• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

india--1
ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

ହୋଭ୍: ଇଂଲଣ୍ଡରେ ଚାଲିଥିବା ଅଣ୍ଡର୍-୧୯ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ୬ ୱିକେଟରେ ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ଅଣ୍ଡର୍-୧୯ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ଅଣ୍ଡର୍-୧୯ ଟିମ୍ ୪୮.୪ ଓଭରରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ବିଜୟୀ ହୋଇଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର […]

Shilpa-Shetty-pregnant-750x430
ଶିଳ୍ପାକୋ କ୍ୟା ହୁଅା ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣି ଗର୍ଭବତୀ ହୋଇଥିବା ନେଇ ଚର୍ଚ୍ଚା I ମୁମ୍ବାଇର ଏକ କ୍ଲିନିକରୁ ଏହି ସେଲିବ୍ରିଟି ଶିଳ୍ପପତି ଫେରୁଥିବା ବେଳର ଫଟୋକୁ ନେଇ ସୋସିଅାଲ ମିଡିଅାରେ ଚର୍ଚ୍ଚା ଜୋର ଧରିଛି I ଶିଳ୍ପାକୋ କ୍ୟା ହୁଅା ଟ୍ୟାଗ୍ ଲାଇନ ଥାଇ ଏହି ଫଟୋ ଭାଇରାଲ ହେଉଛି । #ShilpaKoKyaHua KUCH NAHI! Hey Bhagwan ?I get a preventive health check done at SRL regularly to know that […]

flood 2
ବେକାବୁ ହେଲାଣି ବନ୍ୟା, ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍‌ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଏଯାଏ ୧୭୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ […]

congress
କଶ୍ମୀର ପ୍ରସଙ୍ଗ: ‘ପାକିସ୍ତାନ ପାଇଁ କଂଗ୍ରେସ ଓ ମମତାଙ୍କ ଭଳି ଲୋକ ଭାରତରେ ଅଛନ୍ତି’

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍‌ଲାମାବାଦର ଏକ ଚ୍ୟାନେଲ୍‌ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର […]

arbinda
ଦିଲ୍ଲୀ ହାଇକୋର୍ଟରୁ କେଜରୀୱାଲ୍‌ଙ୍କୁ ଶକ୍ତ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜରୀୱାଲ୍‌ଙ୍କୁ ଶକ୍ତ ଝଟକା। ଉପରାଜ୍ୟପାଳଙ୍କ ଅଫିସ୍ ସମ୍ମୁଖରେ ବସିଥିବା ଧାରଣାକୁ ନେଇ ଆପତ୍ତି ଉଠାଇଛନ୍ତି ଅଦାଲତ। କାହିଁକି ଏବଂ କେଉଁ ପରିସ୍ଥିତିରେ କେଜରୀୱାଲ୍ ଧାରଣାରେ ବସିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। କେବଳ ଏତିକି ନୁହଁ କେଜରୀୱାଲ୍ ପକ୍ଷ ଓକିଲଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଧାରଣାରେ ବସିବାକୁ ଅନୁମତି ନେଇଥିଲେ କି ? ଧାରଣାରେ ବସିବା ନିଷ୍ପତ୍ତି ବ୍ୟକ୍ତିଗତ ଥିଲା […]

jawan rakhi
ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ବନ୍ୟାପାଣି କମିବା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଉଦ୍ଧାରକାରୀ ଟିମ୍‌କୁ ସ୍ଥାନୀୟ ମହିଳାମାନେ ରାକ୍ଷୀ ବାନ୍ଧିଛନ୍ତି।  ଏନଡିଆରଏଫ୍ କର୍ମଚାରୀମାନଙ୍କୁ ତିଳକ ଲଗାଇ ବନ୍ଦାପନା କରିବା ସହ ସେମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ବିପଦ ସମୟରେ ଏନଡିଆରଏଫ୍ କର୍ମଚାରୀ ମାନେ ସହାୟତାର ହାତ ବଢାଇଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକମାନେ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଳୟଙ୍କରୀ ବନ୍ୟାରେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା।  ବ୍ୟାପକ […]

jhansi ki rani
ମଣିକର୍ଣ୍ଣିକା - ଦି କ୍ୱିନ୍ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ୍

ମୁମ୍ବାଇ:  ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅାଧାରିତ ସିନେମା ମଣିକର୍ଣ୍ଣିକା ଦି କ୍ୱିନ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅାସୁଛନ୍ତି ବଲିଉଡ କ୍ୱିନ କଙ୍ଗନା ରାଣାୱତ୍‌ I ଏହି ସିନେମାର ସୁଟିଂ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି I ଏହାର ଫାଷ୍ଟଲୁକରେ କଙ୍ଗନା ମହାରାଣୀ ଲକ୍ଷ୍ମୀବାଇଙ୍କ ପାରମ୍ପରିକ ପୋଷାକରେ ନଜର ଅାସୁଛନ୍ତି I Remembering one of the bravest women that ever lived, #RaniLaxmiBai […]

virat
ବିରାଟଙ୍କ ୪୨ତମ ଦିନିକିଆ ଶତକ

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର ଏହି ଖାଲିସ୍ଥାନକୁ ପୂରଣ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏହି ମ୍ୟାଚରେ ବିରାଟ୍ ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ […]

AIIMS
AIIMS ନର୍ସିଂ ଅଫିସର ପଦବିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର / ଦିଲ୍ଲୀ ; ଏମସ ( All India Institute Of Medical Science) ରେ 551 ନର୍ସିଙ୍ଗ ଅଫିସର ପଦବିରେ ନିଯୁକ୍ତି ପାଇଁ ଵିଜ୍ଞପ୍ତି ପ୍ରକାଶ ପାଇଛି ପଦବିର ନାମ– ନର୍ସିଙ୍ଗ ଅଫିସର ଗ୍ରୁପ B ପଦବି ସଖ୍ୟା – ୫୫୧ UR-୨୭୯ SC-୮୨ ST-୪୧ OBC-୧୪୯ ଶିକ୍ଷାଗତ ଯୋଗ୍ୟତା – ନର୍ସିଂରେ ସ୍ନାତକ/ଡିପ୍ଲୋମା ବୟସ ସୀମା– ୧୮ ବର୍ଷରୁ ୩୦ ବର୍ଷ ଭିତରେ ଅାବେଦନ କରିପାରିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ […]

dhawana
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ; ଧୱନ୍ ଆଉଟ୍

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟି-୨୦ ସିରିଜରେ ନିରାଶ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ମ୍ୟାଚର ପ୍ରଥମ ଓଭରର ତୃତୀୟ ବଲରେ ଘରୋଇ ଦଳର ବାମହାତୀ ପେସର ଶେଲଡନ୍ କଟ୍ଟରେଲ୍ ଧୱନଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ତାଙ୍କ ସହ ଓପନ୍ କରୁଥିବା ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି କ୍ରିଜରେ […]

cm
ବିଶ୍ୱକପ ହକି: ହକି କମ୍ପ୍ଲେକ୍ସର ଭିତ୍ତିଭୂମି ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୨୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ୍‌ ମ୍ୟଚ୍‌। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ହକି କମ୍ପ୍ଲେକ୍ସର ଭିତ୍ତିଭୂମୀ ପରୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡ଼ିୟମରେ ପହଞ୍ଚି କ୍ରୀଡ଼ା ବିଭାଗର ସଚିବ ଏବଂ ଇଡକୋ ସିଏମଡିଙ୍କୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ବିଶ୍ୱକପ ହକି ପାଇଁ ଷ୍ଟାଡ଼ିୟମ ଗ୍ୟାଲେରୀ ନବୀକରଣ କରାଯିବା ସହ  ଦର୍ଶକ କ୍ଷମତା ବୃଦ୍ଧି କରାଯାଇଛି।  ପୂର୍ବରୁ ୮ହଜାର କ୍ଷମତା ଥିବା ବେଳେ ବିଶ୍ୱକପ […]

