• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

arnab
ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରକୁ ଆକ୍ରମଣ

ମୁମ୍ବାଇ: ପୁଣି ଜଣେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ। ରିପବ୍ଲିକ ମିଡିଆ ନେଟୱର୍କର Editor-in-Chief ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା କରିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଷ୍ଟୁଡିଓରୁ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ।  ସେମାନେ ଅର୍ଣ୍ଣବଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରେ ଅର୍ଣ୍ଣବଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ […]

corona
ଦେଶରେ ୬୫୨ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜି ୧୪ ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୫୯ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୬୫୨ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା […]

pm modi
ଏପ୍ରିଲ ୨୭ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲାକୁ ନେଇ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏପ୍ରିଲ ୨୭ ତାରିଖ ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଆରମ୍ଭ ହେବ। ଏହି ସମୟରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି […]

hunger
UN ର ଚେତାବନୀ- ଆଗକୁ ଆସୁଛି ବଡ଼ ବିପତ୍ତି !

ମିଳିତ ଜାତିସଂଘ(ୟୁଏନ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଯୋଗୁ ପ୍ରଭାବିତ ହୋଇଛି। କରୋନା ବିପତ୍ତି ଟଳିବା ପରେ ସାରା ବିଶ୍ୱବାସୀ ଆଉ ଏକ ବଡ଼ ବିପତ୍ତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ କରି UN ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି। UN ଆହୁରି ଆହୁରି ମଧ୍ୟ କହିଛି ଯେ, […]

airtel
Airtelର ସବୁଠୁ ଶସ୍ତା ପ୍ଲାନ ! ପାଆନ୍ତୁ ଅନଲିମିଟେଡ କଲ, ଡାଟା ମଧ୍ୟ ପାଇ ପାରିବେ

ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲରେ ରିଚାର୍ଜ କରିବାବେଳେ ଗ୍ରାହକମାନେ ସବୁବେଳେ ଶସ୍ତା ଓ ଅଫର ପ୍ଲାନ ଖୋଜନ୍ତି। ଏମିତିକି କେଉଁ ପ୍ଲାନ ସବୁଠୁ ଭଲ ତାକୁ ନେଇ ମଧ୍ୟ କନଫ୍ୟୁଜ ହୋଇଯାଆନ୍ତି। ଏଭଳି ସ୍ଥିତିରେ ଏୟାରଟେଲ ଏହାର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ ଆଣିଛି। ଏଥିରେ ଆପଣ ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଂ କରିବା ସହ ଡାଟା ମଧ୍ୟ ପାଇ ପାରିବେ। ଆମେ ଆପଣଙ୍କୁ ଏୟାରଟେଲର ୧୯ଟଙ୍କା ପ୍ଲାନ ବିଷୟରେ କହୁଛୁ। ଏହି ପ୍ଲାନରେ ଆପଣ ଯେକୌଣସି […]

health workers
ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ଯାଏ ଜେଲ, ମୋଟା ଅଙ୍କର ଜରିମାନା ମଧ୍ୟ ଗଣିବେ

ନୂଆଦିଲ୍ଲୀ: କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ୭ ବର୍ଷ ଯାଏ ଜେଲ ଦଣ୍ଡ ସହ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଅଧ୍ୟାଦେଶକୁ ଅନୁମତି ମଧ୍ୟ ପ୍ରଦାନ କରିଛି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏହି ଅଧ୍ୟାଦେଶ ଆଣିଛନ୍ତି ସରକାର। […]

mithoon
ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ପରଲୋକ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତକୁମାର ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ବସନ୍ତକୁମାର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। ଶୁଟିଂ ପାଇଁ ବେଙ୍ଗାଲୁରୁ ଯାଇଥିବା ମିଥୁନ ଲକଡାଉନ ଯୋଗୁ ସେଠାରେ ଫସି ରହିଛନ୍ତି। ମିଥୁନଙ୍କ ପିତାଙ୍କ ଦେହାନ୍ତ ନେଇ ଜଣାଶୁଣା ବେଙ୍ଗଲୀ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତା ଟ୍ୱିଟ କରି ସମବେଦନା ଜଣାଇଛନ୍ତି। My […]

kim
ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗଙ୍କ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। କୁହାଯାଉଛି, ତାଙ୍କର cardiovascular ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ, କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କିମ୍‌ ଜୋଙ୍ଗଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ ହେଲେ ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟକୁ ହୁଏତ ଅଳ୍ପ ଲୋକ ଜାଣିଥିବେ। ତାହାହେଲେ ଆସନ୍ତୁ […]

ambulance
କରୋନା ଯୋଦ୍ଧାଙ୍କୁ ମିଳିଲାନି ଶେଷ ସମ୍ମାନ, ଆମ୍ବୁଲାନ୍ସ ଉପରକୁ ପଥର ମାଡ କଲେ ଲୋକେ

ଚେନ୍ନାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ମୃତ୍ଯୁ ପରେ ମଧ୍ୟ ସେମାନଙ୍କୁ ଶେଷ ସମ୍ମାନ ମିଳୁନାହିଁ। ତାମିଲନାଡୁର ଚେନ୍ନାଇରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରବିବାର ଚେନ୍ନାଇର ଡାକ୍ତର ସାଇମନ୍ ହରକ୍ୟୁଲସଙ୍କ ମୃତ୍ଯୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ସମାଧିସ୍ଥଳକୁ ନିଆଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ […]

tom & jerry director
କାର୍ଟୁନ ଶୋ' ଟମ୍ ଆଣ୍ଡ ଜେରିର ନିର୍ଦ୍ଦେଶକ ଜିନ୍ ଡିଚଙ୍କ ପରଲୋକ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିଜେତା ତଥା ଆନିମେସନ ଫିଲ୍ମ ମେକର ଜିନ୍ ଡିଚଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।  ପ୍ରସିଦ୍ଧ କାର୍ଟୁନ ଆନିମେସନ୍ ସିରିଜ ଟମ୍ ଆଣ୍ଡ ଜେରି(Tom And Jerry )ର ନିର୍ଦ୍ଦେଶକ ଥିଲେ ଜିନ୍ ଡିଚ୍। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଓସ୍କାର ପୁରସ୍କାର ବିଜେତା ଜିନ୍ ଡିଚ୍ ଜଣେ ପ୍ରଡ୍ଯୁସର ସହ ନିର୍ଦ୍ଦେଶକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ୧୯୨୪, ଅଗଷ୍ଟ […]

corona ..
ଭଲ ଖବର ! ପାଖାପାଖି ଅଧା ଭାରତ କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୫୯ ଛୁଇଁ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୫୫ରେ ପହଞ୍ଚିଛି। ସେଥିମଧ୍ୟରୁ  ୨୮୪୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୋଆ, ମଣିପୁର କରୋନା ମୁକ୍ତ ବୋଲି ସଂପୃକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏସବୁ ଭିତରେ ଆଉ ଏକ ଭଲ ଖବର ଆସିଛି। ଦେଶର ମୋଟ୍ ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲା କରୋନା ମୁକ୍ତ ବୋଲି ଜଣାପଡ଼ିଛି। ଯାହାକି ୪୬% ପାଖାପାଖି ୫୦% ବୋଲି ଜଣାପଡ଼ିଛି। ସେହିପରି ଦେଶର ୪୧୧ ଜିଲ୍ଲାରୁ […]

corona
ଦେଶର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଏହି ୪ ରାଜ୍ୟ ହେଲା- ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ। ଏହି ସବୁ ରାଜ୍ୟରେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ୬ଟି ଟିମ ଗଠନ କରାଯାଇଛି।  ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ପଶ୍ଚିମବଙ୍ଗର କୋଲକାତା, ହାଓ୍ୱଡା, ଉତ୍ତର ୨୪  ପ୍ରଗଣା, ପୂର୍ବ ମେଦିନିପୁର, ଦାର୍ଜିଲିଂ, ଜଲପାଇଗୁଡି […]

nisha 2
'ନିଶା ଜିନ୍ଦଲ'ହୋଇ ଭୂଆଁ ବୁଲାଉଥିଲେ, ଶେଷରେ ସାମ୍ନାକୁ ଆସିଲା ସମସ୍ତଙ୍କୁ ଚକିତ କଲା ଭଳି ସତ

ରାଇପୁର: ସୋଶାଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ନାଁ ଓ ଫଟୋ ଦେଇ ଫେକ ଆକାଉଣ୍ଟ କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଏପରିକି ଏହି ଫେକ ଫେସବୁକ ଆକାଉଣ୍ଟରେ ୧୦ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଶେଷରେ ସମସ୍ତ ସାମ୍ନାକୁ ଯେଉଁ ସତ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫେସବୁକରେ ସୁନ୍ଦରୀ ‘ନିଶା ଜିନ୍ଦଲ’ ନାଁରେ ଏହି ଆକାଉଣ୍ଟ ଖୋଲା ହୋଇଥିଲା। ଶେଷରେ ଜଣାପଡିଥିଲା ଯେ ସୁନ୍ଦରୀ ‘ନିଶା ଜିନ୍ଦଲ’ ଜଣେ ପୁରୁଷ। ଏହି ବ୍ୟକ୍ତି […]

mallya
ମାଲ୍ୟାଙ୍କୁ ଝଟକା: ଖାରଜ ହେଲା ପ୍ରତ୍ୟର୍ପଣ ବିରୋଧରେ ଆବେଦନ

ଲଣ୍ଡନ୍‌: ପଳାତକ ଘୋଷିତ ବିଜନେସ ଟାଇକୁନ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ଏହି ୬୪ ବର୍ଷୀୟ ପୂର୍ବତନ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃଆରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଭାରତରେ […]

up cm
ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନି ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟଙ୍କ ଆଜି ପରଲୋକ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ, […]

car accident
ପବନରେ ଉଡିଲା କାର ! ଭିଡିଓ ଭାଇରାଲ

ୱାର୍ସ(ପୋଲାଣ୍ଡ): ଡିଭାଇଡରରେ ପିଟି ହୋଇ ପବନରେ ଉଡିଲା କାର ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଭୟାନକ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ପୋଲାଣ୍ଡରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାବିଏନ ଗାଁ ରାସ୍ତା ଦେଇ ଯାତ୍ରା କରୁଥିବା ଏହି କାରଟି ଏକ ଛକରେ ଥିବା ଡିଭାଇଡରରେ ପିଟି ହୋଇ ପବନରେ ଉଡିଥିଲା। ତେବେ କାରଟି ପୋପଙ୍କ […]

yogi aditynath
ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ ପରଲୋକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ  ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ସୂଚନା ଦେବା ସହ ଗଭୀର ସମବେଦନା ଜଣାଇଛନ୍ତି। CM Yogi Adityanath’s father left for his heavenly abode […]

flight
ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ- ଟିକେଟ୍‌ ବୁକିଂ କରିବା ବନ୍ଦ କର

ନୂଆଦିଲ୍ଲୀ: ବିମାନ କମ୍ପାନୀ ଗୁଡିକୁ ବିମାନ ଟିକେଟ ବୁକିଂ ବନ୍ଦ କରିବା ପାଇଁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ  ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟ ପାଇଁ କିଛି ବିମାନ କମ୍ପାନୀ ଟିକେଟ୍‌ ବୁକିଂ କରିବା ଆରମ୍ଭ କରିଥିବାରୁ ଟିକେଟ ବୁକିଂ ବନ୍ଦ କରିବାକୁ  ଡିଜିସିଏ ତାଗିଦ କରିଛି। ବର୍ତ୍ତମାନ ଯାଏ ପୁନଃ ବିମାନ ଚଳାଚଳ ନେଇ କୌଣସି […]

pm modi
କରୋନା ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ଭାଷା ଦେଖେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାକୁ ନେଇ LinkedInରେ ପୋଷ୍ଟ କରି କହିଛନ୍ତି, “କରୋନା ଆମକୁ ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ରଙ୍ଗ, ଭାଷା କିମ୍ବା ସୀମା ସରହଦ ଦେଖେ ନାହିଁ। ତେଣୁ ଆମର ଚାଲିଚଳନ ଓ ଆଚରଣ, ଏକତା ଓ ଭାଇଚାରାକୁ ପ୍ରାଥମିକତା ଦେବା ଉଚିତ। ଏ କ୍ଷେତ୍ରରେ ଆମେ ସମସ୍ତେ ଏକାଠି ଅଛୁ।” ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବରୁ ଆମେ ଦେଶଗୁଡ଼ିକ କିମ୍ବା ସମାଜରେ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଥିଲେ। କିନ୍ତୁ […]

money
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ଚର୍ଚ୍ଚାକୁ ନେଇ ସରକାର କହିଲେ ଏମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ପେନସନ୍ କଟିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସୂଚନାଥାଉ କି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦% ପେନସନ୍ କଟିବା ନେଇ ସରକାର ଯୋଜନା କରୁଥିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଯାହାର ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ଏହା ମିଥ୍ୟା ଖବର ବୋଲି ଅର୍ଥ ମନ୍ତ୍ରାଳୟ […]

aiims director
" ଆଗାମୀ ୫ରୁ ୭ ଦିନ ଗୁରୁତ୍ୱପୂର୍ଣ୍ଣ "

ନୂଆଦିଲ୍ଲୀ: କରୋନାକୁ ନେଇ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ‘ଏହାକୁ ମୁକାବିଲା କରିବା ଲାଗି ଅନେକ ପ୍ରକାର ଟେଷ୍ଟିଂ ଚାଲିଛି। ଏଥିରେ ପ୍ଲାଜମା ଥେରାପି ମଧ୍ୟ ଅଛି। ଏହି ଥେରାପିର ପ୍ରୟୋଗ ଅନେକ ରୋଗକୁ ଭଲ କରିବା କ୍ଷେତ୍ରରେ ହୋଇଥାଏ। ଏଥିରେ ଇବୋଲା ମଧ୍ୟ ସାମିଲ। ଏହି ଥେରାପି ପ୍ରୟୋଗ କରିବାର କାରଣ ଆପଣମାନେ ଏହା ବୁଝନ୍ତୁ ଯେ, ଯଦି କେହି କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି, ତା’ହେଲେ ସେ ତାଙ୍କ ଶରୀରରେ ଥିବା […]

child
ମହାମାରୀ କରୋନା ନେଲା ଦେଢ଼ ମାସ ଶିଶୁର ଜୀବନ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଢ଼ ମାସ ଅର୍ଥାତ ୪୫ ଦିନ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦିଲ୍ଲୀର କଲାୱତି ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା। ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ଏପ୍ରିଲ ୧୪ରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ରିପୋର୍ଟରେ କରୋନା ପଜିଟିଭ ଆସିଥିଲା। ଏହାପରେ ଚିକିତ୍ସା ଜାରି ରହିଥିଲା। ହେଲେ ଏହି କଅଁଳ ଶିଶୁର ଜୀବନ ନେଇଗଲା ମହାମାରୀ କରୋନା ଭାଇରସ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ […]