ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସମ୍ବିଧାନ ସମ୍ମାନ ସମାରୋହ। ଜାତୀୟ କଂଗ୍ରେସ ପକ୍ଷରୁ ଏହି ସମାରୋହର ଅାୟୋଜନ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସର ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ। ଉତ୍ସବରେ ଜେଡିୟୁ ନେତା ଶରଦ ଯାଦବ, ସିପିଅାଇ ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସରୁ ବରିଷ୍ଠ ନେତା ଭକ୍ତ ଦାସ ଓ ଜୟଦେବ ଜେନା ଯୋଗ ଦେଇଥିଲେ।
ଛତିଶଗଡ଼ : ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନ୍କାଉଣ୍ଟର। ଏଥିରେ ୯ ମାଓବାଦୀ ନିହତ। ସିଅାରପିଏଫ୍, ଡିଅାରଜି ଓ ସ୍ପେସାଲ ଟାସ୍କ ଫୋର୍ସ ଯବାନଙ୍କ ମିଳିତ ଅପରେସନରେ ୯ ମାଓବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସାକଲିର ଜଙ୍ଗଲରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇ କିସ୍ତାରାମ ଥାନା ଅଂଚଳରେ ଥିବା ଏହି ଜଙ୍ଗଲରେ କମ୍ବିଂ ଅପରେସନ କରାଯାଇଥିଲା। ଅପରେସନରେ ଅନେକ ମାଓବାଦୀ ଅାହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅାହୁରି […]
ନୂଆଦିଲ୍ଲୀ: ମହାକାଶକୁ ଇସ୍ରୋ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍ ସାଟେଲାଇଟ୍ ପଠାଇଛି। ଏହି ସାଟେଲାଇଟ୍ର ନାଁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ନାଁରେ ‘କଲାମ ସାଟ୍’ ରଖାଯାଇଛି। ଶ୍ରୀହରିକୋଟାର ସତିଶ୍ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡ୍ରୁ PSLV-C44 ଜରିଆରେ ଏହି ସାଟେଲାଇଟ୍ ପ୍ରେରଣ କରାଯାଇଛି। ଗୁରୁବାର ରାତିରେ ପିଏସ୍ଏଲ୍ଭି -ଡିଏଲ୍ ସହାୟତାରେ ମହାକାଶରେ ଅବସ୍ଥାପିତ କରାଯାଇଛି। ଏହି ସାଟେଲାଇଟ୍କୁ ଚେନ୍ନାଇର ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି। ଏହି ସାଟେଲାଇଟ୍ର ଓଜନ ମାତ୍ର ୧.୨୬ […]
ନୂଆଦିଲ୍ଲୀ : ଜୟ ଶ୍ରୀରମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟା । ରାମମନ୍ଦିର ନିର୍ମାଣ ଦାବିରେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକ୍ରେଙ୍କ ଶିବ ସେନାର ହଜାର ହଜାର କର୍ମୀ। ନିଜେ ଉଦ୍ଧବ ବି ଦୁଇ ଦିନ ହେଲା ସେଠାରେ ଡେରା ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ଯଦି ମନ୍ଦିର ନିର୍ମାଣ ନକରନ୍ତି ତେବେ କ୍ଷମତାରେ ରହିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ […]
ସିଡ୍ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍ରୁ ବିଜୟ ପାଇଁ ମାତ୍ର ୫ ରନ୍ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଛନ୍ତି। ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍ ଦିନେଶ କାର୍ତ୍ତିକ […]
ଗୁରୁଗ୍ରାମ: ଭୁଶୁଡ଼ି ପଡ଼ିଲା ୪ ମହଲା ବିଶିଷ୍ଟ କୋଠା। ହରିୟାଣାର ଗୁରୁଗ୍ରାମର ଉଲ୍ଲାୱାସ୍ ଗାଁରେ ଆଜି ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ଯାଇଛି। ଫଳରେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ୮ ଜଣ ଫସି ରହିଥିବା ଅନୁମାନ କରାଯାଉଛି। ବୁଲ୍ଡୋଜର୍ ସହାୟତାରେ ଭଗ୍ନାବଶେଷକୁ ସଫା କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। […]