• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Shilpa-Raj
ରାଜ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା!

ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ରାଜଙ୍କ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଥିବା କୁହାଯାଉଛି।

Sunny-Deol-GettyImages-1139986412
ସନିଙ୍କ ଗାଡ଼ି ଉପରକୁ ଉଠି ଆଲିଙ୍ଗନ ଓ ଚୁମ୍ବନ ଦେଲେ ମହିଳା

ଗୁରୁଦାସପୁର:ଫ୍ୟାନ୍‌ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍‌ ସୋ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି। ଏ ଖବରକୁ ନେଇ ସାରା ଦେଶରେ ଆଜି ଚର୍ଚ୍ଚା ଲାଗି ରହିଛି। ମିଳିଥିବା ଖବର ଅନୁଯାୟୀ, ଜଣାଶୁଣା ବଲିଉଡ୍ ଅଭିନେତା ସନି ଦେଓଲ କିଛି ଦିନ ତଳେ […]

opt
ନିର୍ବାଚନ ପୂର୍ବରୁ ପିଟ୍ରୋଡାଙ୍କ ବିବାଦୀୟ ବୟାନ୍‌, ଅତିଶିଙ୍କ ପାମ୍‌ପ୍ଲେଟ୍‌

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଲୋକସଭା ନିର୍ବାଚନ । ଭୋଟ୍‌ର ଠିକ୍ ପୂର୍ବରୁ ଦୁଇଟି ବିବାଦ ସେଠାରେ ସୃଷ୍ଟି କରିଛି ହଟଚମଟ।  ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବୟାନ ଏବଂ ଆପ୍ ନେତ୍ରୀ ଅତିଶି ଓ ବିଜେପିର ଗୌତମ ଗମ୍ଭୀର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ। ଯାହାକି ଦିଲ୍ଲୀ ରାଜନୀତି ଉପରେ ବେଶ୍ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଗାନ୍ଧି ପରିବାରର ଖାସ୍ ଅନୁଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ […]

u
ଟାଇମ୍‌ ପତ୍ରିକାରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ଲେଖା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌’ (ବିଭାଜନକାରୀ) ଆଖ୍ୟା ଦିଆଯାଇଛି। ଏଥରେ ଆହୁରି ମଧ୍ୟ ଲେଖାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର କ’ଣ ଆହୁରି ୫ ବର୍ଷ ମୋଦି ସରକାରଙ୍କ ଯନ୍ତ୍ରଣା ସହ୍ୟ କରିପାରିବ? […]

igi
IGI ଏୟାରପୋର୍ଟ ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରୁ ଗୋଟିଏ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍‌ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି। ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ […]

yy
ଚୌକିଦାର ଚୋର ହୈ ପ୍ରସଙ୍ଗ: ଝୁଲିଲା ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍‌ ଡିଲ୍‌କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହା ସୁପ୍ରିମକୋର୍ଟ କିମ୍ବା ଆବେଦନକାରୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ। ଆଜି ରାହୁଲଙ୍କ ନାଁରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କରିଥିବା ଅପରାଧିକ ଅଦାଲତ […]

ab
ଓଡ଼ିଶାକୁ ବଲିଉଡ୍‌ରୁ ଆସିବ ସହାୟତା ରାଶି

ମୁମ୍ବାଇ: ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼େଇଛନ୍ତି ବଲିଉଡ ସେଲିବ୍ରିଟି । ବାତ୍ୟା ପ୍ରପିଡ଼ୀତଙ୍କ ପାଇଁ ଅର୍ଥ ରାଶୀ ଯୋଗାଡ଼ କରିବାକୁ ଫ୍ୟାନକୁ ନିବେଦନ କରିଛନ୍ତି ଅଭିଷେକ ବଚ୍ଚନ। ଜୁନିୟର ବଚ୍ଚନ ନିଜ ଟୁଇଟର୍‌ ପେଜରେ ଏନେଇ ଉଲ୍ଲେଖ କରିଛନ୍ତି। ଫୋନି ବାତ୍ୟା ପ୍ରଭାବରେ ଓଡ଼ିଶାରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ତେଣୁ ଯଥାସମ୍ଭବ ଚେଷ୍ଟା କରିବାକୁ ଅଭିଷେକ ନିବେଦନ କରିଛନ୍ତି।  ସେହିପରି ବଲିଉଡ ଡିଭା ମାଧୁରୀ ଦିକ୍ଷୀତ ମଧ୍ୟ ଟୁଇଟ୍‌ କରି ବାତ୍ୟା […]

