• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

30
ଭୁବନେଶ୍ୱରରେ ସୁପର୍‌ ଥାର୍ଟି ପ୍ରତିଷ୍ଠାତା ଆନନ୍ଦ କୁମାର

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ପ୍ରତିଷ୍ଠାତା ତଥା ଅନେକ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଆନନ୍ଦ କୁମାର। ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର୍ ଥାର୍ଟିର ପ୍ରମୋଶନ୍‌ ପାଇଁ ଆଜି ଭୁବନେଶ୍ୱର ସିନେମା ହଲ୍‌ କେଶରୀ ଟକିଜ୍‌କୁ ଆସିଥିଲେ ପାଟନାର ଏହି ଗଣିତଜ୍ଞ ତଥା ଚର୍ଚ୍ଚିତ ଶିକ୍ଷାବିତ୍ ଆନନ୍ଦ। ତାଙ୍କୁ ପାଖରେ ପାଇଁ ସତେ ଯେମିତି ଫିଲ୍ମ ଦେଖିବାକୁ ଆସିଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହର ଲହରି ଖେଳିଯାଇଥିଲା। କିଏ ସେଲ୍‌ଫି ନେଉଥିଲେ […]

Niranjani Akhada 1
ବିଗୁଡ଼ୁଛି ସ୍ଥିତି, ମହାକୁମ୍ଭରୁ ଓହରିଯିବ ନିରଞ୍ଜନୀ ଆଖଡ଼ା, ଡାକ୍ତର-ପ୍ରଫେସର-ସଂସ୍କୃତ ବିଦ୍ୱାନ ଏଥିରେ ନାଗାସାଧୁ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିରଞ୍ଜନୀ ଆଖଡ଼ା ମହାକୁମ୍ଭରୁ ଓହରି ଯିବା ପାଇଁ ଘୋଷଣା କରିଛି। ଯଦି ଆମେ ସାଧୁଙ୍କ ସଂଖ୍ୟା ବିଷୟରେ କହିବା, ତେବେ ନିରଞ୍ଜନୀ ଆଖଡ଼ା ଦେଶର ସବୁଠାରୁ ବଡ ଏବଂ ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ। ଜୁନା ଆଖଡ଼ା ପରେ ଏହାକୁ ସବୁଠାରୁ ଶକ୍ତିଶାଳି ବୋଲି ବିବେଚନା କରାଯାଏ। ଏହା ଦେଶର ୧୩ ପ୍ରମୁଖ ଆଖଡ଼ା ମଧ୍ୟରୁ ଗୋଟିଏ। ଏହାର ଆଉ ଏକ ପରିଚୟ ହେଉଛି, ଏଥିରେ ଡାକ୍ତର, ପ୍ରଫେସର ଏବଂ ବୃତ୍ତିଗତଙ୍କ […]

Kinner
କିନ୍ନରଙ୍କ ପାଖରେ ରହିଛି ଆଧ୍ୟାତ୍ମିକ ଶକ୍ତି, ମୃତ୍ୟୁ ଆସିବା ପୂର୍ବରୁ ସେମାନେ ଆଗୁଆ ଜାଣିପାରନ୍ତି..!

ଘରେ ବିବାହ ବ୍ରତ ଉତ୍ସବ କିମ୍ବା ସନ୍ତାନ ଜନ୍ମ ହେଲେ କିନ୍ନରମାନେ ଆସି ପହଞ୍ଚିଯାଆନ୍ତି। ସେ ତାଙ୍କ ଷ୍ଟାଇଲରେ ଗୀତ ବୋଲନ୍ତି, ନାଚ କରନ୍ତି ଆଉ ଆର୍ଶୀବାଦ ଦେଇ, ବକ୍ସିସ ଧରି ନିଜ ଦୁନିଆକୁ ଫେରିଯାଆନ୍ତି। ଏମିତିକି ଟ୍ରାଫିକ ସିଗନାଲରେ ମଧ୍ୟ କିନ୍ନର ମାନେ କାର କାଚ ବାଡ଼େଇ ପଇସା ମାଗୁଥିବା ସମସ୍ତେ ଦେଖିଛନ୍ତି। ତେବେ ସାଧାରଣ ଯୌନକ୍ରିୟାଠାରୁ ଭିନ୍ନ ଯୌନ ସମ୍ବନ୍ଧ ରଖିବାକୁ ପସନ୍ଦ କରୁଥିବା କିନ୍ନରମାନଙ୍କ ଦୁନିଆ କିଛି ଭିନ୍ନ। ଯେଉଁଠିକୁ ସାଧାରଣ ଲୋକଙ୍କ […]

