• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

130016408_1417139718648148_4833342543187060394_n
ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’

ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି  । ସଡ଼କ ଦୁ‍ର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି

6
ସରାରତ୍ ଫେମ୍ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ସେଠଙ୍କ ଅସ୍ତ୍ରୋପଚାର

ବର୍ଷର ଶେଷ ଆଡ଼କୁ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ସେଠ୍ ଏବଂ ତାଙ୍କ ପରିବାରକୁ ଝଟକା ଦେଇଗଲା ୨୦୨୦ ମସିହା  । କରୋନା ମହାମାରୀ ଭିତରେ ବର୍ଷ ଶେଷ ହେଉ ହେଉ ଶ୍ରୁତି ସେଠଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନ୍ନତି ଘଟିଥିଲା । ଯେଉଁଥିପାଇଁ  ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଅସ୍ତ୍ରୋପଚାର ପରେ ପ୍ରଶଂସକଙ୍କୁ ନିଜର ଧ୍ୟାନ ରଖିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୁତି ସେଠ୍ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ […]

shiv_0
ଶିବ କୁମାରଙ୍କ ହାତରେ ଯାଦୁ

ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି । ଏବେ ଅଯୋଧ୍ୟା, ବିଶାଖାପାଟଣା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ମାଟି ତିଆରି ସାମଗ୍ରୀ ଯୋଗାଇବା ସହ ରୁଗଣ ଅବସ୍ଥାରେ ଥିବା ମାଟିର କଳାକୁ ନୂଆ ପରିଚୟ ଦେଇଛନ୍ତି […]

rajnath
ଚୀନକୁ ରାଜନାଥଙ୍କ ଚେତାବନୀ

  ଚୀନକୁ ରାଜନାଥଙ୍କ ନାଲି ଆଖି, କହିଲେ ସୀମାରେ କମ୍ କରାଯିବନି ସୈନ୍ୟ ଦଳ ଭାରତକୁ କବଜା କରିବାକୁ ଅପଚେଷ୍ଟା କଲେ, ଦେଶ କଡ଼ା ଜବାବ ଦେବ ହାତ ବାନ୍ଧି ବସିନାହାନ୍ତି ଭାରତୀୟ ବୀର, ଦେଶର ମଥାନତ ହେବାକୁ ଦେବେନି ଭାରତ :  ଚୀନକୁ  କଡ଼ା ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ଚୀନ୍ ସହ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହୋଇଥିଲେ ବି ତାହା ଫଳପ୍ରଦ ହୋଇନାହିଁ । ବାରମ୍ବାର ଆଲୋଚନା […]

Bhalu
ଥାନା ବୁଲିଲେ ଭାଲୁ !

ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ  ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ଏବଂ ସେୟାର ମଧ୍ୟ କରୁଛି ।  ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ  ଥାନା ଭିତରକୁ […]

Rajnikanth_207635_730x419
ରାଜନୀତି କରିବେନି ରଜନୀକାନ୍ତ !

ତାମିଲନାଡ଼ୁ : ରାଜନୀତିରେ ପ୍ରବେଶ କରିବେ ନାହିଁ ତେଲୁଗୁ ମେଗାଷ୍ଟାର୍  । ରାଜନୈତିକ ଦଳ ଗଠନ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ତେଲୁଗୁ ମେଗାଷ୍ଟାର୍ ରଜନୀକାନ୍ତ  । ଦଳ ଗଢ଼ିବେ ନାହିଁ କି ନିର୍ବାଚନ ଲଢ଼ିବେ ନାହିଁ ।  ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କର ଅସୁସ୍ଥତାକୁ ଈଶ୍ୱରଙ୍କର ସତର୍କବାଣୀ ବୋଲି କହିଛନ୍ତି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ରାଜନୀତିରେ […]

୮
ଜେ। ବାଇଡେନଙ୍କ ଡିଜିଟାଲ ଟିମରେ କାଶ୍ମୀର ଝିଅ ଆଏସା ଶାହା

ଆମେରିକା : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜେ। ବାଇଡେନଙ୍କ ଡିଜିଟାଲ ଟିମରେ ଭାରତୀୟ ବଂଶେ।ଦ୍ଭବ ତଥା କାଶ୍ମୀର ଜନ୍ମିତ ଆଏସା ଶାହାଙ୍କୁ ମିଳିଛି ବରିଷ୍ଠ ତଥା ସମ୍ମାନଜନକ ପଦବୀ । ହ୍ୱାଇଟ ହାଉସ ପକ୍ଷରୁ ଏନେଇ ସେ।ମବାର ସ୍ପଷ୍ଟ କରାଯାଇଛି । ଆଏସା ହ୍ୱାଇଟ ହାଉସ ଡିଜିଟାଲ ଟିମର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିବେ । ଲୁଇସିଆନରେ ବଢ଼ିଥିବା ଆଏସା  ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍ – ହ୍ୟାରିସ୍ ଟିମରେ ଡିଜିଟାଲ ପାଟନରସିପ୍ ମ୍ୟାନେଜର ରୂପେ କାମ କରୁଥିଲେ […]

77
ଜଣେ ବୀରଙ୍ଗନାଙ୍କ କାହାଣୀ ! ବିବାହର ୩ ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ, ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ଏୟାରଫେ।ର୍ସରେ କାମ କରିବାର ସୁଯେ।ଗ ପାଇଲେ ରାଧା

୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ –  ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ […]

rupee4-8
ସୁପ୍ରିମକେ।ର୍ଟଙ୍କ ବଡ଼ ନିଷ୍ପତ୍ତି ! ଚାକିରି ଶେଷ ହେଲେ ତୁରନ୍ତ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ପଇଠ କର, ନହେଲେ ମିଳିବନି ଗ୍ରାଚ୍ୟୁଟି ଟଙ୍କା

ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର ।  ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ ।  ନିୟମ ନମାନି ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ସରକାରୀ ବାସଭବନକୁ ବଳପୂର୍ବକ କବଜା କଲେ, ଜେ।ରିମାନା ସହ ଭଡ଼ା ଆଦାୟ କରାଯିବ ବେ।ଲି ସ୍ପଷ୍ଟ କରିଛନ୍ତି ସର୍ବେ।ଚ୍ଚ ନ୍ୟାୟାଳୟ […]

girl
ଚାଷୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ମହନୀୟତାର ପରିଚୟ ଦେଲେ ଯୁବତୀ

ଟଙ୍କା ଲୋଭ କାହାର ନଥାଏ। ତା ପୁଣି ପୁଳା ପୁଳା ଟଙ୍କା ହାତରେ ପଡ଼ିଗଲେ କଥା ସରିଲା। ଲୋଭର ବଶବର୍ତ୍ତୀ ହୋଇ ସବୁକିଛି ଭୁଲିଯାଏ ମଣିଷ। କିନ୍ତୁ ଆପଣ ପଢ଼ିବାକୁ ଯାଉଥିବା କଥା କିଛି ନିଆରା। ଅନ୍ୟ ପାଇଁ ବଡ଼ ଉଦାହରଣ। ତେବେ ଘଟଣାଟି କଣ ଆସନ୍ତୁ ଜାଣିବା ହାତ ମୁଠାରେ ବିଡ଼ାବିଡା ନୋଟ୍ ପଡ଼ିଥିଲା, ଚାହିଁଥିଲେ ବି ଟଙ୍କାକୁ ଲୁଚାଇ ପାରିଥାନ୍ତେ, ନିଜ ପାଇଁ ଏବଂ ପରିବାରର ପାଇଁ କେତେ  କଣ ସାମଗ୍ରୀ କିଣି ପାରିଥାନ୍ତେ। […]

parliament
୧୦ରେ ସଂସଦର ନୂଆ ଭବନ ଶିଳାନ୍ୟାସ କରିବେ ମୋଦି

ଆସନ୍ତା ୧୦ ତାରିଖରେ ବହୁ ପ୍ରତୀକ୍ଷିତ ସଂସଦର ନୂଆ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ  ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ୬୪ ହଜାର ୫୦୦ ବର୍ଗମିଟର ବିଶିଷ୍ଟ ନୂତନ ଭବନର ନିର୍ମାଣ ପାଇଁ ବ୍ୟୟବରାଦ ରହିଛି ପ୍ରାୟ ୯୭୧ କୋଟି । ନୂଆ ଭବନ ନିର୍ମାଣ ନେଇ କ’ଣ କହିଲେ ଲୋକସଭା ବାଚସ୍ପତି ନୂଆ ଭବନ ନିର୍ମାଣ ନେଇ ଘୋଷଣା ଅବସରରେ ଲୋକସଭା ବାଚସ୍ପତି […]

pratidina 7pm

mansa
‘ହାଣ୍ଡି କ୍ଷୀର ମାଂସ’

