• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

hp
ବିଜେପି ରାଲି ବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି

କୋଲକତା : ଗତକାଲି କୋଲକତାରେ ବିଜେପି ରାଲିବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି।  ହିଂସାକାଣ୍ଡ ପାଇଁ ବିଜେପି ସିଧାସଳଖ ଟିଏମସିକୁ ଦାୟୀ କରିଛି। ପଶ୍ଚିମବଂଗରେ ବିଜେପିର ଶକ୍ତିବୃଦ୍ଧିକୁ ନେଇ ଟିଏମସି ହତାଶ ହୋଇ ପଡିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଭିଯୋଗ କରିଛନ୍ତି। ଏନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ କଟକଣା ଜାରି କରିବାକୁ ଦଳ ଦାବି କରିଛି। […]

arohi2-up
ସଫଳତାର ଶୀର୍ଷରେ ଆରୋହୀ : ଏକାକୀ ଅତିକ୍ରମ କଲେ ଆଟ୍‌ଲାଣ୍ଟିକ୍‌ ମହାସାଗର

ମୁମ୍ବାଇ : କ୍ୟାପଟେନ୍ ଆରୋହୀ ପଣ୍ଡିତ। ବୟସ ମାତ୍ର ୨୩ ବର୍ଷ। ଏତେ କମ୍‌ ବୟସରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ସାରା ବିଶ୍ୱକୁ ଚମକାଇ ଦେଇଛି। ଲାଇଟ୍‌ ସ୍ପୋର୍ଟ ଏୟାରକ୍ରାଫ୍ଟରେ ସେ ଏକାକୀ ଆଟ୍‌ଲାଣ୍ଟିକ୍‌ ମହାସାଗର ଅତିକ୍ରମ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା ଭାବେ ଆରୋହୀ ଏହି ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡର ୱିକରୁ ସେ ଉଡ଼ାଣ ଭରିଥିଲେ।  ପ୍ରାୟ ୩ ହଜାର କିଲୋମିଟର ଅତିକ୍ରମ କରି ସେ ମେ ୧୩ରେ କାନାଡ଼ାରେ ପହଞ୍ଚିଛନ୍ତି। […]

ul
ଭାଙ୍ଗିଲା କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ

ବ୍ରିଷ୍ଟଲ୍: ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଇମାମ୍-ଉଲ୍-ହକ୍ ଶତକ ମାରିଥିଲେ ହେଁ, ପାକିସ୍ତାନକୁ ଜିତାଇ ପାରିନଥିଲେ। କିନ୍ତୁ ସେ ଭାରତର ମହାନ୍ ଅଲରାଉଣ୍ଡର କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଇମାମ୍ ଇଂଲଣ୍ଡରେ ୧୫୦ରୁ ଉର୍ଦ୍ଧ୍ୱ ରନ୍ କରିବାରେ ବିଶ୍ୱର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ମାତ୍ର ୨୩ […]

pollution
ଆପଣଙ୍କ ଗାଡ଼ି ବାୟୁ ପ୍ରଦୂଷଣ କରୁଛି କି ? କଣ କରିବେ ଜାଣନ୍ତୁ

ଏବେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ତାଳ ଦେଇ ଅନେକ ସଂଖ୍ୟାରେ ଗାଡ଼ି ମଟର ମଧ୍ୟ ବଢୁଛି।  ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ବାୟୁମଣ୍ଡଳ ଦୂଷିତ ହେଉଛି। ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କ କାର୍ ବାୟୁମଣ୍ଡଳକୁ ଅଧିକ ଦୂଷିତ କରୁଛି। ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ। ୧ – କାର୍‌ ଇଞ୍ଜିନ୍‌କୁ ଚେକ୍‌ କରନ୍ତୁ – ଯେତେବେଳେ ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍‌ ଅଧିକ […]

divyanka
ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଯେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଫଳରେ ତାଙ୍କ ସ୍ୱାମୀ ବିବେକ ମୋବାଇଲ୍‌ ଫୋପାଡ଼ି ପଳାଇଥିଲେ। ଜାଣନ୍ତୁ ଘଟଣା କ’ଣ… ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା ‘ୟେ ହେ ମୋହବତେ’ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଘରେ ଘରେ ପରିଚିତ। ଟେଲିଭିଜନ ଦୁନିଆରେ ଅଭିନୟ କରୁଥିବା ଚର୍ଚ୍ଚିତ ବୋହୂଙ୍କ ମଧ୍ୟରେ ଅଧିକାଂଶ ଦର୍ଶକ ଦିବ୍ୟାଙ୍କାଙ୍କୁ ପସନ୍ଦ କରନ୍ତି। ସେ ଯାହା ବି କରନ୍ତି ତାହା […]

lau chana
ଘରେ ପ୍ରସ୍ତୁତ କରନ୍ତୁ ଲାଉ ଚଣା

ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ। ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ ଡାଲି ଭାବେ ସିଝାଇ ନିଅନ୍ତୁ। ଲାଉକୁ ଛୋଟ ଛୋଟ କାଟି(୧/୨ ଇଞ୍ଚ) ଆକାରର ସେଥିରେ ପକାନ୍ତୁ ଏବଂ ୨ ମିନିଟ୍‌ ସିଝାଇ ନିଅନ୍ତୁ। ସସ୍‌ପ୍ୟାନ୍‌ରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ହେଙ୍ଗୁ, […]

k
ଚର୍ଚ୍ଚାରେ ମହିଳା ପୋଲିଂ ଅଧିକାରୀ ; ସୋଶାଲ ମିଡିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ : ବେଶ୍‌ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍‌ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଷ୍ଟାଇଲ ବି ଅଛି। ଆଉ ଗ୍ଲାମର ବି। ଅନ୍ଦାଜ କୌଣସି ଫିଲ୍ମି ହିରୋଇନଙ୍କ ଠାରୁ କମ୍‌ ନୁହେଁ। ତେବେ ହଳଦିଆ ଶାଢୀ ପିନ୍ଧିଥିବା ମହିଳା ଜଣଙ୍କ କିନ୍ତୁ ବାସ୍ତବରେ ଜଣେ […]

moon
ସଂକୁଚିତ ହେଉଛି ଚନ୍ଦ୍ର ; ଉତ୍ପତ୍ତି କାଳରୁ ଏଯାଏଁ କମିଲାଣି ୫୦ ମିଟର

ୱାଶିଂଟନ : ଧୀରେ ଧୀରେ ସଂକୁଚିତ ହେଉଛି ଚନ୍ଦ୍ର। ଏଥିଯୋଗୁଁ ଏହାର ପୃଷ୍ଠ ଭାଗରେ ଭାଙ୍ଗ ପଡିବା ସହ ଫାଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୃଥିବୀରେ ଭୂମିକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହେଉଛି। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛି। ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଚଳ ଥଣ୍ଡା ହେଉଥିବାରୁ ଏହା ସଂକୁଚିତ ହେଉଛି ଓ […]