ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ଆଉ ବେଶୀ ବିଳମ୍ବ ନୁହେଁ । ଖୁବ୍ ଶୀଘ୍ର ରିଲ୍ ଲାଇଫ୍ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍ରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହା ଶୁଣାଯାଉଛି, ବିବାହ ତାରିଖ ମଧ୍ୟ ପକ୍କା ହୋଇସାରିଲାଣି । ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଛନ୍ତି । କିନ୍ତୁ ଦୀପିକା ଯେହେତୁ ନୂଆ ପ୍ରୋଜେକ୍ଟ ସାଇନ୍ କରିବା […]
ଏଥର ଅଲମ୍ପିକର ଖେଳାଳିଙ୍କ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ଧରଣର ବେଡ୍। ଆକ୍ଟି ସେକ୍ସ ବେଡ୍। କ’ଣ ଏହି ଆଣ୍ଟି ସେକ୍ସ ବେଡ୍ ? କେଉଁଥିରେ ଏହା ତିଆରି ହୋଇଛି ?
ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।
ପୁଣେ : ପୁଣେ ଟେଷ୍ଟରେ ଭାରତର ବିରାଟ ବିଜୟ। ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୧୮୯ ରନ୍ରେ ଅଲ୍ ଆଉଟ୍ ହୋଇଛି। ଏହି ଇନିଂସରେ ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ୍ଙ୍କୁ ମିଳିଛି ଦୁଇଟି ୱିକେଟ୍। ପୁଣେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ୬୦୧ ରନ୍ର ବିଶାଳ ସ୍କୋର ଦେଇଥିଲା ଟିମ୍ ଇଣ୍ଡିଆ […]
ଜୟପୁର : ଦୀର୍ଘ ୨୨ ବର୍ଷ ତଳ ମାମଲାର ଅନ୍ତ ଘଟିଛି। ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ରାଜସ୍ଥାନର ଏକ ରେଳବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଉଭୟ ସେଲିବ୍ରିଟି ସେସନ୍ସ କୋର୍ଟରେ […]
ପୁଣେ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଛି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୦୧ ରନ୍ ଘୋଷଣା କରିଥିଲା। ଫଳରେ ଭାରତ ଭାରତ ୩୨୬ ରନର ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର ନିରାଶ କରିଥିବା ବେଳେ ଶେଷଭାଗରେ ଭର୍ନନ୍ ଫିଲାଣ୍ଡର୍ ଓ କେଶବ ମହାରାଜ ଶତକୀୟ ଭାଗୀଦାରୀ କରି ନିଜ […]
ନୋଏଡ଼ା : ନୋଏଡ଼ାରେ ଏମିତି ଏକ ହୋଟେଲ୍ ଖୋଲିଛି , ଯାହାକି ଏଠି ଖାଇବାର ମଜା ନିଆରା। ଲୋକେ ମଧ୍ୟ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବହୁତ ପସନ୍ଦ କରିଛନ୍ତି। ଏହି ହୋଟେଲ୍ ଲୋକମାନଙ୍କୁ ଭୂମି ଠାରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ଖାଇବାକୁ ଦେଉଛି। ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ହୋଟେଲ୍ଟି ଏବେ ଖୁବ୍ ଲୋକପ୍ରିୟ ପାଲଟିଛି। ଯେଉଁ ଲୋକମାନେ ଏବେ ସୁଧା ସ୍ଲାଇଡିଂ ଓ ସୁଇଙ୍ଗରେ ଆନନ୍ଦ ଉପଭୋଗ କରିଥିଲେ, ସେମାନେ […]
ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି। ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ, ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ ଘଟୁଛି। […]
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା। ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍ କରାଯାଇଥିଲା। ଛାନଭିନ୍ ସମୟରେ ଏହି ସୋଶାଲ […]
ରାଞ୍ଚି : ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ୧୦୦ ମିଟରରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ୧୧.୨୬ ସେକେଣ୍ଡ ଥିଲା। କିନ୍ତୁ ଶୁକ୍ରବାର ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର୍ ଅତିକ୍ରମ କରି ଏହି ରେକର୍ଡକୁ ପଛରେ ପକାଇଛନ୍ତି। ମହିଳା ୧୦୦ ମିଟରରେ ପୂର୍ବ ଜାତୀୟ ରେକର୍ଡ ଉଭୟ ଦୂତୀ ଓ ରଚିତା ମିସ୍ତ୍ରୀ (୧୧.୨୬ ସେକେଣ୍ଡ)ଙ୍କ ନାଁରେ ଥିଲା। ଏହି […]
ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ପୁଣେ ଟେଷ୍ଟରେ ନିଜର ଦ୍ୱିଶତକୀୟ ଇନିଂସ୍ ବଳରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହାସହ ସେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି। • କୋହଲି ନିଜର ୮୧ତମ ଟେଷ୍ଟର ୧୩୮ତମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଟେଷ୍ଟରେ ଦ୍ରୁତ ୭ହଜାର […]
ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାଁରେ ରହିଛି। ଯୁବ ଓପ୍ନର ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଶତକ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୮୫.୧ ଓଭରରେ ୩ ୱିକେଟ୍ ହରାଇ ୨୭୩ ରନ୍ କରି ଭଲ ସ୍ଥିତିରେ ରହିଛି। ତେବେ […]
ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ି ଠାରେ ଥିବା ୪,୫୦୦ ବର୍ଷ ପୁରୁଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ କୋରିଆ, ବ୍ରିଟେନ୍ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍ଷ୍ଟ୍ରକ୍ସନ୍ (ସିଏଫ୍ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର […]