ନୂଆଦିଲ୍ଲୀ: ନିସ୍ତାର ମିଳିଲାନି ଆତ୍ମଘୋଷିତ ଗଡ୍ ମ୍ୟାନ୍ ଆଶାରାମ ବାପୁଙ୍କୁ। ସାଥ୍ ଦେଲାନି ଭାଗ୍ୟ। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ବିଳାସମୟ ଆଶ୍ରମରେ ଜୀବନ କାଟୁଥିବା ବାପୁ ଏବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ର ଚାରି କାନ୍ଥରେ ବନ୍ଦୀ ରହିବେ। ଧର୍ମ ନିକିତିରେ ପାପଭାର ତଉଲି ତାଙ୍କୁ ମିଳିଛି ସଜା। ଏହି ଆତ୍ମଘୋଷିତ ଗଡ୍ ମ୍ୟାନ୍ଙ୍କ ଆଶ୍ରମ ଦୁଇ ବଖରା ଘରୁ ଆରମ୍ଭ ହୋଇଥିଲା। ଆଜି ସେ […]
ପଶ୍ଚିମବଙ୍ଗ : କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅପ୍ରତ୍ୟାଶିତ, ଅଗଣତାନ୍ତ୍ରିକ ବୋଲି କହି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ବିଜେପି ପୂର୍ବ ପ୍ରସ୍ତୁତି ଅନୁସାରେ ଷଡ଼ଯନ୍ତ୍ର କରି ଏଭଳି ନିଷ୍ପତ୍ତି ନେବା ସହ ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ବ୍ୟବହାର କରିଛି। ଆଜି ପଶ୍ଚିମବଙ୍ଗରେ ମୋଦିଙ୍କ ରାଲି ଶେଷ ହେଉଥିବାରୁ ଏହାସହ ପ୍ରଚାର ବନ୍ଦ କରିବାକୁ ମୋଦି ଓ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଏ ନିଷ୍ପତ୍ତି ନେଇଥିବା ମମତା ଅଭିଯୋଗ କରିଛନ୍ତି। […]
ପଶ୍ଚିମବଙ୍ଗ : କୋଲକାତାରେ ମଙ୍ଗଳବାର ଘଟିଥିବା ରାଜନୈତିକ ହିଂସାକାଣ୍ଡ ଓ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଭଙ୍ଗାଯିବା ଘଟଣାକୁ ଗୁରତର ସହ ନେଇଛନ୍ତି ନିର୍ବାଚନ କମିଶନ୍। ପ୍ରଥମ ଥର ପାଇଁ ରାଜ୍ୟରେ ଧାରା ୩୨୪କୁ ଲାଗୁ କରାଯାଇଛି। ଏହା ବଳରେ ନିର୍ବାଚନ କମିଶନ ନିର୍ବାଚନ ତଦାରଖ, ପରିଚାଳନା ଓ ନିୟନ୍ତ୍ରଣ ନେଇ ନିଜ କ୍ଷମତାର ଉପଯୋଗ କରିଛନ୍ତି। ଫଳରେ ନିର୍ଦ୍ଧାରିତ ସମୟର ଦିନକ ଆଗରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯ରେ ଶେଷ ପର୍ଯ୍ୟାୟ ମତଦାନ […]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୧୮ରେ ନିରାଶାଜନକ ପ୍ରଦର୍ଶନ ଯୋଗୁଁ ବୁଧବାର ଗୌତମ ଗମ୍ଭୀର ଦିଲ୍ଲୀ ଡେୟାର ଜେଭିଲ୍ସର ଅଧିନାୟକ ପଦ ଛାଡ଼ିଛନ୍ତି। ଚଳିତ ସଂସ୍କରଣରେ ଦଳ ବାରମ୍ବାର ପରାଜିତ ହେଉଥିବାରୁ ଗମ୍ଭୀର ଏପରି ନିଷ୍ପତ୍ତି ନେଇଛନ୍ତି। ଗମ୍ଭୀରଙ୍କ ସ୍ଥାନରେ ଶ୍ରେୟସ ଆୟର ଅଧିନାୟକ ପଦ ସମ୍ଭାଳିବେ। ଶ୍ରେୟସଙ୍କ ନେତୃତ୍ତ୍ୱରେ ଦଳ ଆସନ୍ତା ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ଚଳିତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ ଭଲ ପ୍ରଦର୍ଶନ କରିନାହିଁ। ଦଳ ୬ଟି ମ୍ୟଚ୍ ଖେଳିମ ମାତ୍ର […]
କାନପୁର: ଆଇଆଇଟି କାନପୁରରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ରେଫ୍ରିଜିରେଟର ବା ଫ୍ରିଜ୍ ତିଆରି କରାଯାଇଛି, ଯାହାକି ବିଦ୍ୟୁତ୍ ଶକ୍ତିରେ ନୁହେଁ ସୌର ସେଲ୍ରେ ଚାଲିବ। ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇ-କାର୍ଟ ଔଷଧ ଓ ପନିପରିବାକୁ ଫ୍ରେସ୍ ରଖିବାରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ତିଆରି କରିଛନ୍ତି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅଖିଲ୍ ସିଂହ ଚରକ। ଅଖିଲ୍ଙ୍କ କହିବାନୁସାରେ ଏହାର ଦାମ୍ ପାଖାପାଖି ୫୦ ହଜାର ଟଙ୍କା […]
ଯୋଧପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲ୍ରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତାଙ୍କ ୨ ଜଣ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ଉତ୍ତର ପ୍ରଦେଶ ଶାହଜାହାଁପୁରର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ଆଶାରାମ ଦୋଷୀ ସାବ୍ୟସ୍ତ ହୋଇଥିଲେ। […]
ଯୋଧପୁର : ୟୁପି ଶାହାଜାହାଁପୁରର ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ଦୋଷୀ ସାବ୍ୟସ୍ତ। ଯୋଧପୁରୁ କେନ୍ଦ୍ରୀୟ କାରାଗାରାରେ ସ୍ୱତନ୍ତ୍ର କୋର୍ଟ ଶୁଣାଇଲେ ରାୟ। ଆଶାରାମଙ୍କ ସହ ୩ ଜଣ ଦୋଷୀ ସାବ୍ୟସ୍ତ ଏବଂ ୨ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ। ଆଶାରାମଙ୍କ ଅନୁଗାମୀମାନେ ରାୟ ଶୁଣାଯିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରିବେ ସେହି ଆଶଙ୍କାରେ ରାୟ ଶୁଣାଣି ପୂର୍ବରୁ ଯୋଧପୁର ପୁଲିସ ସହରରେ ୧୪୪ ଧାରା ଜାରି କରିଥିଲା। ୭୭ ବର୍ଷୀୟ […]
ମର୍ଯ୍ୟାଦାଜନକ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ସ୍ଥାନ ପାଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱାହା’। ପିଢ଼ି ପିଢ଼ି ମଧ୍ୟରେ ବ୍ୟବଧାନକୁ ମୁଖ୍ୟ କଥାବସ୍ତୁ ଭାବେ ନେଇ ନିର୍ମିତ ଏହି ସର୍ଟଫିଲ୍ମ। ଆଗାମୀ ୨୩ ତାରିଖରେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବ। ଯାହା ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିବା ସହ ରାଜ୍ୟ ପାଇଁ ଆଣିଛି ଗୌରବ। ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଫିଲ୍ମ ସ୍ୱାହାରେ ଏକ ନିଆରା ଢଙ୍ଗରେ […]
ଯୋଧପୁର : ଆଶାରାମ ବାପୁଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ଆସିବ ରାୟ। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି। ଆଶାରାମଙ୍କ ହଜାର ହଜାର ସଂଖ୍ୟାରେ ଅନୁଗାମୀ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଏଥିଲାଗି ଯୋଧପୁର କେନ୍ଦ୍ରୀୟ କାରାଗାରରେ ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇ ମାମଲାର ଫଇସଲା କରାଯିବ। […]
ମୁମ୍ବାଇ: ରିଲିଜ୍ ହୋଇଛି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’ର ଟିଜର। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓ ରିଲିଜ୍ ହେବା କ୍ଷଣି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁନ୍ଦର ମେକ୍ଅପରେ ରଣବୀର ଅବିକଳ ସଞ୍ଜୁ ବାବାଙ୍କ ପରି ଦେଖାଯାଉଛନ୍ତି। ଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ମାତ୍ର ୨୨ […]