terror-attack
ଅପରେସନ ଅଲଆଉଟ, ଟଳିଲେ ୪ ଅାତଙ୍କବାଦୀ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣିଥରେ ଅାରମ୍ଭ ହୋଇଯାଇଛି ଅପରେସନ ଅଲଅାଉଟ। ରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରବିରତି ନିର୍ଦ୍ଦେଶ ଉଠାଇଦେବା ପରେ, ସେନା ପକ୍ଷରୁ ଏହା ପ୍ରଥମ ଅପରେସନ । ଅପରେସନ ଅାରମ୍ଭରୁ ହିଁ ସେନାକୁ ଏକ ବଡ ଧରଣର ସଫଳତା ମିଳିଛି। ସୋମବାର ବାନ୍ଦିପୁରା ସେକ୍ଟରରେ ଭାରତୀୟ ଯବାନଙ୍କ ଗୁଳିରେ ୪ ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର ବିଜବେହାରା ଅଂଚଳରେ ଅାତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ସେହି ଅଞ୍ଚଳକୁ ଘେରିରହି ଅାରମ୍ଭ କରିଥିଲେ ସର୍ଚ୍ଚ […]

fifa cup
ବିଶ୍ୱକପ ଫୁଟବଲ୍‌ରେ ଆଜି ୩ଟି ମ୍ୟାଚ

ମସ୍କୋ: ଆଜି ଫିଫା ବିଶ୍ୱକପ ଫୁଟବଲ୍‌ରେ ୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ସହ ସ୍ୱିଡେନକୁ ଭେଟିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୩୦ ମିନିଟରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚରେ ବେଲଜିୟମ ସହ ପାନାମାର ମୁକାବିଲା ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍‌ ରାତି ସାଢେ ୮ଟାରେ ଆରମ୍ଭ ହେବ।  ଏବଂ ଶେଷ ମ୍ୟାଚ୍‌ଟି ଇଂଲଣ୍ଡ ଏବଂ ଟ୍ୟୁନିସିଆ ମଧ୍ୟରେ ଖେଳାଯିବ। ଏହା ଭାରତୀୟ ସମୟ […]

maxico
ଫିଫା ବିଶ୍ୱକପ: ମେକ୍ସିକୋର ଐତିହାସିକ ବିଜୟ

ମସ୍କୋ: ଫୁଟବଲ ବିଶ୍ୱକପରେ ଐତିହାସିକ ବିଜୟ ହାସଲ କରିଛି ମେକ୍ସିକୋ। ପ୍ରଥମ ମ୍ୟାଚରେ ମେସ୍କିକୋ ଡିଫେଣ୍ଡିଂ ଚାମ୍ପିଅନ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଆରମ୍ଭରୁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା ମେକ୍ସିକୋ। ପ୍ରଥମରୁ ହିଁ ଜର୍ମାନୀ ଉପରେ ଚାପ ପକାଇ ମେକ୍ସିକୋ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଲୋଜାନୋ ଦଳ ପାଇଁ ପ୍ରଥମ ଗୋଲ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ବାରମ୍ବାର ଗୋଲ କରିବାକୁ ଉଦ୍ୟମ କରି ଫେଲ ମାରିଥିଲା। ସେହିପରି […]

triranga
ମାନବ ଶୃଙ୍ଖଳ ଜରିଆରେ ବିଶାଳ ତ୍ରିରଙ୍ଗା ଯାତ୍ରା

ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଦୀର୍ଘ ୧୫ କିଲୋମିଟର ବ୍ୟାପି ଲମ୍ବିଥିଲା। ସମସ୍ତେ ହାତରେ ଏହି ୧୫ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଛିଡା ହୋଇଥିଲେ। ଏଥିରେ […]