• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

india9
ଟି-୨୦ ମହିଳା ବିଶ୍ୱକପ୍‌ରେ ଅାଜି କଡ଼ା ଟକ୍କର ; ସାମ୍ନାସାମ୍ନି ହେବେ ଭାରତ-ଅଷ୍ଟ୍ରେଲିଅା

ଜର୍ଜ ଟାଉନ୍‌ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍‌ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟି-୨୦ ମହିଳା ବିଶ୍ୱକପ୍‌ରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ମିଥାଲି ରାଜ୍, ସ୍ମୃତି ମାନ୍ଧାନା, ହରମନପ୍ରିତ୍‌ କୌର […]

ranveer-deepika
ନବଦମ୍ପତ୍ତି ଦୀପିକା-ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ

ମୁମ୍ବାଇ  : ନବଦମ୍ପତ୍ତି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ବନ୍ଧୁ ବାନ୍ଧବ ଏବଂ ଫ୍ୟାନ୍ । ବଲିଉଡ୍ ହାର୍ଟ ଥ୍ରୋବ୍‌ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ । ଗତକାଲି ଇଟାଲୀର ଲେକ୍ କୋମୋ ଦ୍ୱିପରେ ଉଭୟଙ୍କ ବାହାଘର ସରିଛି । ଏପଟେ ଦୀପିକା ଏବଂ ରଣବୀରଙ୍କ ମୁମ୍ବାଇ ବାସଭବନକୁ ସମ୍ପୂର୍ଣ୍ଣ ଅାଲୋକ ମାଳାରେ ସଜେଇ ଦିଅାଯାଇଛି। ଏବେ କେବଳ ଏହି ନବ ଦମ୍ପତ୍ତିଙ୍କୁ ଅପେକ୍ଷା କରାଯାଇଛି। With Deepika Padukone and Ranveer Singh […]

gaja
ତାମିଲନାଡୁରେ ବାତ୍ୟା ‘ଗଜ’ର ତାଣ୍ଡବ

ତାମିଲନାଡୁ  : ତାମିଲନାଡୁ ଉପକୂଳରେ ସାମୁଦ୍ରିକ ଝଡ଼ ‘ଗଜ’ର ତାଣ୍ଡବ। ‘ଗଜ’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗାପାଟ୍ଟିନମ୍ ଏବଂ ତିରୁଭରୁର। ବାତ୍ୟାରେ ଶହ ଶହ ଗଛ ଉପୁଡି ପଡିଥିବା ବେଳେ ବହୁ ଘର ଭାଙ୍ଗିରୁଜି ଯାଇଛି। ସେହିଭଳି ତ୍ରିଚିରେ ବହୁ ସଂଖ୍ୟାରେ ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଉପୁଡି ପଡିବା ସହ କଦଳୀ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗଜରେ ମୃତକଙ୍କ ଅାତ୍ମୀୟଙ୍କୁ ୧୦ […]

delhi
ଦିଲ୍ଲୀ ସଚିବାଳୟରେ ପୁଲିସ ହେଡ୍ କନଷ୍ଟେବଲ୍‌ଙ୍କ ଅାତ୍ମହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟରେ ପୁଲିସ ହେଡ୍ କନଷ୍ଟେବଲ୍‌ଙ୍କ ଅାତ୍ମହତ୍ୟା। ସଚିବାଳୟର ପାର୍କିଂରେ ଗୁଳି କରି ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ୩୫ ବର୍ଷିୟ ହେଡ୍ କନ୍‌ଷ୍ଟେବଲ୍ ସୋହନବିର୍ ବୋଲି ଜଣାପଡ଼ିଛି। ଅାଜି ବଢ଼ି ଭୋରରୁ ସୋହନବିର୍‌ଙ୍କ ମୃତ ଦେହ ପଡ଼ି ଥିବା ନେଇ ଖବର ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ସୋହନ ଅାତ୍ମହତ୍ୟା କରିଛନ୍ତି ,ସେ ନେଇ ତଦନ୍ତ କରୁଛି ପୁଲିସ। […]

