ନୂଆଦିଲ୍ଲୀ: ଦେଶରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୁବ୍ ଶୀଘ୍ର ବିମାନ ସେବା ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଯାତ୍ରମୀନଙ୍କ ସୁରକ୍ଷା ଲାଗି ନୂଆ ନିୟମ ସହ ପୁଣିଥରେ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରୁଛି। ପୁଣିଥରେ କମର୍ସିଆଲ୍ ବିମାନ ଉଡ଼ାଣ ଆରମ୍ଭ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରିଛି। ଏଥିପାଇଁ Standard Operating Procedure (SOP)ର ଏକ ଡ୍ରାଫ୍ଟ ମଧ୍ୟ […]
ନୂଆଦିଲ୍ଲୀ: ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅ ଅଛନ୍ତି। ସମ୍ପୃକ୍ତ ମହିଳା ଜଣକ ତାଙ୍କର ୬ ବର୍ଷର ଝିଅକୁ ଧରି ଅଟୋରେ ଗାଁକୁ ଫେରୁଥିବା ବେଳେ ଉତ୍ତରପ୍ରଦେଶର ଫତେହପୁର ନିକଟରେ ଏକ ଟ୍ରକ୍ ସେମାନଙ୍କର ଅଟୋକୁ ଧକ୍କା ଦେଇଥିଲା। ଏହି ଅଟୋରେ ଉକ୍ତ […]
ନୂଆଦିଲ୍ଲୀ: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ PMO ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। କରୋନା ମୁକାବିଲା ନେଇ ବାର୍ତ୍ତା ଓ ମେ’ ୧୭ରେ ଲକ୍ଡାଉନ୍ ଅବଧି ସରୁଥିବାରୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି କହି ପାରନ୍ତି ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଥିବାବେଳେ ୨୨ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ତେବେ ୨,୨୯୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ମେ’ ୧୭ରେ ଏହି ଲକ୍ଡାଉନ୍ ଅବଧି ସରିବ। ତେବେ ଦେଶରେ ପୁଣିଥରେ ଲକ୍ଡାଉନ୍ ଅବଧି ବଢ଼ିବ କି ? ନା ଏହାକୁ ହଟାଇ ଦିଆଯିବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: ଲକ୍ଡାଉନ୍ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲୁ ପ୍ରିଣ୍ଟ ମାଗିଛନ୍ତି। ଲକ୍ଡାଉନ୍ ଉଠିବା ପରେ ଦେଖା ଦେବାକୁ ଥିବା ଚାଲେଞ୍ଜର ମୁକାବିଲା ଲାଗି ନିଜ ନିଜର ରଣନୀତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଦେବା ଲାଗି ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ଭର୍ଚୁଆଲ୍ […]
ନୂଆଦିଲ୍ଲୀ: ଏକ ପାର୍କରେ ନିଆଁ ଲାଗି ଯାଇଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଅବିଶ୍ୱସନୀୟ। ଏହି ଘଟଣା ଦେଖିବାକୁ ମିଳିଛି ସ୍ପେନର କାଲାହୋରା ପାର୍କରେ । ଭିଡିଓରେ ଦେଖିବାକୁ ମିଳିଛି, ପାର୍କରେ ନିଆଁର ପ୍ରକୋପ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟ, ସେଠାରେ ଥିବା ନା ଗଛ ନା ଚେୟାର୍ କୌଣସିଥିରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ଅର୍ଥାତ୍ ଗଛ, ଚେୟାର୍କୁ ନିଆଁ ଆଦୌ […]
କାବୁଲ: ସାରା ବିଶ୍ୱ ଏବେ କରୋନାର ମୁକାବିଲା କରୁଥିବା ବେଳେ ଏହି ସମୟରେ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଗୋଟିଏ ପରେ ଗୋଟିଏ ଲଗାତାର ୪ଟି ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ଜଣ ସାଧାରଣ ନାଗରିକଙ୍କ ସମେତ ଜଣେ ଶିଶୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ କ୍ଲିଅରାନ୍ସ ଟିମ୍ ପହଞ୍ଚିଛନ୍ତି। କାବୁଲ ଓ ଆଫଗାନିସ୍ତାନରର ଅନ୍ୟ ସହରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଏବଂ ରକେଟ୍ ଆକ୍ରମଣ ଘଟଣା ଗତ […]
