କର୍କଟ ରୋଗ। ବର୍ତ୍ତମାନ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କର୍କଟ ରୋଗ ଏମିତି ଏକ ରୋଗ ଯାହା କୋଷମାନଙ୍କର ଏକ ଅସ୍ୱାଭାବିକ ଅଭିବୃଦ୍ଧି କରେ, ଯାହା ଶରୀରର ସୁସ୍ଥ ପରିବେଶକୁ ନଷ୍ଟ କରିଦିଏ
ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସାଧାରଣ ଦିବସ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଏସ.ସି।
ନିଜ ପଦବୀରୁ ଇସ୍ତଫା ଦେବେ ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍। ଇସ୍ତଫା ନେଇ ସେ ନିଜେ ଘୋଷଣା କରିଛନ୍ତି। ବେଜୋସ୍ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ୍ ଶେଷ ଆଡ଼କୁ ସିଇଓ ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ସେ ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାମ କରିବେ ବୋଲି ସୂଚନା ରହିଛି
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପୂର୍ବରୁ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ ବୋର୍ଡର ଅଫିସିଆଲ୍ ୱେବସାଇଟ୍।
ବାହାରେ ବରଫ, ଭିତରେ ବରଫ ଆଉ ତା ଭିତରେ ଖାଦ୍ୟ ଓ ପାନୀୟର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ଏତିକି ନୁହେଁ ଏହାସହ ସ୍କେଟିଂ ବି କରୁଛନ୍ତି ଲୋକେ। କାଶ୍ମୀର ଗୁଲମାର୍ଗରେ ଖୋଲିଛି ଭାରତର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ।
ମହିଳାଙ୍କ ମନ କଥା ବୁଝିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜର ତୃତୀୟ ବଜେଟରେ ନିର୍ମଳା ମହିଳାମାନେ ବିଶେଷ ବ୍ୟବହାର କରୁଥିବା ଅଳଙ୍କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି
ସୋସିଆଲ ମିଡ଼ିଆରେ ନିଜ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେୟାର ହୋଇଥିବା ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍ ଖୁସି ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ‘ଭମିକା’ ରଖିଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି
ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ। ତେବେ ସେ କେଉଁ ଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଗତବର୍ଷ ଜାନୁଆରୀ ୨୫ ତାରିଖରେ କିମଙ୍କ ପତ୍ନୀ କିମଙ୍କ ସହ ଦେଖାଯାଇଥିଲେ।
: ଚଳିତ ସପ୍ତାହରୁ ଦେଶରେ ଆରମ୍ଭ ହୋଇଯିବ ଲୋକାଲ ଟ୍ରେନ ସେବା। ପୁଣି ଥରେ ଭରପୁର ଲାଗିବ ରେଲୱେ ଷ୍ଟେସନ। ଦେଖିବାକୁ ମିଳିବ ଲୋକଙ୍କ ଗହଳି ଚହଳି। କରୋନା କଟକଣା ମଧ୍ୟରେ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ଯାତ୍ରୀ।
ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବିସ୍ଫୋରଣ ଘଟଣାର ଏନ୍ଏସଜି ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏନଏସଜିର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏହା କେଉଁ ପ୍ରକାର ବିସ୍ଫୋରଣ ଏବଂ କେତେ ଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏନଏସିଜି
ବେକାର ଯୁବକ ଓ ଯୁବତୀଙ୍କୁ କେନ୍ଦ୍ର ଦେବ ୩୮ ଶହ ଟଙ୍କା? କେଉଁ ମାସଠୁ ମିଳିବ ଭତ୍ତା ଟଙ୍କା? ଖବର ଗୁଜବ ନା ସତ? ନୂଆଦିଲ୍ଲୀ: ବେରୋଜଗାରିଆ ଯୁବକ ଓ ଯୁବତୀଙ୍କୁ ମାସକୁ ୩୮୦୦ ଟଙ୍କା ଭତ୍ତା ଦେଉଛନ୍ତି କେଦ୍ର ସରକାର। ଦେଶରେ ବଢିଚାଲିଥିବା ବେକାରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏମିତି କୌଣସି ନିଷ୍ପତ୍ତି କେନ୍ଦ୍ର […]
ପୃଥିବୀ ପୃଷ୍ଠରେ ପୁଣି ଥରେ ଦେଖାଦେଲେ ଏଲିଏନ? କେଉଁଠି ଓ କେତେବେଳେ ଓ କିଏ ଦେଖିଲା ଏଲିଏନ? ଏଲିଏନ କଥା କହିଲେ ଅନେକ ଲୋକେ ଆଗ୍ରହର ସହ ଶୁଣନ୍ତି ଆଉ ତାହା ସମ୍ପର୍କରେ ଜାଣିବାକୁ ବି ଚେଷ୍ଟା କରନ୍ତି। ଆପଣ ବଲିଉଡ ଫିଲ୍ମରେ ନିଷ୍ଟିତ ଭାବରେ ଦେଖିଥିବେ କୋଇମିଲଗେୟା ଫିଲ୍ମ।
ଆଜି ୨ ମିନିଟ୍ ଲାଗି ବନ୍ଦ ହୋଇଯିବ ଦେଶ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସକାଳ ୧୧ଟା ବେଳେ ୨ ମିନିଟ୍ ଲାଗି ପୂରା ଦେଶ ଚୁପ୍ ରହିବ। ଯେଉଁଠାରେ ସାଇରନ ବ୍ୟବସ୍ଥା ଅଛି ସମସ୍ତଙ୍କୁ ସାଇରନ୍ ବଜାଇ ୧୦.୫୯ରେ ସତର୍କ କରାଯିବ | କେତେକ ସ୍ଥାନରେ ସେନା ବନ୍ଧୁକରୁ ଗୁଳି ଫୁଟାଇ ବାର୍ତ୍ତା ଦିଆଯିବ ବୋଲି ଜଣାଯାଇଛି।
କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଆରମ୍ଭ ହୋଇଛି। ଏନଆଇଏ, ଏଟିଏସ୍, ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ଛାନଭିନ୍ ଚଳାଇଛନ୍ତି।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି ଏନଆଇଏ। ବିସ୍ଫୋରଣ ହୋଇଥିବା ସ୍ଥାନରୁ ଏକ ଲଫାପା ମଧ୍ୟ ମିଳିଛି।ଯେଉଁଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଲେଖାଯାଇଛି । ଯାଞ୍ଚ ଟିମ ଏବେ ଏହି ଲଫାଫା କୁ ଜବତ କରି ଯାଞ୍ଚ କରୁଥିବା ନେଇ ସୂଚନା ମଧ୍ୟ ରହିଛି।