ନୂଆଦିଲ୍ଲୀ: ଏକ ମାସରୁ ଊର୍ଦ୍ଧ୍ୱ ଦିନ ହେବ ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଠାବ କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ୧୬୦ ଫୁଟ୍ ଗଭୀର ଭିତରୁ ମୃତଦେହକୁ ଠାବ କରାଯାଇଥିଲା। ତେବେ ଅନ୍ୟ ୧୪ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, କୋଲ୍ ଇଣ୍ଡିଆ, ଏନ୍ଡିଆର୍ଏଫ୍, ଓଡ଼ିଶା ଅଗ୍ନିଶମ […]
ଦୁବାଇ : ପୁଣି ଥରେ ବିଶ୍ୱ କ୍ରିକେଟରେ ନିଜ ଦବଦବା ଜାରି ରଖିଲେ ଟିମ୍ ଇଣ୍ଡିଅା ଅଧିନାୟକ ବିରାଟ କୋହଲି। ଅାଇସିସିର ସଦ୍ୟତମ ତାଲିକାରେ ବିରାଟଙ୍କୁ ଏହି ସଫଳତା ମିଳିଛି। ଦିନିକିଅା ତାଲିକାରେ ବିରାଟ ୮୯୯ ପଏଣ୍ଟ ସହ ତାଲିକାର ଟପ୍ରେ ରହିଛନ୍ତି। ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କ ଜୋଡ଼ିଦାର ଶିଖର ଧଓ୍ୱନ ଟପ୍ ଟେନ୍ରେ ନିଜ ସ୍ଥାନ ରଖିବାରେ ସମର୍ଥ ହୋଇଛନ୍ତି। ସେ ତାଲିକାର ଅଷ୍ଟମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। […]
ବେଙ୍ଗାଲୁରୁ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ଶେଷକୃତ୍ୟ। ବେଙ୍ଗାଲୁରୁସ୍ଥିତ ଯମରାଜପେଟ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଉଛି। ଅାଜି ସକାଳେ ତାଙ୍କ ମର ଶରୀରକୁ ବେଙ୍ଗାଲୁରୁର ବାସବନାଗୁଡ଼ି ବାସଭବନରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଜଗନ୍ନାଥ ଭବନ ନିଅାଯାଇଥିଲା। ସେଠାରୁ ନ୍ୟାସନାଲ ଲ କଲେଜ ଗ୍ରାଉଣ୍ଡକୁ ନେବା ପରେ ସାଧାରଣ ଲୋକେ ଶେଷ ଦର୍ଶନ କରିଥିଲେ। ଏହା ପରେ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଅନ୍ତ୍ୟଷ୍ଟିରେ ବହୁ ବିଶିଷ୍ଠ […]
ଭୁବନେଶ୍ୱର : ବିଶ୍ୱକପ୍ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରଫିର ଉନ୍ମାଚନ କରିଛନ୍ତି । ଏହି ଅବସରରେ ଏଫଆଇଏଚ୍ ସଭାପତି ଉପସ୍ଥିତ ଥିଲେ। ଏଥିସହ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତି ସହ ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହ MOU ସ୍ୱାକ୍ଷରିତ ହୋଇଛି। ଅାଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ସହଯୋଗ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। ସୁଟିଂ ପାଇଁ […]
ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ସମୟରେ ୨୦୧୩ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଏଥିପାଇଁ ପ୍ରାୟ ଏକ ବର୍ଷ ଧରି ଅାଲୋଚନା ଚାଲିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ର ସରକାର ଦାଖଲ କରିଛନ୍ତି। ରାଫେଲ ଦୁର୍ନୀତି ଅଭିଯୋଗର କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରିବା ସୁପ୍ରିମକୋର୍ଟରେ ଅାବେଦନ ହୋଇଥିଲା। ଏହି ଅାବେଦନକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ପୃଷ୍ଠାର […]
ଛତିଶଗଡ଼ : ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଅାରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସୁରୁଖୁରୁରେ ଚାଲିଛି। ଦିନ ଗୋଟାଏ ଯାଏ ୨୫ ପ୍ରତିଶତ ଭୋଟିଂ ହୋଇଛି । ଦକ୍ଷିଣ ଛତିଶଗଡ଼ର ୧୮ଟି ଅାସନ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଦୁଇ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ କଡ଼ା […]
ଆମେରିକା କମ୍ପାନୀ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ର କିଛି ପ୍ରଡକ୍ଟରେ ବେଂଜିନ୍ ଥିବା ଜଣାପଡିଛି, ଯାହା ଦ୍ୱାରା କ୍ୟାନସର୍ ପ୍ରତି ବିପଦ ରହିଛି। ତେଣୁ କମ୍ପାନୀ ଏହାର ସନ୍ସ୍କ୍ରିନ୍ ପ୍ରଡକ୍ଟଗୁଡ଼ିକୁ ବୁଧବାର ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।