• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

navjot-rahul-
ପଞ୍ଜାବ କଂଗ୍ରେସରେ ଛିଣ୍ଡୁନି ବିବାଦ, ଖୁବ୍‌ଶୀଘ୍ର ସିଦ୍ଧୁଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ…

sea
ଉପହାର ଦେଇ ଗଲା ବାତ୍ୟା ‘ନିଭାର’, ସମୁଦ୍ରକୂଳରୁ ମିଳିଲା ସୁନା ଖଣ୍ଡ

କାକିନାଡ: ବାତ୍ୟା ‘ନିଭାର’ କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଥିବା ବେଳେ ଆଉ କିଛି ଲୋକଙ୍କ ଏହା ଭାଗ୍ୟ ଖୋଲି ଦେଇଛି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ ସମୁଦ୍ରକୂଳରୁ କିଛି ଲୋକଙ୍କୁ ଛୋଟ ଛୋଟ ସୁନା ଖଣ୍ଡ ମିଳିଛି। ଏହି ଖବର ଜଣାପଡ଼ିବା ପରେ ସୁନା ପାଇବା ଆଶାରେ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ପ୍ରବଳ ବର୍ଷା ଓ ଥଣ୍ଡାକୁ ଖାତିର ନକରି ସମୁଦ୍ର କୂଳରେ ପହଞ୍ଚି ସୁନା ଖଣ୍ଡ […]

jawan
ନକ୍ସଲଙ୍କ IED ବିସ୍ଫୋରଣ: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ, ୭ ଯବାନ ଗୁରୁତର

ରାଇପୁର: ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ମହାରାଷ୍ଟ୍ର ନାସିକର ନୀତିନ ଭାଲେରେ କୋବ୍ରା ୨୦୬ ବାଟାଲିୟନର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସିଆରପିଏଫ୍ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ୍‌ରୁ ଫେରୁଥିଲେ। ଏହି ସମୟରେ ଯବାନମାନଙ୍କୁ ଟାର୍ଗେଟ୍ କରି ତାଦମେତଲା ଗାଁ ନିକଟ ଜଙ୍ଗଲରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ।

corona-virus
ଦେଶରେ ଏବେ ବି ଗମ୍ଭୀର କରୋନା ସ୍ଥିତି

ନୂଆଦିଲ୍ଲୀ: ଏବେ ବି ଦେଶରେ କରୋନା ସ୍ଥିତି ଗମ୍ବୀର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୪୧,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୬ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩,୯୨,୯୨୦ ହୋଇଛି। ସେହିଭଳି ୪୯୬ ନୂଆ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧,୩୬,୬୯୬କୁ ବୃଦ୍ଧି ହୋଇଛି। ସେହିଭଳି ୪,୫୫,୯୫୬ ଆକ୍ଟିଭ୍ କେସ୍ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ  ସୂଚନା ଦେଇଛି। ଗତ […]

amit-sghah
ଆନ୍ଦୋଳନରତ ଚାଷୀଙ୍କୁ କ'ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହ ?

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ପଞ୍ଜାବ କୃଷକ ସଂଘ। ଦିଲ୍ଲୀର ଯନ୍ତରମନ୍ତର ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକଙ୍କୁ ନିବେଦନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିନ୍ତୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ କେନ୍ଦ୍ର […]

pm-modi
'ମନ୍‌ କି ବାତ୍'‌ରେ କୃଷି ଆଇନ୍‌ ସହିତ ଅନ୍ୟ କେଉଁ ସମ୍ପର୍କରେ କଣ କହିଲେ ମୋଦି ?

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୃଷି ଆଇନ୍‌, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କୃଷି ଆଇନ୍‌କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଆଇନ୍‌ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି। ଫଳରେ କୃଷକଙ୍କ ସମସ୍ୟା କମିଛି। ଏଥିସହିତ କରୋନା ସମ୍ପର୍କରେ ଢିଲା ନ ହୋଇ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନ୍‌କୁ […]

urmila
ଶିବସେନାରେ ଯୋଗ ଦେବେ ବଲିଉଡ୍‌ ହିରୋଇନ୍‌ ଉର୍ମିଲା

ମୁମ୍ବାଇ: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବଲିଉଡ୍‌ ଆଭିନେତ୍ରୀ ଉର୍ମିଲା ମୋତୋଣ୍ଡକର ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିବା ଉର୍ମିଲା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଶିବସେନାରେ ସାମିଲ୍‌ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୋମବାର ସେ ଶିବସେନାରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଦଳରେ ଘୃଣ୍ୟରାଜନୀତି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ ଉର୍ମିଲା। ୨୦୧୯ ମାର୍ଚ୍ଚ […]

