• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

k1
ଶେଷ ହେଲା ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।  ସେହିପରି ରନର୍ସ ଅପ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରମିୟର ଲିଗ୍‌ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ନୀଳାଚଳ ଟେନିସ୍‌ ଏକାଡେମୀ […]

mallya
ବିଜୟ ମାଲ୍ୟାଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ମଦ କମ୍ପାନି ମାଲିକ ବିଜୟ ମାଲ୍ୟାଙ୍କ ଅାବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। କାର୍ଯ୍ୟାନୁଷ୍ଠାନ ଅାରମ୍ଭ ଲାଗି ଟ୍ରାୟଲ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅାବେଦନ ଉପରେ ରହିତାଦେଶ ଲଗାଇବାକୁ ମାଲ୍ୟାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପଳାତକ ଅର୍ଥ ଖିଲାପୀ ଅାଇନ ଅାଧାରରେ କାର୍ଯ୍ୟାନୁଷ୍ଠାନ ଅାରମ୍ଭ କରିବାକୁ ଇଡି କୋର୍ଟରେ ଅାବେଦନ କରିଥିଲା। ଏହା ବିରୋଧରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅାବେଦନ କରିଥିଲେ। ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯିବା ସହ ତାଙ୍କର ଅାନୁମାନିକ ୧୨ […]

srinagar-up
ଜମ୍ମୁ ଓ କାଶ୍ମୀରରେ ରାଜନୈତିକ ଘମାସାନ୍

ନୂଆଦିଲ୍ଲୀ  : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀର ବିଧାନସଭାକୁ ଭାଙ୍ଗିଦେବା ପରେ ଜୋର ଧରିଛି ରାଜନୀତି। ରାଜ୍ୟପାଳ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତ୍ତି ନେଇଥିବା ପିଡିପି, ନ୍ୟାସନାଲ କନ୍‌ଫରେନ୍ସ ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଗତ ୪-୫ ମାସ ହେବ ବିଜେପି ତୋଡ୍ ମୋଡ୍ ର ସରକାର ଗଠନ ଲାଗି ପ୍ରୟାସ କରି ବିଫଳ ହେବା ପରେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ଅାଣିଛନ୍ତି  ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଅାଜାଦ୍। ତେବେ […]

pm
ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଅାଦିଲ୍ଲୀ : ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳ ଅନ୍ତର୍ଗତ ୧୭ଟି ଜିଲ୍ଲା ରହିଛି। ସେ ସବୁ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଗଂଜାମ, ନୟାଗଡ଼ ଓ ପୁରୀ ଜିଲ୍ଲାର ଭୌଗୋଳିକ ଅଞ୍ଚଳ। ନୂଅାଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶର ସମସ୍ତ ଅଞ୍ଚଳକୁ ଗ୍ୟାସ୍‌ ଯୋଗାଣ ସୁବିଧା କରିବା ଲାଗି କେନ୍ଦ୍ର ସରକାର […]

ranji
ଓଡ଼ିଶା-ଆସାମ ରଣଜୀ ମୁକାବିଲା

ଗୌହାଟୀ  : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଦଳକୁ ୬ ପଏଣ୍ଟ ମିଳିଛି। ପୂର୍ବରୁ ଅାସାମ ଅାଜି ୪ ଓ୍ୱିକେଟରେ ୬୦ ରନ୍‌ରୁ ଖେଳ ଅାରମ୍ଭ କରି ୧୩୨ ରନ୍‌ରେ ଅଲ୍ ଅାଉଟ୍ ହୋଇଯାଇଥିଲା। ପ୍ରଥମ […]

odia ias
ଓଡ଼ିଆ ଆଇଏଏସ୍‌ଙ୍କୁ ନିର୍ଯାତନା

ପଶ୍ଚିମବଙ୍ଗ : ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର। ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍‌ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍‌ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏନେଇ ସ୍ମୃତିରଞ୍ଜନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବୀରଭୂମ ଜିଲ୍ଲା ରାମପୁରହାଟ ଥାନା ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କ୍ରସର ମାଲିକମାନେ ବାରମ୍ବାର ଅଭିଯୋଗ କରିଅାସୁଥିଲେ। ଥାନା ଅଧିକାରୀ ତାଙ୍କୁ ଧମକାଇ […]

france 3
ବିଶ୍ୱକପ୍‌ ହକି : ଭୁବନେଶ୍ୱରରେ ପହଞ୍ଚିଲା ଫ୍ରାନ୍ସ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଅାଜି ତୃତୀୟ ଟିମ୍‌ ଭାବେ ଫ୍ରାନ୍ସ ଦଳ ଅାସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ରାନ୍ସ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେହିପରି ଅାଜି ସନ୍ଧ୍ୟାରେ ମଧ୍ୟ ଚୀନ ଦଳ ଅାସି ପହଞ୍ଚିବ। ଗତକାଲି ପ୍ରଥମେ ଅାର୍ଜେଣ୍ଟିନା ଓ ପରେ ଦକ୍ଷିଣ ଅାଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଥିଲେ।

protest
ମହାରାଷ୍ଟ୍ରରେ ପୁଣି ତେଜିଲା ଚାଷୀ ଅାନ୍ଦୋଳନ

ମୁମ୍ବାଇ : ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ। ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ। ନିଜର ପୁରୁଣା ଦାବି ଦୋହରାଇ ରାଲି କରି ମୁମ୍ବାଇରେ ପହଞ୍ଚିଛନ୍ତି ଅାଦିବାସୀ ଓ କୃଷକ।   ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଚାଷୀମାନେ ଅାଜି ମୁମ୍ବାଇର ଅାଜାଦ ମଇଦାନରେ ପହଞ୍ଚିବା ପରେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କିଷାନ ଓ ଅାଦିବାସୀ ଲୋକ ସଂଘର୍ଷ ସମିତିର ନେତୃତ୍ୱରେ ବିରୋଧ […]

alok nath
ଅଭିନେତା ଅାଲୋକନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ବରିଷ୍ଠ ଚରିତ୍ର ଅଭିନେତା ଅାଲୋକନାଥଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଲେଖିକା ବିନ୍ତା ନନ୍ଦାଙ୍କ ଅଭିଯୋଗ ଅାଧାରରେ ଅାଲୋକନାଥଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏହା ପୂର୍ବରୁ ବିନ୍ତାଙ୍କ ବିରୋଧରେ ଅାଲୋକନାଥଙ୍କ ସ୍ତ୍ରୀ କରିଥିବା ଅାବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୋଶାଲ ମିଡିଅାରେ କିଛି ଲେଖିବାକୁ, କହିବାକୁ ବାରଣ କରିବା ଲାଗି ଅାଲୋକନାଥଙ୍କ ସ୍ତ୍ରୀ ଅାବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ‘ମି […]

jammu
ଜମ୍ମୁ ଓ କାଶ୍ମୀରରେ ମିଳିତ ସରକାର ଗଠନ ନେଇ ଚର୍ଚ୍ଚା

ଜମ୍ମୁ -କାଶ୍ମୀର : ଦୀର୍ଘ ୬ ମାସ ଧରି ରାଜ୍ୟପାଳ ଶାସନରେ ଥିବା ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଥିବା ଚର୍ଚ୍ଚା ଜୋର ଧରିଛି। କଟ୍ଟର ବିରୋଧୀ ନେସନାଲ କନଫରେନ୍ସ ଏବଂ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି ଏକ ହୋଇ କଂଗ୍ରେସ ସହ ମିଶି ସରକାର ଗଠନ କରିବା ଲାଗି ଯୋଜନା କରୁଛନ୍ତି। ମେହବୁବା ମୁଫତିଙ୍କ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଜୁନ୍ ୧୯ରୁ ରାଜ୍ୟରେ ରାଜ୍ୟପାଳ ଶାସନ ଚାଲିଛି। ଡିସେମ୍ବରରେ ରାଜ୍ୟପାଳ […]

india
ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପରାସ୍ତ

ବ୍ରିସ୍‌ବେନ୍‌ : ପରାଜୟରୁ ଅଭିଯାନ ଅାରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି- ଟ୍ୱେଣ୍ଟିରେ ମାତ୍ର ୪ ରନ୍‌ରେ ଭାରତ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତକୁ ଟସ୍‌ ହାରି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ୧୭୪ ରନର ଟାର୍ଗେଟ ଦେଇଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍‌କୁ ୧୭ ଓଭରକୁ ହ୍ରାସ କରାଯାଇଥିଲା। ଜବାବରେ ଭାରତ ପକ୍ଷରୁ ଶିଖର ଧୱନ ଲଢୁଅା ୭୬ ରନ କରିଥିଲେ। ତେବେ ଶେଷ ଓଭରରେ ଟିମ୍‌ ଣ୍ଡିଅାର […]

trs leader
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଅାରଙ୍କୁ ଝଟକା

ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଟିଅାରଏସ୍‌କୁ ଝଟକା। ଦଳର ବରିଷ୍ଠ ସାଂସଦ ବିଶେଶ୍ୱର ରେଡ୍ଡୀ ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଅାରଏସ୍‌ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ସେ ତାଙ୍କ  ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୩ ପୃଷ୍ଠା ସମ୍ବଳିତ ଏହି ଇସ୍ତଫା ପତ୍ରରେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଏବଂ ଉଚିତ ମର୍ଯ୍ୟାଦା ଦିଅାଯାଉନଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ରେଡ୍ଡୀଙ୍କ ଇସ୍ତଫା କେ.ଚନ୍ଦ୍ରଶେଖର ରାଓଙ୍କୁ ଏକ ବଡ […]

ele
ଆସନ୍ତାକାଲି ଛତିଶଗଡ଼ରେ ଶେଷ ପର୍ଯ୍ୟାୟ ମତଦାନ

ଛତିଶଗଡ଼ : ଅାସନ୍ତାକାଲି ଛତିଶଗଡ଼ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଅାସନ ଲାଗି ହେବ ଭୋଟଗ୍ରହଣ। ସକାଳ ୮ଟାରୁ ଭୋଟ ଗ୍ରହଣ ଅାରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ। ମତସାବ୍ୟସ୍ତ କରିବେ ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତଦାନ ଲାଗି ୧୯ ହଜାର ୨୯୬ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ୧୦୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ […]

man-in-train-up
ଟ୍ରେନ୍‌ ତଳେ ଶୋଇ ଦୁର୍ଘଟଣାରୁ ବର୍ତ୍ତିଗଲେ

ବିପଜ୍ଜନକ ଭାବେ ଟ୍ରେନ୍‌ ଲାଇନ ପାର ହେଉଥିବାବେଳେ ଦୁର୍ଘଟଣାରୁ ଅାଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି। ଏହିପରି ଏକ ଘଟଣା ଘଟିଛି ଅାନ୍ଧ୍ରପ୍ରଦେଶ ଅନନ୍ତପୁର ରେଲେଓ୍ୱ ଷ୍ଟେସନରେ। ଘଟଣାଟି ଥିଲା ଏମିତି । ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ବ୍ୟକ୍ତି ଜଣକ ଫୁଟଓଭର ବ୍ରିଜ୍‌ର ବ୍ୟବହାର ନକରି ରେଳ ଧାରଣା ଉପରେ ଚାଲିଯିବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି  ସମୟରେ ଟ୍ରେନ୍‌ ଅାସୁଥିବାରୁ ବ୍ୟକ୍ତି ଜଣକ ଉପାୟଶୂନ୍ୟ ହୋଇ ରେଳ ଧାରଣା ଉପରେ ଶୋଇ […]

modi
ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ମୋଦି। ଏହି ଗସ୍ତ ଅବସରରେ ପଡୋଶୀ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ଶୀର୍ଷ ନେତାଙ୍କ ଅାଲୋଚନା କରିଛନ୍ତି ଭାରତୀୟ  ପ୍ରଧାନମନ୍ତ୍ରୀ। ମାଳଦ୍ୱୀପରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂର୍ବରୁ ଚୀନ ଅବଦୁଲା ୟାମିନ ସରକାର ବେଳେ ଚୀନ ସହ ମାଳଦ୍ୱୀପର ନିବିଡ଼ ସମ୍ପର୍କ ରହିଥିଲା। ତେବେ […]