Advertisment

ୟୁରୋପରେ ପ୍ରଳୟଙ୍କରୀ ବନ୍ୟା,୧୨୬ ମୃତ

ୟୁରୋପରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୟୁରୋପୀୟ ଦେଶରୁ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଶହେ ପାର କରିଛି ।

author-image
Minati Mishra
ୟୁରୋପରେ ପ୍ରଳୟଙ୍କରୀ ବନ୍ୟା,୧୨୬ ମୃତ

Flood havoc in Europe

ବର୍ଲିନ: ୟୁରୋପରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୟୁରୋପୀୟ ଦେଶରୁ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଶହେ ପାର କରିଛି । ପଶ୍ଚିମ ଜର୍ମାନୀରେ ଶହ ଶହ ଲୋକ ଏବେ ବି  ନିଖୋଜ ଅଛନ୍ତି।ଘରେ ଘରେ ପଶି ଯାଇଛି ବନ୍ୟା ଜଳ । ହଜାର  ହଜାର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

Advertisment

ଅନେକ ଘର ଭୁଶୁଡି ପଡିଛି। କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଚାରିଆଡେ ଘେରି ରହିଛି ବନ୍ୟା ଜଳ । ସେହିପରି ଉତ୍ତର ଜର୍ମାନୀରେ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ମାଟି ତଳେ ଫସି ରହି ଯାଇଛନ୍ତି । ରାଷ୍ଟ୍ରପତି ଫ୍ରାଙ୍କ ଓ୍ବାଲଟର ଷ୍ଟେନମେୟର (Frank-Walter Steinmeier)କହିଛନ୍ତି, ସେ ପୂର୍ବରୁ ଜର୍ମାନୀରେ ଏଭଳି ପ୍ରଳୟଙ୍କରୀ ବନ୍ୟା ଦେଖି ନାହାଁନ୍ତି ।

ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶବାସୀଙ୍କୁ ଏକାଠି ରହିବାକୁ ସେ ଅନୁରୋଧ କରିଛନ୍ତି । ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ବେଲଜିୟମରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି।  ୨୧ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ଏଯାଏଁ ବେଲଜିୟମରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ସେନା ଲାଗି ପଡିଛି । ଲଗଜେମବର୍ଗ ଏବଂ ନେଦରଲାଣ୍ଡରେ ଲଗାଣ ବର୍ଷା ଜାରି ରହିଛି।  ସେହିପରି ସ୍ୱିଜରଲାଣ୍ଡରେ ବି ଲଗାତର ବର୍ଷା ହେଉଛି  ।

Advertisment

ଜର୍ମାନୀର ରିପେଲ୍ୟାଣ୍ଡ-ପ୍ଲାଟିନେଟ ରାଜ୍ୟରେ ବନ୍ୟା ପ୍ରଭାବରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୨ ଜଣ ଏକ ଦିବ୍ୟାଙ୍ଗ ଆଶ୍ରୟ କେନ୍ଦ୍ରରେ ରହୁଥିଲେ। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାର ବୋଲି ଚେତାବନୀ ଦିଆଯାଇଛି। ଶୁକ୍ରବାର ଉଦ୍ଧାରକାରୀ ଟିମ୍‌ କୋଲୋଗ୍ରେସ୍ଥିତ ଏକ ସହରରେ ମାଟି ଧସି ଯାଇଥିଲା। ଯାହାଫଳରେ ଘର ଭୂଷୁଡି ପଡ଼ିବା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। 

କାଉଣ୍ଟି ପ୍ରଶାସନଙ୍କ କହିବା ଅନୁଯାୟୀ, ଗୁରୁବାର ରାତିରେ ୫୦ ଜଣଙ୍କୁ ଏକ ଘର ଭିତରୁ ଉଦ୍ଧାର କରାଯାଇଥିଲା। ତେବେ କେତେ ଲୋକଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟିଛି ତାହାର ହିସାବ ନାହିଁ ବୋଲି ଅଧିକାରୀ କହିଛନ୍ତି। ତେବେ ଅଚାନକ ଏପରି ସ୍ଥିତି ସୃଷ୍ଟି ହୋଇଥିବାରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯା ପାରି ନାର୍ହି ବୋଲି ସେ କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ କହିବା ଅନଯାୟୀ, ଗୁରୁବାରଠାରୁ ଜର୍ମାନୀର ପ୍ରାୟ ୧୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ରାସ୍ତା ବିଚ୍ଛିନ୍ନ ହୋଇଯିବା ତଥା ଫୋନ ସଂଯୋଗ ହୋଇ ନ ପାରିବା କାରଣରୁ ଉଦ୍ଧାର କାର୍ଯ୍ୟ ହୋଇ ପାରୁନାହିଁ। ସୂଚନାଥାଉ କି, ଜର୍ମାନରୁ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ବେଲ୍‌ଜିୟମରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି।  

Flood In Germany Europe Flood
Advertisment
Advertisment