ନୂଆଦିଲ୍ଲୀ: ରେଡିଓ ପ୍ରୋଗ୍ରାମ ‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କାରଗିଲ୍ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି ଅବସରରେ ପାକିସ୍ତାନକୁ ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଯବାନଙ୍କୁ ଅପମାନିତ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ମୋଦି କହିଛନ୍ତି, ବିନା କାରଣରେ ଶତ୍ରୁତା କରିବା, ଦୁଷ୍ଟ ସ୍ୱଭାବର […]
ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ୍ ଯେଉଁଭଳି ଭାବରେ ଆଗକୁ ଆସିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବଲିଉଡର ଅଭିନେତା ସୋନୁ ଏପର୍ଯ୍ୟନ୍ତ ମଧ୍ୟ ସାହାଯ୍ୟ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। कभी आएँगे आपके इस सोनू सूद को देखने। ❣️🙏 https://t.co/ypQLfbRWX6 — sonu sood (@SonuSood) July 26, 2020 ଖାଲି ସେତିକି ନୁହେଁ, ଯେଉଁମାନଙ୍କ ପାଖରେ ରୋଜଗାର କରିବାର କୌଣସି ମାଧ୍ୟମ […]
ଯୋଧପୁର: ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍। ବିସ୍ଫୋରଣ ଶବ୍ଦ ଏତେ ଜୋର୍ ଥିଲା ଯେ, ଏହାଶୁଣି ଲୋକମାନେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ରାଜସ୍ଥାନର ଯୋଧପୁର ସହରରେ ଏହି ଘଟଣା ଘଟିଛି। ଯୋଧପୁର ସହରରେ ୨୪ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପରେ ଗତକାଲି ସକାଳେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ପିଏଚ୍ଡି ପାଣି ଟାଙ୍କିରୁ ଭିନ୍ନ ଭିନ୍ନ ସମୟରେ ପାଇପ୍ ଲାଇନ୍ […]
ନୂଆଦିଲ୍ଲୀ: କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ବହୁ ସଂଖ୍ୟକ ISIS ଆତଙ୍କବାଦୀ। ଏନେଇ ଜାତିସଂଘ ଭାରତକୁ ସତର୍କ କରାଇଛି। କେବଳ ISIS ନୁହେଁ, ଭାରତୀୟ ଉପମହାଦେଶୀୟ ଅଲ୍କାଏଦାର ଏକ ଟିମ୍ ଭାରତରେ ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍ମାର୍ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି, ଏବଂ ଏମାନେ ଆକ୍ରମଣ ଯୋଜନା କରୁଥିବା ଜାତିସଂଘ କହିଛି। ଭାରତୀୟ ଉପମହାଦେଶୀୟ ଅଲ-କାଏଦା(AQIS)ର ଏହି ଦଳ ତାଲିବାନ ଅମ୍ବ୍ରେଲା ସଂଗଠନର […]
ମୁମ୍ୱାଇ: ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି। ଏବେ ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ଜଣେ ଝିଅକୁ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ଟୁଇଟ୍ କରି ଗୀତ ଗାଉଥିବା ଝଅକୁ ପ୍ରଶଂସା କରି କହିଥିଲେ ଯେ ‘ସେ ଜଣେ ବିଶେଷ ପ୍ରତିଭା’। ଅମିତାଭଙ୍କ ଠାରୁ କପ୍ଲିମେଣ୍ଟ ପାଇବା ପରେ ଝିଅଟି ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା […]
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲକ୍-୨ ଚାଲିଛି। ଏହା ମଧ୍ୟରେ ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇ ୩୧ ତାରିଖରେ ଅନଲକ୍-୨ ଶେଷ ହେବାକୁ ଯାଉଛି। ଅନଲକ୍-୧ ଏବଂ ୨ରେ କିଛି କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତା ସହ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିପାରେ। କିଛି ଦିନ ତଳେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରାଳୟ ସିନେମା ହଲଗୁଡ଼ିକ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଗତ୨୪ଜୁଲାଇରେ ରିଲିଜ୍ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକମାନେ ମଧ୍ୟ ଭଲ ପସନ୍ଦ କରୁଛନ୍ତି। ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଟ୍ୱିଟ୍ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। From #pavitrarishta to #dilbechara One last time !!! pic.twitter.com/3tCruDZD1h — Ankita lokhande (@anky1912) July […]
ଭୋପାଳ: କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଆଜି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶିବରାଜ। ସେ ନିଜର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି “ ମୋ ପ୍ରୀୟ ଦେଶବାସୀ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। କରୋନା ଯୋଦ୍ଧାର ଟିମ୍ ସମ୍ପୂର୍ଣ୍ଣ ସମର୍ପଣ ଭାବ ସହିତ କାମ କରୁଛନ୍ତି। ଏଥିପାଇଁ ରାଜ୍ୟର ସବୁ […]
ଧରୱାଡ: ଲୋକଙ୍କ ଜୀବନ ଜୀବିକା ଉପରେ କରୋନା କାଳ ସାଜିଛି। ମହାମାରୀ ଯୋଗୁ ଦେଶ ସମେତ ସାରା ବିଶ୍ୱରେ ଲକ୍ଡାଉନ୍ ଜାରି ହୋଇଥିବା ଯୋଗୁ ଅନେକ ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ ଓ ସାଧାରଣ କାମଧନ୍ଦା ଠପ୍ ହୋଇଯାଇଛି। ଏହି ସମୟରେ ଅନେକ ଲୋକଙ୍କ ଚାକିରି ଯିବାର ଭୟ ସେମାନଙ୍କ ମନରେ ଘର କରିସାରିଲାଣି। ଏଭଳି ପରସ୍ଥିତିରେ ଗତ ଶନିବାର କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଚାକିରିକୁ ନେଇ ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିଛନ୍ତି। ଏ […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ ଛୁଇଁଛି। ଏହା ମଧ୍ୟରେ ଆଇସିଏମଆର୍ କରୋନା ଟେଷ୍ଟିଂର ସଂଖ୍ୟା ବଢ଼ାଇବା ନେଇ ଯୋଜନା କରୁଛି। ଆଇସିଏମଆର୍ ଏବେ ଦୈନିକ ୧୦ଲକ୍ଷ କରୋନାଭାଇରସ୍ ଟେଷ୍ଟିଂ କରାଯିବ ବୋଲି ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଦେଶରେ ପ୍ରତିଦିନ ୫ଲକ୍ଷ ନମୁନାର ପରୀକ୍ଷଣ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କହିବା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧,୬୨,୯୧,୩୩୧ କରୋନା ଟେଷ୍ଟ […]
ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପରିବାରରେ କରୋନା ପଶିବା ପରେ ପରେ ତାଙ୍କ ବାସଭବନ ‘ଜଲ୍ସା’କୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କରୋନା ପଜିଟିଭା ରିପୋର୍ଟ ଆସିବା ପରେ ବିଗ୍ ବିଙ୍କ ସହ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଏହାପରେ ବିଏମସି ପକ୍ଷରୁ ତାଙ୍କ ଘର ‘ଜଲ୍ସା’ କଣ୍ଟନେମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ହେଲେ ଏବେ ଏଠାରୁ କଣ୍ଟେନମେଣ୍ଟ ପୋଷ୍ଟର ହଟାଇ ଦିଆଯାଇଛି । […]
ଦିଶପୁର:ଆସାମରେ ପ୍ରକୃତିର ତାଣ୍ଡବ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା । ବହୁ ସଂଖ୍ୟାରେ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି । ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ ଲହଡି ଭାଙ୍ଗୁଛି ବନ୍ୟାଜଳ। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି । ୨୬ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଲୋକ […]