ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହୋଇଯାଇଛି। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ହରିଆଣା ବିଧାନସଭାର ୯୦ଟି ଆସନରୁ ବିଜେପି ୩୭, କଂଗ୍ରେସ ୩୩, ଜେଜେପି ୧୦, ଆଇଏନଏଲଡି ୨ ଓ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗୁଆ ଅଛନ୍ତି। ତେବେ ହରିଆଣାରେ ବିଜେପିକୁ ଏକ ପ୍ରକାର ଝଟ୍କା ଲାଗିଥିବା କୁହାଯାଉଛି। କାହିଁକି ନା ବିଜେପିର ଅନେକ ମନ୍ତ୍ରୀ ସମେତ ପ୍ରମୁଖ ଚେହେରା ନିର୍ବାଚନ ହାରିଥିବା ଜଣାପଡ଼ିଛି। ହରିଆଣାର ଆଦମପୁରରୁ ଟିକ୍ଟକ୍ରେ ଷ୍ଟାର ବନିଥିବା ସୋନାଲି […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେବାପରେ ଉଭୟ ବିଜେପି-କଂଗ୍ରେସ ସରକାର ଗଠନ କରିବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି। ବିଜେପି ପୁଣିଥରେ ଏଠାରେ […]
ନୂଆଦିଲ୍ଲୀ: ହରିଆଣା ବିଜେପି ହାତରୁ ଖସି ଯିବାର ସମ୍ଭାବନା ସୃଷ୍ଟି ହେବାରୁ ଏବେ ଏହା ଦଳର ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇଛି। କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ହରିଆଣାରେ କୌଣସି ଦଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବେ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ସରକାର ଗଠନ ପାଇଁ […]
ନୂଆଦିଲ୍ଲୀ: ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି। ଏଥିପାଇଁ ଏବେ ଠାରୁ କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି। ବିଶେଷ କରି ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ଉପରେ କଂଗ୍ରେସ ଆଖି ପକାଇଛି। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ବିଜେପି ୩୮, କଂଗ୍ରେସ ୨୯, ଜେଜେପି ୧୨, ଆଇଏନଏଲଡି ୨, ବିଏସ୍ପି ୧ ଓ ଅନ୍ୟାନ୍ୟ ଦଳ […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଲାଟେଷ୍ଟ୍ ଟ୍ରେଣ୍ଡ୍ ଅନୁଯାୟୀ ହରିଆଣାରେ ୯୦ଟି ଆସନରୁ ବିଜେପି ୪୧ଟି ଆସନ, କଂଗ୍ରେସ ୨୯ଟି, ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନ, ଇଣ୍ଡିଆନ୍ ନ୍ୟାସନାଲ୍ ଲୋକ ଦଳ(ଆଇଏନ୍ଏଲ୍ଡି)୧ଟି ଆସନ ଓ ଅନ୍ୟାନ୍ୟ ଦଳ ୯ଟି […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ତେବେ ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଲାଟେଷ୍ଟ୍ ଟ୍ରେଣ୍ଡ୍ ଅନୁଯାୟୀ ବିଜେପି ଆଗୁଆ ରହିଛି । ମହାରାଷ୍ଟ୍ର ୨୮୮ଟି ଆସନରୁ ବିଜେପି-ଶିବସେନା ମେଣ୍ଟ ୧୫୫ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍ସିପି ମେଣ୍ଟ ୭୯ଟି ଆସନରେ, ଭିବିଏ(ଭନ୍ଚିତ୍ ବହଚଜନ ଅଗାଡ଼ୀ) ୨ଟି […]
ନୂଆଦିଲ୍ଲୀ: ଅନେକ ସମୟରେ ସୋଶାଲ ମିଡିଆରେ ଘୃଣା ମନ୍ତବ୍ୟ, ଫେକ୍ ନ୍ୟୁଜ, ଦେଶ ବିରୋଧୀ କାର୍ଯ୍ୟ ଓ ଅନ୍ୟକୁ ଅପମାନିତ କରିବା ଭଳି ମନ୍ତବ୍ୟ ପୋଷ୍ଟ କରାଯାଉଛି। ଏସବୁ ଉପରେ ରୋକ ଲଗାଇବା ପାଇଁ ୨୦୨୦ ଜାନୁଆରୀ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାର ନୂଆ ଆଇନ୍ ପ୍ରଣୟନ କରିବେ। ଅର୍ଥାତ୍ ସୋଶାଲ ମିଡିଆର ଅପବ୍ୟବହାର ଉପରେ ଏଣିକି ରୋକ ଲାଗିବ। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଏସମ୍ପର୍କରେ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ସୋଶାଲ ମିଡିଆର […]
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଅଭିନୟରେ ଏତେଟା ସଫଳତା ମିଳି ନ ଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି। କ୍ୟାରିୟର୍ରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି। ବର୍ତ୍ତମାନ ସେ ଟେନିସ୍ ତାରକା ସାଇନା ନେହ୍ୱାଲଙ୍କ ବାୟୋପିକ ପାଇଁ କଠିନ ପରିଶ୍ରମ କରୁଛନ୍ତି। ଆଜି ହେଉଛି ପରିଣୀତିଙ୍କ ଜନ୍ମଦିନ। ଅକ୍ଟୋବର ୨୨ ତାରିଖ ୧୯୮୮ରେ ହରିୟାଣାର ଅମ୍ୱାଲାରେ ସେ ଜନ୍ମଗ୍ରହଣ କରିଥିଲେ। […]
ଗୁଆହାଟୀ: ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସୋମବାର ଦିନ ଆସାମ କ୍ୟାବିନେଟ୍ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୧, ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ। ଯେଉଁ ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିବ ସେମାନଙ୍କୁ ସରକାରୀ ଚାକିରି ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି। ୨୦୧୭ ସେପ୍ଟେମ୍ବରରେ ଆସାମ ବିଧାନସଭାରେ ‘ଆସାମର ଜନସଂଖ୍ୟା ଓ ନାରୀ ସଶକ୍ତିକରଣ ପଲିସି’ ପାରିତ ହୋଇଥିଲା। […]
ମୁମ୍ବାଇ: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଏବଂ ଏଥିପାଇଁ ରୋଗୀଙ୍କ ମୃତ୍ୟୁ ଘଟିବା ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳେ। ହେଲେ ସହରରେ ରହୁଥିବା ଜଣେ ଅଭିନେତ୍ରୀଙ୍କ ସହ ବି ଏମିତି ହୋଇପାରେ ! ହଁ, ଏମିତି ହୋଇଛି ମହାରାଷ୍ଟ୍ରର ଜଣେ ଅଭିନେତ୍ରୀଙ୍କ ସହ। ଠିକ୍ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଅଭିନେତ୍ରୀଙ୍କର ମୃତ୍ୟୁ ଘଟିଛି। କଥାଟା ବିଶ୍ୱାସ ହେଉ ନ ଥିଲେ ବି ସତ। ରବିବାର ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଏହି ଅଭାବନୀୟ ଘଟଣା […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୨୧ରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଜାମିନ୍ ପାଇଥିଲେ ହେଁ ଚିଦାମ୍ବରମ ଏବେ ଜେଲରୁ ମୁକୁଳି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସେ ଗିରଫ ହୋଇଛନ୍ତି। ତାଙ୍କୁ ୨୪ ତାରିଖ ଯାଏ […]
କଟକ: ଆସନ୍ତା ଡିସେମ୍ବରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ ଉପରୁ ସସପେନ୍ସ ଉଠିଛି। ‘ଫୋନି’ ବାତ୍ୟାରେ ଷ୍ଟାଡିୟମରେ କ୍ଷତି ହୋଇଥିବା ଫ୍ଲଡ୍ଲାଇଟ୍ର କାମ ଆରମ୍ଭ ହୋଇଛି। ଗତକାଲି କଟକରେ କପିଲ୍ ଦେବଙ୍କ ଡେଭମସ୍କୋ କମ୍ପାନୀ ପହଞ୍ଚି ଫ୍ଲଡ୍ଲାଇଟ୍ ଗୁଡ଼ିକ ତଦାରଖ କରିଛି। କେଉଁ ଖୁଣ୍ଟରେ କେତେ ବଲ୍ର ଆବଶ୍ୟକତା ରହିଛି ଏବଂ କେଉଁଠି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ତାହା ଦେଖିଛନ୍ତି କପିଲଙ୍କ ଡେଭମସ୍କୋ କମ୍ପାନୀ। ୧୫ଦିନ ଭିତରେ […]
