• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

cooli
ଆସୁଛି 'କୁଲି ନମ୍ବର ୱାନ୍‌'ର ରିମେକ୍: ଲିଡ୍‌ ରୋଲରେ ନଜର ଆସିବେ ଏହି ଅଭିନେତା

ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍‌ ହେବାକୁ ଯାଉଛି। ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ। ହେଲେ ଏହି ଖବର ଖାସ୍‌ ପସନ୍ଦ ଆସିନି ଗୋବିନ୍ଦାଙ୍କୁ।  ତାଙ୍କ ବିନା ତାଙ୍କ ସୁପରହିଟ୍‌ ଫିଲ୍ମର ରିମେକ୍‌ ଖବରକୁ ସହଜେ […]

er
ଅସୁସ୍ଥ ଶିଶୁକୁ ବିମାନରେ ଏମ୍ସ ପଠାଇ ପ୍ରଶଂସା ସାଉଁଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଟ୍ୟୁମର ରୋଗରେ ପୀଡ଼ିତ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଏକ ଘରୋଇ ବିମାନରେ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଇବାର ବ୍ୟବସ୍ଥା କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଶିଶୁକନ୍ୟାଟି ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା କମଳା ନେହରୁ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା। ତା’ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଏମ୍ସ ପଠାଇବାକୁ କହିଥିଲେ। ହେଲେ ଗରିବ ପରିବାରର ଏହି ଶିଶୁକନ୍ୟାକୁ କେମିତି ଏମ୍ସକୁ […]

f
ବିମାନରେ ଯାନ୍ତ୍ରିକ ତ୍ରୁଟି, ବର୍ତ୍ତିଲେ ୧୫୨ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ୧୫୨ ଜଣ ଯାତ୍ରୀ ଏବଂ ବିମାନର ଷ୍ଟାଫ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ରାତି ୧.୩୦ରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ସ୍ପାଇସ୍‌ ଜେଟ୍‌ର ଏହି ବିମାନଟି ବେଙ୍ଗାଲୁରୁରୁ ରାତି ୧୦ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଏହା ୧୧.୩୦ରେ ଟେକ୍‌ଅଫ୍ କରିଥିଲା। ପ୍ରାୟ ଘଣ୍ଟାଏ ପରେ ହଠାତ୍‌ […]

bhutan-pm-1..
ସେ ଜଣେ ପ୍ରଧାନମନ୍ତ୍ରୀ, କିନ୍ତୁ ପ୍ରତି ଶନିବାର ଡାକ୍ତର

ଥିମ୍ଫୁ:  ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ  ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷ୍‌ଣ ନଜର। ହେଲେ ଶନିବାର ତାଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। ଆଉ ରବିବାର ସବୁଥିରୁ ଛୁଟି। ପୁରା ଫ୍ୟାମିଲି ଟାଇମ୍‌।  ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ। ବୌଦ୍ଧା ଧମ୍ୱାବଲମ୍ବୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସେରିଙ୍ଗ ସପ୍ତାହକୁ ଗୋଟିଏ ଦିନ ଶନିବାର ରୋଗୀଙ୍କ […]

YS_630_630
ଯଶୱନ୍ତ ସିହ୍ନାଙ୍କ ବିସ୍ଫୋରକ ବୟାନ: ମୋଦିଙ୍କୁ ବହିଷ୍କାର କରିବାକୁ ଚାହୁଁଥିଲେ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଲକେ ଆଡଭାନୀ ହିଁ ମୋଦିଙ୍କୁ ରକ୍ଷା କରିଥିଲେ। ଯଦି ମୋଦିଙ୍କୁ ବହିଷ୍କାର କରାଯାଏ, ତା’ହେଲେ ସେ କ୍ୟାବିନେଟ୍‌ରୁ […]

s-7
ବୁଲା କୁକୁର ମୁହଁରୁ ପୁଅକୁ ବଞ୍ଚାଇ ପାରିଲାନି ମା‘, ଝୁଣି ମାରିଦେଲେ

ଭୋପାଲ୍‌ (ମଧ୍ୟପ୍ରଦେଶ): ଭୋପାଲର ଅୱଧପୁରଠାରେ ଏକ ଭୟଙ୍କର ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ମା’ଙ୍କ ଆଖି ଆଗରେ ୬ଟି ବୁଲା କୁକୁର ତାଙ୍କର ୬ ବର୍ଷର ପୁଅକୁ କାମୁଡ଼ି କାମୁଡ଼ି ମାରି ଦେଇଛନ୍ତି। ମା’ ଜଣଙ୍କ ହିଂସ୍ର ହୋଇ ପଡ଼ିଥିବା କୁକୁରଙ୍କ କବଳରୁ ପୁଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା। ୬ ବର୍ଷୀୟ ସଞ୍ଜୁ ତାଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ପଡ଼ିଆରେ […]

International Apache (HG01) India First Flight
ଜାଣନ୍ତୁ, ବାୟୁସେନାରେ କାହିଁକି ସାମିଲ ହେଲା ଆପାଚି ଗାର୍ଡିଆନ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଆପାଚି ଗାର୍ଡିଆନ୍ ହେଲିକପ୍ଟର । ‌ଆମେରିକାର ଆରିଜୋନା ନିର୍ମାଣ କେନ୍ଦ୍ରରେ ବାୟୁସେନାର ଅଧିକାରୀଙ୍କୁ ହେଲିକପ୍ଟର ହସ୍ତାନ୍ତର କରାଯାଇଥିବା ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଏହି AH-64E ହେଲିକପ୍ଟର ସମସ୍ତ ପ୍ରକାର ପାଗରେ କାର୍ଯ୍ୟକ୍ଷମ ହୋଇପାରିବ। ଏପରିକି ବର୍ଷା, ଝଡ଼ରେ ବି ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରିପାରିବ। ଏପରିକି ଆକାଶ ମାର୍ଗରୁ ଓ ସ୍ଥଳ ଭାଗରେ ଲକ୍ଷ୍ୟଭେଦ କରିବାରେ ମଧ୍ୟ ଏହା ସହାୟକ ହେବ। ବିଶେଷକରି […]

RahulGandhi
ପିଟ୍ରୋଡ଼ାଙ୍କ ବୟାନକୁ ନିନ୍ଦା କଲେ ରାହୁଲ, କହିଲେ କ୍ଷମା ମାଗିବା ଉଚିତ୍‌

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶାମ ପିଟ୍ରୋଡ଼ା ଦେଇଥିବା ବୟାନକୁ ନିନ୍ଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।  ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । ୧୯୮୪ ଦଙ୍ଗା ଅତି ଭୟାନକ ଘଟଣା ଥିଲା ।  ତେବେ ପିଟ୍ରୋଡ଼ାଙ୍କ ଏପରି ବୟାନ ଦଳର ମତ ନୁହେଁ । ଏ ସମ୍ପର୍କରେ ସେ ପିଟ୍ରୋଡ଼ାଙ୍କ ସହ କଥା ହେବେ ବୋଲି ଏକ ନ୍ୟୁଜ୍ […]

1-10
ଗୋଟିଏ ପରିବାରରେ ୬୬ ଭୋଟର, ନିର୍ବାଚନ ବେଳେ ଜମେ ନେତାଙ୍କ ଭିଡ଼

ଆହ୍ଲାବାଦ: ଉତ୍ତର ପ୍ରଦେଶ ଆହ୍ଲାବାଦର ଏଇ ପରିବାର ଉପରେ ନେତାଠୁ ଜନତା ସମସ୍ତଙ୍କର ନଜର। ଜନତାଙ୍କ ନଜର ଏଇ ପରିବାରର ଏକତା ଉପରେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ପରିବାରର ୮୮ ସଦସ୍ୟ କେମିତି ଏକାଠି ରହି ପାରିଛନ୍ତି। ନେତାଙ୍କ  ନଜର ଏଥିପାଇଁ ଯେ, ଏମାନଙ୍କୁ ମନେଇ ପାରିଲେ ମିଳିବ ୬୬ ଭୋଟ।  ସେଥିପାଇଁ ତ ନିର୍ବାଚନ ଆସିଲେ ଏଠି ନେତାଙ୍କ ଲାଇନ୍ ଲାଗେ। ୧୫ କିଲୋ ଚାଉଳ, ୨୦ କିଲୋ ପରିବା ଉତ୍ତର ପ୍ରଦେଶ ଆହ୍ଲାବାଦ ସହଠାରୁ […]