• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Flood havoc in Europe
ୟୁରୋପରେ ପ୍ରଳୟଙ୍କରୀ ବନ୍ୟା,୧୨୬ ମୃତ

ୟୁରୋପରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୟୁରୋପୀୟ ଦେଶରୁ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଶହେ ପାର କରିଛି ।

rukaiya
ବିସ୍ମୟ ନୁହେଁ ସତ୍ୟ : ଶିଶୁ କଣ୍ଠରେ କୋରାନ୍‌

ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍‌ ହାଫିଜ୍‌ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍‌ର ଗୋଟେ ଗୋଟେ ଶବ୍ଦକୁ ମୁଖସ୍ଥ କରିଛନ୍ତି। କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ଓ ୬୦୪ପୃଷ୍ଠାକୁ ସେ ମନେ ରଖିପାରଛନ୍ତି। ବେଙ୍ଗାଲୁରୁର ରୁକୈୟା ଏଭଳି ଅସାଧାରଣ ଧୀଶକ୍ତିର ଅଧିକାରିଣୀ ହୋଇ ସବୁଠୁ କମ୍‌ […]

operation
ମୁଣ୍ଡରେ ଆଘାତ କିନ୍ତୁ ଅପରେସନ୍‌ ହେଲା ଗୋଡ଼ରେ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ଗୁରୁତର ଅବହେଳା। ମୁଣ୍ଡରେ କ୍ଷତ ହୋଇଥିଲେ ମଧ୍ୟ ଡାକ୍ତର ଗୋଡ଼ର ଅପରେସନ କରିଛନ୍ତି।  ଦିଲ୍ଲୀର ଶୁଶ୍ରୁତ ଟ୍ରମା ସେଣ୍ଟରରେ ଏଭଳି ଗୁରୁତର ଅବହେଳା ହୋଇଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣାର ଶିକାର ହୋଇ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।  କିନ୍ତୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ତାଙ୍କ ଗୋଡରେ ଅପରେସନ କରିଛନ୍ତି। ସଂପୃକ୍ତ ୱାର୍ଡରେ ବିଜେନ୍ଦ୍ର ନାମରେ ଆଉଜଣେ […]

impeachment notice agains SC chief justice
ମହାଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୭ ବିରୋଧୀ ଦଳ ଆଣିଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିବା ଜଣାପଡିଛି। ନୋଟିସ୍ ଖାରଜ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ୫ଟି ଅଭିଯୋଗକୁ […]

modi visit to china
ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଆସନ୍ତା ସପ୍ତାହରେ ହେବ ମୋଦି – ଜିନ୍ ପିଙ୍ଗ୍ ଭେଟ।  ଚୀନ ଗସ୍ତ କରି ରାଷ୍ଟ୍ରପତି ଜିନ୍ ପିଙ୍ଗ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୭ ଓ ୨୮ ତାରିଖରେ ଏହି ଦ୍ୱିପାକ୍ଷିକ ବୈଠକ ହେବ ଏବଂ ଏଥିରେ କୌଣସି ଚୁକ୍ତି ସ୍ୱାକ୍ଷର ହେବ ନାହିଁ  ବରଂ କେବଳ ଉଭୟ ଦେଶର ସମ୍ପର୍କ ସୁଦୃଢ଼ କରିବା ଦିଗରେ ଆଲୋଚନା ହେବ ବୋଲି ଘୋଷଣା କରିଛନ୍ତି […]

president ramnath kovind
ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ ଅଧ୍ୟାଦେଶକୁ ରବିବାର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଗତକାଲି ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିଲା ଅଧ୍ୟାଦେଶ ଅନୁସାରେ ଦେଶରେ ଠକେଇ କରି ବିଦେଶକୁ ପଳାଇଥିବା ବ୍ୟକ୍ତି କିମ୍ବା ଦେଶକୁ ଫେରି ଆଇନର ସମ୍ମୁଖୀନ କରିବାକୁ ମନା କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରାଯିବ। ସେହିଭଳି ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ ଭାବେ ଋଣ ସୁଝି ନ ଥିଲେ ଓ ବ୍ୟକ୍ତିଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହୋଇଥିଲେ […]

World-Earth-Day
ଧରିତ୍ରୀ ପାଇଁ ଦିନଟିଏ

ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ। ପ୍ରତିବର୍ଷ ଏପ୍ରିଲ୍‌ ୨୨ ତାରିଖକୁ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ। ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ଏହା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଧରିତ୍ରୀ ଦିବସ ପାଳନ କରାଯାଇଥାଏ। ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା। ଜେନେରାଲ୍‌ଡ ନେଲସନ୍‌ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଭାରତ ସମେତ ୧୯୨ଟି ଦେଶରେ ପାଳନ କରାଯାଉଛି। ପୃଥିବୀରେ ଦ୍ରୁତ ଗତିରେ […]

swati maliwal
ଅନଶନ ଭାଙ୍ଗିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଶେଷରେ ଅନଶନ ଭାଙ୍ଗିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ୱାତୀ ମାଲିଓ୍ୱାଲ। ଉନ୍ନାଓ ଓ କାଠୁଆ ଗଣଦୁଷ୍କର୍ମ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ସଂଶୋଧନ ଦାବି ନେଇ ଦିଲ୍ଲୀ ରାଜଘାଟରେ ଗତ ୧୦ ଦିନ ଧରି ଆମରଣ ଅନଶନରେ ବସିଥିଲେ ସ୍ୱାତୀ। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଇନରେ ସଂଶୋଧନ ପରେ ରବିବାର ଅପରାହ୍ନ ୨ଟାରେ ସ୍ୱାତୀ ତାଙ୍କର ଅନଶନ ଭାଙ୍ଗିଛନ୍ତି। ଏଥିସହିତ ତାଙ୍କର ଅନଶନକୁ ସମର୍ଥନ ଜଣାଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

santos gangwar
କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ଗୋଟିଏ ଦୁଇଟି ଦୁଷ୍କର୍ମ ଘଟଣା ପାଇଁ ହଙ୍ଗାମା କରିବା ଠିକ୍‌ ନୁହେଁ

ନୂଆଦିଲ୍ଲୀ: ବିଭିନ୍ନ ଦୁଷ୍କର୍ମକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଉଥିବା ବେଳେ ପୀଡ଼ିତାଙ୍କ ପରିବାରଙ୍କ କଟା ଘାରେ ଚୂନ ଲଗାଇଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର। ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଷ୍କର୍ମକୁ ବନ୍ଦ କରିହେବ ନାହିଁ। ଏତେ ବଡ଼ ଦେଶରେ ଏପରି ଗୋଟିଏ ଦୁଇଟି ଦୁଷ୍କର୍ମକୁ ନେଇ ହଙ୍ଗାମା କରିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। […]