Maxwell Kohli
ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ବାଙ୍ଗଲୋର ଖୁସ; ପ୍ରଶଂସାରେ ପୋତିଲେ କ୍ୟାଟିଚ୍ କିନ୍ତୁ କୋହଲି କହିଲେ ଇନିଂସ ଭିନ୍ନ ଥିଲା..

ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଦଳର ମୁଖ୍ୟ କୋଚ୍ ସାଇମନ୍ କ୍ୟାଟିଚଙ୍କୁ ଲାଗୁଛି ଯେ, ଗ୍ଲେନ ମ୍ୟାକ୍ସୱେଲ ଦଳ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବେ। କାରଣ କ୍ୟାଟିଚ୍ ଅନୁଭବ କରୁଛନ୍ତି ଯେ ଗ୍ଲେନ୍ ମ୍ୟାକ୍ସୱେଲ ଆଇପିଏଲ୍ ପ୍ରଥମ ମ୍ୟାଚରୁ ବ୍ୟାଟିଂରେ ଜବରଦସ୍ତ କମାଲ କରୁଛନ୍ତି। ସେ ଭଲ ଫର୍ମ ରହିଛନ୍ତି। ତେଣୁ ଏଥର ବାଙ୍ଗଲୋର ଦଳ ନିହାତି ଭାବେ ଏହାର ଫାଇଦା ନେବ। ନିଲାମ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରି ବାଙ୍ଗଲୋର […]

umar khalid
ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତଥା JNU ଛାତ୍ର ଉମର ଖାଲିଦଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗୁରୁବାର ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର କଡ଼କଡ଼ଡ୍ଡୁମା କୋର୍ଟ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟ ଖାଲିଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ଉମର ଖାଲିଦ ନିଜ ମୋବାଇଲରେ ଆରୋଗ୍ୟ ଆପ୍ ଡାଉନଲୋଡ କରିବେ। ଏହାସହ ତାଙ୍କ ଫୋନ ସବୁବେଳେ ଅନ୍ ରଖିବାକୁ ବାଧ୍ୟ। ସୂଚନାଯୋଗ୍ୟ ଯେ ଡିସେମ୍ବର […]

biden
ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ-ପାକିସ୍ତାନ ଉପରେ ନିର୍ଭର କରେ: ବାଇଡେନ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ, ପାକିସ୍ତାନ, ଋଷ, ଚୀନ୍ ଏବଂ ତୁର୍କୀ ଉପରେ ନିର୍ଭର କରେ। ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ପାଇଁ ଏହି ଦେଶମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ଦେଶମାନେ ଅଧିକ ଚେଷ୍ଟା କରିବା ଆବଶ୍ୟକ। ମିଳିଥିବା ସୂଚନାନୁଯାୟୀ, ଆମେରିକା ୧୧ ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟମାନଙ୍କୁ ଫେରାଇ ନେବ। ଜୋ ବାଇଡେନ ଜାତୀୟ ସମ୍ବୋଧନ ବେଳେ […]

Sputnik v
ଭାରତ ସହ ଋଷର ବଡ଼ ଡିଲ ! ମାଗଣାରେ ଦେବ ‘ସ୍ପୁଟନିକ ଭି’ ଟିକା ପ୍ରସ୍ତୁତ କରିବାର ଫର୍ମୁଲା

