ଭୁବନେଶ୍ୱର : “ଆଜ୍ ମେରା ବେହେନ୍ କୀ ରାକ୍ଷୀ ନେହିଁ ଆୟା ଥା…ପର୍ ଆପ୍ନେ ବାନ୍ଧଲିୟା।” ଜଣେ ଯବାନଙ୍କ ମୁହଁରୁ ଏମିତି କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର। ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଯାଇଥିଲା। ଅଗଷ୍ଟ ୧୫ତାରିଖରେ ‘ଓଟିଭି’ରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଯବାନଙ୍କମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମଞ୍ଚରେ କାନ୍ଦି ପକାଇଥିଲେ ଶୀତଲ। ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ […]
ଭୁବନେଶ୍ୱର : ଓଡ଼ିଶାର ପ୍ରମୋଦ ଭଗତ ପାଇବେ ସମ୍ମାନଜନକ ଅର୍ଜୁନ ପୁରସ୍କାର। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ସମେତ ୧୯ ଜଣ ଆଥ୍ଲେଟଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ରିକେଟର ରବୀନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର ପୁନମ ଯାଦବ, ଆଥଲେଟ ତେଜିନ୍ଦର ପାଲ ସିଂ ତୁର୍ ଓ ମହମ୍ମଦ ୟାହିଆଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ। ସେହିପରି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ ଦୀପା ମଲିକ ଖେଳରତ୍ନ ପାଇବା ପାଇଁ ମନୋନୀତ […]
ଇସଲାମାବାଦ୍: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ବିଭିନ୍ନ ଦିଗରୁ ଭାରତକୁ ଅଡ଼ୁଆରେ ପକାଇବାର ପ୍ରୟାସ କରୁଥିଲେ ମଧ୍ୟ ବିଫଳତା ଏହି ଦେଶର ପିଛା ଛାଡ଼ୁନି। ଗତକାଲି ପରମ ବନ୍ଧୁ ଚାଇନା ସହାୟତାରେ ଜାତିସଂଘର ସୁରକ୍ଷା ପରିଷଦରେ ‘କଶ୍ମୀର ପ୍ରସଙ୍ଗ’ ଉଠାଇବାର ପ୍ରୟାସରେ ସଫଳ ହୋଇଥିଲେ ମଧ୍ୟ ଚାଇନା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନର ସମର୍ଥନରେ ବାହାରିନଥିଲେ। ତେବେ ପାକିସ୍ତାନକୁ ଆଜି ଲାଗିଥିବା ଝଟ୍କା କୂଟନୀତିକ ନୁହେଁ, ବରଂ ଏକ ବଡ଼ […]
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ। ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଏମର୍ଜେନ୍ସି ୱାର୍ଡ ନିକଟ ଥିବା ପିସି ବ୍ଲକରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଏହା ଅନ୍ୟ ମହଲାକୁ ବ୍ୟାପିଥିଲା। Delhi: A fire has broken out on first and second floor at All India Institute of Medical Sciences (AIIMS). Fire brigade present at the spot pic.twitter.com/KRd3oBpO4d — ANI (@ANI) August […]
ହାଇଦ୍ରାବାଦ: ସ୍ୱାଧୀନତା ଦିବସ ଅବସରରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିବା ଜଣେ ପୁଲିସ୍ କର୍ମଚାରୀ ଏହାର ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ମେହବୁବ୍ନଗରରେ କନ୍ଷ୍ଟେବଲ ଭାବେ ନିଯୁକ୍ତ ପାଲ୍ଲେ ତିରୁପତି ରେଡ୍ଡୀଙ୍କୁ ଗତ ଅଗଷ୍ଟ ୧୫ରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡ଼ ସମ୍ମାନିତ କରିଥିଲେ। ଏହି ଅବସରରେ ଜିଲ୍ଲା ଏସ୍ପି ରେମା ରାଜେଶ୍ୱରୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ପୁରସ୍କୃତ ହେବାର ଗୋଟିଏ ଦିନ ପରେ ଏବେ ପୁଣି ଥରେ ଖବର […]
ଗୁଜରାଟ : ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ୧୪ ବର୍ଷୀୟ ବାଳକ। ଗୁଜରାଟ ପାଟଣ ଜିଲ୍ଲା ଅମରାପୁରାର ଏହି ବାଳକ ଅବ୍ଦୁଲର ଘୋଡ଼ା ଚଢ଼ିବାର କୌଶଳ ଓ ଦୁଃସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖନାୟ ଯେ, ସ୍ୱାଧୀନତା ଦିବସ ଅବସରରେ ଘୋଡ଼ା ପିଠିରେ ଠିଆ ହୋଇ ଦୁଇ ହାତରେ ଅବ୍ଦୁଲ ଜାତୀୟ ପତାକା ଉଡ଼ାଇଥିଲେ । ଆଉ ଏହି ଭିଡ଼ିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅଶ୍ୱାରୋହଣ ପ୍ରତି […]
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପ୍ରଥମ ପୂଣ୍ୟତିଥି। ଏହି ଅବସରରେ ଦିଲ୍ଲୀସ୍ଥିତ ଅଟଳସ୍ଥଳରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୨୦୧୮ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ […]
ତାମିଲନାଡୁ : ଡକାୟତଙ୍କୁ ସାହସିକତାର ସହ ମୁକାବିଲା କରିଥିବା ତାମିଲନାଡୁର ବୃଦ୍ଧ ଦମ୍ପତିଙ୍କୁ ରାଜ୍ୟସରକାର ପୁରସ୍କୃତ କରିଛନ୍ତି। ପି. ଶନମୁଗାଭେଲୁ ଓ ତାଙ୍କ ସ୍ତ୍ରୀ ସେନ୍ଥାମାରାଇଙ୍କୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ୨ଲକ୍ଷ ଟଙ୍କା ସହ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନିତ କରିଛନ୍ତି। ଖାଲି ହାତରେ ସଶସ୍ତ୍ର ଲୁଟେରାଙ୍କ ସେମାନେ ମୁକାବିଲା କରିଥିଲେ। ତିରୁନେଲଭେଲି ଅଂଚଳରେ ବୃଦ୍ଧ ଦମ୍ପତ୍ତି ଅଗଣାରେ ବସିଥିବା ବେଳେ ଦୁଇଜଣ ଲୁଟେରା ଘର ଭିତରକୁ ପଶି ଆସିଥିଲେ। ଜଣେ ଲୁଟେରା ଏକ ଗାମୁଛା ସାହାଯ୍ୟରେ ବୃଦ୍ଧଙ୍କୁ […]
ମୁମ୍ବାଇ : ଆଜି ମୁମ୍ବାଇରେ ବସୁଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ନୀତି ଆୟୋଗ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଙ୍କ ବଦଳରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଉଛନ୍ତି । ନୀତି ଆୟୋଗର ପୂନର୍ଗଠନ ପରେ ଏହା ହେଉଛି ଦ୍ୱିତୀୟ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ। ଏଥିରେ ୧୦ ଜଣ ସଦସ୍ୟ ବିଶିଷ୍ଟଏହି ନୀତି ଆୟୋଗ କମିଟିରେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ଅଧ୍ୟକ୍ଷତାରେ ହେବାକୁ […]