ଆବଶ୍ୟକ ସାମଗ୍ରୀ:  ଲଙ୍କା ଗୁଣ୍ଡ, କଟା ପିଆଜ, କଟା ଟମାଟୋ, ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲଙ୍କା ବଟା, ସିମ୍ବ ମଞ୍ଜି, ବଡ଼ି, ଲୁଣ ଓ ତେଲ,ଖାସି ମାଂସ, ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିମ୍ବ ମଞ୍ଜିକୁ ସିଝାଇ ଓ ବଡ଼ିକୁ ଭାଜି ରଖନ୍ତୁ। ତା’ପରେ ଖାସି ମାଂସକୁ ଭଲଭାବେ ଧୋଇ ସେଥିରେ ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭଲଭାବେ ମ୍ୟାରିନେଟ୍ କରି ଦିଅନ୍ତୁ। […]

harsh
ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ  ପ୍ରାୟ ସମୟ ମାସ୍କ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମାସ୍କ ଲଗାଇବାକୁ ଆଦୌ ଭଲ ଲାଗୁନାହିଁ। ଯାହାର ବିକଳ୍ପରେ ସେମାନେ ପ୍ଲାଷ୍ଟିକ୍‌ର ଫେସ୍‌ କଭର ବ୍ୟବହାର କରୁଛନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିର ଜଣେ ଯୁବକ ଏବଂ ଯୁବତୀ ମୁହଁରେ  ପ୍ଲାଷ୍ଟିକ୍‌ ଫେସ୍‌ କଭର ଲଗାଇ ରାସ୍ତାରେ […]

hr
ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ୍ ଟିକା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। […]

care
ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଔରଙ୍ଗାବାଦ: ମାଓବାଦୀରୁ ଗ୍ୟାଙ୍ଗଷ୍ଟର ବନିଥିବା ଟାଇଗରକୁ ବିହାରର ଔରଙ୍ଗାବାଦ ଜିଲ୍ଲାରେ ହତ୍ୟା କରାଯାଇଛି। ନକ୍ସଲ ପ୍ରବଣ ଏହି ଜିଲ୍ଲାରେ କିଛି ଲୋକ ଏକାଠି ହୋଇ ଟାଇଗର ଉପରକୁ ଅତି କମ୍ ରେ ୨୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଚାଲିଥିବା ବିବାଦର ଏହା ପରିଣାମ ହୋଇଥାଇପାରେ ବୋଲି ପୋଲିସ କହିଛି। ଏହି ଘଟଣା ପରେ ଔରଙ୍ଗାବାଦ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିହାର ନିର୍ବାଚନରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୮ ତାରିଖରେ […]

sushant-singh-rajput
ସରିଲା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସରିଛି। ଦୀର୍ଘ ଦିନର ଖୋଳତାଡ଼ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେଉଛି ବୋଲି ଜାତୀୟ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେଉଛି। ପ୍ରାୟ ଦୁଇ ମାସର ତଦନ୍ତ ପରେ ମାମଲାର ଚୂଡ଼ାନ୍ତ ରିପୋର୍ଟ ସିବିଆଇ ପ୍ରସ୍ତୁତ କରିଛି। ପାଟନା କୋର୍ଟରେ ମାମଲାର ସିବିଆଇ ତଦନ୍ତ ରିପୋର୍ଟ ଦାଖଲ କରିପାରେ ବୋଲି ସୂଚନା ମିଳିଛି। ତେବେ ଏହି ରିପୋର୍ଟରେ କଣ ଥିବ ତା ଉପରେ ସାରା […]

dhuan-macha
ଧୂଆଁ ମାଛ

ଆବଶ୍ୟକ ସାମଗ୍ରୀ : ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ମାଛ, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲୁଣ, ତେଲ ଓ ଅଳ୍ପ କାଠ ଅଙ୍ଗାର। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ କରନ୍ତୁ। ପରେ ଗ୍ୟାସ ଲଗାଇ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ମ୍ୟାରିନେଟ କରି ରଖିଥିବା […]

aditya-pic
ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଆଦିତ୍ୟ, ବିକ୍ରି କରିବେ ବାଇକ୍‌!

ମୁମ୍ବାଇ: କରୋନା ମହାମାରୀ ଅନେକ ଲୋକଙ୍କୁ ଠାରୁ ରୋଜଗାର ଛଡାଇନେଇଛି। ଅନେକ ଲୋକ ବୃତ୍ତି ହରାଇ ଅର୍ଥିକ ସମସ୍ୟାରେ ଗତି କରିଛନ୍ତି।  ସାଧାରଣ ଲୋକଙ୍କ ପରି  ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହି ସମୟରେ ବହୁତ ସଂଘର୍ଷ କରୁଛନ୍ତି। ଯଦିଓ ଏହି ସମୟରେ ସେ ତାଙ୍କ ବିବାହ ଖବର ହେତୁ ସମ୍ବାଦରେ ଅଛନ୍ତି, କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ଏହି […]

1
ଦେଶ ଗଢ଼ା

କରୋନାଜନିତ ଲକଡାଉନ୍ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପଢ଼ନ୍ତୁ ଗାଳ୍ପିକ ପ୍ରଦୀପ ନାୟକଙ୍କର ଏହି ଗପ ବସରୁ ଓହ୍ଲେଇଲା ପରେ ପୋଲିସ ବୈରାଗୀ ସମେତ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଛାଡ଼ିଦେଲା। ସେଠି ପହଂଚିବା ପରେ ସିଏ ଚକିତ ହୋଇଗଲା। ସାରା ପରିବେଶ ପରିଷ୍କାର ପରିଛନ୍ନ। ଘର କାନ୍ଥ ମଧ୍ୟ ଧଳାରଂଗରେ ଉଜ୍ବଳ। ଚଟାଣ ବି ସଫା। ଭାତ କୁଢ଼େଇ ଖାଇ ହବ। […]

mahatma gandhi
ଆମେରିକାରେ ଭାଙ୍ଗିଲେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଆମେରିକାରେ ପୁଲିସ୍‌ ହେପାଜତରେ ଥିବା କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ବିକ୍ଷୋଭ ନିଆଁ ତେଜିବାର ନାଁ ଧରୁନି। ୱାଶିଂଟନ୍‌ ଡିସି ସ୍ଥିତ ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି ବିକ୍ଷୋଭକାରୀ। ସୂଚନା ଅନୁସାରେ, ଏହି ଘଟଣାରେ ଆମେରିକା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ମାମଲାରେ ଆମେରିକା ଦୁଃଖ ପ୍ରକାଶ କରିବା ସହ ଭାରତକୁ କ୍ଷମା ମାଗିଛି। ପ୍ରଦର୍ଶନକାରୀଙ୍କ ଦ୍ୱାରା ହୋଇଥିବା ଏହି ଅପମାନ […]

Spraying disinfectants
ରାସ୍ତା ଘାଟରେ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁ ଦୂର ହେବନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ରାସ୍ତା ଘାଟରେ ଜୀବାଣୁନାଶକାରୀ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁକୁ ଦୂର କରାଯାଇ ପାରିବ ନାହିଁ। ବରଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି। କରୋନା ଭୂତାଣୁ ମାରିବାକୁ କରାଯାଉଥିବା ଷ୍ଟ୍ରିଟ ସାନିଟାଇଜେସନ ଏକ ନିଷ୍ଫଳ ପ୍ରୟାସ। କାରଣ ରାସ୍ତା କିମ୍ବା ମାର୍କେଟ ପ୍ଲେସରେ ରସାୟନ ଦ୍ରବଣ ପଡ଼ିବା ପରେ ଅଳିଆ, ଆବର୍ଜନା ସଂସ୍ପର୍ଶରେ ଆସି ଏହି ରସାୟନ ନିଷ୍କ୍ରିୟ ହୋଇଯାଇଥାଏ। ଏହି ଜୀବାଣୁନାଶକାରୀ ସିଞ୍ଚନ […]

jail
ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍

ନୂଆଦିଲ୍ଲୀ: ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍ ଦଣ୍ଡ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯିବା ପରେ କେଉଁ କେଉଁ ନିୟମ ପାଳନ ହେବ ସେ ସମ୍ପର୍କରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି। ଗାଇଡଲାଇନ୍ସ  ଅନୁସାରେ, ଲକଡାଉନ୍ ନିୟମ ଭାଙ୍ଗିଲେ ଉଲ୍ଲଂଘନକାରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ୍ ହେବ। ଏହାସହ ସରକାରୀ କର୍ମଚାରୀ କିମ୍ବା ସ୍ଥିରୀକୃତ ବ୍ୟକ୍ତିଙ୍କୁ ବାଧା ଦେବା ମଧ୍ୟ […]

cyclone
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଅଶାନ୍ତ ରହିବ ସମୁଦ୍ର

ନୂଆଦିଲ୍ଲୀ: ଦାନା ବାନ୍ଧୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ମେ’ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏହାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏନେଇ IMD […]