ଗୋଟିଏ ପଟେ ଆମେରିକାର ସିଭିଲ ସୋସାଇଟି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ଦାବି କରିଛି ଯେ, ଏକ ‘ଗ୍ଲୋବାଲ ଟିକା ଉତ୍ପାଦନ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଉ। ଯେଉଁଥିରେ ଟିକା ସମ୍ବନ୍ଧୀୟ ଟେକ୍ନୋଲୋଜିକୁ ସମସ୍ତଙ୍କ ସହ ସେୟାର କରିହେବ। ଖାଲି ସେତିକି ନୁହେଁ  କମ୍ପାନୀ ଏବଂ ସରକାରଙ୍କୁ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଅନ୍ୟପଟେ ଋଷ ପୁଣିଥରେ ଘୋଷଣା କରିଛି ଯେ କୋଭିଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଏବଂ ଟେକ୍ନୋଲୋଜି ସେୟାର […]

Yanomami tribe
ଅନ୍ତିମ ସଂସ୍କାରର ଅଜବ ପରମ୍ପରା, ମୃତ୍ୟୁ ପରେ ମୃତଦେହକୁ ହସି ହସି ଖାଇଯାଆନ୍ତି..

aljazeeraନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ସୁରାକ ବି ପାଇନାହାନ୍ତି। ସେହିଭଳି ମଣିଷ ଜାତିରେ ଏମିତି ବି କିଛି ପ୍ରଜାତି ଅଛନ୍ତି, ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ଜାଣିନାହାନ୍ତି। କେବଳ ସେମାନଙ୍କୁ ନୁହେଁ, ସେମାନଙ୍କର ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ଅଦଭୁତ ଓ ଅବିଶ୍ୱସନୀୟ। ତାଙ୍କର ଚାଲିଚଳଣି, ରହଣି ଏବଂ ଖାଦ୍ୟ ପେୟ ବିଷୟରେ ଜାଣିଲେ ବି ଆମକୁ ବିଶ୍ୱାସ ହେବ ନାହିଁ। ତେବେ ସେମାନଙ୍କୁ […]

Virat Kohli n Babr Azam
ବିରାଟଙ୍କୁ ଝଟକା ! ପାକିସ୍ତାନୀ ବ୍ୟାଟ୍ସମ୍ୟାନ ନେଲେ କୋହଲିଙ୍କ ସ୍ଥାନ..

ବିରାଟଙ୍କୁ ଝଟକା। ଏକ ନମ୍ବର ରାଙ୍କରୁ ଖସିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଦୀର୍ଘ ୧୨୫୮ ଦିନ ହେବ ଏକ ନମ୍ବର ରାଙ୍କରେ ରହି ଆସୁଥିବା ବିରାଟ ତାହା ହରାଇ ବସିଛନ୍ତି। ବିରାଟଙ୍କ ସ୍ଥାନରେ ଏବେ ପାକିସ୍ତାନ କ୍ରିକେଟ ଦଳର ଦୁର୍ଦଶ ବ୍ୟାଟ୍ସମ୍ୟାନ ବାବର ଆଜମ ଏକ ନମ୍ବର ରାଙ୍କକୁ ଉନ୍ନୀତ। ବିରୋଟ କୋହଲିଙ୍କ ଏକ ନମ୍ବର ସ୍ଥନକୁ କବଜା କରିନେଇଛନ୍ତି ବାବର ଆଜମ। ବିରାଟ କୋହଲି ଏବଂ ବାବର ଆଜମ ଏମିତି ଦୁଇ […]

students..
ବିନା ପରୀକ୍ଷାରେ ପାସ୍ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ..

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କାରଣରୁ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଆସୁଥିଲା। ଏନେଇ ଏପ୍ରିଲ ୧୪ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ସିବିଏସଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ। ଏହି ବୈଠକରେ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ବୋଲି ନିଷ୍ପତ୍ତି ନିଆଯାଇଛି। ବିନା […]

corona-in-nation
ରାଜସ୍ଥାନରେ ହସ୍ପିଟାଲରୁ ୩୨୦ ଡୋଜ୍ କରୋନା ଟିକା ଚୋରି ! ରାଜ୍ୟରେ ଆଲୋଡ଼ନ..

ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏମିତିକି ସଂକ୍ରମଣ ଯେତିକି ବଢ଼ୁଛି ମୃତ୍ୟୁ ହାର ମଧ୍ୟ ସେହି ଅନୁପାରେ ବଢ଼ିଚାଲିଛି। ତେବେ ପୁରା ରାଜ୍ୟରେ ଏଭଳି ପରିସ୍ଥିତି ରହିଥିବା ବେଳେ ଜୟପୁରରୁ ଆସିଲା ଏକ ନୂଆ ଅଭିଯୋଗ। ଏଠାରେ କରୋନା ଟିକା ଚୋରି ହୋଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଜୟପୁରର କାମବଟିଆ ଡାକ୍ତରଖାନା ଅଧୀକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି। […]

Kolkata Night Riders
କୋଲକତା ଜାଲରେ ଫସିଲା ମୁମ୍ବାଇ ଇଣ୍ଡିଆନ୍ସ, ମାତ୍ର ୧୧ ରନରେ ହରାଇଲା ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ !

ନୂଆଦିଲ୍ଲୀ: ଆଇପିଏଲରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏଥର ନିଜ ଦ୍ୱିତୀୟ ମ୍ୟାଚରେ ବି ବଡ଼ ସ୍କୋର କରିବାରେ ବିଫଳ ହୋଇଛି। କୋଲକତା ବିରୋଧରେ ଆଜି ପ୍ରଥମେ ମଇଦାନକୁ ଓହ୍ଲାଇ ମୁମ୍ବାଇ ଦଳ ର୍ନିଦ୍ଧାରିତ ୨୦ ଓଭରରେ ୧୦ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିପାରିଛି। କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ବି ମୁମ୍ବାଇ ୧୬୦ ରନ୍‌ ଛୁଇଁ ପାରି ନାହିଁ। ଏପରିକି ଏହି ଟି-୨୦ ଲିଗର ଓପନିଂ ମ୍ୟାଚରେ ବି ଦଳ ପ୍ରଥମେ ବ୍ୟାଟିଂ […]

Harbhajan Singh
ଏବେ କୋଲକତା ପାଇଁ ଖେଳୁଛନ୍ତି ହରଭଜନ, ହେଲେ ପ୍ରଶଂସା କରୁଛନ୍ତି ମୁମ୍ବାଇର..

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ପଞ୍ଚମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ମ୍ୟାଚରେ ମୁମ୍ବାଇ ଆରସିବି ବିପକ୍ଷରେ ହାରିଥିବା ବେଳେ କେକେଆର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଚେଷ୍ଟା କରିବ। ଏହି ମ୍ୟାଚରେ ଦଳ କ୍ରିସ୍ ଲିନଙ୍କ ସ୍ଥାନରେ କିଟ୍ଟନ ଡି କକଙ୍କୁ ସାମିଲ କରିଛି। ମ୍ୟାଚ୍ ପୂର୍ବରୁ […]

pramod-sawant2
ଗୋଆ ବିଜେପି ସରକାରକୁ ଝଟକା, ଏନଡିଏରୁ ଅଲଗା ହେଲା ଜିଏଫପି...

