ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବାଟି ଫିଟିଛି। ଆଇପିଏଲର ୧୩ଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୮ ତାରିଖରେ ଖେଳାଯିବା ନେଇ ଶୁକ୍ରବାର ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ଣ୍ଣିଂ କମିଟିର ବୈଠକ ହେବ, ଯେଉଁଥିରେ ଏହାକୁ ଅନ୍ତିମ ରୂପ ଦିଆଯିବା […]
ଦେବପ୍ରୟାଗ: ଉତ୍ତରାଖଣ୍ଡର ଦେବପ୍ରୟାଗରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ଉପରକୁ ହଠାତ୍ ଏକ ଚିତାବାଘ ଆସି ଗାଈପଲଙ୍କ ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଈମାନେ ସେଠାରୁ ଖସି ପଳାଇ ଯାଇଥିଲେ, ଯାହାର ଭିଡିଓ ସୋସିଆଲ୍ ମିଡିଆରୋ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ବୌଭବ ସିଂ ନିଜ ଟ୍ୱିଟ୍ରେ ଶେୟାର କରିଛନ୍ତି। ଚିତାବାଘ ରାତି ପ୍ରାୟ ୧ଟା ସମୟରେ ରାସ୍ତା ଉପରକୁ […]
ପୁନେ: ଭାରତକୁ ସ୍ୱାଧୀନ ହେବାର ୭୨ ବର୍ଷ ବିତିଗଲାଣି। ଏହା ମଧ୍ୟରେ ଦେଶ ବହୁ ଆଗକୁ ମଧ୍ୟ ବଢ଼ିସାରିଲାଣି। କିନ୍ତୁ ଆଜିବି କିଛି କ୍ଷେତ୍ରରେ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି। ଆମେ କହୁଛୁ ମହାରାଷ୍ଟ୍ରର ଏକ ଗାଁ କଥା। ସ୍ୱାଧୀନତା ପରଠାରୁ ହିଁ ଏହି ଗାଁ ଅନ୍ଧକାରରେ ବିତାଉଥିଲା। କିନ୍ତୁ ଶେଷରେ ଏହିଁ ଗାଁରେ ବିଜୁଳୀ ପହଞ୍ଚିଛି। ଏହି ଗାଁ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଅବସ୍ଥିତ। ଅକୋଲା ଜିଲ୍ଲାର ନାଭି ତଲାଇ ନଦୀରେ ଅବସ୍ଥିତ ଏହି ଗାଁର […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଭ୍ୟାକସିନ୍ ‘କୋଭାକ୍ସିନ୍’ର ହ୍ୟୁମାନ୍ ଟ୍ରାଏଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଭ୍ୟାକସିନର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ପୁରୁଷଙ୍କୁ ଦିଆଯାଇଛି। ପ୍ରାରମ୍ଭିକ ଯାଞ୍ଚ ଓ ପରୀକ୍ଷା ପରେ ଏହି ବ୍ୟକ୍ତିଙ୍କୁ ଟ୍ରାଏଲ୍ ପାଇଁ ଚୟନ କରାଯାଇଥିଲା। ଟ୍ରାଏଲର ପ୍ରଥମ ଫେଜରେ ୩୭୫ ଭଲ୍ୟୁଣ୍ଟିୟରଙ୍କୁ ଏହି ଭ୍ୟାକସିନ୍ ଦିଆଯିବ। ତେବେ ଦିଲ୍ଲୀର ଏମ୍ସରେ ୧୦୦ ଭଲ୍ୟୁଣ୍ଟିୟରଙ୍କ ଉପରେ ଏହି ଭ୍ୟାକସିନର ଟ୍ରାଏଲ୍ ହେବ, ଏଥିରୁ ପ୍ରଥମେ ୫୦ ଜଣଙ୍କୁ ଭ୍ୟାକସିନ୍ ଦିଆଯିବ। […]
ବର୍ତ୍ତମାନ ଦେଶରେ ମୌସୁମୀର ପ୍ରବାହ ଜାରି ରହିଛି। ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। କାରଣ ମୌସୁମୀ ବା ବର୍ଷାଦିନ ଯେତିକି ଭଲ, ସେତିକି ସଂକ୍ରମଣର ଭୟ ବି ରହିଛି। ଏହି ସମୟରେ ଚର୍ମ ଓ ଥଣ୍ଡାଜନିତ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ଏପଟେ କରୋନା ସଂକ୍ରମଣ ଜାରି ରହିଥିବାରୁ ଶୀରରେ କିଭଳି ଇମ୍ୟୁନିଟି(ରୋଗ ପ୍ରତିରୋଧକ ଶକ୍ତି)କୁ ବଢ଼ାଇ ହେବ ସେଥିପ୍ରତି ଧ୍ୟାନ ଦେବା ନିହାତି ଦରକାର। ତେବେ ବର୍ଷାଦିନରେ କିପରି […]
