• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

parliament
ଶ୍ରୀଲଙ୍କା ସଂସଦରେ ହଙ୍ଗାମା

ଶ୍ରୀଲଙ୍କା : ଶ୍ରୀଲଙ୍କା ସଂସଦରେ ହଙ୍ଗାମା। ସାଂସଦଙ୍କ ମଧ୍ୟରେ ମୁଥ ମରାମରି। ଏପରିକି ବାଚସ୍ପତିଙ୍କ ଉପରକୁ ପାଣି ବୋତଲ ଓ ମାଇକ୍ ଫିଙ୍ଗିଲେ ବିରୋଧୀ ସାଂସଦ। ଗତକାଲି ଅନାସ୍ଥା ଭୋଟ୍‌ରେ ମହିନ୍ଦା ରାଜପକ୍‌ସଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା। ବାଚନିକ ଭୋଟ୍‌ରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବାର କ୍ଷମତା ବାଚସ୍ପତି କାରୁ ଜୟସୂର୍ଯ୍ୟାଙ୍କର ନାହିଁ ବୋଲି ରାଜପକ୍‌ସେ କହିଥିଲେ। ଅାଜି ଗୃହକାର୍ଯ୍ୟ ଅାରମ୍ଭ ପରେ ଦେଶରେ ରାଜପକ୍‌ସେ କିମ୍ବା ରାନିଲ, କାହାରି ସରକାର ନାହିଁ କି କେହି ପ୍ରଧାନମନ୍ତ୍ରୀ ନାହାନ୍ତି […]

gaja-up
ଉପକୂଳ ମୁହାଁ ସାମୁଦ୍ରିକ ଝଡ଼ ‘ଗଜ’

ଚେନ୍ନାଇ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଗଜ’ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି। ଅାଜି ତାମିଲନାଡୁ ଉପକୂଳ ଛୁଇଁବ। ରାତି ୮ଟା ୩୦ରୁ ୧୧ଟା ୩୦ ମଧ୍ୟରେ ତାମିଲନାଡୁର ନାଗାପଟନମ୍‌ରେ ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବରେ ରାଜଧାନୀ ଚେନ୍ନାଇ ସମେତ ବିଭିନ୍ନ ଜିଲ୍ଲାରେ ଅପରାହ୍ନରୁ ବର୍ଷା ଲାଗି ରହିଛି। ଲ୍ୟାଣ୍ଡଫଲ କରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିପାଇଁ ସମଗ୍ର […]

flight
ମଦ ନମିଳିବାରୁ ବିମାନରେ ମହିଳାଙ୍କ ହଙ୍ଗାମା

ମୁମ୍ବାଇ : ମଦ ନମିଳିବାରୁ ବିମାନରେ ମହିଳାଙ୍କ ହଙ୍ଗାମା। ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଅା ବିମାନରେ ଜଣେ ବିଦେଶିନୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ବିଜନେସ୍‌ କ୍ଲାସ୍‌ରେ ଯାଉଥିବା ମହିଳା ଜଣଙ୍କ ମଦ ନମିଳିବାରୁ ବିମାନର କ୍ରୁ ମେମ୍ବରଙ୍କ ସହ ଦୁର୍ବ୍ୟବହାର କରିଥିଲେ। ପୂର୍ବରୁ ମହିଳା ଜଣକ ବିମାନରେ ମଦ୍ୟପାନ କରିସାରିଥିଲେ। ତେବେ ଅାଉ ଥରେ ମଦ୍ୟପାନ ପାଇଁ କହିବାରୁ ବିମାନର କ୍ରୁ ମେମ୍ବର ମନା କରିଥିଲେ। ଫଳରେ ବିଦେଶୀ ମହିଳା ଜଣକ ବିମାନରେ ପାଟିତୁଣ୍ଡ  କରିଥିଲେ। […]

naxal
ଛତିଶଗଡ଼ରେ ପୁଣି ମାଓ ହିଂସା

ଛତିଶଗଡ଼ : ଛତିଶଗଡ଼ରେ ପୁଣି ମାଓ ହିଂସା। ମାଓବାଦୀମାନେ ବିଜାପୁର ଅଂଚଳରେ ଅାଇଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ୬ଜଣ ଅାହତ ହୋଇଛନ୍ତି। ଅାହତଙ୍କ ମଧ୍ୟରେ ୪ଜଣ ବିଏସଏଫ୍‌ ଯବାନ ଅଛନ୍ତି। ଏଥିସହ ଜଣେ ଡିଅାରଜି ଓ ଜଣେ ସ୍ଥାନୀୟ ଲୋକ ଅାହତ ହୋଇଛନ୍ତି। ସେମାନଙ୍କୁ ବିଜାପୁର ଡାକ୍ତରଖାାନାରେ ଭର୍ତ୍ତି କରାଯାଇଛି। ଏବେ ବି ଘଟଣାସ୍ଥଳରେ ଅପରେସନ ଚାଲିଛି ବୋଲି ଅାଣ୍ଟି ନକ୍ସଲ ଅପରେସନ ଡିଅାଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି।