ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍ରେ ଅଭିଯୋଗ କରିଥିଲେ। ଏକଥା ଜାଣିବା ପରେ ତାଙ୍କ ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା […]
ହାଇଦ୍ରାବାଦ : ସମୟ ସମୟରେ ଅନେକ ବିସ୍ମୟ ବାଳକଙ୍କ ଅବିସ୍ମରଣୀୟ କଥା ଆପଣ ନିଶ୍ଚୟ ଶୁଣିଥିବେ । ସେମାନଙ୍କ ବୟସ ତୁଳନାରେ ଏମିତି କାମ ସେ କରିଥାଆନ୍ତି , ଯାହାକି ବହୁତ ଆଶ୍ଟର୍ଯ୍ୟକର ମନେହୁଏ। ଏମିତି ଜଣେ ବିସ୍ମୟ ବାଳକଙ୍କ ବିଷୟରେ ଆପଣଙ୍କୁ ଜଣାଉଛୁ, ଯାହା ଆପଣଙ୍କୁ ଉତ୍ସାହିତ କରିବ ଏବଂ ପ୍ରେରଣା ବି ଦେବ। କଥାରେ କୁହନ୍ତି, ବୟସ ତୁଳନାରେ ବୁଦ୍ଧି ବହୁତ । ରୋବର୍ଟ ସହ ଖେଳୁଥିବା ଏବଂ ତାକୁ ନିୟନ୍ତ୍ରଣ କରୁଥିବା ଏହି […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ୭ ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ହିଂସା ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। ୧୪୪ ଧାରା ଜାରି କରିବାଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କୁ ଅଟକ ଏବଂ ଫୋନ୍ ଓ ଇଣ୍ଟରନେଟ୍ ବନ୍ଦ ଆଦି ପଦକ୍ଷେପ ନିଆଯାଇଥିଲା। ତେବେ ବର୍ତ୍ତମାନ ସୂଚନା ମିଳିଛି ଅଗଷ୍ଟ ୫ ତାରିଖର ଏହି ଐତିହାସିକ ନିଷ୍ପତ୍ତି ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ ପାଇଁ ୪ଟି ଗୋଷ୍ଠୀ […]