• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

liquor
ଲକଡାଉନ: ମଦ, ତମ୍ବାଖୁ, ଗୁଟଖା ବିକ୍ରି ବ୍ୟାନ

ନୂଆଦିଲ୍ଲୀ: ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ମେ’ ୩ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ବେଳେ କେଉଁ ସବୁ ନିୟମ କାର୍ଯ୍ୟକାରୀ ହେବ, ତା’ର ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ତାଙ୍କ […]

marriage 1
ଲକଡାଉନ ବେଳେ ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ: ଲକଡାଉନ ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ଏହି ଲକଡାଉନ ଯୋଗୁ ଦୂରରେ ଥିବା ନିଜର ଲୋକଙ୍କୁ ଅତି ନିକଟରେ ପାଇଛନ୍ତି ପରିବାର ଲୋକ। ଏବେ ଏଭଳି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଜଣେ ପ୍ରେମୀ ଯୁଗଳଙ୍କ ବିବାହ ପାଇଁ ରାତିରେ କୋର୍ଟ ଖୋଲା ହେବା ସହ ସେମାନଙ୍କର ବିବାହ ହୋଇଛି। ଘଟଣା ଘଟିଛି ହରିୟାଣାର ରୋହତକରେ। ୨୦୧୭ରେ ରୋହତକରେ ଜଣେ ଯୁବକ ଓ ମେକ୍ସିକୋର ଜଣେ ଯୁବତୀଙ୍କ ସାକ୍ଷାତ ଏକ ଲାଙ୍ଗୁଏଜ ଲର୍ଣ୍ଣିଙ୍ଗ […]

corona
ଦେଶର ୧୭୦ ଜିଲ୍ଲା କରୋନା ହଟସ୍ପଟ ଭାବେ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଷ୍ଟ୍ରାଟେଜି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ମୋଟ ୧୭୦ ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରିଛି। ସେହିପରି ୨୦୭ଟି ଜିଲ୍ଲାକୁ ସମ୍ଭାବ୍ୟ ହଟସ୍ପଟ ତାଲିକାରେ ରଖାଯାଇଛି। ଅର୍ଥାତ ଏଠାରେ ସଂକ୍ରମିତ ଆଶଙ୍କା କମ ଓ ଏହା ଗ୍ରୀନ ଜୋନରେ ରହିଛି। ହଟସ୍ପଟ ଜିଲ୍ଲାର ଅର୍ଥ ପ୍ରତିଦିନ ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ନନ୍‌ ହଟସ୍ପଟ ଜିଲ୍ଲାର ଅର୍ଥ, ଏଠାରେ […]

corona
ସାରା ବିଶ୍ୱରେ ୧ ଲକ୍ଷ ୨୭ ହଜାର ଟପିଲା କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି। କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା।  ଆମେରିକାରେ ମୃତ୍ୟୁ ସଂଖ୍ୟା ୨୬ ହଜାରରୁ ଅଧିକ ପହଞ୍ଚିଛି। ଆମେରିକାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୪ ହଜାର ଟପିଲାଣି।  ସେହିପରି ସ୍ପେନ ଓ ଇଟାଲିରେ ଏବେ ସ୍ଥିତି ଜଟିଳ  ଆଡ଼କୁ ଗତି କରୁଛି। ଇଟାଲିରେ ମୃତ୍ୟୁ ସଂଖ୍ୟା ୨୦ […]

vijay rupani
ସେଲ୍ଫ ଆଇସୋଲେସନରେ ରହିବେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ସେଲ୍ଫ ଆଇସୋଲେସନରେ ରହିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ସେ କରୋନା ଆକ୍ରାନ୍ତ ଗୁଜରାଟର କଂଗ୍ରେସ ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସପ୍ତାହକ ପାଇଁ ସେଲ୍ଫ  ଆଇସୋଲେସନ ରହିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିଜୟ ରୂପାଣୀ ନିଜ ଆଡୁ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଯେହେତୁ ସେ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିଲେ ତେଣୁ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ନିଷ୍ପତ୍ତି […]

lockdown
କାର, ବାଇକରେ ଆଣିପାରିବେ ଅତ୍ୟାବଶ୍ୟକୀୟ ଜିନିଷ, ହେଲେ ମାନିବାକୁ ପଡ଼ିବ ଏସବୁ...

