• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

station
ରେୱାରୀ ଷ୍ଟେସନ୍‌ ଉଡ଼ାଇବାକୁ ଧମକାଇଲା ‘ମାସୁଦ୍‌’

ନୂଆଦିଲ୍ଲୀ: ହରିଆଣାର ରେୱାରୀ ରେଲ୍‌ୱେ ଷ୍ଟେସନ୍‌ ଉଡ଼ାଇବାକୁ ଧମକାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ। ଆସନ୍ତା ଅକ୍ଟୋବର ୮ ତାରିଖ ଭିତରେ ଏଭଳି ଭୟଙ୍କର ଆକ୍ରମଣ ହେବ ବୋଲି ଧମକାଇଛି ଏହି ସଂଗଠନ। ପୁଲିସ୍‌ ଜବତ କରିଥିବା ଏହି ଚିଠି କରାଚିର କେହି ଜଣେ ‘ମାସୁଦ୍‌’ ଏହି ଚିଠି ପଠାଇଛି। ଚର୍ଚ୍ଚା ଆରମ୍ଭ ହୋଇଛି ଏହି ‘ମାସୁଦ୍‌’ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର। ଏହି ଧମକ ପରେ ରେୱାରୀ ଷ୍ଟେସନ୍‌ ଚାରିକଡ଼େ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜୈଶ […]

match t-20
ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ ନିୟମିତ ବର୍ଷା ଯୋଗୁ ଟସ୍ ପଡ଼ିପାରି ନଥିଲା। ଏଚପିସିଏର ଷ୍ଟାଡିୟମରେ ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଏହା କରିବାକୁ ସୁଯୋଗ ଦେଇନାହିଁ। […]

cycle2
ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବୌଦ୍ଧ( ଭାର୍ଜନ କୁମାର ପ୍ରଧାନ) : କୌଣସି ଇଂଜିନିୟର ବା ମେକାନିକ୍ ନୁହଁନ୍ତି, ଜଣେ ଚାଷୀ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ଏକ ଏଭଳି ବ୍ୟାଟେରୀ ଚାଳିତ ସାଇକେଲ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପରିବେଶ ଅନୁକୂଳ ସହ କମ୍ ଖର୍ଚ୍ଚରେ ବାଇକ୍ ଭଳି ସବୁ ସୁବିଧା ରହିଛି ଏହି ବ୍ୟାଟେରୀ ସାଇକେଲରେ। ଏକ୍ସିଲେଟର ମୋଡିଲେ ଚାଲୁଛି ସାଇକେଲ।  ନା ପେଡାଲ ମାରିବାକୁ ପଡୁଛି , ନା ଇଞ୍ଜିନ ସମସ୍ୟା ରହିଛି। କୌଣସି ଇନ୍ଧନର […]

star
୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଆପଣ ବାଜା ବଜାଇବା ପାଇଁ ଢୋଲ ସାହାଯ୍ୟ ନେବେ। ହେଲେ ବିନା କୌଣସି ବାଦ୍ୟ ଉପକରଣ ସାହାଯ୍ୟରେ ମଧ୍ୟ ଜଣେ ପିଲା ବାଜା ବଜାଇ ପାରୁଛନ୍ତି। ୧୨ ବର୍ଷର ଜଣେ ପିଲା ଛାତିକୁ ପିଟି ପାଟିରେ ବାଜା ବଜାଉଛନ୍ତି। କଥାଟି ଆଶ୍ଟର୍ଯ୍ୟ ଲାଗିଲେ ମଧ୍ୟ ସତ। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଏହି କୁନି ପିଲାର ନାଁ ଜଗନ୍ନାଥ ନାୟକ। ସପ୍ତମ ଶ୍ରେଣୀରେ ପଢୁଥିବା ଜଗନ୍ନାଥ ପାଟିରେ ତାଳ, ଲୟ ସହ ବାଜା […]

ik
ଭାରତ ବିରୋଧରେ ମୁସଲିମ୍‌ଙ୍କୁ ପ୍ରବର୍ତ୍ତାଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି। ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। […]

ଏଊଓଗହସ
ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଗୁରୁବାର ବଦଳିଯାଇଛି। ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ […]