ନୂଆଦିଲ୍ଲୀ : ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି ସଜାଇଥିଲେ। ରବିବାର ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏହି ନାଟକର ପରଦା ଖୋଲିଦେଇଛନ୍ତି ସୁରକ୍ଷା କର୍ମୀ। ଜୟେଶ ପଟେଲ ନାମକ ଏହି ବ୍ୟକ୍ତି ନିଜ ଦାଢ଼ି ଓ ଚୁଟିକୁ ଧଳା କରି ଛଦ୍ମବେଶ ଧାରଣ କରିଥିଲେ। ସେ ତାଙ୍କର ନୂଆ ନାଁ ଦେଇଥିଲେ, ଆମ୍ରିକ୍ […]
ଜେନେଭା : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କ’ଣ କରୁଛି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହିଁ। ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି। ଆଜି ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଯୋଗଦେଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର […]
ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। […]
ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି । ଆଜି ଅକ୍ଷୟଙ୍କ ୫୨ତମ ଜନ୍ମ ଦିନ। ଏହି ଅବସରରେ ‘ପୃଥ୍ୱୀରାଜ’ ଟିଜରକୁ ରିଲିଜ୍ କରିଛନ୍ତି ଖୋଦ୍ ଅକ୍ଷୟ କୁମାର। ତାଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହେବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଶ୍ରୀଗୁଫୱାରାର ଏକ ଘରକୁ ଜୋର ଜବରଦସ୍ତ ଭାବେ ଅକ୍ତିଆର କରିଥିଲେ। ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ। ଏଥିରେ ଭୟଭୀତ ହୋଇ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଅଚାନକ୍ ଆକ୍ରମଣ କରିବା ସହ ଘର […]
ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ରାତିରେ ହୁଣ୍ଡି ବାକ୍ସରୁ ୫୦ ହଜାରରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ନୀଳଗିରି ଏସ୍ଡିପିଓ ଓ ଆଇଆଇସି ସନ୍ଧାନୀ କୁକୁର ସହ ମନ୍ଦିରରେ ପହଞ୍ଚି ତନାଘନା କରିଛନ୍ତି।
ମୁମ୍ବାଇ: ଚାଲୁ ଚାଲୁ ହଠାତ୍ କଚାଡ଼ି ହୋଇ ପଡ଼ିଗଲେ ବଲିଉଡ଼ ଅଭିନେତ୍ରୀ କାଜୋଲ । ତାହା ବି ପୁଣି କଡ଼ା ସୁରକ୍ଷା ଓ ଲୋକଙ୍କ ଗହଳି ଭିତରେ। ଆଉ ଏସବୁ ଘଟଣାକୁ ନେଇ ଏକ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି। ପଢ଼ନ୍ତୁ ପୂରା ଘଟଣା… ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ପୁରା ସୁରକ୍ଷା ବଳୟ ଭିତରେ ଥିବା କାଜୋଲ ହଠାତ୍ ଚାଲୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ଆଉ ତତ୍କ୍ଷଣାତ ସୁରକ୍ଷାକର୍ମୀ ତାଙ୍କୁ ତଳୁ ଉଠାଇ ଦେଇଥିଲେ। ତଳେ […]
ନାସିକ: ଏକ ଘରୋଇ ବ୍ୟାଙ୍କ ATM ରେ ବୈଷୟିକ ତ୍ରୁଟି ଯୋଗୁଁ ଗ୍ରାହକମାନେ ଥରେ ବଟନ ଚିପି 5 ଗୁଣା ଟଙ୍କା ପାଇଛନ୍ତି I ବ୍ୟାଙ୍କ ଖବର ପାଇବା ବେଳକୁ 3.5 ଲକ୍ଷ ଡ୍ର ହୋଇସାରିଥିଲା I ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ସହରରେ I ସୂଚନା ମୁତାବକ, ମଙ୍ଗଳବାର ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କ ATMରେ ହଠାତ ଭିଡ଼ ହୋଇଯାଇଥିଲା I ବ୍ୟାଙ୍କ କର୍ମଚାରୀ ATMରେ ଟଙ୍କା ଭର୍ତ୍ତି କଲା ପରେ ଜଣେ ବ୍ୟକ୍ତି […]
ଭୁବନେଶ୍ୱର : ଯୋଗ ମୁଦ୍ରାରେ ସାରା ବିଶ୍ୱ। ନଥିଲା ବୟସ କି ବର୍ଗର ଫରକ୍। କିଏ ଶିଖୁଥିଲା ତ କିଏ ଶିଖାଉଥିଲା ସୁସ୍ଥ ଓ ନିରୋଗ ରହିବାର ଏ ମହାନ ପ୍ରାଚୀନ କଳା। ଡେରାଡୁନ୍ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସହ ଭିନ୍ନ ଭିନ୍ନ ଯୋଗ ମୁଦ୍ରାରେ ନିମଗ୍ନ ହେବା ସହ ବଖାଣିଥିଲେ ଯୋଗର ମାହାତ୍ମ୍ୟ। ସେହିପରି ଯୋଗଗୁରୁ ରାମଦେବ ରାଜସ୍ଥାନ କୋଟାରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଶିଖାଇଥିଲେ ଭିନ୍ନ ଭିନ୍ନ ପ୍ରକାର […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ନୌ ପାସପୋର୍ଟ ସେବା କେନ୍ଦ୍ରରେ ଧର୍ମକୁ ନେଇ ମହିଳାଙ୍କ ଅପମାନ ପ୍ରସଙ୍ଗ। ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳାଙ୍କୁ ମିଳିଛି ନ୍ୟାୟ । ଗତକାଲି ଲକ୍ଷ୍ନୌର ପାସପୋର୍ଟ ସେବା କେନ୍ଦ୍ରକୁ ତନଭି ନାମକ ଜଣେ ମହିଳା ତାଙ୍କର ସ୍ୱାମୀ ଏବଂ ୬ ବର୍ଷର ଝିଅ ପାଇଁ ପାସପୋର୍ଟ ଆବେଦନ କରିବାକୁ ଯାଇଥିଲେ। ଦୁଇଟି କାଉଣ୍ଟରରେ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ତୃତୀୟ କାଉଣ୍ଟରରେ ମହିଳାଙ୍କୁ ଧର୍ମଙ୍କୁ ନେଇ ବିକାଶ ମିଶ୍ର ନାମକ […]