• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

cricket-up
ଭାରତର ଚିତ୍ତାକର୍ଷକ ବିଜୟ

କୋଲକାତା : ପ୍ରଥମ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ହରାଇଲା ଭାରତ । ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ୱିକେଟ୍‌ରେ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହା ସହ ଚଳିତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଭାରତ […]

jaga-1-up
ଦିଲ୍ଲୀର ହଜଖାସ୍‌ ଜଗନ୍ନାଥ ମନ୍ଦିର ବୁଲିଲା ଜଗା

ନୂଆଦିଲ୍ଲୀ : ଦୁଃସାଧ୍ୟ ଅପରେସନ୍ ପରେ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଛି ଜଗା। ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଅାଙ୍କ ଅସ୍ତ୍ରୋପଚାର ପରେ ଜଗା ଅାଜି ଏମସ୍ ପରିସରରୁ ବାହାରକୁ ଯାଇ ଦିଲ୍ଲୀର ହଜଖାସ୍‌ରେ ଜଗନ୍ନାଥ ମନ୍ଦିର ବୁଲିଛି। ଜଗା ବାପା-ମାଅାଙ୍କ ସହ ମନ୍ଦିର ଯାଇ ବୁଲାବୁଲି କରିଛି। ଅପରେସନ ପରେ ଜଗା ଏବେ ପ୍ରାୟ ୯୮ ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସେଥିପାଇଁ ଭିନ୍ନ ଭିନ୍ନ ସ୍ଥାନ ବୁଲିବାକୁ ତାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେପଟେ […]

badrinath-up
ଉତ୍ତରାଖଣ୍ଡ ବଦ୍ରିନାଥରେ ଫସିଥିବା ଓଡ଼ିଆଙ୍କୁ ନେଇ ଚିନ୍ତା

ଉତ୍ତରାଖଣ୍ଡ  : ପ୍ରବଳ ତୁଷାରପାତ। ଯୁଅାଡ଼େ ଚାହିଁବ ବରଫର ବହଳ ବହଳ ଅାସ୍ତରଣ। ରାସ୍ତାଘାଟ, ଘରଦ୍ୱାର, ଗାଡ଼ିମୋଟର ସବୁଠି ବରଫ। ଗଲା ଦୁଇ ଦିନ ଧରି ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଏଇ ସ୍ଥିତି। ଅାଉ ଏଭଳି ବିଷମ ପରିସ୍ଥିତିରେ ଫସି ରହିଥିଲେ ଓଡ଼ିଶାରୁ ତୀର୍ଥ କରି ଯାଇଥିବା ବହୁ ଓଡ଼ିଆ। ସେ ଭିତରେ ଥିଲେ ବଦ୍ରିନାଥ ଦର୍ଶନରେ ଯାଇଥିବା ଗଞ୍ଜାମ ଭଞ୍ଜନଗର ଅଞ୍ଚଳ ୪୨ ଜଣିଅା ତୀର୍ଥଯାତ୍ରୀ। କୌଣସି ମତେ ବଦ୍ରିନାଥ ଧର୍ମଶାଳାରେ ଅାଶ୍ରୟ ନେଇଥିଲେ ବି […]

icu-up
ଘରୋଇ ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି। ହସ୍ପିଟାଲର କର୍ମଚାରୀଙ୍କ ସହ  ଅନ୍ୟ ୪ ଜଣ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପାଞ୍ଚ ଦିନ ତଳେ ସାପ କାମୁଡ଼ାରେ ଅାହତ ହୋଇଥିବା ନାବାଳିକା ଜଣକ ହସ୍ପିଟାଲରେ ଅାଡମିଟ୍ ହୋଇଥିଲେ। ଏହାପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅାଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। […]

sabarimala
ଅାସନ୍ତାକାଲି ଖୋଲିବ କେରଳ ସାବରିମାଳା ମନ୍ଦିର

କେରଳ  : ଅାସନ୍ତାକାଲି ଖୋଲିବ କେରଳ ସାବରିମାଳା ମନ୍ଦିର। ଏନେଇ ମନ୍ଦିର ପରିସର ଏବଂ ନିକଟସ୍ଥ ସମସ୍ତ କ୍ୟାମ୍ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ପାନ୍ଥନାତିଥମ୍ ଏସ୍‌ପିଙ୍କ ସୂଚନା ମୁତାବକ ପ୍ରାୟ ୧୫ ଶହ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ କରାଯାଇଛି। ଖାଲି ଏତିକି ନୁହଁ, ୨୦ ଜଣିଅା କମାଣ୍ଡୋ ଟିମ୍‌କୁ ବି ସଜାଗ ରହିବାକୁ କୁହାଯାଇଛି । କୌଣସି ବି ଅପ୍ରୀତିକର ପରିସ୍ଥିତି ଯେପରି ନହେବ ସେ ନେଇ କଡ଼ା ନଜର […]

olly 0
ଜଗତସିଂହପୁରରେ ମାସ୍କଟ୍ ଓଲିକୁ ସମ୍ବର୍ଦ୍ଧନା

ଜଗତସିଂହପୁର : ପୁରୁଷ ବିଶ୍ୱକପ୍ ହକି-୨୦୧୮ର ମାସ୍କଟ୍ ଓଲିକୁ ଜଗତସିଂହପୁରରେ ବିପୁଳ ସମ୍ବର୍ଦ୍ଧନା ଦିଅାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ୍ ଦାସ ଗାନ୍ଧୀଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ମାସ୍କଟ ଓଲିକୁ ସ୍ୱାଗତ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ମାସ୍କଟ ଓଲିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଅାକୁ ଅଣାଯାଇଥିଲା। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

2.0--
ରିଲିଜ୍ ହେଲା ଫିଲ୍ମ ‘2.0’ର ଟ୍ରେଲର

ଚେନ୍ନାଇ : ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘2.0’ର ଟ୍ରେଲର । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଅାସିବେ ଅକ୍ଷୟ କୁମାର୍ ଓ ରଜନୀକାନ୍ତ । ଅାଜି ଚେନ୍ନାଇରେ ଫିଲ୍ମର ସମସ୍ତ କ୍ରିଉଙ୍କ ଉପସ୍ଥିତିରେ ରିଲିଜ୍ ହୋଇଛି ଫିଲ୍ମର ଟ୍ରେଲର । ୨୦୧୦ ବ୍ଲକ୍‌ ବଷ୍ଟର୍ ମୁଭି ରୋବଟ୍‌ର ସିକ୍ୱେଲ୍ ହେଉଛି ‘2.0’ । ଯେଉଁଥିରେ ବୈଜ୍ଞାନିକ ଭୂମିକାରେ ନଜର ଅାସିବେ ରଜନୀ । […]

voting
କର୍ଣ୍ଣାଟକ ଉପନିର୍ବାଚନ ପାଇଁ ଭୋଟିଂ ଶେଷ

କର୍ଣ୍ଣାଟକ : କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ଅାସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସଂଧ୍ୟା ୫ଟା ଯାଏ ଭୋଟ ନିଅାଯାଇଥିଲା । ତେବେ କେତେକ ବୁଥ୍‌ରେ ଭୋଟରମାନେ ଥିବାରୁ ମତଦାନ ଜାରି ରହିଛି। ଅପରାହ୍ଣ ୪ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ବେଲାରି, ସିମୋଗା ଓ ମାଣ୍ଡ୍ୟ ଲୋକସଭା ଅାସନ ଏବଂ ଜାମଖଣ୍ଡି ଓ ରାମନଗରମ୍ ବିଧାନସଭା ଅାସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। କଂଗ୍ରେସ ଏବଂ ଜେଡିଏସ୍  ମେଣ୍ଟରେ […]

ram-up 12
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଉପରେ ବଢୁଛି ଚାପ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି ଜୋର ଧରିବାରେ ଲାଗିଛି। ଅଦାଲତ ରାସ୍ତାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ, କେନ୍ଦ୍ର ସରକାର ଅଧ୍ୟାଦେଶ ହେଉ କି ସଂସଦରେ ନୂଅା ଅାଇନ ଅାଣି ରାମ ମନ୍ଦିର ନିର୍ମାଣ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ନୂଅାଦିଲ୍ଲୀ ତାଲକାଟୋରା ଷ୍ଟାଡିଅମରେ ଚାଲିଥିବା ଦୁଇ ଦିନିଅା ସନ୍ଥ ଓ ମଠାଧୀଶ ସମ୍ମିଳନୀରେ ରାମ ମନ୍ଦିର ନିର୍ମାଣ ମୁଖ୍ୟ ଅାଲୋଚନାର ବିଷୟ ଥିଲା। ଦେଶର ବିଭିନ୍ନ ଭାଗରୁ […]