• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ranjan-gogoi
ଉନ୍ନାଓ ପୀଡିତାଙ୍କ ମା’ଙ୍କ ଚିଠିକୁ ନେଇ ତନାଘନା, ଚିଠି ମିଳି ନ ଥିବାରୁ କ୍ଷୋଭପ୍ରକାଶ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦୁର୍ଘଟଣାରେ ଆହତ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମାଙ୍କ ଚିଠିକୁ ନେଇ ଆରମ୍ଭ ହୋଇଛି ତନାଘନା । ପୀଡିତାଙ୍କ ମାଆ, ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ ଜୁଲାଇ ୧୨ ତାରିଖରେ। ଏହି ଚିଠିରେ ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ। ତେବେ ଏହି ଚିଠି କାହିଁକି ତାଙ୍କ ପାଖରେ ପହଞ୍ଚିନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଏଥିପାଇଁ ସେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କୁ ସ୍ପଷ୍ଟୀକରଣ […]

ccd-letter
କଫି ବାଦ୍‌ଶାହଙ୍କ ଶେଷ ଚିଠିରେ କାହାର ସେ ଦସ୍ତଖତ ?

ବେଙ୍ଗାଲୁରୁ: ବହୁ ଖୋଜାଖୋଜି ପରେ ମିଳିଛି କାଫେ କଫି ଡେ’ ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ। ସ୍ଥାନୀୟ ମାଛଧରାଳି ମୃତଦେହକୁ ଦେଖି ପୋଲିକୁ ଖବର ଦେଇଥିଲେ। ପୁଲିସ ଶବକୁ ଚିହ୍ନଟ କରିବା ପରେ ତାହା ନିଖୋଜ ସିଦ୍ଧାର୍ଥଙ୍କର ବୋଲି ସ୍ପଷ୍ଟ ହୋଇଛି। ସିଦ୍ଧାର୍ଥ ନେତ୍ରାବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୋମବାର ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ଲେଖିଥିବା ଏକ ଚିଠି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆବେଗଭରା ଏହି ଚିଠିରେ ସିଦ୍ଧାର୍ଥ ଲେଖିଥିଲେ […]

ritul
ବାଜ୍ୟାପ୍ତ ହେଲା କମଲ ନାଥଙ୍କ ଭଣଜାଙ୍କ ନାଁରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ଆୟକର ବିଭାଗର ଦିଲ୍ଲୀ ୟୁନିଟ୍‌ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଆୟକର ବିଭାଗ ତାଙ୍କ ନାମରେ ଥିବା କିଛି ଇକ୍ୱିଟି ଶେୟାର ଏବଂ ଅନ୍ୟାନ୍ୟ ଶେୟାର ମଧ୍ୟ ନିଜ ଦଖଲକୁ ନେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ଅର୍ଥ ଏଫ୍‌ଡିଆଇ ଯୋଗେ ରାଜୀବ ସାକ୍ସେନା ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଆସିଛି। ରାଜୀବ ଅଗୁସ୍ତା […]

rakhi
ଲୁଚି ଛପି କାହାକୁ ବାହା ହେଲେ ରାକ୍ଷୀ ସାୱନ୍ତ !

ମୁମ୍ୱାଇ: ଗ୍ଲାମର୍‌ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ  ପୁଣିଥରେ ଚର୍ଚ୍ଚାରେ। ଦିପକ୍‌ କଲାଲ୍‌ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଶୁଣାଯାଉଥିଲା । କିନ୍ତୁ ଏବେ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ବିବାହ କରି ସାରିଲେଣି। ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍‌ରେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିଛନ୍ତି। ଏହି ବିବାହ ସମସ୍ତଙ୍କ ଅଜାଣତରେ ହୋଇଛି । ବିବାହରେ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ୪ ରୁ ୫ ଜଣ ଅତିଥି ସାମିଲ […]

letter
ବହୁତ ଲଢିଲି...ଆଉ ପାରୁନି...ଏମିତି ଭାବପୂର୍ଣ୍ଣ ଥିଲା ସିଦ୍ଧାର୍ଥଙ୍କ ଶେଷ ଚିଠି

‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ  ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି।  ସିଏ ମୋତେ ଶେୟାର ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି। ଏଥିପାଇଁ ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କରଜ ଆକାରରେ ବହୁତ ଅଧିକ ଟଙ୍କା ଆଣିଛି। ଏବେ […]

Capture
ଜେଲ୍‌ରେ ଗୋଷ୍ଠୀ ସଂଘର୍ଷ, ୫୭ ମୃତ, ୧୭ ଜଣଙ୍କ ମୁଣ୍ଡ କାଟିଦେଲେ

ରିଓ ଡେ ଜାନେଇରୋ: ବ୍ରାଜିଲର ଅଲଟାମୀରାରେ ଥିବା ଏକ ଜେଲ୍‌ରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଜେଲରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୫୭ ଜଣ କଏଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟା ବେଳେ ଅଲଟାମୀରାରେ ଥିବା ଜେଲ୍‌ରେ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଜେଲରେ ବନ୍ଦୀ ଥିବା ଗୋଟିଏ ଗୋଷ୍ଠୀ ପ୍ରଥମେ ପ୍ରତିପକ୍ଷ ଗ୍ୟାଙ୍ଗର […]