ନୂଆଦିଲ୍ଲୀ: ହୋମ୍ ଆଇସୋଲେସନ୍ରେ ରହିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ସରେ କିଛି ସଂଶୋଧନ ଅଣାଯାଇଛି। ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ, ମେଡିକାଲ ଅଫିସରଙ୍କ ଦ୍ୱାରା ଲକ୍ଷଣ ନ ଥିବା ପ୍ରମାଣିତ ହେବା ବାଧ୍ୟତାମୂଳକ କରାଯାଇଛି। ସେହିପରି କରୋନା ଲକ୍ଷଣ ନାହିଁ ବୋଲି ଡାକ୍ତର କିମ୍ବା ଚିକିତ୍ସକଙ୍କ ଦ୍ୱାରା ପ୍ରମାଣିତ ହେଲା ପରେ ସଂପୃକ୍ତ ବ୍ୟକ୍ତି କ୍ୱାରେଣ୍ଟିନ ସେଣ୍ଟର ବା କୋଭିଡ୍ କେୟାର ସେଣ୍ଟରରୁ […]
ନୂଆଦିଲ୍ଲୀ: ଏସ୍ବିଆଇ ସମେତ ବିଭିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ଏହାକୁ ପୈଠ ନ କରି ଫେରାର ହୋଇଯାଇଛନ୍ତି ଏକ କମ୍ପାନୀର ମାଲିକ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ୨୦୧୬ରୁ କମ୍ପାନୀର ମାଲିକ ଅର୍ଥାତ୍ ଏହାର ନିର୍ଦ୍ଦେଶକମାନେ ଫେରାର ଥିଲେ ମଧ୍ୟ ଦୀର୍ଘ ୪ ବର୍ଷ ପରେ ଏସ୍ବିଆଇ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନା ଅନୁସାରେ, ଦିଲ୍ଲୀରେ ଥିବା ରାମଦେବ ଇଣ୍ଟନ୍ୟାଶନାଲ ଲିଃ(ବାସମତି ଚାଉଳ ରପ୍ତାନୀ କରୁଥିଲା ଏହି କମ୍ପାନୀ) ବିରୋଧରେ […]
ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି। ଏପରିକି ମେ’ ୧୫ ପୂର୍ବରୁ ମଧ୍ୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଘରୋଇ ବିମାନ ସେବା ଆରମ୍ଭର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସେ ସ୍ପଷ୍ଟ କରି ନାହାନ୍ତି। […]
ପାରଧୋନି: ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ମାନପୁର ଥାନା ଅନ୍ତର୍ଗତ ପାରଧୋନି ଗାଁ ନିକଟରେ ଆଜି ସକାଳେ ଏହି ଏନ୍କାଉଣ୍ଟର ହୋଇଛି। ଘଟଣାସ୍ଥଳରୁ ପୁଲିସ୍ ଗୋଟିଏ AK-47 ରାଇଫଲ ଓ କିଛି ମାରଣାସ୍ତ୍ର ଜବତ କରିଛି। ନକ୍ସଲମାନେ ଲୁଚିଥିବା ଖବର ପାଇ ଛତିଶଗଗଡ଼ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ନକ୍ସଲ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟ […]
ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଭାରତରେ ଶୀର୍ଷ ସ୍ଥାନରେ ପହଞ୍ଚିବ କରୋନା ପ୍ରକୋପ। ଲକ୍ଡାଉନ୍ ହଟିବା ପରେ ଦେଶରେ କରୋନା ସଂକ୍ରମଣ ହାର ସର୍ବାଧିକ ରହିବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ପେଶାଲ୍ COVID-19 envoy ଡଃ ଡେଭିଡ୍ ନାବାରୋ ଏହା କହିଛନ୍ତି। ସେ କହିଛନ୍ତି, “ଭାରତରେ ବର୍ତ୍ତମାନ ସ୍ଥିତିକୁ ଦେଖିଲେ କରୋନା ଆଗକୁ ମଧ୍ୟ ନିୟନ୍ତ୍ରଣରେ ରହିବ ବୋଲି ଅନୁମାନ କରାଯାଉଛି। ଯେତେବେଳେ ଲକ୍ଡାଉନ୍ ହଟି ଯିବ ଏହାପରେ ସଂକ୍ରମଣ […]
ନୂଆଦିଲ୍ଲୀ: ଏଲ୍ଜି ପଲିମର୍ସକୁ NGT ଛାଟ। ଗତକାଲିର ଗ୍ୟାସ୍ ଲିକ୍ ଘଟଣାକୁ ନେଇ ୫୦ କୋଟି ଟଙ୍କା ଜମା କରିବାକୁ ଏଲ୍ଜି ପଲିମର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍(NGT)। ଗ୍ୟାସ୍ ଲିକ୍ ଟ୍ରାଜେଡିକୁ ନେଇ ପ୍ରାଥମିକ କ୍ଷତି ଭରଣା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି NGT। ଏହାସହ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ Central Pollution Control Board (CPCB)କୁ ନୋଟିସ୍ ଜାରି ହୋଇଛି। ସୂଚନାଥାଉ କି, ଗତକାଲି ଆନ୍ଧ୍ରପ୍ରଦେଶ ଭାଇଜାଗରେ ଏଲ୍ଜି ପଲିମର୍ସ […]
ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବି ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା। ଲକଡାଉନ ଯୋଗୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଓ ଏନ୍ସିଆର୍ଟି ପକ୍ଷରୁ ସ୍କୁଲରେ ଯୁଗ୍ମ, ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି। ଫଳରେ ଲକଡାଉନ ହଟିବା ପରେ ସ୍କୁଲରେ ଦୈନିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏପରି ଯୋଜନା କରାଯାଉଛି। ଗୋଟିଏ ସପ୍ତାହ […]
ଚଣ୍ଡିଗଡ଼: ଭାରତୀୟ ବାୟୁ ସେନା(IAF)ର ଏକ ଯୁଦ୍ଧ ବିମାନ ପଞ୍ଜାବର ହୋସିଆର୍ପୁର୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ସାଢ଼େ ୧୦ଟାରେ ଏକ ବିଲ ଭିତରେ MiG-29 ଯୁଦ୍ଧ ବିମାନ ଖସି ପଡ଼ିଥିବା ସୂଚନା ମିଳିଛି। ଆଜି ସକାଳ ୧୦.୪୫ରେ ମିଗ-୨୯ ଯୁଦ୍ଧ ବିମାନ ଜଳନ୍ଧର ସ୍ଥିତ ଏୟାର ବେସ୍ରୁ ଟ୍ରେନିଂ ମିଶନରେ ବାହାରିଥିଲା। ଉଡ଼ାଣ କିଛି ସମୟରେ ହଠାତ୍ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ତଳକୁ ଖସିବା ପୂର୍ବରୁ ପାଇଲଟ ଜଣଙ୍କ ସୁରକ୍ଷିତ ଭାବେ […]
ବିଶାଖାପଟ୍ଟନମ୍: ବିଶାଖାପଟ୍ଟନମ୍ ଏଲ୍ଜି ପଲିମର୍ସରୁ ପୁଣି ଗ୍ୟାସ୍ ଲିକ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟରୁ ପୁଣି ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଘର ଛାଡ଼ି ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଥିଲେ। ଏପରିକି ଲୋକେ ଗାଡ଼ି ମୋଟରରେ ନିଜ ପରିବାରକୁ ବସାଇ ଅଞ୍ଚଳ ଛାଡ଼ି ପଳାଇଥିବା ସୂଚନା ମିଳିଛି। ଏହି ଗ୍ୟାସ୍ ଲିକ୍ ଯୋଗୁ ୨ରୁ ୩ କିଲୋମିଟର ପରିଧି ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି […]
ନୂଆଦିଲ୍ଲୀ: ଆଜି ଦେଖାଯିବ ୨୦୨୦ ମସିହାର ଅନ୍ତିମ ‘ସୁପର୍ ମୁନ୍’। ଅପରାହ୍ନ ୪.୧୫ ମିନିଟ୍ ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିବ। ଏହି ସୁପର୍ ମୁନ୍କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍’ ମଧ୍ୟ କୁହାଯାଉଛି। ନାସାର ତଥ୍ୟ ଅନୁସାରେ, ଆଜି ଅପରାହ୍ନ ୪.୧୫ ମିନିଟ୍ ସମୟରେ ସୁପର୍ମୁନ୍ର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ହେଲେ ଭାରତରେ ୨୦୨୦ର ଏହି ଅନ୍ତିମ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦୃଶ୍ୟମାନ ହେବ ନାହିଁ। କାରଣ ଏହା […]
ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଯାତ୍ରୀ ପରିବହନ ସେବା। କେତେକ ନିର୍ଦ୍ଧିଷ୍ଟ ନିୟମାବଳୀ ଭିତ୍ତିରେ ଯାନବାହନ ଚଳାଚଳ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ତେବେ କେବେ ସୁଦ୍ଧା ଗାଡ଼ି ଚଳାଚଳ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଦେଶରେ ବିଭିନ୍ନ ହାଇୱେ କନ୍ଷ୍ଟ୍ରକ୍ସନ୍ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶିଳ୍ପ ସଂସ୍ଥା ମଧ୍ୟ ଚାଲୁ ହୋଇଛି। ସେହିପରି ଆମଦାନୀ ଓ ରପ୍ତାନୀ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। ଏସବୁ ଭିତରେ କରୋନାକୁ ମାତ୍ ଦେବା ପାଇଁ ଭାରତ ମେଡିସିନ୍ […]
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗ୍ୟାସ୍ ଲିକ୍ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିବା ସହ ସବୁ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତଙ୍କ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରହିଛି। କରୋନା ଯୋଗୁ ଲୋକମାନେ ମଧ୍ୟ ବାହାରୁ ଖାଦ୍ୟ ମଗାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ ଖାଦ୍ୟର ହୋମ ଡେଲିଭରି କରୁଥିବା ଜୋମାଟୋ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷ କରି ଗ୍ରୋସରୀ ମଧ୍ୟ ଘରେ ପହଞ୍ଚାଉଛି। ଏବେ ମଦ ହୋମ ଡେଲିଭରୀ କରିବାକୁ କମ୍ପାନୀ […]
ନୂଆଦିଲ୍ଲୀ: ୟୁଏଇର ସାରଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୪୮ ମହଲା ବିଶିଷ୍ଟ ଏକ ବହୁତଳ କୋଠାରେ ନିଆଁ ଲାଗି ଯାଇଛି। ପୂରା ବିଲଡିଂ ହୁତ୍ ହୁତ୍ ହୋଇ ଜଳୁଛି। ମଙ୍ଗଳବାର ରାତି ୯ଟାରେ ଏହି ଟାୱାରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ପୂରା ବିଲଡିଂ ଜଳିଯାଇଥିଲା । ନିଆଁ ଏତେ ପ୍ରଖର ଥିଲା ଯେ, ଲିଭାଇବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା। ଏଥିରେ ଶ୍ୱାସରୁଦ୍ଧ ହୋଇ ୧୨ ଜଣ ଆହତ ହୋଇଛନ୍ତି […]
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ବର୍ତ୍ତମାନ ବାତ୍ୟାକୁ ନେଇ ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଚିନ୍ତାର ବିଷୟ ଯେ, ଶ୍ରୀଲଙ୍କା ଉପରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ECMRWF ମଡେଲ୍ରେ ଏହା ଦେଖିବାକୁ ମିଳିଛି। ଆଣ୍ଡାମାନ ସାଗର ଓ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୫ ଦିନ ମଧ୍ୟରେ(ମେ’୯-୧୦) ଘନୀଭୂତ ହେବାର […]
ମୁମ୍ବାଇ: ବିବାହ ପାଇଁ ବର୍ତ୍ତମାନ କୌଣସି ପ୍ଲାନିଂ ନ ଥିବା କହୁଥିବା ବାହୁବଳୀ ଫେମ୍ ଆକ୍ଟ୍ରିସ୍ ତମନ୍ନା ଭାଟ୍ଟିଆଙ୍କୁ ନେଇ ପୁଣି ଚର୍ଚ୍ଚା। ଜଣେ ପାକିସ୍ତାନୀ କ୍ରିକେଟରଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ପାକ୍ କ୍ରିକେଟର ଅବଦୁଲ୍ ରଜ୍ଜକ୍ଙ୍କ ସହ ତମନ୍ନାଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଉଭୟ ଏକ ଏକ ଜୁଏଲାରୀ ଶପ୍ରେ ଅଛନ୍ତି। ରଜ୍ଜକ୍ ହାତରେ କିଛି ଜୁଏଲାରୀ ଧରି ଥିବାବେଳେ ତମନ୍ନା […]
ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ବଡ ଯୋଜନା କରିଛନ୍ତି। ଏହି ଭାରତୀୟଙ୍କୁ ଆକାଶ ପଥ ଓ ଜଳ ପଥରେ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ସପ୍ତାହରେ ୧୩ଟି ଦେଶରୁ ୧୪ ହଜାର ୮୦୦ରୁ ଅଧିକ ଭାରତୀୟଙ୍କୁ ୬୪ଟି ବିମାନରେ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆମେରିକା, ବ୍ରିଟେନ, ମାଲେସିଆ , ୟୁଏଇ, କାତାର, ସାଉଦି ଆରବ, ସିଙ୍ଗାପୁର, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କ୍ୱେଏତ୍ ଏବଂ […]