• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

temple
'ପୂର୍ବରୁ ଏଠାରେ ରାମ ମନ୍ଦିର ଥିଲା'

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍‌କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ୧୯୭୬-୭୭ ମସିହାରେ ଏହି ବିବାଦୀୟ ଜମିର ଖନନ କରାଯିବା ସମୟରେ ସେ ଏଏସ୍‌ଆଆଇ ଟିମ୍‌ର ସଦସ୍ୟ ଥିଲେ। ମୁସଲିମ୍‌ ପକ୍ଷ ସ୍ୱତଃପ୍ରବୃତ୍ତ ଭାବେ ରାମ ମନ୍ଦିର ପାଇଁ ଏହି ଜମି ଦେଇଦେବାକୁ […]

relation
ବାଲକୋନିରେ ପ୍ରେମ ନେଇଗଲା ଜୀବନ

ନୂଆଦିଲ୍ଲୀ : ସମ୍ଭୋଗ ନେଲା ଜୀବନ । ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପତି-ପତ୍ନୀ ଘରର ୩ୟ ମହଲାରେ ଦୈହିକ ସଂପର୍କରେ ଲିପ୍ତ ଥିଲେ । ଉଭୟ ଏଥିରେ ଏତେ ମାତ୍ରାରେ ହଜିଯାଇଥିଲେ ଯେ, ଶେଷରେ ପରିଣାମ ଭୟଙ୍କର ହୋଇଗଲା। ସେହି ୩ୟ ମହଲା ବାଲକୋନିରୁ ପଡ଼ି ଚାଲିଗଲା ଦମ୍ପତିଙ୍କ ଜୀବନ । ସୂଚନା ମୁତାବକ, ମହିଳା ଜଣକର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁରୁଷ ଜଣକର ବୟସ ୩୫ […]

lata-modi
ଲତା ଦିଦି, ପ୍ରଣାମ ! ମୁଁ ନରେନ୍ଦ୍ର ମୋଦି କହୁଛି

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ ମିଳିଥିଲା। ତା’ହେଲେ ପଢ଼ନ୍ତୁ ସେମାନଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ। ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି । ଲତା: ପ୍ରଣାମ! […]

diabetics
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ବିଳମ୍ବ କରନ୍ତୁନି....

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତ ଚିନ୍ତା ମୁକ୍ତ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ । ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ […]

sea
ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳସ୍ତର

ଭୁବନେଶ୍ୱର : ହିମାଳୟରୁ ଆରମ୍ଭ କରି ଆଣ୍ଟାର୍କଟିକା ଯାଏଁ ତରଳୁଛି ବରଫ ଭଣ୍ଡାର। ପୂର୍ବ ଆକଳନ ତୁଳନାରେ ଅଧିକ ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳ ସ୍ତର। ଏହାର ପ୍ରଭାବରେ ନିଉ ୟର୍କରୁ ସାଙ୍ଘାଇ ଯାଏଁ ଅନେକ ସହରରେ ହେବ ନିୟମିତ ବନ୍ୟା। ଏବଂ କୋଟିକୋଟି ଲୋକଙ୍କ ପୁଷ୍ଟି ଓ ଖାଦ୍ୟ ଆବଶ୍ୟକତା ପୂରଣ କରୁଥିବା ମତ୍ସ୍ୟ ସଂପଦ ମଧ୍ୟ ଦ୍ରୁତଗତିରେ କ୍ଷୟମାଣ। ଏମିତି କିଛି ଚିନ୍ତାଜନକ କଥା ଉଲ୍ଲେଖ ରହିଛି ମିଳିତ ଜାତିସଂଘର ପାଗ […]

maruti suzuki
କାର୍ କିଣିବାକୁ ଚାହୁଁଛନ୍ତି କି ? ମାରୁତି ସୁଜୁକି ଦେଉଛି ନୂଆ ଅଫର

ନୂଆଦିଲ୍ଲୀ : ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଗ୍ରାହକଙ୍କ ପାଇଁ ମାରୁତି ସୁଜୁକିର ନୂଆ ଅଫର। ବିଭିନ୍ନ ମଡେଲ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରାଯାଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। କମ୍ପାନୀ ପକ୍ଷରୁ ପ୍ରମୋସନାଲ ଅଫର ଉପରେ ଗ୍ରାହକମାନଙ୍କୁ ୫ହଜାର ଟଙ୍କାର ରିହାତି ମଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟାକ୍ସ ହ୍ରାସ ପାଇଁ ଘୋଷଣା କରିବା ପରେ ଏହାର ପ୍ରଭାବ ମାର୍କେଟ ଉପରେ ପଡିଛି। ନୂଆ ଅଫର ପରେ […]

t20
ପ୍ରଥମ ମହିଳା ଟି-୨୦ରେ ଭାରତ ବିଜୟୀ

ସୁରତ: ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂକୁ ଆଧାର କରି ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ କୌର୍ ସର୍ବାଧିକ ୪୩ (୩୪ ବଲ୍, […]

pok
ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୧୯ ଟପିଲା

ଇସ୍‌ଲାମାବାଦ୍ : ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ଟପିଲାଣି। ତାସହ ୩୦୦ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୪ଟା ୩୫ରେ ହୋଇଥିବା ଭୂକମ୍ପ ଝଟକାରେ ଦୋହଲି ଯାଇଛି ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦ୍ ସମେତ ଆଖପାଖ ଅନେକ ଅଞ୍ଚଳ। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକ୍ ଅଧିକୃତ କାଶ୍ମୀର। ଭୂମିକମ୍ପ ପ୍ରଭାବରେ ପିଓକେରେ ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ ଜଣଙ୍କ ଭୂକମ୍ପରେ […]

amitabh
ବିଗ୍‌ ବିଙ୍କୁ ଦାଦା ସାହେବ୍‌ ଫାଲ୍‌କେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବିଗ୍‌ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରି ଘୋଷଣା କରିଛନ୍ତି। The legend Amitabh Bachchan who entertained and inspired for 2 generations has been selected unanimously for #DadaSahabPhalke […]

gnarilata
ଉଲଗ୍ନ ନାରୀ ପରି ଏ କି ଫୁଲ, ଜାଣନ୍ତି ?

ଭଗବାନଙ୍କର ଏ ସୃଷ୍ଟି କେତେ ବିଚିତ୍ର, ତାହା  ଆମ ଚାରିପାଖର ଜିନିଷକୁ ଦେଖିଲେ ଜଣାପଡ଼େ । ଆଉ ବିଶ୍ୱାସ ହୁଏନି ଏଭଳି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ। ଏକ  ଫୁଲ ଅଛି ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଜଣେ ଯୁବତୀର ଶରୀର ପରି। ଆଉ କହିବେ ପ୍ରକୃତିର କି ଅଦ୍ଭୂତ କରିସ୍ମା । ଯୁବତୀଙ୍କ ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ଫୁଲର ନାଁ ନାରୀଲତା  । ଏ ଫୁଲଟି ବିଷୟରେ ସଠିକ୍‌ ତଥ୍ୟ ଜଣାପଡିନାହିଁ […]