aloka
ସିବିଅାଇ ମୁଖ୍ୟ ଅାଲୋକ ବର୍ମାଙ୍କୁ ମିଳିଲାନି କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ : ଛୁଟିରେ ଯାଇଥିବା ସିବିଅାଇ ମୁଖ୍ୟ ଅାଲୋକ ବର୍ମାଙ୍କ ବିରୁଦ୍ଧରେ ଅାସିଥିବା ଅଭିଯୋଗର ତଦନ୍ତ କରି ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସିଭିସି। ତେବେ ସିଭିସି ବର୍ମାଙ୍କୁ କ୍ଲିନ୍ ଚିଟ୍ ଦେଇନଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି। ଏହା ଏକ ମିଶ୍ର ରିପୋର୍ଟ, କିଛି ଅଭିଯୋଗ ଉପରେ ସ୍ପଷ୍ଟ  ମତ ରହିଛି, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ନାହିଁ ଏବଂ ଅନ୍ୟ କିଛି ଅଭିଯୋଗ ଉପରେ ମତ ଅାଦୌ ସ୍ପଷ୍ଟ ନଥିବା ଜଷ୍ଟିସ […]

mala
ନୂଅାଦିଲ୍ଲୀ ବସନ୍ତକୁଞ୍ଜରେ ଫ୍ୟାଶନ ଡିଜାଇନରଙ୍କୁ ହତ୍ୟା

ନୂଅାଦିଲ୍ଲୀ : ନୂଅାଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ୫୩ ବର୍ଷୀୟ ଫ୍ୟାଶନ ଡିଜାଇନର ଓ ତାଙ୍କ ଘରୋଇ ସହଯୋଗୀଙ୍କୁ ହତ୍ୟା କରାଯାଇଛି। ଦୁହିଁଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ପୁଲିସ କହିଛି। ସକାଳୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତ ଫ୍ୟାଶନ ଡିଜାଇନର ମାଲା ଲାଖାନି। ଗ୍ରୀନ […]

india
ନଭେମ୍ବର ୨୧ରୁ ଅାରମ୍ଭ ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ

ମୁମ୍ବାଇ : ନଭେମ୍ବର ୨୧ରୁ ଅାରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ୍‌। ଏଥିପାଇଁ ଅାଜି ରାତିରୁ ଅଷ୍ଟ୍ରେଲିଅା ଗସ୍ତ କରିବ ଭାରତୀୟ କ୍ରିକେଟ୍ ଟିମ୍। ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ୱାନ୍‌ଡେ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ଅଷ୍ଟ୍ରେଲିଅା ଗସ୍ତ କରିବା ପୂର୍ବରୁ ଅାଜି ଏକ ପ୍ରେସମିଟ୍ କରି କ୍ୟାପ୍‌ଟେନ ବିରାଟ କୋହଲି କହିଛନ୍ତି, ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। […]

c1
କର୍ଣ୍ଣାଟକ କଂଗ୍ରେସ ପାଇଁ ବଢ଼ୁଛି ଚିନ୍ତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ହାସଲ ପାଇଁ ଶାସକ ଦଳ କଂଗ୍ରେସ-ଜେଡି(ଏସ୍) ମେଣ୍ଟ ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ନୂଆ ଟ୍ୱିଷ୍ଟ୍‌। କଂଗ୍ରେସର ୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ଠୋସ୍ ସୂଚନା ମିଳିପାରିନାହିଁ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ୪ଜଣ ବିଧାୟକ ଅନୁପସ୍ଥିତ ଥିଲେ। ଯାହା ପରେ ୪ ବିଧାୟକଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ଅନ୍ୟପଟେ ବିଜେପିଠୁ ଦୂରରେ ରଖିବା ପାଇଁ କଂଗ୍ରେସ ତା’ର ଅନ୍ୟ ବିଧାୟକଙ୍କୁ […]

director-up
ଓଲିଉଡ୍‌ରେ ଫିଲ୍ମ ନିର୍ଦ୍ଦେଶକ ଓ ହିରୋଇନ୍ ମୁହାଁମୁହିଁ

ଭୁବନେଶ୍ୱର : ଓଲିଉଡ୍‌ରେ ଫିଲ୍ମ ନିର୍ଦ୍ଦେଶକ ଓ ହିରୋଇନ୍ ମୁହାଁମୁହିଁ। ଅପକମିଂ ଓଡ଼ିଆ ମୁଭି ‘ତୁ ମୋ ସୁନା ଚଢ଼େଇ’ର ମୁଖ୍ୟ ନାୟିକା ଏଲ୍‌ସା ଘୋଷଙ୍କୁ ନିର୍ଦ୍ଦେଶକ ଦିଲୀପ ପଣ୍ଡା ଦେଇଛନ୍ତି ନିର୍ଯାତନା । ଫିଲ୍ମ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ନିର୍ଯାତନାର ସାଂଘାତିକ ଅଭିଯୋଗ ଅାଣିଛନ୍ତି ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ। ଅାଉ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ସିନେମାର ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ। ସିନେମା ଅାସିବା ଅାଗରୁ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ଅଭିଯୋଗ […]