car
ଏକାଧିକ ଲଗ୍‌ଜୁରୀ କାର୍‌କୁ ଘାଇରେ ଫିଙ୍ଗିଦେଲା ଭୋଲ୍‌ଭୋ କମ୍ପାନୀ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବ୍ରାଣ୍ଡ ନୂଆ ଲଗ୍‌ଜୁରୀ କାର୍‌କୁ ୧୦୦ ଫିଟ୍‌ ଉଚ୍ଚାରୁ ଘାଇକୁ ଫିଙ୍ଗୁଛି ବିଶ୍ୱର ଲୋକପ୍ରିୟ କାର୍ ନିର୍ମାତା କମ୍ପାନୀ ଭୋଲ୍‌ଭୋ। ହେଲେ ନୂଆ କାର୍‌ଗୁଡ଼ିକୁ ଏମିତି ଘାଇ ତଳକୁ କାହିଁକି ପିଙ୍ଗୁଛି କମ୍ପାନୀ ତାର କାରଣ ବି ଜାଣି ରଖନ୍ତୁ। .@VolvoCars ‘most extreme’ crash test involves a 100-foot drop from a crane: https://t.co/5znqZ5tEWo pic.twitter.com/PAxQLqCF5T — Car and Driver (@CARandDRIVER) November 16, 2020 […]

1
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ   

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ। ନିଷିଦ୍ଧ ସମୟରେ କଣ କରାଯିବ ନାହିଁ? ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ନିଷିଦ୍ଧ ସମୟରେ କୋଣସି ଶୁଭ କାର୍ଯ୍ୟ କରାଯାଇନଥାଏ। […]

4
ବର୍ଷକରେ ୨୩ ପିଲାର ବାପା ହୋଇ ଫସିଲେ; ଯୁବକଙ୍କ ବିରୋଧରେ ମାମଲା ରୁଜୁ

ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହେଲେ ଯୁବକ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯୁବକ ଜଣକ ଜୈବିକ ପଦ୍ଧତିରେ ହିଁ ୨୩ ପିଲାର ବାପା ହୋଇଛନ୍ତି। ଏହି ଯୁବକ ଜଣକ ହେଲେ ଅଷ୍ଟ୍ରେଲିଆର ଏଲନ ଫାନ। ଏଲନ ପ୍ରଥମେ ପ୍ରଥମେ ଖୁସିରେ ସ୍ପର୍ମ ଦାନ କରୁଥିଲେ। କିନ୍ତୁ ପରେ ସେ ଏହାକୁ ଜିବୀକା ଭାବରେ ଗ୍ରହଣ ନେଇଥିଲେ।   ସ୍ପର୍ମ ଦାନ କରି ଗୋଟିଏ ବର୍ଷରେ ୨୩ ପିଲାର ବାପା ହେବା […]

dibya
ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗର ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମୁମ୍ବାଇ ଏସ୍‌ଆର୍‌ଭି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସୂଚନା ଅନୁସାରେ ଦିବ୍ୟାଙ୍କ ଅକ୍ସିଜେନ୍ ଲେବଲ ହଠାତ୍ କମିଯାଇଥିଲା। ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ମା କହିଛନ୍ତି ଯେ, ଗତ ୬ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। ସେ ବହୁତ ଅସୁସ୍ଥତା ଅନୁଭବ କରିଥିଲେ। ସେଥିପାଇଁ ମୁଁ ଦିଲ୍ଲୀ ଆସିବାପରେ […]

9
ବର୍ଷକରେ ମଲେ ୨୬ ବାଘ

ଭୋପାଳ: ୨୦୨୦ ବର୍ଷରେ ମଧ୍ୟପ୍ରଦେଶରେ ୨୬ଟି ବାଘଙ୍କର ମୃତ୍ୟୁ ହୋଇଛି। ଗତ ୬ ବର୍ଷ ହେଲା ହାରାହାରି ଜନ୍ମ ହୋଇଥିବା ବାଘଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶର ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହା। National Tiger Conservation Authority’s (NTCA) ର ୱେବ୍‌ସାଇଟ୍‌ରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ଏପ୍ରିଲ୍‌ ମାସ ସୁଦ୍ଧା ୨୬ଟି ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବାନ୍ଧବଗଡ଼ ବାଘ ସରଂକ୍ଷଣରେ ହୋଇଥିବା ୧୦ଟି ମୃତ୍ୟୁକୁ ମିଶାଇ […]