op
୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର  

ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ  ସବୁ ଦଳର ଷ୍ଟାର ପ୍ରଚାରକମାନେ ଘନଘନ ପ୍ରଚାର କରୁଛନ୍ତି । ଭୋପାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବାଇକ ରାଲି କରିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ପ୍ରଚାର କରିଛନ୍ତି । ୬ଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର […]

kapil
ପତ୍ନୀଙ୍କ ପାଇଁ ଦିନେ ଏମିତି ଶାୟରୀ ଗାଇଥିଲେ କପିଲ୍‌ ଦେବ

ପ୍ରିୟ ଖାଦ୍ୟ କ’ଣ ବୋଲି ପଚାରିଲେ ବେଶ ଏକ ଲମ୍ବା ତାଲିକା ମିଳିବ ପ୍ରାୟ ସମସ୍ତଙ୍କର। ହେଲେ ‘ଫୁଡ୍‌’ କାହାର ପ୍ରିୟ ଖାଦ୍ୟ ହୋଇଥିବ, ଏମିତି ଜାଣନ୍ତି କି ? ହଁ, ଏମିତି ଉତ୍ତର ଦେଇଛନ୍ତି କ୍ରିକେଟ ତାରକା କପିଲ ଦେବ। କ୍ରିକେଟ କିମ୍ବଦନ୍ତୀର ମାଇଲ ଖୁଣ୍ଟ କପିଲ ଦେବ କେବଳ ଭଲ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି ନାହିଁ, ବେଶ ମଜା କଥା କହି ସମସ୍ତଙ୍କୁ କେମିତି ହସାଇ ପାରନ୍ତି ଆସନ୍ତୁ ଦେଖିବା। […]

rahul gandhi
ରାହୁଲ ଆଶ୍ୱସ୍ତ: ବିଟ୍ରିଶ ନାଗରିକତ୍ୱ ପ୍ରସଙ୍ଗ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ରାହୁଲ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ରାହୁଲ କେଉଁ ଦେଶର ନାଗରିକ ତାହା ପ୍ରମାଣ ନ ହେବା ଯାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଆବେଦନରେ ଦାବି କରାଯାଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାହୁଲଙ୍କ ବିରୋଧରେ ଆଗତ ଆବେଦନକୁ ଖାରଜ […]

malkhan
ପତ୍ନୀଙ୍କ ସହ ଏକ ନୂଆ ଦୁନିଆରେ ପ୍ରବେଶ କଲେ ଟିଭି ଆକ୍ଟର ଦୀପେଶ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।” ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ […]

kiran bedi
ପୁଡୁଚେରୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ କ୍ଷମତା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର। ନିକଟରେ ପୁଡୁଚେରୀ ସରକାରଙ୍କ ନିତିଦିନ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩୦ ତାରିଖରେ ଶୁଣାଣି କରି କହିଥିଲେ। ହାଇକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ର। ସୂଚନାଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟରେ କଂଗ୍ରେସ ପକ୍ଷରୁ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ […]

Naxal-encounter-PTI-1557302337
ଛତିଶଗଡ଼ରେ ଏନ୍‌କାଉଣ୍ଟର , ୨ ନକ୍ସଲ ନିହତ

ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨  ନକ୍ସଲ ନିହତ ହୋଇଛନ୍ତି । ଆରନ୍‌ପୁର ପୁଲିସ୍‌ ଥାନା ଅଧୀନସ୍ଥ ଗୋଣ୍ଡେରାସ୍‌ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି।  ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏନ୍‌କାଉଣ୍ଟରସ୍ଥଳରୁ ଜଣେ […]

jagjit
ଜାତିସଂଘରେ ଭାରତର ବିଜୟ: ନାର୍କୋଟିକ୍ସ ବୋର୍ଡକୁ ନିର୍ବାଚିତ ହେଲେ ଭାରତର ଜଗଜିତ୍‌ ପଭଡିଆ

ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ସର୍ବଧିକ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ […]

rahul gandhi
‘ଚୌକିଦାର ଚୋର ହେ’ ବୟାନ ପାଇଁ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ‘ଚୌକିଦାର ଚୌର ହେ’ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟରେ ଆଜି  କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସର୍ବୋଚ୍ଚ କୋର୍ଟରେ ୩ ପୃଷ୍ଠାର ଶପଥପତ୍ରରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧି। କୋର୍ଟଙ୍କୁ ଅବମାନନା କରିବା  କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ସେ ଅପମାନିତ କରି ନାହାନ୍ତି।  ଅଜାଣତରେ ସେ ଏବଂ ତାଙ୍କ ଦଳ ଏହି ନାରା ଦେଇଛି। ନ୍ୟାୟିକ ପ୍ରକ୍ରିୟା ଉପରେ କୌଣସି ପ୍ରକାର ବାଧା […]