• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

papsico
ଆଳୁ ଚାଷୀଙ୍କ ଉପରୁ ମାମଲା ଉଠାଇଲା ପେପ୍ସିକୋ

ନୂଆଦିଲ୍ଲୀ: ଗୁଜରାଟର ୪ ଜଣ ଆଳୁ ଚାଷୀଙ୍କ ନାମରେ ପେପ୍ସିକୋ କରିଥିବା ମାମଲା ଉଠାଇଦେଇଥିବା ସୂଚନା ମିଳିଛି। ଏହି କମ୍ପାନୀର ମୁଖପାତ୍ର କହିଛନ୍ତି, ସରକାରଙ୍କ ସହିତ ଆଲୋଚନା ପରେ ପେପ୍ସିକୋ ଏହି ନିଷ୍ପତ୍ତି ନେଇଛି। ଏହି ଚାଷୀମାନେ ଏଫ୍‌ସି-୫ ପ୍ରଜାତିର ଆଳୁ ଚାଷ କରୁଥିବା ନେଇ ପେପ୍ସିକୋ ମାମଲା କରିଥିଲା। ଏହି ସ୍ୱତନ୍ତ୍ର ପ୍ରଜାତିର ଆଳୁ ‘ଲେ’ଜ୍‌ ଚିପ୍ସ’ ପାଇଁ ଆବଶ୍ୟକ ହୁଏ, ଯାହାକି ପେପ୍ସିକୋ ନିଜେ ବିକଶିତ କରିଥିବା ଦାବି କରିଆସୁଛି। ଏଥିରେ ଥିବା କମ୍‌ […]

NAXALS
ଏନ୍‌କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ରାଜ୍ୟର ଗଡ଼ଚିରୋଲି ଜିଲ୍ଲା ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ଏଥିରେ କିଛି ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ର ପୋଲିସ୍‌ ଓ C 60 କମାଣ୍ଡରଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ହୋଇଥିଲା। ଦିନ ୧୧ଟା ବେଳେ ଏହି […]

ram nath kovind
ନାବାଳିକା ଦୁଷ୍କର୍ମ ସମ୍ପର୍କିତ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲ୍‌ଡ଼୍ରେନ୍‌ ଫ୍ରମ୍ ସେକ୍ସୁ‌ଆଲ୍ ଅଫେନ୍‌ସେନ୍ସ ଆଇନ୍‌ରେ ପରିବର୍ତ୍ତନ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା। ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଅଧ୍ୟାଦେଶ ଅନୁସାରେ […]

banana stem prawn
କଦଳୀ ମଞ୍ଜା ଓ ଚିଙ୍ଗୁଡ଼ିକୁ ମିଶାଇ ଘରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ଆଇଟମ୍‌

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ମଞ୍ଜା, ବଡ଼ି, ଆଳୁ, ଲଙ୍କା, ପୋସ୍ତ, ସୋରିଷ, ଜିରା, ରସୁଣ, ସୋରିଷ ତେଲ, ହଳଦୀ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ପରିଷ୍କାର କରି ଏହାକୁ ତେଲରେ ଭାଜି ନିଅନ୍ତୁ। ମଞ୍ଜା ଏବଂ ଆଳୁକୁ କାଟି ତେଲରେ କଷି ନିଅନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ବଟା ଯାଇଥିବା ମସଲା ଓ ଗୋଲମରିଚ ଗୁଣ୍ଡକୁ ମଞ୍ଜା ଓ ଆଳୁ […]

North+Korea+and+US
ବିଶ୍ୱ ସମୁଦାୟକୁ ଆସ୍ୱସ୍ଥି: ଆଣବିକ ପରୀକ୍ଷା ବନ୍ଦ କରିବ ଉତ୍ତର କୋରିଆ

ନୂଆଦିଲ୍ଲୀ: ଆଉ କୌଣସି ଆଣବିକ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ନ କରିବାକୁ ଘୋଷଣା କରିଛି ଉତ୍ତର କୋରିଆ। ଏଥିସହିତ ଆଣବିକ ପରୀକ୍ଷଣର ଏକ ସ୍ଥାନକୁ ମଧ୍ୟ ବନ୍ଦ କରାଯିବ। ଯେଉଁ ଅସ୍ତ୍ର ଦରକାର ଥିଲା, ତାହା ନିର୍ମିତ ହୋଇଛି। ତେଣୁ ଆଉ ଆଣବିକ ପରୀକ୍ଷା କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷା କରିବା ଦରକାର ନାହିଁ। ଆଣବିକ ପରୀକ୍ଷା ସ୍ଥଳକୁ ମଧ୍ୟ ଭାଙ୍ଗିବାକୁ କିମ୍ ଜଙ୍ଗ ଉନ୍ ନିଷ୍ପତ୍ତି ନେଇଥିବା ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। […]

fugitive-bill-
ଆସିବ ନୂଆ ଆଇନ୍‌: ବିଦେଶକୁ ଚମ୍ପଟ ମାରୁଥିବା ଋଣ ଖିଲାପକାରୀଙ୍କ ସମ୍ପତ୍ତି ହେବ ଜବତ

ନୂଆଦିଲ୍ଲୀ: ଋଣ ଖିଲାପି କରି ଦେଶରୁ ଚମ୍ପଟ ମାରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଠକେଇ କରି ଦେଶରୁ ପଳାୟନ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି। ଯାହାର ନାଁ ହେଉଛି ଫୁଜିଟିଭ ଇକୋନୋମିସ୍ ଅଫେଣ୍ଡର୍ ଅର୍ଡିନାନ୍ସ-୨୦୧୮। ଋଣ ଖିଲାପ କରି ଦେଶକୁ ଫେରିବାକୁ ମନା କଲେ, ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ […]

Surat-Police-Commissioner-Satish-Sharma--603x430
ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଗିରଫ

ଗାନ୍ଧିନଗର: ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତମାନେ ଶନିବାର ଗିରଫ ହୋଇଛନ୍ତି। ରାଜସ୍ଥାନ ଗାଙ୍ଗପୁରରୁ ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ସମେତ ତିନି ଜଣକୁ ଗିରଫ କରିଛି ସୁରତ ପୋଲିସ। ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ରାଜସ୍ଥାନ ଗାଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାରେ କେବଳ ନାବାଳିକା ନୁହେଁ ତାଙ୍କ ମାଆଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ଖବର ଅନୁସାରେ ମାଆ ଝିଅଙ୍କୁ ଗୋତି ଶ୍ରମିକ ଭାବେ ୩୫ […]

Death1
କ୍ୟାବିନେଟ୍‌ ମଞ୍ଜୁରୀ: ୧୨ ବର୍ଷରୁ କମ୍‌ ଝିଅକୁ ଦୁଷ୍କର୍ମ କଲେ ମିଳିବ ଫାଶୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣା ଉପରେ ରୋକ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଛି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଖୁବଶୀଘ୍ର ଅଧ୍ୟାଦେଶ ଜାରି କରାଯିବା ନେଇ ସରକାର ସ୍ପଷ୍ଟ କରିଛନ୍ତି। ଏଥିସହିତ ଦୁଷ୍କର୍ମ ମାମଲାରେ ତଦନ୍ତର ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। […]

yashwant_sinha_1524298393_618x347
ବିଜେପି ଛାଡ଼ିଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ବିଜେପି ଛାଡ଼ିଲେ ଦଳର ବରିଷ୍ଠ ନେତା ଯଶବନ୍ତ ସିହ୍ନା। ଶନିବାର ପାଟନାରେ ଏକ ବୈଠକ କରି ସେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଯଶୱନ୍ତ ବିଜେପି ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏଥି ସହିତ ସେ ରାଜନୀତିରୁ ସନ୍ନ୍ୟାସ ନେବା କଥା ମଧ୍ୟ କହିଛନ୍ତି। ଦୀର୍ଘ […]