ଶ୍ରୀନଗର: ସାରା ଦେଶ ସ୍ୱାଧୀନତା ଦିବସ ପାଳନରେ ମସଗୁଲ ଥିବା ବେଳେ ପାକିସ୍ତାନ ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ପରିଣାମ ପାକିସ୍ତାନ ସେନାକୁ ଭୋଗିବାକୁ ପଡ଼ିଛି। ସୂଚନା ଅନୁଯାୟୀ ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କଶ୍ମୀର ପୁଞ୍ଚ ସ୍ଥିତ କେଜି ସେକ୍ଟର, ଉରୀ ଏବଂ ରଜୋରୀରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯାହାର କଡ଼ା ଜବାବ ଦେଇ ୩ ପାକିସ୍ତାନୀ ଯବାନଙ୍କୁ ମାରି ଦେଇଛନ୍ତି ଭାରତୀୟ […]
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୨ ଓଭରରେ ୨ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଶାଇ ହୋପ୍ ୧୯ ଓ ଶିମରନ୍ ହେଟମେୟର୍ ୧୮ ରନ୍ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଦୁଇ ଓପ୍ନର୍ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ ଧୂଆଁଧାର ବ୍ୟାଟିଂ କରି […]
ଇସ୍ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇ ପଡ଼ିଥିବା ପାକିସ୍ତାନ, ଏବେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଛି। ଏହି ଅପପ୍ରଚାରର କମାଣ ଖୋଦ୍ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ ଖାନ୍ ଧରିଛନ୍ତି। ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ୍ ଖାନ୍ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ପିଓକେର ରାଜଧାନୀ ମୁଜାଫରବାଦରେ ଇମ୍ରାନ୍ କହିଛନ୍ତି, “ଭାରତ ସରକାର ଓ ସେନା ପାକିସ୍ତାନର କଶ୍ମୀରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ […]
ନୂଆଦିଲ୍ଲୀ : ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରିଥିବା ଧାରା ୩୭୦ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ ବିଭାଜନ ହେବା ଦ୍ୱାରା ଏହି ଅଞ୍ଚଳରେ ଥିବା ଲୋକ ଅଧିକ ଫାଇଦା ପାଇବେ ବୋଲି ଶ୍ରୀ କୋବିନ୍ଦ ଦୃଢ଼ୋକ୍ତି କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଓ ଲଦାଖରେ ଯେଉଁ […]
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ସପ୍ତାହର ମଙ୍ଗଳବାର ରାତିରେ ପରଲୋକ ହୋଇଥିଲା। ଗତକାଲି ତାଙ୍କ ସ୍ମୃତିରେ ବିଜେପି ପକ୍ଷରୁ ନୂଆଦିଲ୍ଲୀରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କୁ ସମେସ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଥିଲେ। ସେ ସୁଷମାଙ୍କ ସ୍ମୃତିଚାରଣ କରି କହିଥିଲେ, ସେ ବୟସରେ ମୋଠାରୁ ସାନ ଥିଲେ। କିନ୍ତୁ ମୋତେ […]
ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ ହୋଇଯାଇଛି। ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି ‘ମିଷ୍ଟର ମଜନୁ’। ଏଥିରେ ମୁଖ୍ୟ ଭୂମିକାରେ ନାୟକ ଭାବେ ବାବୁସାନ ଥିବା ବେଳେ ତାଙ୍କ ବିପକ୍ଷରେ ସୁରମୟୀ, ଦିବ୍ୟା ଓ ଶୀତଲ ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଭୁବନେଶ୍ୱର ଆରସିଏମ୍ ଜଗନ୍ନାଥ ମନ୍ଦିରରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ବୁଧବାର ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର୍ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଶେଲଡନ୍ କଟ୍ଟରେଲ୍ ଓ ଓଶାନି […]
ଜାମ୍ମୁ : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା। ତ୍ରାଲ ସେକ୍ଟରରେ ଏନକାଉଣ୍ଟରରେ ତିନିଜଣ ଜୈସି- ଇ- ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ଏହାର କଡା ଜବାବ ଦେଇଥିଲେ। ଗୁଳି ବିନିମୟରେ ଜଣେ ସିଆରପିଏଫ୍ ଜବାନ ଆହତ […]
ତାମିଲନାଡ଼ୁ : ଲୁଟେରାଙ୍କୁ କଡ଼ା ମୁକାବିଲା କରିଛନ୍ତି ତାମିଲନାଡ଼ୁର ଦମ୍ପତି। ଖବର ଅନୁଯାୟୀ, ତାମିଲନାଡୁର ତିରୁନେଲଭେଲି ଅଂଚଳରେ ସ୍ୱାମୀ, ସ୍ତ୍ରୀ ଏକାଠି ଅଗଣାରେ ବସିଥିବା ବେଳେ ଦୁଇଜଣ ଲୁଟେରା ଘର ଭିତରକୁ ପଶି ଆସିଥିଲେ। ମାରଣାସ୍ତ୍ର ଧରି ସେମାନେ ବୃଦ୍ଧ ଦମ୍ପତିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏକ ଗାମୁଛା ଦ୍ୱାରା ସେମାନେ ବୃଦ୍ଧଙ୍କ ବେକକୁ ଚାପି ମାରି ଦେବାକୁ ଚେଷ୍ଟା କରିଥିଲେ। ଏଥିରେ କିନ୍ତୁ ଡରି ନଯାଇ ବୃଦ୍ଧ ଜଣଙ୍କ ଲୁଟେରାଙ୍କ ସାମ୍ନା କରିଥିଲେ। ପ୍ରଥମେ […]
ରାଜ୍ୟରେ ପାଣିପାଗରେ ହଠାତ୍ ପରିବର୍ତ୍ତନ ଅାସିଛି I ଜୁନ୍ ୮ ରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଛି I ଫଳରେ ବର୍ଷା ପରିମାଣ କମି ଉଜାଣି ଅାସିଛି ଖରା I ଡହ ଡହ ଖରାରେ ସିଝି ଯାଉଛି ଦେହ I ଏମିତି ଅବସ୍ଥା ଯେ ଦିନ ଦଶଟା ପରେ ଘରୁ ପାଦ କାଢ଼ିବା ମୁସ୍କିଲ ହୋଇଯାଉଛି Iଜଳବାୟୁ ପରିବର୍ତ୍ତନ ପାଇଁ ମୌସୁମୀ ଆସିବା ପରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ […]