• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

selfie
କାଳ ହେଲା ସେଲ୍‌ଫି ନିଶା, ବ୍ରେକ୍‌ ଡ୍ୟାନ୍ସ ମେସିନ୍‌ରେ ଫସିଗଲେ ଯୁବକ

ବିଶାଖାପାଟନମ୍‌: ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ତେଲାଙ୍ଗାନର ନିଜାମାବାଦ୍‌ ଜିଲ୍ଲାରେ। ସୂଚନା ଅନୁସାରେ, ନିଜାମାବାଦ୍‌ ଜିଲ୍ଲାର ବିଙ୍ଗାଲ୍‌ ପଞ୍ଚାୟତ ଲିମାଦ୍ରୀକୁଟା ଗାଁରେ ଥିବା ଏକ ମନ୍ଦିରରେ ପ୍ରତ୍ୟେକ ବର୍ଷ ଯାତ୍ରା ବା ମେଳା ହୋଇଥାଏ। ୩ ରୁ ୪ ଦିନ ଧରି ଏହି […]

crocodile
କୁମ୍ଭୀର ମୁହଁରୁ ଭଉଣୀକୁ ରକ୍ଷା କଲା ଭାଇ

ନୂଆଦିଲ୍ଲୀ: ନିଜର ସାହାସିକତା ପାଇଁ ଆଜି ସାରା ବିଶ୍ୱରେ ଜଣେ ୧୫ ବର୍ଷୀୟ ପିଲାକୁ ପ୍ରଶଂସା କରାଯାଉଛି। ବିପଦଜନକ ସ୍ଥିତିରେ ଭୟଭୀତ ନ ହୋଇ ଏବଂ ସଂଯମତା ରକ୍ଷା କରି ଏହି ପିଲା ଜଣକ ଗୋଟିଏ ବିରାଟ କୁମ୍ଭୀର ମୁହଁରୁ ନିଜର ୧୨ ବର୍ଷୀୟ ଭଉଣୀକୁ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି। ପିଲାଟିର ଏହି ଧୈର୍ଯ୍ୟ ଓ ସାହାସ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଫିଲିପାଇନ୍ସର ପାଲୱାନ ଠାରେ ଥିବା ହ୍ରଦ ନିକଟ ଦେଇ ୧୨ […]

train
ବଢ଼ିବ ଟ୍ରେନ୍‌ରେ ଖାଇବା ମୂଲ୍ୟ

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍‌ ଏସି ଏବଂ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କା ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ […]

thyroid 1
ଜାଣନ୍ତୁ ଥାଇରଏଡ୍‌ର ଲକ୍ଷଣ ସମ୍ପର୍କରେ...

ଥାଇରଏଡ୍‌କୁ ସାଧାରଣ ଭାଷାରେ ଏକ ରୋଗ ବୋଲି କୁହାଯାଇଥାଏ। କିନ୍ତୁ ଏହା ଭୁଲ୍‌। ଆମ ଗଳାରେ ଏକ ଗ୍ରନ୍ଥି ରହିଛି, ଯାହା ଶରୀର ପାଇଁ ଆବଶ୍ୟକୀୟ ଥାଇରକ୍ସିନ୍‌ ହର୍ମୋନ୍‌ ନିର୍ଗତ କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହି ଥାଇରକ୍ସିନ୍‌ ହର୍ମୋନ୍‌ ଅଧିକ ନିର୍ଗତ ହୁଏ, ତା’ହେଲେ ତାହାକୁ ଡାକ୍ତରୀ ଭାଷାରେ ଓଭର୍‌ ଆକ୍ଟିଭ୍‌ ଥାଇରଏଡ୍‌ ବା ହାଇପର୍‌ ଥାଇରଏଡ୍‌ଜିମ୍‌ କୁହାଯାଏ। ଥାଇରଏଡ୍‌ ଗ୍ରନ୍ଥି ଅଧିକ ଆକ୍ଟିଭ୍‌ ହେଲେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର […]

egg
୩ଟି ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା, ଭାଇରାଲ୍‌ ହେଲା ହୋଟେଲ୍‌ ବିଲ୍‌

