ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ପୂର୍ବରୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର ହୋଇଛି।ଏବେ ଏହା ଏକ ରାଜ୍ୟ ନୁହେଁ, ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଲଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ମଧ୍ୟ ଏକ ପ୍ରସ୍ତାବ […]
ଲାଉଡରହିଲ୍: ୱେଷ୍ଟଇଣ୍ଡିଜ୍କୁ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ହରାଇ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍କୁ ନିଜ ନାଁରେ କବଜା କରି ନେଇଛି। ଗତକାଲି ଆମେରିକାର ଫ୍ଲରିଡାରେ ଖେଳା ଯାଇଥିବା ଏହି ମ୍ୟାଚ୍କୁ ଭାରତ ଡି/ଏଲ୍ ନିୟମ ଅନୁଯାୟୀ ୨୨ ରନ୍ରେ ଜିତିଛି। ଭାରତର କୃନାଲ ପାଣ୍ଡ୍ୟା’ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଆଗରେ ୧୬୮ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟକୁ ପିଛା […]
ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୬୮ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରୋହିତ୍ ୫୧ ବଲରେ ୬ ଚୌକା ଓ ୩ […]
ଲାଉଡରହିଲ୍: ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଛନ୍ତି। ପ୍ରଥମ ଟି-୨୦ରେ ୨୪ ରନ୍ କରି ଆଉଟ୍ ହୋଇଥିବା ରୋହିତ୍ ଆଜି କୌଣସି ଭୁଲ୍ ନକରି ୪୦ ବଲରେ ନିଜର ୧୭ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଶାନି ଟମାସ ପ୍ୟାଭିଲିୟନ୍ ପଠାଇଛନ୍ତି। ସେ ୫୧ ବଲରେ ୬ ଚୌକା ଓ ୩ ଛକା ସହ […]
ଭୁବନେଶ୍ୱର: ସୁଖରେ ଦୁଃଖରେ ଯିଏ ପାଖରେ ରହି ମନୋବଳ ବଢ଼ାଏ। ନିଜ କଷ୍ଟ ଭୁଲି ଯିଏ ଅନ୍ୟକୁ ହସାଏ, ତାକୁ ବନ୍ଧୁ କୁହାଯାଏ। ବନ୍ଧୁଙ୍କ ସହ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ସାରା ବିଶ୍ୱ ପାଳୁଛି ଫ୍ରେଣ୍ଡସିପ୍ ଡେ’। ଆଉ ଏବେକାର ଟ୍ରେଣ୍ଡରେ ବନ୍ଧୁତା ଦିବସ ଶୁଭେଚ୍ଛା ଜଣାଇବାକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଚକୋଲେଟ୍, ଫୁଲତୋଡ଼ା ପରସ୍ପରକୁ ଦେଇ ପାଳନ କରାଯାଉଛି ଏହି ଦିବସ। ଏନେଇ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଫ୍ରେଣ୍ଡସିପ୍ ଡେ’ […]
ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଦଳୀୟ ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ସଂସଦର ଲାଇବ୍ରେରୀ ହଲ୍ରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ନା ଅଭ୍ୟାସ ବର୍ଗ ରଖାଯାଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ବିଜେପି ସାଂସଦମାନେ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ […]
ଦିଲ୍ଲୀ ( ଶିବାନନ୍ଦ) : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା। ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ସେହିପରି ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣି ସେମ୍ବେର ୨୮ ତାରିଖକୁ ଘୁଞ୍ଚିଛି। ଓଡ଼ିଶାର ଆବେଦନକୁ ବିରୋଧ କରି ଛତିଶଗଡ଼ ପକ୍ଷରୁ ଅପିଲ କରାଯାଇଥିଲା। ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ହୋଇ ପାରିନଥିବା କୋର୍ଟକୁ ଜଣାଇଛନ୍ତି ଉଭୟ ପକ୍ଷ। ଏଥିସହ ବିଶେଷଜ୍ଞ […]
ଫ୍ଲୋରିଡା : ଫ୍ଲୋରିଡାରେ ଆଜିଠାରୁ ଟ୍ୱେଣ୍ଟି-୨୦ ମ୍ୟାଚ୍ ସହ ଭାରତର ୱେଷ୍ଟ ଇଣ୍ଡିଜ ଅଭିଯାନ ଆରମ୍ଭ ହେଉଛି। ଲାଉଡରହିଲରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବ। ବିଶ୍ୱକପ୍ ସେମିଫାଇନାଲରୁ ବିଦା ହୋଇଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜରେ ଟି-ୱେଣ୍ଟି ସିରିଜ ଖେଳିବା ପୂର୍ବରୁ ଆଜି ଫ୍ଲୋରିଡାରେ ମ୍ୟାଚ୍ ଖେଳୁଛି। ଆଜିର ମ୍ୟାଚ୍ରୁ ଯଶପ୍ରୀତ ବୁମରାଙ୍କୁ ବାଦ୍ ଦିଆଯାଇଥିବାବେଳେ, ୱେଷ୍ଟ ଇଣ୍ଡିଜ ଗସ୍ତରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦିଆଯାଇଛି। ପାଞ୍ଚ ସପ୍ତାହର ଏହି ଗସ୍ତରେ ଭାରତ ୨ଟି […]