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ହେବାପରେ ଆଜି ଗାଇଡ ଲାଇନ୍ ଜାରି ହୋଇଛି। କରୋନା ମୁକାବିଲାକୁ ନେଇ କଟକଣା କଡାକଡି କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମେ ୩ ଯାଏ  ଲକ୍‌ଡାଉନ ବୃଦ୍ଧି ନେଇ ସୂଚନା ଦେଇଥିଲେ।  ଗାଇଡ ଲାଇନ୍ ଅନୁସାରେ, ଜରୁରୀ ସେବା ପାଇଁ ପ୍ରାଇଭେଟ ଗାଡ଼ି ଗୁଡିକ ପାଇଁ ନିୟମ କିଛି କୋହଳ କରାଯାଇଛି। ଅର୍ଥାତ ନୂଆ ଗାଇଡ ଲାଇନ୍ ଅନୁସାରେ, ଜରୁରୀ ସେବା ପାଇଁ ଏବେ […]

Capture
୭ଟି କଥାରେ ଦେଶବାସୀଙ୍କ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି  ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ତପସ୍ୟା, ତ୍ୟାଗ ଯୋଗୁ ଏ ପର୍ଯ୍ୟନ୍ତ ଭାରତ କରୋନା କବଳରୁ କିଛି ମାତ୍ରାରେ ବର୍ତ୍ତିବାରେ ସଫଳ ହୋଇଛି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। କରୋନା ଭାଇରସ ବିରୋଧରେ ଲଢିବା […]

gold
ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ନୂଆଦିଲ୍ଲୀ: ଲକଡାଉନ ବେଳେ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର। ଗୋଟିଏପଟେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇ ଥିବାବେଳେ ଅନ୍ୟପଟେ  ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି Domestic ଫ୍ୟୁଚର ମାର୍କେଟରେ ସୁନା ଦର ନୂଆ ରେକର୍ଡ ଭାଙ୍ଗିଛି। Multi Commodity Exchange(MCX) ରେ, ପ୍ରତି ୧୦ ଗ୍ରାମକୁ ସୁନା ଦର ୪୫ ହଜାରରୁ ଅଧିକ ଟଙ୍କାରେ ପହଞ୍ଚିଛି। ସେହିପରି ୧ କିଲୋ ରୁପା ଦର ୪୨ ହଜାରରୁ ଅଧିକ […]

corona ..
କରୋନାକୁ ହରାଇବ ଏହି ଔଷଧ !

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱ ଔଷଧ ଖୋଜିବାରେ ଲାଗିଛି। ତେବେ କରୋନାକୁ ମାତ ଦେବାରେ କେତେକାଂଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ସହାୟକ ହେଉଥିବା ବେଳେ ଏବେ ଆଉ ଏକ ଔଷଧର ନାଁ ସାମ୍ନାକୁ ଆସିଛି। ତା’ର ନାଁ ହେଉଛି ରେମଡେସିଭିର। ରେମଡେସିଭିର ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲ। ଆଜି ଆଇସିଏମଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି, କରୋନା ମୁକାବିଲାରେ ଏହି ମେଡିସିନ୍ କାମରେ ଲଗାଇବାକୁ […]

visa
ଏପ୍ରିଲ ୩୦ ଯାଏ ବଢ଼ିଲା ଭିସା ଓ ଇ-ଭିସାର ଅବଧି

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସରକାର ଉଭୟ ଭିସା ଓ ଇ-ଭିସାର ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ଯୋଗୁ  ଭାରତରେ ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହେବାପରେ ଏହି ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ ଏପ୍ରିଲ ୩୦ ଯାଏ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବାବେଳେ ସେହି ଅନୁସାରେ ଭିସା ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଯେଉଁସବୁ […]

ghost
ଘରୁ ବାହାରିବା ମନା, ରାସ୍ତାରେ ଜଗିଛନ୍ତି ଭୂତ !

କେପୁହ(ଇଣ୍ଡୋନେସିଆ): ରାତିର ଅନ୍ଧକାର ଭିତରେ ରାସ୍ତା କଡ଼ରେ ବସିଛନ୍ତି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯିବେ ମାଡ଼ି ବସିବ ଭୂତ ! ଇଣ୍ଡୋନେସିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଆପଣମାନେ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ପ୍ରକୃତରେ ଘଟଣାଟି ହେଲା, ଏମାନେ କୌଣସି ଭୂତ ନୁହନ୍ତି। କିନ୍ତୁ ଭୂତ ଭଳି ନିଜକୁ ସଜାଇଛନ୍ତି। ଧଳା ରଙ୍ଗର ପୋଷାକ ପରିଧାନ କରିବା ସହ ପୂରା ଶରୀରକୁ ଢାଙ୍କି କି ରଖିଛନ୍ତି […]

earthquake
ପୁଣି ଭୂକମ୍ପରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦ୍ଵିତୀୟ ଥର ପାଇଁ ଭୂକମ୍ପରେ ଦୋହଲିଲା ଦିଲ୍ଲୀ। ଆଜି ଅପରାହ୍ଣ ୧:୨୬ ମିନିଟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା ୫ କି.ମି. ଥିଲା ବୋଲି National Centre for Seismology ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ। ସୂଚନାଥାଉ କି, ଗତକାଲି […]

pm modi
କାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଲକଡାଉନକୁ ନେଇ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ବଡ଼ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ୍ କାର୍ଯ୍ୟକାରୀ ହେଉଛି। ଆସନ୍ତାକାଲି ରାତି ୧୨ଟାରେ ଏହି ଅବଧି ଶେଷ ହେବ। କରୋନା ଏଯାଏ ନିୟନ୍ତ୍ରଣକୁ ଆସି ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି। […]

britain pm
ହସ୍ପିଟାଲରୁ ଡିସଚାର୍ଜ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି। କିଛିଦିନ ତଳେ ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଥିଲା। ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଥିଲା। ଯଦିଓ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି, ତେବେ ସଙ୍ଗେସଙ୍ଗେ କାର୍ଯ୍ୟକ୍ଷେତ୍ରକୁ ନ ଫେରିବାକୁ ମେଡିକାଲ ଟିମ ପରାମର୍ଶ ଦେଇଛନ୍ତି। ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ନେଇ ଖୋଦ ଟ୍ୱିଟ […]

corona 11
ଗତ ୨୪ ଘଣ୍ଟାରେ ଦେଶରେ କରୋନା ନେଲା ୩୪ ମୁଣ୍ଡ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନା ନେଲା ୩୪ ମୁଣ୍ଡ। ଏହାକୁ ମିଶାଇ ଦେଶରେ ମୃତ୍ଯୁ ସଂଖ୍ୟା ୨୭୩ରେ ପହଞ୍ଚିଛି। ଆଜି ସୁଦ୍ଧା ୭ ହଜାର ୪୦୯ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ  ୭୬୪ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୈନିକ ୧୫ ହଜାର ସାମ୍ପଲ ପରୀକ୍ଷା କରାଯିବା ସହ ଦେଶର ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ଆଇସିୟୁ ବ୍ୟବସ୍ଥା […]

earthquake
ଭୂକମ୍ପରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ: ଭୂକମ୍ପରେ ଦୋହଲିଲା ଦିଲ୍ଲୀ-ଏନସିଆର। ଆଜି ଦିଲ୍ଲୀ-ଏନସିଆରରେ ଏହି ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ବର୍ଡର ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ। National Centre for Seismologyର ସୂଚନା ଅନୁସାରେ, ଆଜି ଅପରାହ୍ଣ ୫ଟା ୪୫ ମିନିଟ୍‌ ସମୟରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ […]

Keran
ଏଲ୍‌ଓସି ନିକଟରେ ୧୫ ପାକ୍‌ ସେନା ଓ ୮ ଆତଙ୍କବାଦୀ ନିପାତ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଏପ୍ରିଲ୍ ୧୦ରେ ଏଲ୍ଓସି ନିକଟବର୍ତ୍ତୀ କେରନ୍ ସେକ୍ଟରରେ ଭାରତୀୟ ସେନାର ଆକ୍ରମଣରେ  ୧୫ ଜଣ ପାକିସ୍ତାନୀ ସେନା ଏବଂ ଆଠ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଇନ୍ଦା ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏହା ପୂର୍ବରୁ କିଶନଗଙ୍ଗା ନଦୀ କୂଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତୀୟ ସେନା ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଏଥିରେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ […]

drown
୫ ଛୁଆଙ୍କୁ ଧରି ନଦୀକୁ ଡେଇଁ ପଡିଲେ ମହିଳା

ବାରାଣସୀ: ୫ ଛୁଆଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡିଲେ ମହିଳା। ଉତ୍ତରପ୍ରଦେଶର ଭାଦୋଇ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଗଙ୍ଗା ନଦୀକୁ ଆଜି ସକାଳେ ଜଣେ ମହିଳା ତାଙ୍କର ୫ ଛୁଆଙ୍କୁ ଧରି ଡେଇଁପଡ଼ି ଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣକ ପହଁରି ପହଁରି ନଦୀ କୂଳକୁ ଆସି ନିଜ ଜୀବନ ବଞ୍ଚାଇ ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ୫ ପିଲାଙ୍କ କୌଣସି ଖବର ମିଳି ପାରିନାହିଁ। ପାରିବାରିକ ବିବାଦ ଯୋଗୁ ମହିଳା ଜଣକ […]

corona 1
କରୋନା ମୁକାବିଲା ଲାଗି ୩ଟି ଜୋନରେ ଭାଗ ହୋଇପାରେ ଦେଶ

ନୂଆଦିଲ୍ଲୀ: କରୋନା ମୁକାବିଲା କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ପ୍ରଥମ ଥର ଲକଡାଉନ୍ ଘୋଷଣା କରିଥିଲେ। ଏହି ୨୧ ଦିନିଆ ଲକଡାଉନ୍ ଅବଧି ଏପ୍ରିଲ ୧୪ରେ ଶେଷ ହେଉଛି। ଅନ୍ୟପଟେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସରକାର ଦ୍ୱିତୀୟ […]

corona ..
ବଲିଉଡର ଏହି ଅଭିନେତାଙ୍କ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଲାଇଭ ଚାଟ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ବରୁଣ। ବରୁଣ କହିଛନ୍ତି, ଆମେରିକାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ କରୋନା ପଜିଟିଭ ରିପୋର୍ଟ ଆସିଛି। ପରିବାର ସହ ତାଙ୍କର ଏହି ସମ୍ପର୍କୀୟଙ୍କ ସମ୍ପର୍କ ଅତି ଘନିଷ୍ଠ। ଯେଉଁଥିପାଇଁ ତାଙ୍କ(ବରୁଣ) ପରିବାର ଲୋକଙ୍କଠୁ ଆରମ୍ଭ କରି ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ପୂରା ଚିନ୍ତାରେ। ବରୁଣ ଆହୁରି କହିଛନ୍ତି, ଯେତେବେଳେ ଆପଣ ଜାଣିଥିବା […]

punjab
ମାନିଲେନି ଲକଡାଉନ; ବିରୋଧ କରିବାରୁ କାଟିଦେଲେ ପୁଲିସର ହାତ

ପଟିଆଲା(ପଞ୍ଜାବ): ପଞ୍ଜାବର ପଟିଆଲା ଜିଲ୍ଲାରେ ପୁଲିସ ଉପରକୁ ଆକ୍ରମଣ। ଆଜି ସକାଳେ ଏକ ପରିବା ମାର୍କେଟରେ କିଛି ଲୋକେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ହାତ କଟି ଯାଇଥିବାବେଳେ ଅନ୍ୟ ୨ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଲକଡାଉନ ନିୟମକୁ ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରୟାସ କରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି ପୁଲିସ କହିଛି। ଯେଉଁ ଅଫିସରଙ୍କ ହାତ କଟି ଯାଇଛି ତାଙ୍କ ନାଁ ହରଜିତ […]

corona
୨୪୨ ଛୁଇଁଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୪୨ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୬୬୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬୫୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ […]

Capture
ସୋମବାର କାର୍ଯ୍ୟାଳୟକୁ ଫେରିବେ କେନ୍ଦ୍ରମନ୍ତ୍ରୀ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟମାନେ ନିଜ ନିଜ କାର୍ଯ୍ୟାଳୟକୁ ଫେରିବେ। ସୋମବାରଠାରୁ ସେମାନେ କାର୍ଯ୍ୟାଳୟ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦି ମଧ୍ୟ କାର୍ଯ୍ୟାଳୟକୁ ଫେରିବେ। ମଙ୍ଗଳବାର ଲକ୍‌ଡାଉନ୍‌ ଅବଧି ସରିବାକୁ ଥିବାବେଳେ ଏହା ପୂର୍ବରୁ ହିଁ ଏହି ମନ୍ତ୍ରୀମାନେ କାର୍ଯ୍ୟାଳୟକୁ ଫେରିବେ। ଯୁଗ୍ମ ସଚିବ ଏବଂ ଏହି […]

fire 1
ଶେଲଟର ହୋମରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର କଶ୍ମୀରୀ ଗେଟ ନିକଟରେ ଥିବା ଏକ ଶେଲଟର ହୋମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସନ୍ଧ୍ୟା ୬ଟା ସମୟରେ ଶେଲଟର ହୋମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ, ଏହି ଶେଲଟର ହୋମରେ ପାଖାପାଖି ୨୫୦ଜଣ ଲୋକ ରହୁଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା […]