ଶ୍ରୀହରିକୋଟା : ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍କ୍ଷେପଣ ହେବ। ଭାରତୀୟ ଉପଗ୍ରହ HYSIS ସମେତ ଅନ୍ୟ ୩୦ଟି ଉପଗ୍ରହକୁ ନେଇ ମହାକାଶକୁ ଉତ୍କ୍ଷେପଣ ହେବ ଏହି ରକେଟ୍। ସ୍ପେସ୍ ସେଣ୍ଟର ଶ୍ରୀହରିକୋଟା ସ୍ଥିତ ସତିଶ୍ ଧବନ ଅନ୍ତରୀକ୍ଷ କେନ୍ଦ୍ରର ପ୍ରଥମ ପରୀକ୍ଷଣ ସ୍ଥଳରୁ PSLV-C 43 ଉତ୍କ୍ଷେପଣ ହେବ। ଇସ୍ରୋ ଦ୍ୱାରା ବିକଶିତ ହୋଇଥିବା ଭାରତୀୟ ଉପଗ୍ରହ HYSIS ପୃଥିବୀ ଉପରେ ନିରୀକ୍ଷଣ କରିବ। ଏହା PSLV-C 43ର ପ୍ରାଥମିକ ଉପଗ୍ରହ। […]
ଭୁବନେଶ୍ୱର : ଅାଜି ଉଦ୍ଘାଟନୀ ଉତ୍ସବ ଚାଲିଥିବା ବେଳେ ଅାସନ୍ତାକାଲି ଠାରୁ ଅାରମ୍ଭ ହେବ ଲଢ଼େଇ। ପ୍ରଥମ ଦିନରେ ଅାୟୋଜକ ଭାରତ, ଦକ୍ଷିଣ ଅାଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଅାସନ୍ତାକାଲି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍ଘାଟନୀ ମ୍ୟାଚ୍ରେ କାନାଡ଼ା ଓ ବେଲ୍ଜିୟମ୍ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ଅପରାହ୍ଣ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ […]
ମୁମ୍ବାଇ : ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରଲୋକ। ମୁମ୍ବାଇରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଲିଉଡରେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅଜିଜ୍। ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ଗାଇ ଅଜିଜ୍ ଓଡିଶାର ଘରେ ଘରେ ମଧ୍ୟ ପରିଚିତ । ୧୯୮୫ ମସିହାରେ […]
ଭୁବନେଶ୍ୱର : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି କୁହାଯାଉଛି। ସେହିପରି ପୁଲ୍ ବି-ରେ ଅଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା, ଇଂଲଣ୍ଡ, ଅାୟରଲାଣ୍ଡ ଏବଂ ଚାଇନା। ବିଶ୍ୱ ରାକିଂର ନମ୍ବର ୧ ସ୍ଥାନରେ ଥିବା ଅଷ୍ଟ୍ରେଲିଅା ପାଇଁ ଏହା […]
ନୂଆଦିଲ୍ଲୀ: ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଚୟନ ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ୍ କମିଟି ବସିଥିଲା। ତେବେ କମିଟିରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ସିବିଆଇ ମୁଖ୍ୟଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୭୦ରୁ ୮୦ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ସପ୍ତାହରେ କରିବା ପାଇଁ ସ୍ଥିର କରାଯାଇଛି। ଉଚ୍ଚସ୍ତରୀୟ […]
ନୂଆଦିଲ୍ଲୀ : କୁନି କୁନି ପିଲାଙ୍କୁ ମିଳିବ ବସ୍ତାନି ବୋଝରୁ ଅାଶ୍ୱସ୍ତି। କୋମଳମତି ପିଲାଙ୍କ ଉପରେ ରହିବନି ହୋମ୍ ଓ୍ୱାର୍କର ଚାପ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଜାରି ହୋଇଛି ଗାଇଡ୍ ଲାଇନ୍ସ। କେଉଁ ଶ୍ରେଣୀର ପିଲାକୁ କଣ ପଢ଼ାଯିବ ଓ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ କେତେ ରହିବ ତାର ଏକ ନିର୍ଦ୍ଦିଷ୍ଟ ବିବରଣୀ ଦିଅାଯାଇଛି। ଗାଇଡ୍ଲାଇନ୍ସ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ଦେଢ଼ […]