• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

monkey
ପାଣି ପିଇ ଟ୍ୟାପ୍‌ ବନ୍ଦ କରୁଛି ମାଙ୍କଡ଼, ମଣିଷ ଶିଖିବ କେବେ?

ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍‌ଟକ୍‌ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ,ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍‌ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। What a beautiful message for humans! […]

big b
ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ : ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ୱାଇ : ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ। କୁଲି ଫିଲ୍ମ ଦୁର୍ଘଟଣା ପରେ ଆଜିର ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଅମିତାଭ୍ ବଚ୍ଚନ। ତେଣୁ ଫ୍ୟାନ୍ ମାନେ ଅଗଷ୍ଟ ୨କୁ ତାଙ୍କର ଦ୍ୱିତୀୟ ଜନ୍ମ ଦିବସ ବା ପୁନର୍ଜନ୍ମ ଦିବସ ରୂପେ ପାଳିଥାନ୍ତି। ୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବେଙ୍ଗାଲୁରୁରେ ‘କୁଲି’ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସ ସୁଟିଂ ବେଳେ ପ୍ରାଣଘାତୀ ଦୁର୍ଘଟଣାର ଶିକାର ହୋଇଥିଲେ ଅମିତାଭ୍। ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍  କ୍ୟାଣ୍ଡି […]

teeth
ଆଶ୍ଚର୍ଯ୍ୟ ! ୭ ବର୍ଷର ପିଲା ପାଟିରୁ ବାହାରିଲା ୫୨୬ଟି ଦାନ୍ତ

ଚେନ୍ନାଇ : ମଣିଷ ପାଟିରେ ୩୨ଟି ଦାନ୍ତ ଥିବା ସମସ୍ତେ ଜାଣିଛନ୍ତି। ହେଲେ ଯଦି ଜଣଙ୍କ ପାଟିରେ ୫୨୬ଟି ଦାନ୍ତ ଥିବ, ତା’ହେଲେ ସେ କ’ଣ କରିବ? ଚେନ୍ନାଇର ଜଣେ ୭ ବର୍ଷର ପିଲା ସହ ଏଭଳି ଘଟଣା ଘଟିଛି। ପିଲାଟିର ପାଟିରୁ ଶହେ କିଂ ୨ଶହ ନୁହେଁ, ୫୨୬ଟି ଦାନ୍ତକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି। ଏଠାକାର ସବିତା ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ବେଶ ସଫଳତାର ସହ ଏହି ଅପରେସନ କରିବାରେ […]

ମଦୈ
ଟଙ୍କା ଦେଇ ଲୋକେ ଗାଈ ସହ ସମୟ ବିତାଉଛନ୍ତି ! କାହିଁକି ଜାଣନ୍ତି

ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର ହୁଏ ଓ ମାନସିକ ଶାନ୍ତି ବି ମିଳେ। ଆଉ ସେଥିପାଇଁ ଏବେ ଆମେରିକାରେ ଲୋକେ ଟଙ୍କା ଖର୍ଚ୍ଚ କରି ଗାଈ ସହିତ ସମୟ ବିତାଉଛନ୍ତି। ବ୍ୟସ୍ତ ବହୁଳ […]

triple
ରାଜ୍ୟସଭାରେ ଆଗତ ହେଲା ଟ୍ରିପଲ ତଲାକ୍ ବିଲ୍

ନୂଆଦିଲ୍ଲୀ : ତିନ୍ ତଲାକ ବିଲ୍‌ର ରାଜ୍ୟସଭା ଟେଷ୍ଟ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହରେ ବିଲ୍ ଉପସ୍ଥାପନ କରିଛନ୍ତି। ଏହା ପରେ ରାଜ୍ୟସଭାରେ ବିଲ୍‌କୁ ନେଇ ଆଲୋଚନା ଚାଲିଛି। ଏହି ବିଲ୍ ଅନୁସାରେ ତିନ୍ ତଲାକ୍‌ ଜରିଆରେ ଛାଡ଼ପତ୍ର ଦେଲେ, ତାକୁ କ୍ରିମିନାଲ ଅଫେନ୍ସ ବୋଲି ଧରାଯିବ ଏବଂ ଦୋଷୀକୁ ୩ ବର୍ଷ ଜେଲ୍ ଦଣ୍ଡ ମଧ୍ୟ ମିଳିବ। ରାଜ୍ୟସଭାରେ ଆଜି ବିଲ୍ ଆଗତ କରି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ […]

virat-rohit
ରୋହିତଙ୍କ ସହ ମନୋମାଳିନ୍ୟକୁ ଖଣ୍ଡନ କଲେ ବିରାଟ

ମୁମ୍ବାଇ:  ରୋହିତ ଶର୍ମାଙ୍କ ସହ କୌଣସି ପ୍ରକାର ବିବାଦକୁ ଖଣ୍ଡନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି। ରୋହିତଙ୍କ ପ୍ରଦର୍ଶନକୁ ସେ ସବୁବେଳେ ପ୍ରଶଂସା କରି ଆସିଛନ୍ତି। ଖେଳ ପରେ ଚେଞ୍ଜିଂ ରୁମ୍‌ରେ ସେ ସବୁବେଳେ ସାଥୀଙ୍କ ସହ ମଜା କରିଥାନ୍ତି ଓ ସାଥୀ ଖେଳାଳି କ୍ରିକେଟ ମାଧ୍ୟମରେ ଦେଶକୁ ଆଗକୁ ନେବାକୁ ଚେଷ୍ଟା କରୁଥିବାବେଳେ ଗଣମାଧ୍ୟମରେ ଏଭଳି ଅପପ୍ରଚାର କିପରି ହେଉଛି ବୋଲି ପ୍ରଶ୍ନ କରିଛନ୍ତି କୋହଲି।  ୱେଷ୍ଟ ଇଣ୍ଡିଜ ଗସ୍ତ ପୂର୍ବରୁ କୋଚ୍ […]