ମୁମ୍ବାଇ: ବଜାରରେ ୩ଟି ସିଝା ଅଣ୍ଡାର ଦାମ କେତେ ହୋଇଥିବ? ଯଦି ଆମେ ରାସ୍ତା କଡ଼ର ଦୋକାନ କଥା କହିବା ତେବେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡା ସହଜରେ ମିଳିଯିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ୩ଟି ସିଝା ଅଣ୍ଡା ଖାଇ ପଞ୍ଚ ତାରକା ହୋଟେଲର ଗୋଟିଏ ଲଞ୍ଚ ପ୍ଲେଟର ବିଲ୍‌ ଦେଇଛନ୍ତି। ଗୁଜରାଟ ଅହମଦାବାଦର ହୟାତ ରିଜେନସି ନାମକ ଏକ ପଞ୍ଚତାରକା ହୋଟେଲ୍‌ରେ ସିଝା ଅଣ୍ଡା ଖାଇବା ପରେ ଏହି […]

Turkmenistan 4
ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ନୂଆଦିଲ୍ଲୀ: ଆମେ ଯେଉଁଠି ରହୁ ସେହି ସ୍ଥାନକୁ ହିଁ ଆମେ ଆମର ଦୁନିଆ ଓ ସଂସାର ବୋଲି ଭାବି ନେଉ। ହେଲେ  ଦୁନିଆ ଖାଲି ସେତିକିରେ ସୀମିତ ନୁହେଁ । ହେଲେ ଆମେ ଏଠି ଆପଣଙ୍କୁ ଦୁନିଆ ନୁହେଁ, ନର୍କର ପ୍ରବେଶ ପଥ ବିଷୟରେ କହିବାକୁ ଯାଉଛୁ। ହଁ, ଲୋକେ ଏହାକୁ ନର୍କର ପ୍ରବେଶ ପଥ ବୋଲି ଭାବି ନେଇଛନ୍ତି।  ନର୍କର ଏହି ପ୍ରବେଶ ପଥରେ ଏକ ବହୁତ ବଡ଼ ଗାତ ଅଛି, ଯେଉଁଠି ଦୀର୍ଘ ୪୭ […]

dutee
TIME 100 Next ତାଲିକାରେ ଓଡ଼ିଆ ଆଥ୍‌ଲେଟ୍ ଦୂତି ଚାନ୍ଦ

ଭୁବନେଶ୍ୱର: ଓଡ଼ିଆ ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ନାଁ TIME 100 Next 2019 ତାଲିକାରେ ସ୍ଥାନ ପାଇଛି। ଏହି ତାଲିକାରେ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୨୫ରେ ଏହାର ସମ୍ପୂର୍ଣ୍ଣ ତାଲିକା TIME ମାଗାଜିନ୍‌ରେ ପ୍ରକାଶ ପାଇବ। ଟାଇମ୍ ପକ୍ଷରୁ ଏଭଳି ତାଲିକା ପ୍ରଥମ ଥର ପାଇଁ ପ୍ରକାଶ ପାଇବାକୁ ଯାଉଛି। ଏହି ତାଲିକାରେ ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ, ରାଜନୀତି, […]

accident
ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ସିକର: ରାଜସ୍ଥାନର ସିକର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସମସ୍ତ ମୃତାହତ ମାନେ ଏକ ଗାଡ଼ିରେ ଖଟୁଶ୍ୟାମ୍‌ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଖଟୁଶ୍ୟାମ୍‌-ରିଙ୍ଗାସ୍‌ ରୋଡ୍‌ରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]

monkey 22
ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

ବେଜିଂ: ଆଜିକାଲି ଅନ୍‌ଲାଇନ୍‌ ସପିଂ କରିବା ଏକ ସାଧାରଣ କଥା ହୋଇଗଲାଣି, ଯାହାକୁ ଦେଖ ସିଏ ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମାଙ୍କଡ଼ମାନେ ଅନ୍‌ଲାଇନ୍‌ରେ ସପିଂ କରିବା ? କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଚୀନ୍‌ରେ। ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇ କହିବେ ଏମିତି କେମିତି ହୋଇପାରିଲା ? ଚୀନ୍‌ର ଜିଙ୍ଗସୁ ପ୍ରଦେଶ ସ୍ଥିତ ୟାଙ୍ଗ୍‌ଚେଙ୍ଗ୍‌ ଚିଡ଼ିଆଖାନାରେ ଏହି ଅଜବ ଘଟଣା […]

vase
୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଲଣ୍ଡନ: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଏମିତିରେ ବି ଅନେକ ସମୟରେ ଆମେ କିଛି ଜିନିଷ ବିଷୟରେ ଭଲ ଭାବରେ ନ ଜାଣି ମଧ୍ୟ ଏହାକୁ ସାଧାରଣ ଭାବି କିଣି ଦେଇଥାଉ। ହେଲେ ପରେ ସେସମ୍ପର୍କରେ ଯେତେବେଳେ ଜାଣିଥାଉ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏମିତି କିଛି ଘଟଣା ଘଟିଛି ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ। ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣକ ଏକ ନିଲାମୀରେ ମାତ୍ର ୯୦ […]

prem anand
ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱର: ପୁଣିଥରେ ବଲିଉଡ୍‌ରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା ଦେଖିବାକୁ ମିଳିଛି। ଅପ୍‌କମିଂ ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତକୁ ସୁମଧୁର ସଙ୍ଗୀତରେ ସଜାଇଛନ୍ତି ପ୍ରେମ୍ ଆନନ୍ଦ। ଏହି ଫିଲ୍ମକୁ ମିଶାଇ ଦ୍ୱିତୀୟ ଥର ଲାଗି ସେ ବଲିଉଡ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ ସେ ‘ଦେଖ୍‌ ଭାଇ ଦେଖ୍‌’ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’କୁ ନିର୍ଦ୍ଦେଶନା ଦେଇଛନ୍ତି ହରିଶ୍‌ ରାୱତ୍‌। ତ୍ରିକୋଣୀୟ […]

train
ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା

ହାଇଦ୍ରାବାଦ: ତେଲେଙ୍ଗାନାର କାଚିଗୁଡା ରେଲ୍‌ୱେ ଷ୍ଟେସନରେ ଦୁଇ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ତେଲେଙ୍ଗାନାର କାଚିଗୁଡା ଷ୍ଟେସନରେ ହାଇଦ୍ରାବାଦ ଏମଏମଟିଏସ୍‌ ଓ ଇଣ୍ଟରସିଟି ଏକ୍ସପ୍ରେସ୍‌ ମଧ୍ୟରେ ଏହି ଧକ୍କା ହୋଇଛି। ଦୁଇଟି ଯାକ ଟ୍ରେନ ଧୀର ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ୍‌ ଏବଂ ରେଲ୍‌ୱେ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]

TN Seshan
ପୂର୍ବତନ ନିର୍ବାଚନ କମିଶନର ଟିଏନ୍ ଶେଷନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍‌ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତକାଲି ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କ୍ୟାବନେଟ୍ ସଚିବ ଦାୟିତ୍ୱ ତୁଲାଇଥିଲେ। ୧୯୩୨ ମସିହା ଡିସେମ୍ବର ୧୫ ତାରିଖରେ କେରଳରେ ତାଙ୍କର ଜନ୍ମ। ଆଇଏଏସ୍‌ ପରୀକ୍ଷାରେ […]

Space Tour
ମହାକାଶ ଯାତ୍ରା ଜଳବାୟୁ ପରିବର୍ତ୍ତନରେ ଦାୟୀ ନୁହେଁ କି?

ଦୁନିଆର ଅନେକ ଲୋକ ମହାକାଶକୁ ଯାତ୍ରା କରିବାକୁ ଚାହାଁନ୍ତି। କିନ୍ତୁ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱର ଜଳବାୟୁକୁ ରକ୍ଷା କରିବା ପାଇଁ କରାଯାଉଥିବା ପ୍ରୟାସ କ୍ଷତିକାରକ ବୋଲି ସେମାନେ ବିଶ୍ୱାସ କରନ୍ତି।

zomato delivery girl
ନିର୍ବାଚନ ଲଢ଼ିବେ ଜୋମାଟୋ ଗାର୍ଲ

ମାଙ୍ଗାଲୁରୁ: ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମାଙ୍ଗାଲୁରୁର ଜଣେ ଜୋମାଟୋ ଗାର୍ଲ। ତାଙ୍କ ନାଁ ମେଘନା ଦାସ। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ୍‌(ଏମ୍‌ସିସି) ନିର୍ବାଚନ ଲଢ଼ିବେ ମେଘନା। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜୋମାଟୋରେ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ମେଘନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ସହ ଟିକେଟ୍‌ ମଧ୍ୟ ମିଳିଛି। ମହିଳାଙ୍କ ସୁରକ୍ଷା, ସଡ଼କ ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ […]

neha
ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ଏହି ଶୋ’କୁ ଆସିଥିବା ଟାଲେଣ୍ଟେଡ୍‌ ସିଙ୍ଗର୍‌ମାନେ ଖାଲି ଯେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି ତା ନୁହେଁ ବରଂ ଏହି ଶୋ’ର ଷ୍ଟେଜ୍‌ରେ ଅନେକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି। ଶୋ’ର ବିଚାରକ ବଲିଉଡ୍‌ ଗାୟିକା ନେହା କକ୍କର ଶୋ’ ଆରମ୍ଭରୁ ହିଁ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଏପରିକି […]

bulbul
ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

ନୁଆଦିଲ୍ଲୀ: ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ‘ବୁଲ୍‌ବୁଲ୍‌’। ଆଜି ଭୋର ୫ଟା ୩୦ରେ ଏହା ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ୬ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍‌’ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି। Cyclonic Storm Bulbul lay centered about 75 km east-northeast of Sunderban National https://t.co/P6EcAcdkKk weaken into a Deep Depression over coastal Bangladesh and adjoining south […]

supreme-court
ଆଜି ପ୍ରକାଶ ପାଇବ ଐତିହାସିକ ଅଯୋଧ୍ୟା ମାମଲାର ରାୟ

ନୂଆଦିଲ୍ଲୀ: ଐତିହାସିକ ଅଯୋଧ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇବ। ଅଯୋଧ୍ୟା ରାୟ ଶୁଣାଇବାକୁଥିବା ଖଣ୍ଡପୀଠର ୫ ଜଣ ବିଚାରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠ ଗତ ଅକ୍ଟୋବର ୧୬ରୁ ଲଗାତାର ୪୦ ଦିନର ଶୁଣାଣି କରି ଆସୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ ଅବଦୁଲ୍‌ […]

mock drill
ରେଳ ଦୁର୍ଘଟଣାର ମୁକାବିଲା ପାଇଁ ମକ୍‌ଡ୍ରିଲ୍‌

ବିଶାଖାପଟନମ୍‌: ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ କିଭଳି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ ଓ ରେଳ ଚଳାଚଳକୁ କେମିତି ସ୍ୱାଭାବିକ କରାଯିବ ସେ ନେଇ ଏକ ମକ୍‌ଡ୍ରିଲ୍‌ କରାଯାଇଛି। ପୂର୍ବତଟ ରେଲ୍‌ୱେର ୱାଲ୍‌ଟଟେୟର୍‌ ଡିଭିଜନ୍‌ ପକ୍ଷରୁ ସୀମାଞ୍ଚଲ୍‌ମ୍‌ ରେଲ୍‌ୱେ ଷ୍ଟେସନ୍‌ ନିକଟରେ ଏହି ମକ୍‌ଡ୍ରିଲ୍‌ ହୋଇଛି। ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଟ୍ରେନ୍‌ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କିପରି ମେଡିକାଲ ସ୍ଥାନାନ୍ତର […]

nirmala sitharaman
ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ୨୫ ହଜାର କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।। ଅନାଦେୟ ଋଣ କାରଣରୁ ବା ଦେବାଳିଆ ଘୋଷିତ ହୋଇଥିବା କାରଣରୁ ପଡ଼ି ରହିଥିବା ଏହି ପ୍ରକଳ୍ପ ସବୁ ଏବେ ସରିବ। ଏହା ରିଅଲ ଇଷ୍ଟେଟ୍‌ ଏବଂ ତତ୍‌ ସମ୍ପର୍କିତ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ […]

odisha
ଓଡ଼ିଶା କୁଇନ୍‌-୨୦୧୯: ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶା କୁଇନ୍‌-୨୦୧୯ର ଚାରି ପର୍ଯ୍ୟାୟରେ ଅଡିସନ୍‌ ପରେ ମୋଟ୍‌ ୨୧ ଜଣ ସୁନ୍ଦରୀ ମଡେଲ୍ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ଅନନ୍ୟା ଆଚାର୍ଯ୍ୟ, ସୌମ୍ୟା ସାହୁ, ଶୁଭଶ୍ରୀ ଜେନା, ଭକ୍ତି ଭବାନୀ ପଟ୍ଟନାୟକ, ପାୟଲ ଧଳ, ଆର୍ଯ୍ୟବାଳା ଜେନା, ମେହକ ଦାସ, ସୁପ୍ରଭା ମଲିକ, ନିକିତା ସିଂ, ଅନ୍ୱେଷା ଆଦିତି, ରୁନ୍ଦ୍ରାଙ୍ଗୀ ସୁନ୍ଦରରାୟ, ମଞ୍ଜୁଲୀ ନାୟକ, ମନାଲୀ ସାହୁ, ଦୀପ୍ତି ଥାପ୍ପା, ମେଲିସା ନାୟକ, ପ୍ରଦ୍ୟାଶା ପାତ୍ର, ଦୀପ୍ତିରେଖା ଦାସ, ସୋମା ସିଂ, ଇଭା ଜେମ୍ସ, […]

cyclone
ଭୀଷଣ ବାତ୍ୟାର ରୂପ ନେଉଛି ‘ମହା’

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ପ୍ରଳୟଙ୍କରୀ  ବାତ୍ୟା ‘ମହା’ ଏକ୍ସଟ୍ରିମ୍‌ଲି ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଏବେ ଏହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି।  ଗତ ୬ ଘଣ୍ଟା ମଧ୍ୟରେ ଦେଖାଯାଇଛି ଯେ ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏବେ ବାତ୍ୟା ‘ମହା’ ପୋରବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ […]

cyclone
ବାତ୍ୟା ‘ମହା’ ପ୍ରଭାବରେ ଆସନ୍ତା ୬ରୁ ପ୍ରବଳ ବର୍ଷା ସମ୍ଭାବନା

ନୁଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଏକ୍ସଟ୍ରିମ୍‌ଲି ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାପରେ ‘ମହା’ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାପରେ କ୍ରମଶଃ ଏହା ଦୁର୍ବଳ ହେବ ବୋଲି ଜଣାପଡ଼ିଛି।  ନଭେମ୍ବର ୬ ତାରିଖ ମଧ୍ୟରାତ୍ରରେ ଏହା ଗୁଜରାଟ […]

eye
ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍‌

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ। […]

shiv sena
ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ସେ କହିଛନ୍ତି, ଶିବସେନା ପାଖରେ ୫୬ […]