ଚାନ୍ଦବାଲି (ବାସୁଦେବ ଦାସ) : ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍ମାନେ ସବୁକିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ନିଜ ଇଚ୍ଛା ବଳରେ ସବୁକିଛି ସମ୍ଭବ କରି ଦେଖାଇଛନ୍ତି ସେ । ତାଙ୍କୁ କାହାର ସାହାଯ୍ୟ କିମ୍ବା ସହାନୁଭୂତି ଦରକାର ନାହଁ। ଏପରି ଜଣେ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜନ୍ତୁଆଳି ଗାଁର ଦିବ୍ୟାଙ୍ଗ ଜଗନ୍ନାଥ ସାହୁ। ଦାନ୍ତ ଘସୁଛନ୍ତି, ଗାଧୋଉଛନ୍ତି, ଖାଦ୍ୟ ବି ଖାଉଛନ୍ତି। କିନ୍ତୁ ହାତରେ ନୁହେଁ, […]
ଭୁବନେଶ୍ୱର : ଶେଷରେ ନିର୍ବାଚନ କରିବାକୁ ରାଜି ହୋଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଓସିଏ ବିଭିନ୍ନ ପଦପଦବୀ ପାଇଁ ଭୋଟ କରିବାକୁ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୭ ତାରିଖ ଦିନ ୧୧ଟାରେ ଭୋଟ ଗ୍ରହଣ ହେବ। ବାରବାଟୀ ଷ୍ଟାଡିୟମରେ ଥିବା ଓସିଏ କନଫରେନ୍ସ ହଲରେ ହିଁ ଏହି ଭୋଟ ପ୍ରକ୍ରିୟା ଅନୁଷ୍ଠିତ ହେବ। ଭୋଟରେ ଭାଗ ନେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା […]
ନୂଆଦିଲ୍ଲୀ : ଶେଷରେ ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ତେବେ ତିହାର ଜେଲ୍ରେ ଏହି ପୂର୍ବତନ କେନ୍ଦ୍ର ଅର୍ଥ ଓ ଗୃହମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଅବଶ୍ୟ ଜେଲର ଅନ୍ୟ କଏଦୀଙ୍କ ଭଳି ଚିଦାଙ୍କ ସହ ବ୍ୟବହାର କରାଯିବ ବୋଲି ତିହାର କର୍ତ୍ତୃପକ୍ଷ କହିଛନ୍ତି। […]