ଶିକ୍ଷା ଭିତ୍ତିଭୂମି। ବିଶେଷକରି ପୁରୀ ଜିଲ୍ଲାର ବିଭିନ୍ନ […]
ସମ୍ବଲପୁର (ସଞ୍ଜୟ ଜେନା): କୁହାଯାଏ ଶୀତଳଷଷ୍ଠୀ ନ ଆସିଲା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ କମେ ନାହିଁ। ସେଇଥି ପାଇଁ ସମସ୍ତେ ସ୍ଥାନୀୟ ଅଞ୍ଚଳର ଏହି ପ୍ରସିଦ୍ଧ ଗଣପର୍ବକୁ ଅପେକ୍ଷା କରିଥାଆନ୍ତି। ଆଉ ଦିନ କେଇଟା ଗଲେ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ସମ୍ବଲପୁରରା ଚାଲିଛି ଜୋର୍ଦାର୍ ପ୍ରସ୍ତୁତି। ସମ୍ବଲପୁର ସହର ଏଥିପାଇଁ ଚଳଚଞ୍ଚଳ ହଇପଡ଼ିଛି। ନିଜ ନିଜ ପଡ଼ାର ଯାତ୍ରା କିପରି ଯାକଜମକରେ ପାଳନ କରାଯିବ ସେନେଇ […]
ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ ଭୋଟ୍ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ। […]
ଭୁବନେଶ୍ୱର: ଆଜି ଯେଉଁ ବାପ-ପୁଅଙ୍କ ଫଳାଫଳ ଆସିବାକୁ ଅଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଅଛନ୍ତି। ଗଣତି ଚାଲିଥିବା ବେଳେ କେଉଁ ଆସନରେ କିଏ ଆଗୁଆ ରହିଛନ୍ତି, ସେ ନେଇ ବରାବର ଖବର ଆସୁଛି। ଦାମ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ […]
ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍ ମଣୁଛନ୍ତି କହିବା ଠିକ୍ ହେବ। ନିକଟରେ ବିଜେପି […]
ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଭୋଟ୍ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍ରେ ଆଗୁଆ ଅଛନ୍ତି। ଏହି ଆସନରେ ଗିରିରାଜ ଏବଂ କହ୍ନେୟାଙ୍କ ବ୍ୟତୀତ ଆରଜେଡି ପ୍ରାର୍ଥୀ ତନବୀର ହାସନ୍ ମଧ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ସିପିଆଇ ସହ ଆରଜେଡିର ମେଣ୍ଟ […]
କୋରାପୁଟ (ଗୋବିନ୍ଦରାଜ ସୁବୁଦ୍ଧି): ଲେମନ୍ ଗ୍ରାସ୍ ତେଲ। କସ୍ମେଟିକ୍ ଉତ୍ପାଦଠାରୁ ଆରମ୍ଭ କରି ବିଭିନ୍ନ ଔଷଧରେ ଏହାକୁ ବ୍ୟବହାର କରାଯାଏ। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ବିରଳ ପ୍ରଜାତିର ଘାସ ଚାଷ ପାଇଁ ଜଳବାୟୁ ସୁହାଇଥାଏ। ତେଣୁ ଏଠାକାର ଚାଷୀ ହଜାର ହଜାର ଏକର ଜମିରେ ଲେମନ ଗ୍ରାସ ଚାଷ କରି ଆସୁଛନ୍ତି। ଲେମନ ଗ୍ରାସ୍ର ସ୍ୱତନ୍ତ୍ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ହେଲେ ଏଠାରେ ଲେମନଗ୍ରାସର ଅଭାବି ବିକ୍ରି ଦେଖାଦେଇଛି। ଏହାର […]
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଧାବିକା ଦୂତି ଚାନ୍ଦ। ଏଥର କିନ୍ତୁ ଶରୀରରେ ଅଧିକ ପୁରୁଷ ହରମୋନ୍ କି ପଦକ ଜିଣିବାକୁ ନେଇ ନୁହେଁ, ବରଂ ସମଲିଙ୍ଗୀ ସମ୍ପର୍କକୁ ନେଇ ଦୂତି ଚାନ୍ଦ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜ ଗାଁର ଜଣେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା କଥା ଖୋଦ୍ ଦୂତି ସ୍ୱୀକାର କରିବା ପରେ ତାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। କେବେ ବାହାଘର, ସେ କଥା ସ୍ପଷ୍ଟ କରିନଥିଲେ ବି ୨୦୨୦ ଅଲିମ୍ପିକ୍ସ ପରେ ଏହା […]
କେନ୍ଦୁଝର: ଇଣ୍ଟରନେଟ୍ରେ ସର୍ଚ୍ଚ କରିବା ବେଳେ କାଁ ଭାଁ ଆପଣ “ଗଛ ଘର” ବା “Tree House’’ ଦେଖିଥିବେ। ହେଲେ ଏଥର ଆପଣ ଏମିତି କିଛି ରୋମାଞ୍ଚକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିପାରିବେ। ଅତି ପାଖରୁ। ଏହି ବିଦେଶୀ ସଉକ ଏବେ ଆମ କେନ୍ଦୁଝର ମାଟିରେ ଠିଆ ହୋଇଛି। କେନ୍ଦୁଝର ନରଣପୁରରେ ‘ଟ୍ରି ହାଉସ୍’ ଏବେ ଚର୍ଚ୍ଚାରେ। ଗଛ ଉପରେ ଘର କରିଛନ୍ତି ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ସାମଲ। ନିଜ ଜାଗାରେ ସୁନ୍ଦର ଟ୍ରି ହାଉସ […]
ପୁରୀ: ‘ଫୋନ‘ କୋପରେ ସମଗ୍ର ପୁରୀ ଜିଲ୍ଲା ଛାରଖାର ହୋଇଯାଇଛି। ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ବଳଙ୍ଗାରେ ବି ଧ୍ୱଂସର ତାଣ୍ଡବ ରଚିଛି ‘ଫୋନି’। ମହା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ବଳଙ୍ଗା ଅଞ୍ଚଳର ମାନଚିତ୍ର। ପବନ ମାଡ଼ରେ ଖାଲି ଯେ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି ତା ନୁହେଁ, ବରଂ ଉକ୍ତ ଅଞ୍ଚଳର ସ୍କୁଲ, କଲେଜ, ଡାକ୍ତରଖାନା ଭଳି ସମସ୍ତ ଭିତ୍ତିଭୂମି ମାଟିରେ ମିଶିଯାଇଛି। ବଳଙ୍ଗାରେ ‘ଫୋନି’ ଯେଭଳି କ୍ଷତ ସୃଷ୍ଟି କରିଛି ତାହା ପୂରଣ ହେବାକୁ […]
ନବରଙ୍ଗପୁର(ନବଘନ ବିଷୋୟୀ): କଚ୍ଛପ ଗତିରେ ଚାଲିଛି ଇନ୍ଦ୍ରାବତୀ ନଦୀରେ ଚିର୍ମା ବ୍ରିଜ୍ ନିର୍ମାଣ। ଫଳରେ ଗମନାଗମନ ପାଇଁ ପ୍ରତିଦିନ କାଠ ଧଡ଼ାରେ ଯିବାଆସିବା କରୁଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଓ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଲୋକେ । ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିଲେ ବି ୩ ବର୍ଷ ମଧ୍ୟରେ ବ୍ରିଜର ପିଲାର୍ ବି ଉଠିନି । ସେପଟେ ଡେଡ୍-ଲାଇନ୍ ସରିବାକୁ ଅଛି ଆଉ ମାତ୍ର ୬ ମାସ। ହେଲେ କେବେ ବ୍ରିଜ୍ କାମ […]