• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Actress Vijayalakshmi
ଭିଡିଓ କରି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କହିଲେ- ଏଇଟା ମୋର ଶେଷ ଭିଡିଓ

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ। ଏସବୁ ଭିତରେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନ୍ସମାନଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ତାମିଲ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଠିକ୍‌ ସମୟରେ ତାଙ୍କୁ ବଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ହସ୍ପିଟାଲ୍‌ରେ ତାଙ୍କର […]

friend
ଜିତିଲେ ୧୬୫ କୋଟି, ହେଲେ ମନେ ପଡ଼ିଗଲା ବନ୍ଧୁଙ୍କୁ ଦେଇଥିବା କଥା....

ଅପୂର୍ବ ବନ୍ଧୁତ୍ୱ । କେଉଁ ପିଲାବେଳେ ପରସ୍ପରକୁ କଥା ଦେଇଥିଲେ ଆଉ ବାର୍ଦ୍ଧକ୍ୟରେ ସେହି କଥା ରଖିଛନ୍ତି। ପ୍ରମାଣିତ  କରି ଦେଇଛନ୍ତି ପ୍ରତିଶ୍ରୁତି କେମିତି ପାଳନ କରାଯାଏ । ଆଉ ଏକଥା ମଧ୍ୟ କହି ଯାଇଛନ୍ତି ସବୁ ମୂଲ୍ୟବାନ ସମ୍ପତ୍ତିଠାରୁ ବନ୍ଧୁତ୍ୱର ମୂଲ୍ୟ କେତେ ଅଧିକ !  ଲଟେରୀରେ ପାଇଥିବା ୧୬୫ କୋଟି ଟଙ୍କାରୁ ସାଙ୍ଗକୁ ଅଧା ଦେଇ ବନ୍ଧୁତ୍ୱର ଅପୂର୍ବ ନିଦର୍ଶନ ଦେଖାଇଛନ୍ତି ଟମ୍‌ କୁକ୍‌। ଏଠି ଆମେ କହିବାକୁ ଯାଉଛୁ ଦୁଇ ସାଙ୍ଗ ଟମ୍‌ […]

Sanjay Bansode
ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Nationalist Congress Party (NCP)ର ନେତା ସଞ୍ଜୟ ବଂଶୋଡେଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ମୁମ୍ବାଇର ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଶନିବାର ଦିନ ଜ୍ୱର ଓ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ସେ କରୋନା ଟେଷ୍ଟ୍‌ କରିଥିଲେ ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନାରେ ଆକ୍ରାନ୍ତ ନେଇ ଜଣାପଡ଼ିବା ପରେ ସଞ୍ଜୟ […]

corona
କରୋନାରେ ଆଖି ବୁଜିଲେ ଯୁବ ଡାକ୍ତର

ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନା ପ୍ରଭାବ। କରୋନା କବ୍‌ଜାରେ ଦିନକୁ ଦିନ ହଜି ଯାଉଛି ଅନେକ ଜୀବନ। କରୋନାର କରାଳ ରୂପ ନୂଆଦିଲ୍ଲୀକୁ ଥରାଇ ଦେଇଛି।  କରୋନାଭାଇରସ୍ ସଂକ୍ରମଣରେ ରାଜଧାନୀ ଦିଲ୍ଲୀର ଜଣେ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ୨୭ ବର୍ଷୀୟ ଡାକ୍ତର ଜୋଗିନ୍ଦର ଚୌଧରୀ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜୋଗିନ୍ଦର ଦିଲ୍ଲୀର ବାବାସାହେବ ଆମ୍ବେଦକର ହସ୍ପିଟାଲରେ କୋଭିଡ -19 […]

chambal
ପୁଣି ଫୋକସରେ ଚମ୍ପଲ ଉପତ୍ୟକା

ନୂଆଦିଲ୍ଲୀ: ଦୁର୍ଗମ ଚମ୍ବଲ ଉପତ୍ୟକା।  ଡକାୟତ ଏବଂ ଅପରାଧୀଙ୍କ ଗର୍ଜନରେ ଦିନେ କମ୍ପୁଥିଲା ଏହି ଭୂଖଣ୍ଡ। ଚମ୍ବଲ ନାଁ କହିଲେ ଥରି ଯାଉଥିଲା ଛାତି। ଆଜି ଆଉ ସେଠି ଡାକୟତ ବା ଅପରାଧୀ ଆଡ୍ଡାସ୍ଥଳୀ ନାହିଁ। ତଥାପି ପରିତ୍ୟକ୍ତ ହୋଇ ପଡ଼ିଛି। ଏହି ପରିତ୍ୟକ୍ତ ଜାଗାରେ  ଚାଷ କାର୍ଯ୍ୟ କରିବାକୁ ମୋଦୀ ସରକାର (ମୋଦୀ ସରକାର) ଯୋଜନା କରିଛନ୍ତି। ଏଥି ପାଇଁ ସହାୟତା କରିବ ବିଶ୍ୱ ବ୍ୟାଙ୍କ।। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, […]

national updates
୨୪ ଘଣ୍ଟାରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ବଢୁଛି ସୁସ୍ଥ ଲୋକଙ୍କ ହାର

ନୂଆଦିଲ୍ଲୀ: ଭାରତରେ ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ  ୭୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି । ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର […]

uma
ଆସିଲା ଉମା ଭାରତୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି। ଏ ନେଇ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ ହେବା ପରେ ଉମା ଭାରତୀ ନିଜର ନମୂନା ପରୀକ୍ଷା କରାଇଥିଲେ। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି। ଗୋଟିଏ ପରେ ଗୋଟିଏ ୩ଟି ଟ୍ୱିଟ କରି ଉମା ଭାରତୀ […]

rafel
ଫ୍ରାନ୍ସରୁ ଆସିଲା ରାଫେଲ ଫାଇଟର୍ ଜେଟ୍

ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍।  ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍‌ ଖୁବ୍‌ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି।  ମେରିଗନାକ୍‌ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା ପରେ ଏହି ୧୦ ଜଣ ପାଇଲଟ୍ ରାଫେଲ୍‌କୁ ନେଇ ଭାରତ ଆସୁଛନ୍ତି। ଜୁଲାଇ ୨୯ରେ ଏହା ଅମ୍ବାଲାରେ ଏୟାରଫୋର୍ସରେ ସାମିଲ ହେବ ରାଫେଲ । ସୀମାନ୍ତରେ ଚୀନ-ପାକିସ୍ତାନ […]

Capture
ଭାଗ୍ୟ ବଦଳାଇ ଦେଲେ ସୋନୁ; କାନ୍ଧରେ ଲଙ୍ଗଳ ଟାଣୁଥିବା ୨ ଭଉଣୀଙ୍କୁ ଦେଲେ ଟ୍ରାକ୍ଟର

ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍।  ହେଲେ ରିୟଲ୍ ଲାଇଫ୍‌ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍‌। ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା। ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।  ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଓ ଚନ୍ଦନା […]