ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଲାଗି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ମନରେ ଏକ ପ୍ରକାର ବିଶ୍ୱାସ ସୃଷ୍ଟି ହୋଇଛି ଯେ, ସୁଶାନ୍ତଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ। ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ ଧ୍ୟାନ ଦେବା ସହ ସଠିକ୍ ତଦନ୍ତ ଲାଗି ଲକ୍ଷାଧିକ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି […]
ଶ୍ରୀନଗର: ସୀମାନ୍ତରେ ସେନା-ସୁରକ୍ଷାବାହିନୀ ମଧ୍ୟରେ ଆଜି ଚାଲିଥିବା ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀର ଶ୍ରୀନଗର ଉପକଣ୍ଠ ରଣବୀରଗଡ଼ ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ । ସକାଳ ୮ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟରେ ୨ଆତଙ୍କୀ ନିହତ ହୋଇଥିବାବେଳେ CRPFର ଜଣେ ଯବାନ ଆହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୋଜିଥ୍ ଗାଁର ବାସିନ୍ଦା ଓ ତାଙ୍କ ନାମ ଇଶାଫ ରସିଦ। ସେ […]
ଜୟପୁର: ରୋଚକ ମୋଡ ନେଉଛି ରାଜସ୍ଥାନ ରାଜନୀତି। ବିଧାନସଭା ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାହୁଁଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଇ ନାହାନ୍ତି। ଏ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଗେହଲଟ। ସେ କହିଛନ୍ତି ‘ମୋ ସୁରକ୍ଷା ପାଇଁ ମୁଁ କାହାକୁ କହିବି ? ସୋମବାରରୁ ଜରୁରୀ ବିଧାନସଭା ଡକା ନଗଲେ ଲୋକେ ଯଦି ରାଜଭବନ ଘେରାଉ କରନ୍ତି ସେଥିପାଇଁ ଯାହା ସ୍ଥିତି ଉପୁଜିବ ସରକାର […]
ଭୁବନେଶ୍ୱର: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେରରେ। ଏସବୁ ଭିତରେ ୟୁଟ୍ୟୁବ୍ରେ ଏକ ଚ୍ୟାନେଲ୍ ଚଲାଉଥିବା Paranormal ଏକ୍ସପର୍ଟ ଷ୍ଟିଭ୍ ହଫ୍ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି ଦାବି କରିଥିଲେ, ଯାହାକୁ ନେଇ […]
ନୂଆଦିଲ୍ଲୀ: ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର(ସିଏଏସ୍)ର ଏକ ଗବେଷଣା ସଂସ୍ଥାନର ପରମାଣୁ ସୁରକ୍ଷା ବିଭାଗ(Nuclear Security Science)ରୁ ୯୦ ଜଣ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା ବର୍ତ୍ତମାନ ଚାଇନାରେ ଚହଳ ପକାଇଛି। ତେବେ କାହିଁକି ହଠାତ୍ ଏତେ ସଂଖ୍ୟାକ ବୈଜ୍ଞାନିକ ଇସ୍ତଫା ଦେଲେ ସେନେଇ ତଦନ୍ତ କରିବାକୁ ଏକ ଇନ୍ଭେଷ୍ଟିଗେସନ ଟିମ୍ ପଠାଇଛି ଚାଇନା କ୍ୟାବିନେଟ୍। ଏନେଇ ସିଏଏସ୍ ସୂଚନା ଦେଇଛି। ମଙ୍ଗଳବାର ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେବା ନେଇ ସିଏଏସ ସୂଚନା ଦେବା ପରେ ଏହି […]
ନୂଆଦିଲ୍ଲୀ: ରେଲ୍ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍ ଟିକେଟିଂ ବ୍ୟବସ୍ଥା। ଏଣିକି ସିଧା QR କୋଡ୍ ସ୍କାନ୍ କରି ଯାତ୍ରୀ ଟ୍ରେନ୍ରେ ଚଢ଼ିପାରିବେ। ଚେକିଂ କାଉଣ୍ଟର ଦେଇ ପ୍ରବେଶ କରିବା ସମୟରେ ଏହି କୋଡ୍କୁ ସ୍କାନ୍ କରିବାକୁ ପଡ଼ିବ। ଏହାଦ୍ୱାରା ରେଲ୍ୱେ ଡାଟାବେଶ୍ରେ ଥିବା ସୂଚନା ଆପେ ଆପେ ଡିସ୍ପ୍ଲେ ସ୍କିନ୍କୁ ଆସିଯିବ। ଟିଟି ହାତରେ ଧରିଥିବା ମେସିନ୍ରେ ମଧ୍ୟ ଏହି ତଥ୍ୟ ଆସିଯିବ। ଯାତ୍ରୀଙ୍କ ବର୍ଥ ଓ ଅନ୍ୟାନ୍ୟ ସୂଚନା ଏଥିରେ ଉପଲବ୍ଧ ହେବ। ପ୍ରଥମେ […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲ ନାଥ। ସେ କହିଛନ୍ତି, ଶିବରାଜଙ୍କୁ କରୋନା ହୋଇଥିବା ଖବର ଶୁଣି ଦୁଃଖ ଲାଗିଲା। କିନ୍ତୁ ଯଦି ସେ ମହାମାରୀ ବିଷୟରେ ଥଟା ନ କରି ଏହାକୁ ଗମ୍ଭୀରତାର ସହ ନେଇଥାନ୍ତେ, ତେବେ ଆଜି ଏହି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କମଲ ନାଥ ଟ୍ୱିଟ୍ କରିଛନ୍ତି। ଏ ନେଇ ଗୋଟିଏ ପରେ ଗୋଟିଏ […]
ବେଙ୍ଗାଲୁରୁ: କରୋନା ଏକ ସାଧାରଣ ସର୍ଦ୍ଦି। କୋଭିଡ-୧୯ ମହାମାରୀରୁ ସୁସ୍ଥ ହେବା ପରେ ଏଭଳି କହିଛନ୍ତି କର୍ଣ୍ଣାଟକର ଜଣେ ଶତାୟୁ ବୃଦ୍ଧା ହଲ୍ଲମ୍ମା। କର୍ଣ୍ଣାଟକର ବେଲାରୀର ଅଞ୍ଚଳର ହୁବିନା ହାଦଗଳିର ବାସିନ୍ଦା ହେଉଛନ୍ତି ୧୦୦ ବର୍ଷୀୟା ବୃଦ୍ଧା ମହିଳା ହାଲ୍ଲମ୍ମା। ଜୁଲାଇ ୧୬ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଏହି ଶତାୟୁ ମହିଳା। ତେବେ ଡାକ୍ତରଖାନାରେ […]
ଜୟପୁର: ସାମ୍ବିଧାନିକ ସଂକଟ ଆଡ଼କୁ ମୁହାଁଉଛି ରାଜସ୍ଥାନ ରାଜନୀତି। ରାଜ୍ୟରେ ଚାଲିଥିବା ପଲିଟିକାଲ ଡ୍ରାମା ଏବେ ଅଦାଲତରୁ ଯାଇ ରାଜଭବନରେ କେନ୍ଦ୍ରୀଭୂତ ହୋଇଛି। କୋର୍ଟରୁ ଝଟକା ଖାଇ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟପାଳ କିନ୍ତୁ ଅନୁମତି ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ। ଏପଟେ ବିଧାୟକମାନେ ଡେରା ପକାଇଥିବା ହୋଟେଲ ଫେୟାରମଣ୍ଟରେ ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ […]
ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ମନ୍ କି ବାତ୍ର ୬୭ ତମ ସଂସ୍କରଣ। ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ଉପରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ଆସନ୍ତା ମାସରେ ଅନ୍ଲକ୍ ୩ ଆରମ୍ଭ ହେଉଥିବାରୁ ଏହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି। ମନ୍ କି ବାତ୍ର […]
AR Rahman ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ବଲିଉଡ୍ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଥିବା ବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଗାୟକ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବଲିଉଡ୍ରେ କାହିଁକି ତାଙ୍କ୍ କମ୍ କାମ ମିଳୁଛି ବୋଲି ଏହାର ଖୁଲାସା କରିଛନ୍ତି ଗାୟକ ତଥା କମ୍ପୋଜର୍ ଏଆର୍ ରହମାନ୍। ସେ କହିଛନ୍ତି, ଏକ […]
ଭୋପାଳ: ଅଗଷ୍ଟ ୫ ତାରିଖ ଯାଏ ଯଦି ଦିନକୁ ୫ ଥର ହନୁମାନ ଚାଳିଶା ପଢ଼ାଯାଏ ତେବେ କରୋନା ଭାଇରସ ଛାଡ଼ି ପଳାଇବ। ଗତ ଶନିବାର ଏପରି କହିଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସୂଚନା ଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାମ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି। ତେଣୁ ସେପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ପ୍ରଜ୍ଞା। ଏନେଇ ସେ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: ଶେଷରେ ଚୀନ୍ର ଗଉଁ ଭାଙ୍ଗିଛି। ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖ ଅଂଚଳରେ ପଛକୁ ହଟିଛି ଚିନ ସେନା । ଭାରତ ମଧ୍ୟ ତାର ସେନା ହଟାଇ ନେଇଛି। ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (LAC)ର ପାଟ୍ରୋଲିଂ ପଏଣ୍ଟ ୧୫, ୧୪ ଏବଂ ୧୭Aରେ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ଶେଷ ହୋଇଛି। ପାଟ୍ରୋଲିଂ ପଏଣ୍ଟ ୧୫-ହଟସ୍ପ୍ରିଙ୍ଗ୍, ପାଟ୍ରୋଲିଂ ପଏଣ୍ଟ ୧୪-ଗଲଓ୍ୱାନ ଉପତ୍ୟକା ଏବଂ ପାଟ୍ରୋଲିଂ ପଏଣ୍ଟ ୧୭-ଗୋଗ୍ରା ଅଂଚଳରୁ ସେନ୍ୟ ପଛକୁ ହଟିଛନ୍ତି। ସୀମାରେ […]
ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା। ୧୯୯୯ ମସିହାରେ କାଶ୍ମୀର ଉପତ୍ୟକାରେ ଭାରତୀୟ ଉପଖଣ୍ଡରେ ପ୍ରବେଶ କରିଥିଲା ପାକିସ୍ତାନୀ ସେନା। ଶତ୍ରୁଙ୍କୁ ତଡ଼ିବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପ୍ରାୟ ୨ ମାସ […]
ନୂଆଦିଲ୍ଲୀ; ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୪୮ ହଜାର ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୭୦୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଯାହାପରେ ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ଏବେ ଦେଶରେ ୪ ଲକ୍ଷ ୬୭ […]