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହେଲେ ଆଉ ୮୦୮ ଜଣ। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୫,୨୦୦ରେ ପହଞ୍ଚିଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୬୧, କଟକରୁ ୩୫, ମାଲକାନଗିରିରୁ ୩୦, ଗଜପତି ୨୨, ବାଲେଶ୍ୱର ଓ ଖୋର୍ଦ୍ଧାରୁ ୧୯ ଲେଖାଏଁ ସୁସ୍ଥ ହୋଇଛନ୍ତି। Reaching another high […]
ଜୟପୁର: ରାଜସ୍ଥାନ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ସଚିନ ପାଇଲଟ ଓ ତାଙ୍କ ଟିମକୁ ମିଳିଛି ଆଶ୍ୱସ୍ତି । ସଚିନ ଓ ତାଙ୍କର ୧୮ ବିଧାୟକଙ୍କ ବିରୋଧରେ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେନି ବୋଲି ବାଚସ୍ପତି ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟ ପରେ ଚିନ୍ତାର ଗେହଲୋଟ ସରକାର। ମାମଲା ଏବେ ରାଷ୍ଟ୍ରପତିଙ୍କ ପାଖକୁ […]
ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ଆଜି ସିବିଆଇ ସ୍ପେଶାଲ କୋର୍ଟରେ ଆଡଭାନୀ ନିଜର ବୟାନ ରେକର୍ଡ କରିଛନ୍ତି। ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ ଭାବେ ଆଡଭାନୀ ବିଭିନ୍ନ ପ୍ରଶ୍ନ ଉତ୍ତର ରଖିଛନ୍ତି। ସକାଳ ୧୧ଟାରୁ ସାଢ଼େ ୩ଟା ଯାଏ ଶୁଣାଣି ଜାରି ରହିଥିଲା। ଏହି ସମୟ ମଧ୍ୟରେ ଆଡଭାନୀଙ୍କୁ ଶହେରୁ ଅଧିକ ପ୍ରଶ୍ନ କରିଥିଲେ ସିବିଆଇ ସ୍ପେସାଲ […]
ମୁମ୍ବାଇ: ରିଲିଜ ହେଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ଡିଜ୍ନୀ ହଟ୍ଷ୍ଟାରରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ, ଏହାକୁ ମାଗଣାରେ ଦେଖିପାରିବେ ଦର୍ଶକ। ସୁଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଥାଇରଏଡ୍ କ୍ୟାନ୍ସର ଆକ୍ରାନ୍ତ ଜଣେ ଯୁବତୀଙ୍କ ପ୍ରେମ, ସଂଘର୍ଷ ଓ ସ୍ୱପ୍ନପୂର୍ତ୍ତିକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଓ ସଞ୍ଜନା ସାଂଘି ଅଭିନୟ କରିଛନ୍ତି। ଏଥିରେ […]
ନୂଆଦିଲ୍ଲୀ: ପ୍ରିମିୟମ୍ ସ୍ମାର୍ଟଫୋନ୍ କମ୍ପାନୀ ଆପଲ ଭାରତରେ iPhone 11 ମଡେଲ୍ର ମ୍ୟାନୁଫେକ୍ଚରିଂ ଆରମ୍ଭ କରିଦେଇଛି। ଚେନ୍ନାଇ ସ୍ଥିତ Foxconn ପ୍ଲାଣ୍ଟରେ ଏହି ମଡେଲ୍ ତିଆରି ଚାଲିଛି। କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଭାରତରେ iPhone 11 ତିଆରି ହେଲେ ଏଥିରେ ଖର୍ଚ୍ଚ କମ୍ ହେବ। ତା ସହିତ ସରକାରଙ୍କୁ କମ୍ପାନୀ ଦେଉଥିବା ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ସଞ୍ଚୟ ହୋଇପାରିବ। ଫଳରେ ଆଗାମୀ ସମୟରେ ଭାରତୀୟ ବଜାରରେ […]
ନୂଆଦିଲ୍ଲୀ: କରୋନା ଯୋଗୁ ସାରା ଦେଶରେ ଏବେ ସିନେମା ହଲ୍ ବନ୍ଦ ରହିଛି। ତେଣୁ ଏହାକୁ ପୁଣିଥରେ ଆସନ୍ତା ଅଗଷ୍ଟରେ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରିଛି। ଶୁକ୍ରବାର ଦିନ ଏସମ୍ପର୍କରେ CII ମିଡିଆ କମିଟି ସହ ସୂଚନା ଓ ପ୍ରସାରଣ ସଚିବ ଅମିତ୍ ଖେର୍ଙ୍କ ଆଲୋଚନା ହୋଇଥିଲା। ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗୃହ ସଚିବ ଅଜୟ ଭଲ୍ଲା ନେବେ ବୋଲି ଅମିତ୍ ଖେର୍ […]
ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ଆମକୁ ଗୋଟିଏ ଜିନିଷ ଉପରେ ସବୁଠାରୁ ବେଶି ଧ୍ୟାନ ଦେବାକୁ ହେବ। ଆଉ ତାହା ହେଉଛି ସ୍ୱଚ୍ଛତା। ତେଣୁ ବାହାରୁ କୌଣସି ଜିନିଷ ଆଣିଲେ ତାହାକୁ ପରିଷ୍କାର କରି ଧୋଇବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ପନିପରିବା ଧୋଇ ତା’ ପରେ ଫ୍ରିଜ୍ରେ ରଖିବା ନିହାତି ଦରକାର। ତେବେ ଏହି କାମକୁ କେତେ ସହଜରେ କରି ପାରିବେ ଜାଣନ୍ତି ? ଏଇ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍ଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। ହେଲେ କେବେ ସେ ତାଙ୍କର ବୟାନ ପୋଲିସ୍କୁ ଦେବେ ଏନେଇ ବାନ୍ଦ୍ରା ପୋଲିସ୍ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ବୟାନ ରେକର୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଉ ବୋଲି କଙ୍ଗନାଙ୍କ ଟିମ୍ ପକ୍ଷରୁ କୁହାଯାଇଛି। ଏସବୁ ଭିତରେ କଙ୍ଗନାଙ୍କ ଟିମ୍ ପକ୍ଷରୁ ଟ୍ୱିଟ୍ରରେ ଏକ ହ୍ୱାଟ୍ସଆପ୍ ସ୍କ୍ରିନ୍ଶଟ୍ […]
ପୁଣେ: ଆଗ୍ରହ, ଆନ୍ତରିକ ଉଦ୍ୟମ ଆଉ ନିଷ୍ଠା ପାଖରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। କରୋନା ଲକଡାଉନ ସମୟରେ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଛନ୍ତି। ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପେଟକୁ ଯୋଗାଡ କରିବା କଷ୍ଟ ହୋଇ ପଡ଼ିଛି। ଲାଗୁଛି, କରୋନା ଯେମିତି ଆମ ଜୀବନର ସବୁ ହସ, ଖୁସି, ସୁଖଶାନ୍ତି ଛଡ଼ାଇ ନେଇଛି। ହେଲେ ଦେଖନ୍ତୁ ଏଇ ୮୫ ବର୍ଷ ବୟସ୍କ ମହିଳାଙ୍କୁ। କାମ କରୁଛନ୍ତି, ପେଟକୁ ଦାନା ଯୋଗାଡ କରିପାରୁଛନ୍ତି। ତା […]
ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି କରୋନା । ଦିନକୁ ଦିନ କରୋନା ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହା ସହିତ ଦିନକରେ ୪୮ ହଜାର ୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସାରା ଦେଶରେ ୪ ଲକ୍ଷ ୨୦ ହଜାର ୮୯୮ ସାମ୍ପଲ ଟେଷ୍ଟ ହୋଇଥିଲା। ନୂଆ ତଥ୍ୟକୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହିପରି […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ କୁନି ପୁଅକୁ ଅପହରଣ କରି ନେଇ ଯାଇଥିଲେ ଦୁର୍ବୃତ୍ତ। ଶିଶୁ ପାଇଁ ୪ କୋଟି ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁପୁତ୍ରକୁ ଉଦ୍ଧାର କରିବା ୟୁପି ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା। ଏସ୍ଟିଏଫ ଏବଂ କ୍ରାଇମ୍ ବ୍ରାଞ୍ଚ୍ ଅପହରଣକାରୀଙ୍କୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଥିଲେ। ଶେଷରେ ଅପହରଣୀକାରୀ ଓ ଉଦ୍ଧାରକାରୀ ଟିମ୍ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ୧୭ ଘଣ୍ଟା […]
ଦିଶପୁର: ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ ସାଂଘାତିକ ରୂପ ନେଇଛି। ବିଶେଷକରି ଆସାମ ଓ ବିହାରରେ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବନ୍ୟାସ୍ଥିତି ସାଙ୍ଗକୁ ଲଗାଣ ବର୍ଷା ଦୁଇ ରାଜ୍ୟର ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି। ବନ୍ୟାରେ ଆସାମର୨୬ଟି ଜିଲ୍ଲାର ପ୍ରାୟ ଅଢେଇ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ୯୫ରେ ପହଞ୍ଚିଛି। ଭୀଷଣ ରୂପ ଧରି ସବୁକିଛି ଗ୍ରାସି ଚାଲିଛି ବ୍ରହ୍ମପୁତ୍ର […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ନେଇ ଟ୍ୱିଟ୍ କରି ନିଜେ ଶିବରାଜ ଏହା ଜଣାଇଛନ୍ତି। ନିଜର ସହଯୋଗୀମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ସେ କହିଛନ୍ତି। “ମୋର କରୋନା ଲକ୍ଷଣ ଥିଲା, ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାନ୍ତୁ। ନିକଟ ସଂପର୍କୀୟ କ୍ୱାରେଣ୍ଟିନ୍ରେ ଯାଆନ୍ତୁ” ଶିବରାଜ ଟ୍ୱିଟ୍ କରି କହିଛନ୍ତି। ଶିବରାଜ ସିଂ ଆହୁରି କହିଛନ୍ତି, […]
ନୂଆଦିଲ୍ଲୀ: ବଜାରକୁ ଆସିବ କରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ। ଫାର୍ମା କମ୍ପାନି ସିପଲ୍ ପକ୍ଷରୁ ଫାଭିପିରାଭିର୍ ମେଡିସିନକୁ ଖୁବ୍ ଶୀଘ୍ର ବଜାରକୁ ଛଡ଼ାଯିବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ମିଳିଛି। ସିପଲ୍ ପକ୍ଷରୁ ଏହାକୁ ସିପଲେନ୍ଞ୍ଜା ନାଁରେ ବଜାରରେ ଉପଲବ୍ଧ କରାଯିବ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହା ବଜାରକୁ ଆସିବ। ପ୍ରତି ଟାବଲେଟର ଦର ୬୮ ଟଙ୍କା ରହିବ। କୋଭିଡ୍ ହସ୍ପିଟାଲ୍ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିବା ବେଳେ ଏହି […]