ଗୋଆରେ ବିଜେପିକୁ ଝଟକା। ଏନଡିଏରୁ ଅଲଗା ହେଲା ଜିଏଫପି। ଗୋଆ ଫରୱାର୍ଡ ପାର୍ଟି ପକ୍ଷରୁ ଆସିଲା ବଡ଼ ଅଭିଯୋଗ। ଗୋଆରେ ବିଜେପି ଗୋଆ ବିରୋଧୀ ନୀତି ଆପଣାଉଛି ବୋଲି ଅଭିଯୋଗ କରିଛି ଗୋଆ ଫରୱାର୍ଡ ପାର୍ଟି। ଦଳ ପକ୍ଷରୁ ସିଧାସଳଖ ଅରୋପ ଲଗାଯାଇଛି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗୋଆ ବିରୋଧୀ ନୀତି ଆପଣାଉଛି। ଏଭଳି ଅଭିଯୋଗ କରିବା ସହ ଦଳ ମଙ୍ଗଳବାର ଗୋଆରେ ଏନଡିଏଠାରୁ ଅଲଗା ମଧ୍ୟ ହୋଇଯାଇଛି। ତେବେ ଜିଏଫପି ଏନଡିଏରୁ ଅଲଗା […]

ramjan
ରମଜାନ ମାସରେ ଉପବାସ ରହି ଟିକା ନେଇପାରିବେ ତ ? ଫତୱା ଜାରି କଲା ଇଫ୍ତା ଫରଙ୍ଗୀ ମହଲ..

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦାରୁଲ ଇଫ୍ତା ଫରଙ୍ଗୀ ମହଲ ଏକ ଫତୱା ଜାରି କରିଛି। ଏଥିରେ କୁହାଯାଇଛି ଯେ ରୋଜା ସମୟରେ ମଧ୍ୟ କରୋନା ଟିକା ନିଆଯାଇପାରିବ। ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ସପଷ୍ଟ କରାଯାଇଛି ଯେ, କରୋନା ଟିକା ନେବା ଦ୍ୱାରା ରୋଜା ନଷ୍ଟ ହେବ ନାହିଁ। ରମଜାନ ମାସରେ ଉପବାସ ସମୟରେ ମଧ୍ୟ ଟିକା ନିଆଯାଇପାରିବ। ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ମଙ୍ଗଳବାର ଆହୁରି କୁହାଯାଇଛି ଯେ, […]

reginaldo Dayer
‘ଜାଲିଆନାବାଲା ବାଗ’ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଡାୟରଙ୍କୁ ଫାଶି ହେବାର ଥିଲା, କିନ୍ତୁ ତାଙ୍କୁ ରକ୍ଷା କଲା କିଏ..?

ସାରା ବିଶ୍ୱରେ ସବୁଠୁ ଭୟଙ୍କର ନରସଂହାର ମଧ୍ୟରୁ ଜାଲିଆନାବାଲା ବାଗ ହତ୍ୟାକାଣ୍ଡ ଅନ୍ୟତମ। ଏହି ଘଟଣା ପରେ ପୁରା ଦେଶରେ କ୍ରୋଧ ଓ ପ୍ରତିଶୋଧର ବହ୍ନି ଦେଖିଥିବା ମିଳିଥିଲା। ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ। ଏହି କାଣ୍ଡ ଭିଆଇଥିବା ବ୍ରିଟିଶ ସରକାରର ମୁଣ୍ଡ ସାରା ବିଶ୍ୱରେ ତଳକୁ ହୋଇଯାଇଥିଲା। ପୁରା ବିଶ୍ୱରେ ବ୍ରିଟିଶ ସରକାର ବଦନାମ ହୋଇଯାଇଥିଲା। ଭାରତରେ ଶାସନ କରୁଥିବା ବ୍ରିଟିଶ ଅନ୍ୟ କେଉଁ ଦେଶ ଅଗରେ ନିଜର ମୁହଁ ଦେଖାଇପାରି ନଥିଲା। ଏହି ଘଟଣା […]

myanmar-sixteen_nine
ରକ୍ତର ହୋଲି ଖେଳୁଛି ସୁରକ୍ଷା ବାହିନୀ, ଗୋଟିଏ ଦିନରେ ୮୨ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା...

ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଥମିବାର ନାଁ ଧରୁନି । ଏବେ ବି ଚାଲିଛି ରକ୍ତର ହୋଲି। ସାମରିକ ଶକ୍ତି ଓ ଦେଶର ଜନତାଙ୍କ ମଧ୍ୟରେ ଚାଲିଛି ଜୋରଦାର ଯୁଦ୍ଧ। ଶନିବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ପାଖାପାଖି ୮୨ ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଗୁଳି କରି ହତ୍ୟା କରିଛି। ଏକ ଘରୋଇ ସଂସ୍ଥା ଆସିଷ୍ଟାନ୍ସ ଆସୋସିଏସନ ଫର ପଲିଟିକାଲ ପ୍ରିଜନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ଏହି ସଂସ୍ଥା ପ୍ରତ୍ୟେକ ଦିନ ଏଭଳି ବିକ୍ଷୋଭକାରୀଙ୍କ […]

prithvi-sh Prachi Singh
ପୃଥ୍ୱୀ ଶ’ଙ୍କ ଧୁଆଁଧାର ଅର୍ଦ୍ଧଶତକ ଇନିଂସ ଦେଖିଲେ ଗର୍ଲଫ୍ରେଣ୍ଡ ପ୍ରାଚୀ, ସୋସିଆଲ ମିଡିଆରେ ରଖିଲେ ନିଜର ପ୍ରତିକ୍ରିୟା...

ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଫୃଥ୍ୱୀ ଶ’ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ଚମତ୍କାର ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ମ୍ୟାଚରେ ସେ ଧୁଆଁଧାର ଅର୍ଦ୍ଧଶତକ ମାରି ସମସ୍ତଙ୍କ ମନ କିଣିଛନ୍ତି।

corona-new
ଶେଷ ହେବାକୁ ବସିଲାଣି କରୋନା ଟିକା, ମୁଣ୍ଡରେ ହାତ ଦେଇ ବସିଛନ୍ତି ସରକାର...

ଜୟପୁର: ରାଜସ୍ଥାନର ଅନେକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କରୋନା ଟିକା ଶେଷ ହୋଇସାରିଛି କିମ୍ବା ଶେଷ ହେବାକୁ ଯାଉଛି। ଏଥିପାଇଁ ଗେହଲଟ୍ ସରକାର ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚାପ ପକାଉଛନ୍ତି। ଏଥିସହ ରାଜ୍ୟରେ ଟିକା କମ୍ ଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରବିବାର ସକାଳୁ ଜୟପୁରର ଏକ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ ଶେଷ ହୋଇଛି। ଯାହାଫଳରେ କରୋନା ଟିକା ନେବା […]

Gagan pandit Barun Pandit Arrested
ଜଣେ କିନ୍ନରଙ୍କୁ ହତ୍ୟା ପାଇଁ ୫୫ ଲକ୍ଷର ସୁପାରୀ ! ଦିଲ୍ଲୀ ପୋଲିସ କଲା ଖୁଲାସା...

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା। ଦୁଇ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୂର୍ବରୁ ପୋଲିସ ଏହି ହତ୍ୟାକାରୀଙ୍କ ମୁଣ୍ଡରେ ପୁରସ୍କାର ରାଶି ମଧ୍ୟ ରଖିଥିଲା। ଜଣଙ୍କ ପାଇଁ ୧ ଲକ୍ଷ ଏବଂ ଆଉ ଜଣଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଜଣେ କିନ୍ନରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଖୋଜୁଥିଲା। ଦୁଇ ଅଭିଯୁକ୍ତ ହେଲେ ଗଗନ ପଣ୍ଡିତ ଏବଂ ବରୁଣ […]

Yogi Adityanath
ବିଗୁଡ଼ୁଛି ୟୁପି ସ୍ଥିତି, ୩୦ ଏପ୍ରିଲ ଯାଏଁ ସ୍କୁଲ ବନ୍ଦ କରିଦେଲେ ଯୋଗୀ ସରକାର..

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟ କ୍ଲାସ୍ କରିପାରିବେ ନାହିଁ। କେବଳ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀମାନଙ୍କ ସହ ବୈଠକ ପରେ ସିଏମ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି […]