ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଜରୁରୀ ସେବା ବ୍ୟତୀତ ଆଉ କିଛି ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି କମ୍ପାନୀ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧି ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ପ୍ରାଥମିକ ଭାବରେ ଇ-କମର୍ସ କମ୍ପାନୀ ମାନେ ଅନ୍ୟାନ୍ୟ […]
ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ରୁ ଜରୁରୀ ସେବା ବ୍ୟତୀତ ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟାନ […]
ନୂଆଦିଲ୍ଲୀ: ଫେସବୁକ୍ ଏହାର ଆପ ଓ ମେସେଞ୍ଜର(messenger)ରେ ଖୁବଶୀଘ୍ର ଦୁଇଟି ନୂଆ ଇମୋଜି ରିଆକ୍ସନ ଆଡ କରିବାକୁ ଯାଉଛି। ଏହି ନୂଆ ରିଆକ୍ସନ ଇମୋଜି କୋବିଡ-୧୯ ସହ ଜଡ଼ିତ। ଯାହାର ନାଁ ‘care’ ରଖାଯାଇଛି। ଏହା ମାଧ୍ୟମରେ ଜଣେ ୟୁଜର୍ସ ଅନ୍ୟ ଜଣଙ୍କ ୟୁଜର୍ସଙ୍କ ପୋଷ୍ଟରେ ସପୋର୍ଟ ଦେଖାଇ ପାରିବେ। Facebookରେ ଏହି ନୂଆ ଇମୋଜି ‘Face hugging’ ଭଳି କରାଯାଇଥିବାବେଳେ Messenger ରେ ‘Pulsing heart’ ଭଳି କରାଯାଇଛି। ଏହି ନୂଆ ଇମୋଜିକୁ ୟୁଜର୍ସ ପୂର୍ବରୁ […]
କୋଟା: ରାଜସ୍ଥାନ କୋଟାରେ କୋଚିଂ ନେଉଥିବା ୩ ହଜାର ଛାତ୍ରଛାତ୍ରୀ ବସରେ ଉତ୍ତର ପ୍ରଦେଶ ଫେରୁଛନ୍ତି। ଯୋଗୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ବସ୍ ଉତ୍ତର ପ୍ରଦେଶରୁ ପଠାଇଥିଲେ। ପ୍ରତି ବସରେ ୩୦ ଜଣ ବସି ପାରିବାର କ୍ଷମତା ରହିଛି। ଛାତ୍ରଛାତ୍ରୀ ବସରେ ବସିବା ବେଳେ ପାଖରେ ସାନିଟାଇଜର ଓ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ପାଳନ କରିଛନ୍ତି। ଶୁକ୍ରବାର ରାତିରେ ୧୦୦ଟି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶ ଫେରିଥିବାବେଳେ ବାକି ବସ୍ ଶନିବାର […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଉପୁଜିଥିବା ଏହି ସଙ୍କଟ ସମୟରେ ଆମେରିକା ଭାରତକୁ ସହଯୋଗର ହାତ ବଢ଼ାଇଛି। କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ସ୍ୱରୂପ ଆମେରିକା ଭାରତକୁ ପାଖାପାଖି $୫.୯ ମିଲିୟନ ପ୍ରଦାନ କରିଛି। ଏନେଇ US State Department ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ କି, ଏହାପୂର୍ବରୁ ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପ୍ରଦାନ ନେଇ ଭାରତ ଆମେରିକାକୁ ଅନୁମତି ଦେଇଥିଲା। ଏହାକୁ ନେଇ ଭାରତକୁ […]
କରାଚି(ପାକିସ୍ତାନ): ଦିନକୁ ଦିନ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪୯ ଦିନରେ ପାକିସ୍ତାନର ଏକ ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିବା ନେଇ ଏକ ବଡ଼ ଖୁଲାସା ହୋଇଛି। ସୂଚନା ଅନୁସାରେ, ଫେବୃଆରୀ ୨୦ରୁ ଏପ୍ରିଲ ୯ ଯାଏ ଅର୍ଥାତ ଏହି ୪୯ ଦିନରେ ପାକିସ୍ତାନର କରାଚିରେ ଥିବା ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିଥିଲା। ଗୁରୁବାର ଦିନ କରାଚି ପ୍ରଶାସନର ପରିସଂଖ୍ୟାନରୁ ଏଭଳି କିଛି ଖୁଲାସା ହୋଇଛି। ତେବେ ଏନେଇ ଅଫିସିଆଲି […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୮୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୯୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୯୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ,ରାଜସ୍ଥାନ, ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗି ଥିବାବେଳେ ଏବେ ଭାରତତୀୟ ନୌସେନାର କିଛି ଯବାନମାନେ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୨୦ ଜଣ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। INS Angre ର ଏହି ଯବାନମାନଙ୍କୁ ମୁମ୍ବାଇ ସ୍ଥିତ ଏକ ନାଭାଲ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ INS Angre ମୁମ୍ବାଇ କୋଷ୍ଟରେ ରହିଛି। ଦେଶରେ ପ୍ରଥମ ଥର ପାଇଁ ନୌସେନା ବେସରେ କରୋନା […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ୨୧୦ ଦେଶରେ ତା’ର କାୟା ବିସ୍ତାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୫୦ ହଜାର ଟପିଛି। ସେଥିମଧ୍ୟରୁ ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୭୨ ହଜାରରୁ ଅଧିକ ସୁସ୍ଥ ହେଲେଣି। କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩୭ ହଜାରରୁ ଅଧିକ […]
ନୂଆଦିଲ୍ଲୀ: ଲକ୍ଡାଉନ୍ ପରେ zoom ଓ Google Duo ଭଳି ଭିଡ଼ିଓ କଲିଂ ଆପ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଏହି ଆପ୍ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ହୋଇପାରିବେ। ତେବେ ହ୍ୱାଟ୍ସଆପ (WhatsApp) ମଧ୍ୟ ଏହାର ଭିଡ଼ିଓ କଲିଂରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। WhatsApp ଏହାର Group ଭିଡ଼ିଓ କଲିଂରେ ଯେମିତି ଅଧିକରୁ ଅଧିକ ଲୋକ ଆଡ ହୋଇପାରିବେ ତା’ଉପରେ କାର୍ଯ୍ୟ କରୁଛି। ଏଠାରେ ଆମେ ଆପଣଙ୍କୁ […]
ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ହେଲେ ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଚଡି କୁମାରସ୍ୱାମୀ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ପୁଅ। ରାମନଗର ଠାରେ ଥିବା ଏକ ଫାର୍ମ ହାଉସରେ ଆଜି ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ବାହାଘର ବେଳେ ଦେବଗୌଡ଼ା ମଧ୍ୟ […]
ଚଣ୍ଡିଗଡ: ଇଣ୍ଡିଆନ ଏୟାର ଫୋର୍ସ(IAF)ର ଏକ Apache ହେଲିକପ୍ଟର ଆଜି ଅପରାହ୍ଣରେ ପଞ୍ଜାବର ହୋସିଆରପୁରରେ ଏକ ବିଲରେ ଏମରଜେନ୍ସି ଲାଣ୍ଡିଂ କରିଛି। ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ଏହି ହେଲିକପ୍ଟରଟି ପଠାନକୋଟ ଏୟାରବେସରୁ ଉଡାଣ ଭରି ଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟଙ୍କୁ ହୋସିଆରପୁରରେ ଥିବା ଏକ ବିଲରେ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଥିଲା। କଣ୍ଟ୍ରୋଲ ପ୍ୟାନେଲସରୁ ଆଲର୍ଟ ମିଳିବା ପରେ ହେଲିକପ୍ଟରଟି ଏମରଜେନ୍ସି ଲାଣ୍ଡିଂ କରିଥିଲା। […]
ନୂଆଦିଲ୍ଲୀ: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ଏହି ସମୟରେ ଦେବଦୂତ ସାଜି ଯୁବକଙ୍କ ଜୀବନ ବଞ୍ଚାଇଲେ ପୁଲିସକର୍ମୀ। ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ତିଲକ ନଗରରେ ରହୁଥିବା ଜଣେ ୩୦ ବର୍ଷୀୟ ଯୁବକ କୌଣସି କାରଣକୁ ନେଇ ୱେଷ୍ଟ ଏନକ୍ଲେଭ ନିକଟରେ ଥିବା ଏକ ଫ୍ଲାଏଓଭର ଉପରେ ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ। ଏହି ସମୟରେ ସେଇ ବାଟ ଦେଇ […]
ବେଙ୍ଗାଲୁରୁ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦେଶରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତେବେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀଙ୍କ ଆଜି ବିବାହ। କଂଗ୍ରେସର ପୂର୍ବତନ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୩୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୨୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟତଃ ମୁମ୍ବାଇ, ପୁଣେ, ନାଗପୁରରେ […]
କୋଟ୍ଟାୟମ: ଲକଡାଉନ ବେଳେ ଅସୁସ୍ଥ ପୁଅକୁ ଭେଟିବା ପାଇଁ କାରରେ ୨,୭୦୦ କି.ମି. ଯାତ୍ରା କଲେ ଜଣେ ୫୦ ବର୍ଷୀୟା ମହିଳା। ସମ୍ପୃକ୍ତ ମହିଳାଙ୍କ ପୁଅ ରାଜସ୍ଥାନର ଯୋଧପୁରରେ ବିଏସଏଫ ଅଧିକାରୀ ଅଛନ୍ତି। ତାଙ୍କ ନାଁ ଅରୁଣ କୁମାର(୨୯) । ଅରୁଣଙ୍କ ମା’ ଶୀଲାମ୍ମାଙ୍କ ସହ ତାଙ୍କର ବୋହୂ ଓ ଅନ୍ୟ ଜଣେ ସମ୍ପର୍କୀୟ ମଧ୍ୟ ଯାତ୍ରା କରିଥିଲେ। ୩ ଦିନ ଧରି ଯାତ୍ରା କରିବାପରେ ସେମାନେ ଯୋଧପୁରରେ ପହଞ୍ଚିଥିଲେ। ସୂଚନା ଅନୁସାରେ, ଅରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୨୧ ଲକ୍ଷ ୮୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଥିବାବେଳେ ସେଥିମଧ୍ୟରୁ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୪୭ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ଆକ୍ରାନ୍ତ ଓ […]
ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ ଆମେ ନିଶ୍ଚିତ କରୋନା ଭାଇରସକୁ ପରାସ୍ତ କରିପାରିବା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ଦେଶରେ ଜାରି ଲକଡାଉନ ଓ କରୋନା ସଂକ୍ରମଣକୁ ନେଇ ଆଜି ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଛନ୍ତି, “କୌଣସି ବି ପରିସ୍ଥିତିରେ ଲକଡାଉନ […]
ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ଏହି ମେଗା ସିରିଏଲ ‘ରାମାୟଣ’କୁ ଲୋକେ ବେଶ ଉପଭୋଗ କରୁଛନ୍ତି। ‘ରାମାୟଣ’ ପୁନଃ ପ୍ରସାରିତ ହେବାପରେ ପୁଣିଥରେ ରାମାୟଣର କାହାଣୀ ଓ ଏଥିରେ ଅଭିନୟ କରିଥିବା କଳାକାରଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ରାମାୟଣ’ରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଭଳି […]
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଗୁଡିକୁ ଏପ୍ରିଲ ୨୦ରୁ ସବୁ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିପାରେ ବୋଲି ସୂଚନା ମିଳିଛି। ଫଳରେ ଲକଡାଉନକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ବୋଲି କୁହାଯାଉଛି। ବର୍ତ୍ତମାନ ଇ-କମର୍ସ କମ୍ପାନୀ ଗୁଡିକୁ କେବଳ ଆବଶ୍ୟକୀୟ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିଛି। ଏପ୍ରିଲ ୨୦ରୁ ଇ-କମର୍ସ କମ୍ପାନୀ ଗୁଡିକ ଯଥା- Amazon, Flipkart, Snapdeal ଓ PayTM Mall ପୁଣିଥରେ ସେମାନଙ୍କର […]
ବ୍ୟାଙ୍ଗକକ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ। ଦିନକୁ ଦିନ ଯେଭଳି ଭାବରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତା’ହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକଡାଉନ ଲାଗୁ ହୋଇଛି। ଫଳରେ ଖାଦ୍ୟ, ପାନୀୟ, ଟଙ୍କା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଲୋକଙ୍କ ପାଖରେ ଟଙ୍କାର ଅଭାବ ଯୋଗୁ ଶେଷରେ ସୁନା ଅଳଙ୍କାର ବିକ୍ରି […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୧୪ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୦,୪୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୪୮୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ […]
ଲଣ୍ଡନ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଯାଏ ୨୦ ଲକ୍ଷ ୮୩ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ବ୍ରିଟେନରୁ ଏକ ଭଲ ଖବର ଆସିଛି। ବ୍ରିଟେନର ଜଣେ ୧୦୬ ବର୍ଷୀୟ ବୃଦ୍ଧା ମହାମାରୀ କରୋନା କବଳରୁ ଜିତିଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନା ଅନୁସାରେ, ନିମୋନିଆ ସନ୍ଦେହରେ ସମ୍ପୃକ୍ତ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଯାଏ ୨୦ ଲକ୍ଷ ୮୩ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୧୦ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ଆମେରିକା, ଇଟାଲି, ବ୍ରିଟେନ ଓ ସ୍ପେନରେ ସ୍ଥିତି ଜଟିଳ ରହିଛି। ଆମେରିକାରେ ସର୍ବାଧିକ ୨୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ […]
ମୋରଦାବାଦ: କରୋନା ସନ୍ଦିଗ୍ଧଙ୍କୁ ଆଣୁ ଥିବାବେଳେ ଡାକ୍ତରୀ ଟିମ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ଲୋକଙ୍କ ଆକ୍ରମଣ। ଏଥିରେ ଡାକ୍ତର ଓ ପୁଲିସ୍ କର୍ମୀ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମୋରଦାବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ମୋରଦାବାଦର ନୱାବ ପୁରା କଲୋନୀରେ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିବା ପରେ ଡାକ୍ତରୀ ଟିମ ସେମାନଙ୍କୁ ଆଣିବା ପାଇଁ ଯାଇଥିଲା। ହେଲେ ଏହି ସମୟରେ ସ୍ଥାନୀୟ ଲୋକମାନେ ଡାକ୍ତରୀ ଟିମକୁ ପଥର ମାଡ଼ କରିଥିଲେ। ପୁଲିସ୍ […]