ଆବୁ ଧାବି: ଆବୁ ଧାବିରେ ମିଳିଛି ବିଶ୍ୱର ସର୍ବପୁରାତନ ମୋତି। ଏହି ମୋତି ୮ ହଜାର ବର୍ଷର ପୁରୁଣା ଓ ଏହା ବିଶ୍ୱର ସର୍ବ ପୁରାତନ ମୋତି ବୋଲି ଦାବି କରାଯାଉଛି। ମାରାଓ୍ୱା ଆଇଲ୍ୟାଣ୍ଡରେ ଖନନ ବେଳେ ଏକ ଘର ଭିତରୁ ଏହି ପୁରାତନ ମୋତି ମିଳିଛି। ଅକ୍ଟୋବର ୩୦ରେ ଏହାକୁ ଆବୁ ଧାବିରେ ପ୍ରଦର୍ଶନ କରାଯିବ ବୋଲି ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି। ଖାଲି ଏତିକି ନୁହେଁ ଖନନ ବେଳେ UAEର ସର୍ବପୁରାତନ ସଭ୍ୟତାର ସନ୍ଧାନ ମଧ୍ୟ ମିଳିଛି। […]
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ନିଜ ଗହଣା ବିକ୍ରି କରି ସେ ପେଟ ପୋଷୁଛନ୍ତି। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ ନୁପୁର କାମ କରିଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲା। ଆର୍ବିଆଇ ଏହି ବ୍ୟାଙ୍କର ନେଣଦେଣ ଉପରେ ୬ ମାସ […]
ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଆଜି ଏହି ସୂଚନା ଦେଇଛି। ଆତଙ୍କବାଦୀମାନେ ନେପାଳ ଏବଂ କାଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏନେଇ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି। ଏନ୍ଆଇଏର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି। ପାଖାପାଖି ୫ ଜଣ […]
ୱାଶିଂଟନ୍: ସୋଶାଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡିଓ ଭାଇରାଲ ହେଉଛି। ଏବେ ଏକ ଅସରପାର ଭିଡିଓକୁ ନେଇ ଚର୍ଚ୍ଚା। ଅସରପାର ଏମିତି କିଛି କାରନାମା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସରପାର ଏଭଳି କାରନାମାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଗୋଟିଏ ପ୍ରଶ୍ନ, ଅସରପା ଏମିତି କେମିତି କରିପାରିବ ! ଆମେରିକାର ନ୍ୟୁୟର୍କରେ ଏହି ଅଜବ ଘଟଣା ଘଟିଛି। ନ୍ୟୁୟର୍କ ସହରର ସଡ଼କରେ ଜଳନ୍ତା ସିଗାରେଟ୍ ସହ ଏକ […]
ଇନ୍ଦୋର: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରର ବିଜୟ ନଗରରେ ଥିବା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ଭୟାବହ ଅଗ୍ନିକାଣ୍ଡରେ ହୋଟେଲଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଦମକାଳ ବାହିନୀ ପହଞ୍ଚି ନିଆଁକୁ […]
ନୂଆଦିଲ୍ଲୀ: ଦିୱାଲି(ଦୀପାବଳି)ରେ ଆପଣ କାହାକୁ ଗିଫ୍ଟ ଦେବାକୁ ଭାବିଛନ୍ତି କି? ତେବେ ଆଉ ଡେରି କାହିଁକି ଘରେ ବସି ଆପଣ ଏହି ଗିଫ୍ଟ କରିପାରିବେ। ତାହା ବି ପୁଣି ଶସ୍ତାରେ। ଫେଷ୍ଟିଭ୍ ସିଜ୍ନ୍କୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଜିଓ’ ଏହାର ଜିଓ ଫୋନ୍ ଉପରେ ଆକର୍ଷଣୀୟ ଅଫର ଆଣିଛି। ଏହି ଅଫରରେ ଆପଣଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓର 4G ସ୍ମାର୍ଟଫୋନ୍ ମିଳିପାରିବ। ଏହି ଫୋନ୍ ପ୍ରଥମେ ଯେତେବେଳେ ଲଞ୍ଚ ହୋଇଥିଲା ଏହାର ମୂଲ୍ୟ ୧୫୦୦ ଟଙ୍କା […]
ନୂଆଦିଲ୍ଲୀ: ବିବାହ ସମୟରେ ଉଭୟ ପତି, ପତ୍ନୀ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥାନ୍ତି। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସ୍ତ୍ରୀକୁ ହତ୍ୟା କରିଲା। ଅବଶ୍ୟ ପଶ୍ଚାତାପରେ ହେଉ କିମ୍ବା ବିରହ ଦୁଃଖରେ ପତି ମଧ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା, ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ସ୍ୱାଭାବିକ ଭାବେ ଅଫିସ ଯାଇଥିଲେ। ଉତ୍ତରାଖଣ୍ଡର ଉଧମସିଂହ ନଗର […]
ସାଧାରଣତଃ କ୍ଷୀର ଖଟା ହୋଇଗଲେ ଏହାକୁ ଆମେ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ। ତେବେ ଏହାକୁ ନ ଫିଙ୍ଗି ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତୁ। ତେବେ ଆସନ୍ତୁ ଜାଣିବା ଖଟା କ୍ଷୀରକୁ କେମିତି ବ୍ୟବହାର କରିପାରିବେ… ୧. ସମସ୍ତେ ଜାଣନ୍ତି କ୍ଷୀରରେ ଅନେକ ଭିଟାମିନ୍ ସହିତ କ୍ୟାଲସିୟମ୍ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ […]
ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣ କଲରାପତରିଆ ବାଘର ଏହି ଭାଇରାଲ ଭିଡିଓ ଦେଖନ୍ତୁ। କିଭଳି ଏକ କଲରାପତରିଆ ବାଘ ପଛରେ ପଡ଼ିଥିବା ଏକ ହେଟାବାଘ କବଳରୁ ନିଜକୁ ରକ୍ଷା ପାଇଁ କଲରାପତରିଆ ବୋକା ପାଲଟି ଯାଉଛି ଓ ଶେଷରେ ନିଜ ଜୀବନକୁ କେମିତି ବଞ୍ଚାଉଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ […]
ଭୁବନେଶ୍ୱର: ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପକାଇପାରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍ ନୁହେଁ ଏବଂ ଏଥିପାଇଁ କେଉଁସବୁ କ୍ଷତି ହୋଇଥାଏ। ୧. ଆମ ଶରୀର କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ର ଆବଶ୍ୟକତା ରହିଥାଏ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଲଗା ଅଲଗା ପ୍ରକାରର […]
ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖା ଦେଇଥିଲା ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି। ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Dr. Zeus (ବଲ୍ଜିତ୍ ସିଂହ ପଡନ୍) ଏହି ଫିଲ୍ମରେ ତାଙ୍କ ଅରିଜିନାଲ୍ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ମୋଦକ ଫିଲ୍ମସ୍, ବାଦ୍ଶାହ୍, […]
ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କାଶ୍ମୀର ପୁଲିସ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର ଧାରା ୩୭୦ ଉଚ୍ଛେଦକୁ ନେଇ ବିକ୍ଷୋଭ କରିବାରୁ ଗିରଫ ହୋଇଥିଲେ। ୬୦ରୁ ୮୦ ବର୍ଷ ବୟସ ବର୍ଗର କିଛି ମହିଳା ଏକାଡେମିସିଆନ୍ ଏବଂ ସାମାଜିକ କର୍ମୀଙ୍କୁ ଏହି […]
ରାଞ୍ଚି: ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର ଇନିଂସ୍ରେ ରୋହିତ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମେ ଗୋଟିଏ ଟେଷ୍ଟ ସିରିଜ୍ରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର […]